କାଗଜକଲମରେ ରାସ୍ତା ନିର୍ମାଣ

ଝୁମ୍ପୁରା, ୨୯।୧ (ଡି.ଏନ.ଏ.)- ଝୁମ୍ପୁରା ବ୍ଲକର ଗ୍ରାମାଞ୍ଚଳରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମିତ ହେଉଥିବା ରାସ୍ତାକୁ ନେଇ ଅଭିଯୋଗର ଫର୍ଦ୍ଦ ଲମ୍ବି ଚାଲିଛି। ସମୟ ଅବଧି ଭିତରେ ରାସ୍ତା ନିର୍ମାଣ ନ ସରିବା, ନିମ୍ନମାନର କାମ, ରାସ୍ତା ନିର୍ମାଣ ପରେ ଗ୍ୟାରେଣ୍ଟି ଅବଧି ୫ବର୍ଷ ରହିଥିଲେ ହେଁ ବର୍ଷଟିଏ ନ ପୂରୁଣୁ ରାସ୍ତାରୁ ପିଚୁ ଉଠିଯାଇ ଖାଲଖମାରେ ଭର୍ତ୍ତି ହୋଇଯିବା ଆଦି ଅଭିଯୋଗ ପରେ ଏବେ ଝୁମ୍ପୁରା ବ୍ଲକର ନୟାଗଡ-ଶ୍ରଦ୍ଧାପଙ୍କ ରାସ୍ତା ଏବଂ ମହାଦେବପୁର- ପାର୍ବତୀପୁର ରାସ୍ତା କାଗଜପତ୍ରରେ ରାସ୍ତା ନିର୍ମାଣ ସରିଥିଲେ ହେଁ, ବାସ୍ତବ ପକ୍ଷେ ଉକ୍ତ ରାସ୍ତା ଦ୍ୱୟର ନିର୍ମାଣ ଅଧାପନ୍ତରିଆ ହୋଇରହିଛି। ରାସ୍ତା ଦ୍ୱୟର ଅନେକ ସ୍ଥାନରେ ଗାର୍ଡୱାଲ ନିର୍ମାଣ ସରି ନ ଥିବାବେଳେ, ନିର୍ମାଣ ସରିଥିବା ରାସ୍ତା ପାର୍ଶ୍ୱ ଗାର୍ଡୱାଲରେ ମଧ୍ୟ ମୋରମ ଫିଲିଂ କରାଯାଇ ନାହିଁ। କେତେକ ସ୍ଥାନରେ ପିଚୁକାମ ହୋଇଥିବାର ବର୍ଷଟିଏ ଯାଇନାହିଁ ପିଚୁ ଉଠିବାକୁ ଆରମ୍ଭ କଲାଣି। ରାସ୍ତା କାମକୁ ନେଇ ଗ୍ରାମବାସୀ ଅଭିଯୋଗ କଲେ ଝୁମ୍ପୁରାସ୍ଥିତ ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାଳୟରୁ ଉତ୍ତର ମିଳୁଛି ରାସ୍ତାକାମ ସରିଯାଇଛି।
ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ମହାଦେବପୁର- ପାର୍ବତୀପୁର ରାସ୍ତା (୩କି.ମି ୩୦୦ମିଟର ଦୈର୍ଘ୍ୟ) ନିର୍ମାଣ ପାଇଁ ୧କୋଟି ୪୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳ ରହିଥିଲା। ସୂଚନା ଫଳକ ଅନୁସାରେ କାର୍ଯ୍ୟାରମ୍ଭ ତା୪।୧୧।୨୦୧୫ରିଖ ରହିଥିବା ବେଳେ, କାର୍ଯ୍ୟଶେଷ ତା୩।୧୧।୨୦୧୬ରିଖ ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ରାସ୍ତା ଅଧାପନ୍ତରିଆ ହେଲେ ମଧ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗର ସୂଚନା ଅନୁଯାୟୀ ରାସ୍ତା ନିର୍ମାଣ କାମ ସରିଯାଇଛି। ସେହିପରି ଜଙ୍ଗଲାଞ୍ଚଳରେ ଅବସ୍ଥିତ ଶ୍ରଦ୍ଧାପଙ୍କ – ନୟାଗଡ ରାସ୍ତା (ଦୈର୍ଘ୍ୟ ୩କି.ମି ୯୦୦ମିଟର) ନିର୍ମାଣ ପାଇଁ ୧କୋଟି ୭୯ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳ ରହିଛି। ସୂଚନା ଫଳକ ଅନୁସାରେ କାର୍ଯ୍ୟାରମ୍ଭ ତା୫।୧।୨୦୧୬ ରହିଥିବା ବେଳେ, କାର୍ଯ୍ୟଶେଷ ତା୪।୧।୨୦୧୭ ରହିଛି। ହେଲେ ଏବେ ମଧ୍ୟ କାମ ଅଧାରେ ପଡି ରହିଛି। କିନ୍ତୁ ଗ୍ରାମ୍ୟ ଉନ୍ନୟନ ବିଭାଗର କାଗଜ ପତ୍ରରେ ରାସ୍ତା କାମ ସରିଯାଇଛି।
ରାସ୍ତା ଦ୍ୱୟରେ ନିମ୍ନମାନର ପିଚୁ କାମ, ଗାର୍ଡୱାଲ ନିର୍ମାଣ ଓ ମୋରମ ଫିଲିଂ ନେଇ ଝୁମ୍ପୁରାସ୍ଥିତ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ନର୍ବାହୀ ଯନ୍ତ୍ରୀ ବଳଭଦ୍ର ମାରାଣ୍ଡିଙ୍କୁ ପଚାରିବାରୁ ରାସ୍ତାକାମ ସରି ଯାଇଛି, ଅଳ୍ପ କିଛି କାମ ବାକିଅଛି। ଟେଣ୍ଡରଧାରୀଙ୍କୁ କୁହାଯାଇଛି ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମ ଧରିଲେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା ଓ ୬ ସମିତି ସଭ୍ୟ; ରାଜ୍ୟ ଭାଜପା କାର୍ଯ୍ୟାଳୟରେ…

ଲାଞ୍ଜିଗଡ଼,୧୯। ୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା  ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ସହିତ ୬ ଜଣ ସମିତି ସଭ୍ୟ ଗୁରୁବାର ରାଜ୍ୟ ଭାଜପା କାର୍ଯ୍ୟାଳୟରେ…

ବରଗଡ଼ ସହରରେ ଚାଲିଲା ପେଟ୍ରୋଲିଂ, ସୁରକ୍ଷା ବ୍ୟବସ୍ଥା କଡାକଡି କଲା ପୋଲିସ୍

ବରଗଡ଼,୧୯।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ରେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ଜିଲା ପୋଲିସକୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡୁଛି। ତେବେ ଗୁରୁବାର ସନ୍ଧ୍ୟାରୁ ବରଗଡ଼ ପୋଲିସ ସହରରେ…

ସାନଖେମୁଣ୍ଡି ବ୍ଲକ ବିବାଦୀୟ ଏପିଓଙ୍କୁ ବଦଳି, ତୁରନ୍ତ ରିଲିଭ୍ କରାଯିବାକୁ…        

ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁଙ୍କୁ ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନ୍ ଛତ୍ରପୁର…

ଧରିତ୍ରୀ ପ୍ରଭାବ: କେସିଙ୍ଗା ବ୍ଲକର ୮୦୧୯ ଚାଷୀଙ୍କଠାରୁ ଉଠିଲା ୩ ଲକ୍ଷ କୁଇଣ୍ଟାଲ ଧାନ

କେସିଙ୍ଗା, ୧୯ା୨ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବିଭିନ୍ନ ମଣ୍ଡିରୁ ଧାନ ଉଠୁ ନ ଥିବା ନେଇ ଗତ ୮ତାରିଖରେ  ଧରିତ୍ରୀରେ ଖବର ପ୍ରକାଶ…

ଥୁଆମୂଳ ରାମପୁର ବ୍ଲକରେ ମାଟ୍ରିକ ପରୀକ୍ଷା ଆରମ୍ଭ: ଅନୁପସ୍ଥିତ ରହିଲେ୨୯ ପରୀକ୍ଷାର୍ଥୀ…

ଥୁଆମୂଳ ରାମପୁର, ୧୯ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ୬ଟି ପରୀକ୍ଷା କେନ୍ଦ୍ରରେ ଗୁରୁବାରଠାରୁ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଶାନ୍ତିଶୃଙ୍ଖଳାର ସହ…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଭରସା କଲେ ନବୀନ: ସାନଖେମୁଣ୍ଡି ବ୍ଲକ ବିଜେଡ଼ି ସଭାପତି ହେଲେ…    

ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ବିଜେଡ଼ି ସଭାପତି ରୂପେ ଜିଲା ପରିଷଦ ସଦସ୍ୟ ଅମିନ ପ୍ରଧାନଙ୍କୁ ନିଯୁକ୍ତି ମିଳିଛି।ଜଣେ ଯୁବ ସଙ୍ଗଠକ ଭାବେ…

ନବୀନ ଦେଲେ ବଡ଼ ଦାୟିତ୍ୱ: ତାରକେଶ୍ୱର ବ୍ଲକ, ତାରା ପ୍ରସାଦ ହେଲେ ନଗର ବିଜେଡ଼ି ସଭାପତି

ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜେଡ଼ି ସଭାପତି ଭାବେ କେ. ତାରକେଶ୍ୱର ଦୋରାଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ଦିଗପହଣ୍ଡି ନଗର ବିଜେଡ଼ି ସଭାପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri