କାଠଗଡ଼ାରେ ରଥଯାତ୍ରା ଭାଗ୍ୟ, ରାୟ ଅପେକ୍ଷାରେ ଶ୍ରଦ୍ଧାଳୁ

ପୁରୀ ଅଫିସ,୨୨।୬:  ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ଚଳିତବର୍ଷ ବଡ଼ଦାଣ୍ଡରେ ଗଡ଼ିବ ନାହିଁ ରଥ। ସର୍ବୋଚ୍ଚ ଅଦାଲତଙ୍କ ଏହି ରାୟକୁ ରାଜ୍ୟ ସରକାର ସ୍ବାଗତ କରିଛନ୍ତି। ହେଲେ ଏହାକୁ ଗ୍ରହଣ କରିପାରୁ ନାହାନ୍ତି କୋଟି କୋଟି ଜଗନ୍ନାଥ ପ୍ରେମୀ। ସୁପ୍ରିମକୋର୍ଟଙ୍କ ରାୟର ପୁନର୍ବିଚାର କରିବା ପାଇଁ ଦାଖଲ ହୋଇଛି ଏକାଧିକ ଆବେଦନ। ଏପରି କି ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ମଧ୍ୟ ରାୟର ପରିବର୍ତ୍ତନ ସପକ୍ଷରେ ମତ ଦେଇଥିବାବେଳେ ଗଜପତି ମହାରାଜା ମଧ୍ୟ ରଥଯାତ୍ରା ବନ୍ଦ ନ କରିବାକୁ ଶନିବାର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଛନ୍ତି। ମଙ୍ଗଳବାର ରଥଯାତ୍ରା ଥିବାରୁ ମଝିରେ ସୋମବାର ଗୋଟିଏ ଦିନ। ସୁପ୍ରିମକୋର୍ଟରେ ହୋଇଥିବା ପୁନର୍ବିଚାର ଆବେଦନର ଶୁଣାଣି ସୋମବାର ହେବାକୁ ଧାର୍ଯ୍ୟ ମଧ୍ୟ ହୋଇଛି। ବିଚାରପତି ଏସ୍‌.ରବୀନ୍ଦ୍ର ଭଟ୍ଟ ଆବେଦନଗୁଡ଼ିକର ଶୁଣାଣି କରିବେ। ତେଣୁ କୋର୍ଟଙ୍କ ରାୟକୁ ସମସ୍ତଙ୍କ ଅପେକ୍ଷା। କିଛି ଚମତ୍କାର ଘଟିବା ଅପେକ୍ଷାରେ ରହିଛନ୍ତି କୋଟି କୋଟି ଭକ୍ତ ଓ ଜଗନ୍ନାଥପ୍ରେମୀ।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାକୁ ନେଇ ଏପର୍ଯ୍ୟନ୍ତ ଦ୍ୱନ୍ଦ୍ୱ ଦୂର ହୋଇନି। ଏବେ ବି ଘୋଷଯାତ୍ରାକୁ ନେଇ ଆଶା ଓ ଆଶଙ୍କାର ଲୁଚକାଳି ଖେଳ ଜାରି ରହିଛି। ମହାମାରୀ କରୋନା ପାଇଁ ଏଥର ରଥଯାତ୍ରା ହେବ ନାହିଁ ବୋଲି ସୁପ୍ରିମକୋର୍ଟ ଗତ ୧୮ ତାରିଖରେ ରାୟ ଦେଇଥିଲେ। ଏହି ରାୟକୁ ରାଜ୍ୟ ସରକାର ଚୂଡ଼ାନ୍ତ ବୋଲି ଗ୍ରହଣ କରି ନେଇଥିବାବେଳେ ପୁନଶ୍ଚ ଶ୍ରୀମନ୍ଦିର ଛତିଶା ନିଯୋଗ ଓ ପରିଚାଳନା କମିଟି ମିଳିତ ବୈଠକର ନିଷ୍ପତ୍ତି ପୁଣି ଆଶା ଉଜ୍ଜୀବିତ କରିଛି। ସୁପ୍ରିମ୍‌କୋର୍ଟରେ ଦାଖଲ ପିଟିଶନର ନିଷ୍ପତ୍ତି କ’ଣ ଆସୁଛି ସୋମବାରକୁ ଅପେକ୍ଷା କରିବାକୁ ପଡ଼ିବ ବୋଲି କମିଟି ଅଧ୍ୟକ୍ଷ ଗଜପତି ମହାରାଜା କହିଛନ୍ତି। ମୂଳପୀଠରେ କୌଣସି ପରିସ୍ଥିତିରେ ରଥଯାତ୍ରା ବନ୍ଦ ନ କରିବାକୁ ଗଜପତି ମୁଖ୍ୟମନ୍ତ୍ରୀଙ୍କ ଦେଇଥିବା ଚିଠିରେ ଉଲ୍ଲେଖ କରିଛନ୍ତି। ସେହିପରି ଶଙ୍କରାଚାର୍ଯ୍ୟ ମଧ୍ୟ ସୁପ୍ରିମକୋର୍ଟଙ୍କ ରାୟକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ତେଣୁ ରଥଯାତ୍ରାକୁ ନେଇ ଭକ୍ତମହଲରେ ଆଶା ଉଜ୍ଜୀବିତ ହୋଇଛି। ଅପପକ୍ଷରେ ତିନିରଥ ମଧ୍ୟ ପ୍ରସ୍ତୁତ ହୋଇରହିଛି। ରବିବାର ରଥରେ କନା ପଡିବା ସହ ଅନ୍ୟାନ୍ୟ ଆନୁଷଙ୍ଗିକ କାମ ମଧ୍ୟ ଶେଷ ହୋଇଛି।
ପୁରୀ ସହର ବାସିନ୍ଦା ରାଜୀବ ପାତ୍ର କହିଛନ୍ତି, ମହାପ୍ରଭୁଙ୍କ ରଥଯାତ୍ରା ବନ୍ଦ ହେବ ଏହି କଥାକୁ କେବେ ବିଶ୍ୱାସ କରିପାରୁନି। ପିଲାଟି ଦିନରୁ ରଥଯାତ୍ରା ଦେଖିଆସୁଛି। ହେଲେ ଏଥର ଯଦି ମହାମାରୀ କରୋନା ବାଧକ ସାଜିଛି ତେବେ ବିନା ଭକ୍ତରେ ରଥଯାତ୍ରା କରାଯାଉ, ସମ୍ପୂର୍ଣ୍ଣ ବନ୍ଦ ନ ହେଉ। ସେମିତି ବି ହେବ। ମହାପ୍ରଭୁ ନିଶ୍ଚିତ ଶେଷ ମୁହୂର୍ତ୍ତରେ କିଛି ଚମତ୍କାରିତା କରିବେ ବୋଲି ବିଶ୍ୱାସ ରଖିଛନ୍ତି ରାଜୀବ। କେବଳ ରାଜୀବ ନୁହଁନ୍ତି, ପ୍ରାୟ ସମସ୍ତେ ରଥଯାତ୍ରାକୁ ନେଇ ସକାରାତ୍ମକ ଆଭିମୁଖ୍ୟ ରଖିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ଏନଏସି ହେବ ମ୍ୟୁନିସିପାଲଟି, ଜିଲା  ସଦର ମହକୁମାକୁ ନୂଆବର୍ଷର ଭେଟି 

ଛତ୍ରପୁର,୨୮।୧୨: ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଭଞ୍ଜନଗର, ପୋଲସରା ଓ କବିସୂର୍ଯ୍ୟନଗର ଏନ୍‌ଏସିକୁ ମ୍ୟୁନିସିପାଲଟି ମାନ୍ୟତା ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକି ଗଞ୍ଜାମ...

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

୭୦% ଚାଷୀଙ୍କୁ ମିଳୁନି କେସିସି ଋଣ

ଭୁବନେଶ୍ୱର,୨୭।୧୨(ରବିନାରାୟଣ ଜେନା): ରାଜ୍ୟରେ ଚାଷୀଙ୍କ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁବିଧ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହାକୁ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିବା...

୧୦ମ ଶ୍ରେଣୀ ଇତିହାସ, ରାଜନୀତି ବିଜ୍ଞାନ ବହିରେ ଭୁଲ୍‌ ତଥ୍ୟ

ଭଦ୍ରକ,୨୮।୧୨(ସନାତନ ରାଉତ): ୨୦୧୩ ମସିହାରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ମୁଦ୍ରିତ ଓ ପ୍ରକାଶିତ ୧୦ମ ଶ୍ରେଣୀ ଇତିହାସ ଓ ରାଜନୀତି ବିଜ୍ଞାନ ବହିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri