କଷ୍ଟ୍ୟୁମ ଡିଜାଇନ୍‌ର ମୂଲ୍ୟ ଏବେ ଆଉ ନାହିଁ

ଫିଲ୍ମ ନିର୍ମାଣ ପୂର୍ବରୁ ଗୋଟିଏ ମିଳିତ ବୈଠକ ଡକାଯାଉଥିଲା। ପ୍ରଯୋଜକ, ନିର୍ଦ୍ଦେଶକଙ୍କ ସମେତ ବାକି ସମସ୍ତ ବିଭାଗର ଲୋକ ଉପସ୍ଥିତ ରହୁଥିଲେ। କେଉଁ ସ୍ଥାନରେ ଶୁଟିଂ ହେବ, କ’ଣ ପିନ୍ଧିଲେ ଭଲ ଦେଖାଯିବ ତାହା ଆଲୋଚନା ହେଉଥିଲା। ଶୁଟିଂର ମାସକ ପୂର୍ବରୁ ଆମେ ଚିନ୍ତାରେ ରହୁଥିଲୁ ଏହି ଫିଲ୍ମ ନିମନ୍ତେ କ’ଣ ସ୍ବତନ୍ତ୍ର ପୋଷାକ ତିଆରି କରିବୁ, ଯାହା ଏହି ଫିଲ୍ମରେ ମାର୍କେଟ ନେବ। ହେଲେ ଏବେ ସେମିତି କିଛି ନାହିଁ। ଦୁଇଦିନ ପରେ ଶୁଟିଂ ଥିବ, ଆଜି ଫୋନ କଲ ଆସୁଛି ପ୍ରସ୍ତୁତ ରୁହ ଶୁଟିଂ ପାଇଁ। ଶୁଟିଂ ଲୋକେଶନ ହଠାତ୍‌ ବଦଳାଇ ଦିଆଯାଉଛି। ସେମାନେ ଚିନ୍ତା କରୁ ବି ନାହାନ୍ତି, ଲୋକେଶନ ବଦଳିଗଲେ ତାହା ପୋଷାକ ଉପରେ ମଧ୍ୟ ପ୍ରଭାବ ପଡ଼େ। କେବଳ ପେଟ ପୋଷିବା ପାଇଁ ଏବେ ଏହି ରଙ୍ଗିନ ଦୁନିଆରେ ପୋଷାକ କାମ କରୁଛି। ନଚେତ୍‌ କଷ୍ଟ୍ୟୁମ ଡିଜାଇନ କିମ୍ବା ଡିଜାଇନରଙ୍କ ମୂଲ୍ୟ ଏବେ କିଛି ନାହିଁ କହିଲେ ଚଳେ। ଏହା ଚ୍ୟାଲେଞ୍ଜର ସହ କହିପାରିବି ଯେ, ସ୍ବପ୍ନ ସାଗର, ଯାହାକୁ ରଖିବେ ଅନନ୍ତ, ସହରୀ ବାଘ, ପୁଅ ମୋର କଳା ଠାକୁର କିମ୍ବା ଆସୁଛି ମୋ କାଳିଆ ସୁନା ଚଳଚ୍ଚିତ୍ରରେ ଯେଉଁଭଳି ଭାବେ କଷ୍ଟ୍ୟୁମ ଡିଜାଇନ କରାଯାଇଥିଲା ତାହା ବର୍ତ୍ତମାନ ସିନେ ଦୁନିଆରେ କାମ କରୁଥିବା ଆଗ ଧାଡ଼ିର ନିର୍ଦ୍ଦେଶକ କିମ୍ବା ପ୍ରଯୋଜକମାନଙ୍କ ଚିନ୍ତା କରିବାଠାରୁ ଊର୍ଦ୍ଧ୍ୱରେ। ଫିଲ୍ମ ହିଟ୍‌ କିମ୍ବା ଫ୍ଲପ୍‌ ହେବା ଦିଗରେ ପୋଷାକର ପ୍ରଭାବ ମଧ୍ୟ ରହିଥାଏ। ଏ କଥା କହିଛନ୍ତି ଓଡ଼ିଆ ଚଳଚ୍ଚିତ୍ର ଜଗତର ବର୍ଷୀୟାନ କଷ୍ଟ୍ୟୁମ ଡିଜାଇନର ନିର୍ମଳ ଦାଶ। ଏବେ ସୁଦ୍ଧା ପ୍ରାୟ ୩୦୦ ଚଳଚ୍ଚିତ୍ର ପାଇଁ ନିର୍ମଳ ପୋଷାକ ଦାୟିତ୍ୱ ତୁଲାଇ ସାରିଲେଣି। ୪୨ବର୍ଷର କ୍ୟାରିୟର ଭିତରେ ତିନିଥର ସେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି। ଏହି ରଜରେ ମୁକ୍ତିଲାଭ କରିଥିବା ତୁ ମୋ ଲଭଷ୍ଟୋରି-୨ରେ ମଧ୍ୟ ସେ ପୋଷାକ ଦାୟିତ୍ୱରେ ଥିଲେ।
କଳାଧଳା ଚଳଚ୍ଚିତ୍ର ଯାଯାବରରେ ସେ ସହକାରୀ କଷ୍ଟ୍ୟୁମ ଡିଜାଇନର ଭାବେ କାମ କରିବା ଆରମ୍ଭ କରିଥିଲେ। ମୁଖ୍ୟ ଦାୟିତ୍ୱରେ ଥାନ୍ତି ସନତ କୁମାର ଗାଙ୍ଗୁଲୀ। ହେଲେ ସନତ ଶୁଟିଂ ଅଧାରୁ କାମ କରିବେ ନାହିଁ ବୋଲି ମନା କରି ଦେଇଥିଲେ। ଫଳରେ ସବୁ ଦାୟିତ୍ୱ ନିର୍ମଳଙ୍କ କାନ୍ଧରେ ଦିଆଗଲା। ଏହା ହିଁ ତାଙ୍କ ପ୍ରଥମ ଫିଲ୍ମ। ନିର୍ମଳ କୁହନ୍ତି, ସେ ସମୟରେ ଗୋଟିଏ ଫିଲ୍ମ ନିର୍ମାଣ କରିବାକୁ ହେଲେ କ୍ୟାମେରା, ଲାଇଟ ଓ ସାଉଣ୍ଡ କଲିକତା, ବମ୍ବେ କିମ୍ବା ମାଡ୍ରାସରୁ ଆସୁଥିଲା। ପୋଷାକ ପାଇଁ ମଧ୍ୟ କଲିକତା ଉପରେ ନିର୍ଭର କରିବାକୁ ପଡ଼ୁଥିଲା। ତେଣୁ କଟକରେ ପୋଷାକ ତିଆରି କରି ଓଡ଼ିଆ ସିନେ ଜଗତରେ ଏକ ବିପ୍ଳବ ଅଣାଯାଇଥିଲା। ଫଳରେ କମ୍‌ ଖର୍ଚ୍ଚ ଓ କମ୍‌ ସମୟରେ ଗୋଟିଏ ଫିଲ୍ମ ପାଇଁ ପୋଷାକ ପ୍ରସ୍ତୁତ ସମ୍ଭବ ହୋଇଥିଲା। ଉତ୍ତରଦାୟୀ, ଦାମିନୀ, ତୁଳସୀ, ଅପା, ରାଣୀ ଭଳି ଅନେକ ଓଡ଼ିଆ ସିରିଏଲ ପାଇଁ ମଧ୍ୟ ସେ ପୋଷାକ ଦାୟିତ୍ୱ ତୁଲାଇଛନ୍ତି। ଭେଟେରାନ ମୁଭି ମେକର ବସନ୍ତ ନାୟକ ତାଙ୍କ ଚଳଚ୍ଚିତ୍ର ନାଗଫାଶଠାରୁ ଆରମ୍ଭ କରି ୧୪୩ ଆଇ ଲଭ ୟୁ ଚଳଚ୍ଚିତ୍ର ନିର୍ମାଣ ପର୍ଯ୍ୟନ୍ତ ସେ ସବୁବେଳେ ନିର୍ମଳଙ୍କୁ ହିଁ ଖୋଜିଛନ୍ତି। ୪୨ମୌଜା ବେଣ୍ଟକାରରେ ରହୁଥିବା ନିର୍ମଳ ଏବେ ବି ସିନେ ଦୁନିଆ ସହ ଜଡ଼ିତ। ତାଙ୍କ ପୁଅ ରାଜା ଦାଶ ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣେ ଯୁବ ନିର୍ଦ୍ଦେଶକ ଭାବେ ପରିଚିତ।
-ରିପୋର୍ଟ: କୁମାରଶ୍ରୀ ସାହୁ


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri