କାଜୁ ଜଙ୍ଗଲକୁ ନେଇ ବିବାଦ: ୫୩ ପରିବାର ଉପ ଜିଲାପାଳଙ୍କ ନିକଟରେ ମାଲିକାନା ଦାବି କଲେ

ଭଞ୍ଜନଗର,୨୪।୭(ଡି.ଏନ.ଏ.)-ଜଗନ୍ନାଥପ୍ରସାଦ ତହସିଲ ମହୁଲପଲ୍ଲୀ, କରଡ଼ାବଣି, ହରଡ଼ାପଦର, ଚୁଡ଼ାଖାଇ ମୌଜାରେ ଥିବା କିଛି କାଜୁଜଙ୍ଗଲ ମାଲିକାନାକୁ ନେଇ ବିବାଦ ଦେଖାଦେଇଛି। କାଜୁ ଚାଷ କରୁଥିବା ଦଳିତ ଆଦିବାସୀ ପରିବାର ମଙ୍ଗଳବାର ଭଞ୍ଜନଗର ଉପ ଜିଲାପାଳ ରାଜେନ୍ଦ୍ର କୁମାର ମିଞ୍ଜଙ୍କୁ ଭେଟି ଘଟଣା ସମ୍ପର୍କରେ ଅଭିଯୋଗ କରିବା ସହ ଉକ୍ତ ଜମି ତାଙ୍କର ବୋଲି ଦାବି କରିଛନ୍ତି। ଉପ ଜିଲାପାଳ ଅଭିଯୋଗ ପତ୍ର ଗ୍ରହଣ କରି ଘଟଣାର ତଦନ୍ତ କରି ଆଇନ ଅନୁଯାଇ ପଦକ୍ଷେପ ନେବାକୁ ବିଭାଗୀୟ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରକାଶଯେ, ସମ୍ପୃକ୍ତ ଅଞ୍ଚଳର ୫୩ରୁ ଉର୍ଦ୍ଧ୍ୱ ପରିବାର ୧୯୭୭ ମସିହାରେ ସିଲିଙ୍ଗ ସମୟରେ ପାଇଥିବା ଜମିରେ ପ୍ରାୟ ୪୨ ବର୍ଷ ହେବ କାଜୁ, ଆମ୍ବ ଫସଲ ଚାଷ କରୁଛନ୍ତି। କିନ୍ତୁ ଇତିମଧ୍ୟରେ ସିଲିଙ୍ଗ ପୂର୍ବରୁ ମାଲିକାନା ଥିବା ଜଣେ ବ୍ୟକ୍ତି ଆନ୍ଧ୍ରର ଜଣେ ବ୍ୟବସାୟୀଙ୍କୁ ଉକ୍ତ କାଜୁ ଜଙ୍ଗଲଗୁଡିକୁ ବିକ୍ରି କରି ଦେଇଛନ୍ତି। କାଜୁ ଜଙ୍ଗଲ କିଣିଥିବା ବ୍ୟକ୍ତି ଜଣଙ୍କ ବର୍ତ୍ତମାନ ଗଛ କାଟି ସେଠାରେ ଅନ୍ୟକିଛି ଚାଷ ପାଇଁ ଯୋଜନା ଚଳାଇଛନ୍ତି। ଅପରପକ୍ଷେ ଦୀର୍ଘବର୍ଷ ଧରି କାଜୁ ଜଙ୍ଗଲ ଥିବା ଦଳିତ ଆଦିବାସୀ ଲୋକେ ମାଲିକାନା ଦାବି କରୁଛନ୍ତି। ଯାହାକୁ ନେଇ ବିବାଦ ଦେଖାଦେଇଛି। ଅଭିଯୋଗପତ୍ର ଦେବାକୁ ଆସିଥିବା କରଡ଼ାବଣିର ଜଣେ ବ୍ୟକ୍ତି ଏଠାରେ କହିଛନ୍ତି ଯେ, ଆମ ପୂର୍ବପୁରୁଷ ସିଲିଙ୍ଗ ସମୟରେ କିଛି ଜମି ମାଲିକାନା ପାଇଥିଲେ। ପରେ ସେଠାରେ କାଜୁ ବଗିଚା କରି ଚଳୁଥିଲୁ। ବର୍ତ୍ତମାନ କିଭଳି ଉକ୍ତ ଜମିର ମାଲିକ ଆନ୍ଧ୍ରର ଜଣେ ବ୍ୟବସାୟୀ ହେଲେ ସେନେଇ ଆମେ ଦ୍ୱନ୍ଦ୍ୱରେ ଅଛୁ। ତେଣୁ ଆମକୁ ନ୍ୟାୟ ପ୍ରଦାନ କରି ତୁରନ୍ତ ସେଠାରେ ଗଛ କଟା ବନ୍ଦ କରିବା ସହ ସିଲିଙ୍ଗ ପଟା ପାଇଥିବା ପରିବାର ଗୁଡ଼ିକୁ ଜମି ଓ ପଟ୍ଟା ଯୋଗାଇ ଦିଆଯାଉ। ନଚେତ ଆଗାମୀ ଦିନରେ ଆନ୍ଦୋଳନକୁ ଯୋରଦାର କରିବୁ ବୋଲି ସନ୍ୟାସି ନାଇକ, ମିଥୁନ ନାଇକ, ତ୍ରିନାଥ ନାଇକ. ରାଜେନ୍ଦ୍ର ନାଇକ, ବାଳକ ନାଇକ, ଯୁଧିଷ୍ଟିର ନାଇକ, ରେଣୁ ନାଇକ, ଭାଗ୍ୟ ନାଇକ ପ୍ରମୁଖ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ନିଆରା ଜନ୍ମଦିନ ପାଳନ କଲେ ସମାଜସେବୀ ସୁନିଲ

ଗଞ୍ଜାମ,୭।୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ଐତିହାସିକ ଲବଣ ସତ୍ୟାଗ୍ରହର ଅନ୍ୟତମ ପୀଠ ହୁମ୍ମାଠାରେ ଜନ କଲ୍ୟାଣ ସ୍ବେଛାସେବୀ ସଂସ୍ଥା ଓ ବଜରଙ୍ଗୀ ଦଳର ମିଳିତ ଆନୁକୁଲ୍ୟରେ…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…

ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…

ଫାଇନାନ୍ସ କମ୍ପାନୀ ମ୍ୟାନେଜରଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗ: ସୁନା ଚେନ୍‌ ଛଡାଇ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଆଙ୍କୋରଡ଼ା ଗାଁ ନିକଟରେ ଥିବା କ୍ରସର ୟୁନିଟରୁ ପଶ୍ଚିମବଙ୍ଗ କୋଲକତାସ୍ଥିତ ସିଭିଲ କୋର୍ଟଙ୍କ ଆଦେଶ କ୍ରମେ କୋବେଲକୋ…

ପୋଖରୀରେ ବୁଡ଼ି ଚାଲିଗଲା ୨ ସାଙ୍ଗଙ୍କ ଜୀବନ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ ପତାଣ୍ଡ ଗ୍ରାମରେ ଅଘଟଣ । ପୋଖରୀରେ ବୁଡ଼ିଯାଇ ୨ ନାବାଳିକା ଛାତ୍ରୀଙ୍କର ମୃତ୍ୟୁ ହୋଇଛି…

ସ୍ବର୍ଗତ ତବଲା ବାଦକ ଲକ୍ଷ୍ମଣଙ୍କ ପରିବାରକୁ ଭେଟିଲେ ବିଧାୟକ

ଗଞ୍ଜାମ,୭।୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମର ବିଶିଷ୍ଟ ତବଲା ବାଦକ ସ୍ବର୍ଗତ ଲକ୍ଷଣ କୁମାର ତରାଇଙ୍କ ପରିବାରଙ୍କୁ ଭେଟିଛନ୍ତି ଛତ୍ରପୁର ବିଧାୟକ କୃଷ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri