Posted inଫୁରସତ

କାଉଡ଼ିଆ ଯାତ୍ରା କେବେଠୁ ଆରମ୍ଭ ହୋଇଥିଲା ଜାଣନ୍ତୁ …

ଶ୍ରାବଣ ମାସ ଭଗବାନ ଶିବଙ୍କର ଅତି ପ୍ରିୟ । ଏହି ମାସରେ କାଉଡ଼ିଆ ଯାତ୍ରା ଅନୁଷ୍ଠିତ ହୋଇଥାଏ। ଏହି ଯାତ୍ରା ଶହ ଶହ ବର୍ଷ ଧରି ଚାଲିଆସୁଛି । ଏହି ଯାତ୍ରାର ଆରମ୍ଭ କେବେ ଓ କିଏ କରିଥିଲେ ସେ ନେଇ ପୁରାଣରେ ଅନେକ ବର୍ଣ୍ଣନା ରହିଛି। ସର୍ବପ୍ରଥମ କାଉଡିଆ ଭାବେ କେତେକ ଭଗବାନ ଶ୍ରୀରାମଙ୍କୁ କହିଥାନ୍ତି। ଶ୍ରୀରାମ ସୁଲତା ନଦୀରୁ ଜଳ ଉଠାଇ ବାବାଧାମରେ ଥିବା ଶିବଲିଙ୍ଗରେ ଜଳାଭିଷେକ କରିଥିଲେ ବୋଲି ପୁରାଣରେ ବର୍ଣ୍ଣନା ରହିଛି। ଭଗବାନ ଶିବଙ୍କ ପରମଭକ୍ତ ପର୍ଶୁରାମ ସର୍ବପ୍ରଥମେ ଏହି ଯାତ୍ରା ଆରମ୍ଭ କରିଥିଲେ ବୋଲି କେତେକ କହିଥାନ୍ତି। ଶ୍ରବଣ କୁମାର ଏହି ପରମ୍ପରା ଆରମ୍ଭ କରିଥିଲେ ବୋଲି ମଧ୍ୟ କିଛି ଲୋକେ ମତ ଦିଅନ୍ତି। ସେ ହରିଦ୍ୱାରରେ ନିଜ ଦୃଷ୍ଟିହୀନ ମାତାପିତାଙ୍କ ଗଙ୍ଗାସ୍ନାନ କରିବାର ଇଚ୍ଛା ପୂରଣ କରିବା ପାଇଁ ସେମାନଙ୍କୁ ଭାରରେ ବୋହି ଥିଲେ। ହରିଦ୍ୱାରରେ ମାତାପିତାଙ୍କୁ ଗଙ୍ଗାସ୍ନାନ କରାଇଥିଲେ । ପୁରାଣ ଅନୁସାରେ ଏହି ଯାତ୍ରାର ଆରମ୍ଭ ସମୁଦ୍ର ମନ୍ଥନ ସମୟରେ ହୋଇଥିଲା । ସମୁଦ୍ର ମନ୍ଥନ ସମୟରେ ବାହାରିଥିବା ହଳାହଳ ବିଷକୁ ପିଇବା ପରେ ଭଗବାନ ଶିବଙ୍କ କଣ୍ଠ ନୀଳ ହୋଇଯାଇଥିଲା । ସେ ପାଲଟି ଥିଲେ ନୀଳକଣ୍ଠ। ବିଷ ପ୍ରଭାବକୁ କମ୍‌ କରିବା ପାଇଁ ଦେବତାମାନେ ଶିବଙ୍କ ଶରୀରରେ ପବିତ୍ର ଓ ଶୀତଳ ଗଙ୍ଗାଜଳ ଚଢାଇଥିଲେ। ଏହାପରେ ଭଗବାନ ଶିବଙ୍କ ଅବସ୍ଥା ସ୍ବାଭାବିକ ହୋଇଥିଲା । ଏହି ପରମ୍ପରା ଅନୁସାରେ କାଉଡ଼ିଆମାନେ ହରିଦ୍ୱାରରୁ ଗଙ୍ଗାଜଳ ନେଇ ନୀଳକଣ୍ଠ ମହାଦେବଙ୍କ ଉପରେ ଚଢାଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେଉଁ ଗଛ ଲଗାଇବା

ପରିବେଶ ଉପରେ ବୃକ୍ଷହାନିର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର କେଉଁ ସ୍ଥାନ...

ଆଶା ନିରାଶାର ଖେଳ

ଆଶା ଭବିଷ୍ୟତର ସୂଚକ। ଆଶାର ଅନାଗତ ସ୍ବରୂପ ମଣିଷର ପରିକଳ୍ପନା ମାତ୍ର। ସେହି ଆଶାର ସାମୟିକ ଝଲକ ତାକୁ ବର୍ତ୍ତମାନର କର୍ମ ସମ୍ପାଦନ ପାଇଁ ଉତ୍ସାହିତ...

ଦାରିଙ୍ଗବାଡିରେ ଅସମ୍ଭାଳ ଜାଡ଼, ୨ ଦିନିଆ ଛୁଟି କାଟିବାକୁ ପର୍ଯ୍ୟଟକଙ୍କ ଭିଡ଼

ଦାରିଙ୍ଗବାଡି,୨୦।୧୨(ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡି୍‌ରେ ପୁଣି ଶନିବାର ଶୀତର ପ୍ରକୋପ ବୃଦ୍ଧି ପାଇଛି। ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ରହିଥିବା...

ବାହ୍ୟ ସୁରକ୍ଷାର ପୁନର୍ବିଚାର

ରାହୁଲ ରାସଗୋତ୍ରାଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଭାବରେ ପୋର୍ଟ ଲୁଇସ୍‌ (ମରିସସ୍‌ ରାଜଧାନୀ)କୁ ପଠାଇବା ଏକ ନିୟମିତ ଘୋଷଣା ନ ଥିଲା, ବରଂ ଥିଲା...

IND vs SA: ଅଷ୍ଟ୍ରେଲିଆର ରେକର୍ଡ ଭାଙ୍ଗିଲା ଇଣ୍ଡିଆ, ସିରିଜ ଜିତି କଲା ଐତିହାସିକ ରେକର୍ଡ

ନୂଆଦିଲ୍ଲୀ, ୨୦।୧୨: ଭାରତୀୟ ଦଳ ପଞ୍ଚମ ଟି-୨୦ରେ ଦକ୍ଷିଣ ଆଫ୍ରିକାକୁ ୩୦ରନରେ ପରାସ୍ତ କରି ୩-୧ସିରିଜ ବିଜୟ ହାସଲ କରିଛି । ହାର୍ଦ୍ଦିକ ପାଣ୍ଡ୍ୟା ଏବଂ...

ବିଶ୍ୱର ୨୦% ଦେଶ ଉପରେ ଯାତ୍ରା ପ୍ରତିବନ୍ଧକ ଲଗାଇଲେ ଟ୍ରମ୍ପ, ବୁଲିବାକୁ ଯାଉଥିଲେ…

ଓ୍ବାଶିଂଟନ୍‌,୨୦।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଆମେରିକାର ପ୍ରବାସନ ନୀତିକୁ କଡ଼ାକଡ଼ି କରିଛନ୍ତି। ନିକଟରେ ଟ୍ରମ୍ପ ପ୍ରଶାସନ ଆହୁରି ସାତଟି ଦେଶ ଏବଂ...

ପଡିଆରେ ଖୋଲାଖୋଲି ପ୍ରେମ କଲେ ହାର୍ଦ୍ଦିକ – ମାହିକା, ପାଣ୍ଡ୍ୟାଙ୍କ ଅର୍ଦ୍ଧଶତକ ପରେ କଲେ ଏମିତି, ଭାଇରାଲ ହେଲା…

ନୂଆଦିଲ୍ଲୀ, ୨୦।୧୨: ଆଜିକାଲି ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ପ୍ରେମ ପ୍ରକାଶ କରିବାର ଗୋଟିଏ ବି ସୁଯୋଗ ହାତଛଡ଼ା କରନ୍ତି ନାହିଁ। ଅହମ୍ମଦାବାଦରେ ଖେଳାଯାଇଥିବା ଭାରତ ଏବଂ...

ପ୍ରତିଦିନ ଓଡ଼ିଶାରୁ ଖଣି ଲୁଟୁଛନ୍ତି

ଭୁବନେଶ୍ୱର, ୨୦।୧୨(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ଓଡ଼ିଶାର ବିକାଶ ଲାଗି ପ୍ରସ୍ତୁତ କରୁଥିବା ଯୋଜନା ମଧ୍ୟରୁ ମୁଖ୍ୟତଃ ଖଣି ରାଜସ୍ବ ଉପରେ ସର୍ବାଧିକ ନିର୍ଭର କରିଥାଆନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri