ତଦନ୍ତ ପାଇଁ ଚିଠି ଲେଖିଥିଲେ ବାଚସ୍ପତି: ଘରୋଇ ଟ୍ୟୁଶନରେ ଉଚ୍ଚଶିକ୍ଷା ଆଞ୍ଚଳିକ ନିର୍ଦ୍ଦେଶକଙ୍କ ଚଢ଼ାଉ; ଅଭିଯୋଗ ଆସିଥିବା ଅଧ୍ୟାପକଙ୍କୁ ତାଗିଦ୍‌

ଦିଗପହଣ୍ଡି,୨୪ା୭(ଡି.ଏନ.ଏ.)-ଦିଗପହଣ୍ଡିସ୍ଥିତ ବିଜୁ ପଟ୍ଟନାୟକ ମହିଳା କଲେଜ ଇଂଲିଶ ଅଧ୍ୟାପକ ସୁଧୀରକାନ୍ତ ପଣ୍ଡା ଘରୋଇ ଟ୍ୟୁଶନ ପଢ଼ାଉଛନ୍ତି। ଯେଉଁ ଛାତ୍ରୀମାନେ ତାଙ୍କ ପାଖରେ ଟ୍ୟୁଶନ ପଢ଼ିବେ ନାହିଁ, ପରୀକ୍ଷାରେ ସେମାନଙ୍କ ମାର୍କ କମାଇଦେବେ ବୋଲି ଧମକ ଦେଉଥିବା ନେଇ ଓଡ଼ିଶା ବିଧାନସଭା ବାଚସ୍ପତି ତଥା ସ୍ଥାନୀୟ ବିଧାୟକ ସୂର୍ଯ୍ୟନାରାୟଣ ପାତ୍ର ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଚିଠି ଦ୍ୱାରା ଜଣାଇଥିଲେ। ଅଭିଯୋଗ ପତ୍ରର ନକଲ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ସଚିବଙ୍କୁ ମଧ୍ୟ ସେ ପ୍ରଦାନ କରିଥିଲେ। ଉଚ୍ଚଶିକ୍ଷା ବିଭାଗର ଉପସଚିବ ପ୍ରାଣବନ୍ଧୁ ରାଉତ ଘଟଣାର ସବିଶେଷ ତଦନ୍ତ କରି ରିପୋର୍ଟ ଦେବାକୁ ବ୍ରହ୍ମପୁର ଉଚ୍ଚଶିକ୍ଷା ବିଭାଗ ଆଞ୍ଚଳିକ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବ୍ରହ୍ମପୁରସ୍ଥିତ ଉଚ୍ଚଶିକ୍ଷା ବିଭାଗ ଆଞ୍ଚଳିକ ନିର୍ଦ୍ଦେଶକ ଲକ୍ଷ୍ମୀକାନ୍ତ ତ୍ରିପାଠୀ ମଙ୍ଗଳବାର ପୂର୍ବାହ୍ନରେ ଦିଗପହଣ୍ଡିରେ ପହଞ୍ଚତ୍ ବିଭିନ୍ନ ଘରୋଇ ଟ୍ୟୁଶନ ଉପରେ ଚଢ଼ାଉ କରିଥିଲେ। ଅଧ୍ୟାପକମାନେ ସେଠାକୁ ଆସୁଛନ୍ତି କି ନାହିଁ ସେ ସମ୍ପର୍କରେ ଟ୍ୟୁଶନ ପରିଚାଳକମାନଙ୍କୁ ପଚାରି ବୁଝିଥିଲେ।
ଉଚ୍ଚଶିକ୍ଷା ଆଞ୍ଚଳିକ ନିର୍ଦ୍ଦେଶକ ତ୍ରିପାଠୀ ଦିଗପହଣ୍ଡିରେ ପହଞ୍ଚତ୍ବା ପରେ ପ୍ରଥମେ ଅଭିଯୋଗ ଆସିଥିବା ଅଧ୍ୟାପକ ପଣ୍ଡାଙ୍କ ରାଣୀସାହିସ୍ଥିତ ବାସଭବନକୁ ଯାଇଥିଲେ। ସେ ସମୟରେ ଟ୍ୟୁଶନ ବନ୍ଦ ଥିଲା। ତେଣୁ ପଡ଼ୋଶୀମାନଙ୍କ ବୟାନ ରେକର୍ଡ କରିଥିଲେ। ପରେ ବିଜୁ ପଟ୍ଟନାୟକ ମହିଳା କଲେଜରେ ପହଞ୍ଚତ୍ ଯୁକ୍ତ ୨ କଲେଜ ଅଧ୍ୟକ୍ଷା ସସ୍ମିତା ପାଠୀଙ୍କ ଉପସ୍ଥିତିରେ ଅଭିଯୋଗ ଆସିଥିବା ଇଂଲିଶ ଅଧ୍ୟାପକଙ୍କ ବିଷୟରେ ପଚାରି ବୁଝିଥିଲେ। ଏପରିକି ଯୁକ୍ତ ୩ ଛାତ୍ରୀଙ୍କ ଶ୍ରେଣୀ ପ୍ରକୋଷ୍ଠକୁ ଯାଇ ଟ୍ୟୁଶନ ସମ୍ପର୍କରେ କେତେଜଣ ଛାତ୍ରୀଙ୍କ ବୟାନ ରେକର୍ଡ କରିଥିଲେ। ପ୍ରତିଦିନ ନିୟମାନୁସାରେ ପାଠ୍ୟକ୍ରମ ସରଣୀ ଅନୁଯାୟୀ ପାଠ ପଢ଼ାଇବାକୁ ଉଚ୍ଚଶିକ୍ଷା ବିଭାଗ ଆଞ୍ଚଳିକ ନିର୍ଦ୍ଦେଶକ ତ୍ରିପାଠୀ ଉପସ୍ଥିତ ଅଧ୍ୟାପିକା ଅଧ୍ୟାପକମାନଙ୍କୁ ତାଗିଦ କରିଥିଲେ। ପରେ ସେ ସାନଖେମୁଣ୍ଡି ବ୍ଲକ ପାଟପୁର ବିଶ୍ୱାସରାୟ କଲେଜରେ ପହଞ୍ଚତ୍ ଟ୍ୟୁଶନ କରୁଥିବା ଅଧ୍ୟାପିକା ଅଧ୍ୟାପକମାନଙ୍କୁ ତାଗିଦ କରିଥିଲେ। ଏପରିକି କିଛି ନିର୍ଦ୍ଦିଷ୍ଟ ଘରୋଇ ଟ୍ୟୁଶନ ପରିଚାଳକଙ୍କୁ ଡ଼କାଇ ସରକାରୀ ଅଧ୍ୟାପିକା ଅଧ୍ୟାପକଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରି ଫେରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦନ୍ତ ଚିକିତ୍ସକଙ୍କୁ ମାସିକ ୨୦ହଜାର ଟଙ୍କା ପ୍ରୋତ୍ସାହନ ଘୋଷଣା

ଭୁବନେଶ୍ୱର,୩୦ା୮(ବନ୍ଦନା ସେଠୀ): ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଓଡ଼ିଶା ମେଡିକାଲ ସର୍ଭିସେସ୍‌ (ଡେଣ୍ଟାଲ) କ୍ୟାଡରରେ କାର୍ଯ୍ୟରତ ଦନ୍ତ ଚିକିତ୍ସକଙ୍କ ପାଇଁ ପ୍ରୋତ୍ସାହନ ରାଶି ଘୋଷଣା…

ସ୍ମାର୍ଟ ପୋଲିସିଂ’ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୧୦ସୂତ୍ରୀ ବ୍ଲୁ-ପ୍ରିଣ୍ଟ: ଜାଣନ୍ତୁ କ’ଣ…

ଭୁବନେଶ୍ୱର, ୩୦।୮ (ସୁନିତ୍‌ ମିଶ୍ର): ଭୁବନେଶ୍ୱରସ୍ଥିତ ରାଜ୍ୟ ପୋଲିସ ଭବନଠାରେ ଆୟୋଜିତ ରାଜ୍ୟସ୍ତରୀୟ ଡିଜିପି ଏବଂ ଆଇଜିପି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ରାଜ୍ୟର…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଘରେ ଏକାକୀ ଥିବାବେଳେ ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ! ଗୋଡ଼ାଇ ଗୋଡ଼ାଇ ନିର୍ଦ୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସକୁ…

ଦିଗପହଣ୍ଡି,୨୯।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀଙ୍କୁ ଘରେ ପଶି ବଳାତ୍କାର…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

 ଚାଷୀ ପଞ୍ଜୀକରଣକୁ ଆଉ ମାତ୍ର ୨ ଦିନ ବାକି, ସର୍ଭର ଡାଉନ୍‌ ବଢ଼ାଉଛି ଚିନ୍ତା

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାରେ ୨୦୨୬-୨୭ ଖରିଫ ଧାନମଣ୍ଡି ନିମନ୍ତେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି। ପଞ୍ଜୀକରଣର ଶେଷ ତାରିଖ ଅଗଷ୍ଟ ୩୧ ଥିବାବେଳେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର: ଅକ୍ଟୋବର ୨୯ରୁ …

କଟକ,୨୯।୮: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ (OCS) ମେନ୍ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି। ଆସନ୍ତା ଅକ୍ଟୋବର ୨୯ ତାରିଖରୁ ନଭେମ୍ବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri