କଷଟି ପଥରରେ ସଂଘୀୟ ସହଯୋଗିତା

ନୂଆଦିଲ୍ଲୀ,୭ା୫: ମହାମାରୀ କରୋନାର ପ୍ରଭାବ ସାରା ବିଶ୍ୱରେ ଦେଖିବାକୁ ମିଳିଛି। ଅଦ୍ୟାବଧି ୧୧୨ ରାଷ୍ଟ୍ରରେ ଆତଙ୍କ ସୃଷ୍ଟି କରିଥିବା ଏହି ଘାତକ ଭୂତାଣୁ ୩.୫ ନିୟୁତ ଲୋକଙ୍କୁ ସଂକ୍ରମିତ କରିସାରିଲାଣି। ଆକ୍ରାନ୍ତଙ୍କ ମଧ୍ୟରୁ ୩୩% ଆମେରିକାର ହୋଇଥିବାବେଳେ ୟୁରୋପରେ ୪୨% ଓ ଏସିଆରେ ୧୬% ଏହି ଭାଇରସ୍‌ରେ ସଂକ୍ରମିତ ହୋଇଛନ୍ତି। ପର୍ଯ୍ୟାପ୍ତ ଯାଞ୍ଚ ବ୍ୟବସ୍ଥାର ଅଭାବକୁ ନେଇ ଚିନ୍ତା ବଢ଼ୁଥିବାବେଳେ ସାରା ବିଶ୍ୱର ୧% ଓ ଏସିଆର ପ୍ରାୟ ୭.୫% ଆକ୍ରାନ୍ତ ଭାରତରେ ଥିବା ଜଣାପଡ଼ିଛି। ଦେଶରେ ମୋଟ ସଂକ୍ରମିତଙ୍କ ମଧ୍ୟରୁ ୮୫% କେବଳ ୯ଟି ରାଜ୍ୟରେ ରହିଛନ୍ତି। ସେଗୁଡ଼ିକ ହେଲା ମହାରାଷ୍ଟ୍ର, ଗୁଜରାଟ, ରାଜସ୍ଥାନ, ଉତ୍ତର ପ୍ରଦେଶ (ୟୁପି), ମଧ୍ୟପ୍ରଦେଶ (ଏମ୍‌ପି), ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, ପଶ୍ଚିମବଙ୍ଗ ଓ କେନ୍ଦ୍ରଶାସିତ ଅଞ୍ଚଳ ଦିଲ୍ଲୀ। ଏହି ଭୂତାଣୁର ପ୍ରକୃତି, ସଂକ୍ରାମକତା, ଏଥିରୁ ମୁକ୍ତି ପାଇଁ ଚିକିତ୍ସା ଓ ଏହାର ମୁକାବିଲା ପାଇଁ ସମାଧାନ ସ୍ଥାନୀୟ ସ୍ତରରେ କରାଯିବା ଜରୁରୀ ହୋଇପଡ଼ିଛି। ଏଥିପାଇଁ ରାଜ୍ୟଗୁଡ଼ିକ ଏହି ସଙ୍କଟକୁ ଦୂର କରିବା ପାଇଁ ନିଜ ନିଜ ସ୍ତରରେ ଉପାୟ ଆପଣାଇବା ବିଧେୟ। ସ୍ବାସ୍ଥ୍ୟସେବା ମଧ୍ୟ ରାଜ୍ୟ ସରକାରଙ୍କ ଅଧୀନ। ତେବେ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଅନୁସାରେ ପ୍ରଥମ ୨୧ ଦିନିଆ ଲକ୍‌ଡାଉନ୍‌ ଜାରି ବେଳେ ସେମାନଙ୍କ ସହ ବିଶେଷ ଭାବେ ବିଚାରବିମର୍ଶ କରାଯାଇ ନ ଥିଲା। କେବଳ ମାର୍ଚ୍ଚ ୧୯ରେ ଦିନିକିଆ ‘ଜନତା କର୍ଫ୍ୟୁ’ ପାଇଁ ଘୋଷଣା ବେଳେ ଲକ୍‌ଡାଉନ୍‌ ସମ୍ପର୍କରେ ସଙ୍କେତ ଦିଆଯାଇଥିଲା। ଏହି ପରିପ୍ରେକ୍ଷୀରେ କେନ୍ଦ୍ର-ରାଜ୍ୟ ସମ୍ପର୍କକୁ ନେଇ ପ୍ରଶ୍ନ ଉଠିଛି।
କେନ୍ଦ୍ର-ରାଜ୍ୟ ମଧ୍ୟରେ ଏକ ସନ୍ତୁଳିତ ସମ୍ପର୍କ ପ୍ରତିଷ୍ଠା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାର୍ଲାମେଣ୍ଟରେ ନିଜ ପ୍ରଥମ ଭାଷଣରେ ଆବେଗପୂର୍ଣ୍ଣ ଭାବେ କହିଥିଲେ। ତାଙ୍କର ସେହି ପ୍ରତିଶ୍ରୁତି ଓ ସଂଘୀୟ ସହଯୋଗିତା ପାଇଁ ପ୍ରତିଶ୍ରୁତିବଦ୍ଧତା ଏବେ ସମସ୍ୟା ଭିତରେ ଫସିଯାଇଛି। ବିଶେଷକରି ଅର୍ଥନୈତିକ କାର୍ଯ୍ୟକଳାପକୁ ପୁଣିଥରେ ସ୍ବାଭାବିକ କରିବା ସହ କରୋନା ମୁକାବିଲା ପରିପ୍ରେକ୍ଷୀରେ ଏହା ଜଳଜଳ ହୋଇ ଦେଖାଯାଉଛି।
ଦାଦନ ଶ୍ରମିକ, ଆର୍ଥିକ ଗତିବିଧି ଓ ସ୍ବାୟତ୍ତତାର ଆହ୍ବାନ
ଏକ ନୂଆ ଗାଇଡ୍‌ଲାଇନ୍‌ ସହ ମେ ୧୭ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଅବଧି ବୃଦ୍ଧି ନେଇ ଘୋଷଣା ମହାମାରୀର ଅର୍ଥନୈତିକ ଓ ସାମାଜିକ ପ୍ରଭାବକୁ ଦୂର କରିବାରେ ସରକାରୀ ବିଫଳତାକୁ ସୂଚାଏ। ବିଶେଷକରି ୨୦୧୭-୧୮ରେ ଭାରତର ମୋଟ ରାଜ୍ୟ ଘରୋଇ ଉତ୍ପାଦ (ଜିଏସ୍‌ଡିପି)ର ୬୬% ଅବଦାନ ଉପରୋକ୍ତ ରାଜ୍ୟଗୁଡ଼ିକର ରହିଥିଲା। ଏବେ ଏହି ରାଜ୍ୟଗୁଡ଼ିକରେ ଦେଶର ୮୦% ରେଡ୍‌ ଜୋନ୍‌ ଓ ୫୮% ଅରେଞ୍ଜ ଜୋନ୍‌ ରହିଛି। ଦ୍ୱିତୀୟ ଲକ୍‌ଡାଉନ୍‌ର ମାର୍ଗଦର୍ଶିକା ସାଜିଥିବା ଗାଇଡ୍‌ଲାଇନ୍‌ ଉପରେ ଦାଦନ ଶ୍ରମିକଙ୍କ ସମେତ ସାଧାରଣ ଜନତାଙ୍କ କ୍ଷୋଭ ଦେଖିବାକୁ ମିଳିଥିଲା। ଏହା ପରେ ଏପ୍ରିଲ ୨୯ ଓ ମେ ୧ରେ ଜାରି ନିର୍ଦ୍ଦେଶାବଳୀକୁ ଅପେକ୍ଷାକୃତ ସହଜ କରାଯାଇଛି। ଏଥିରେ ଦାଦନ ଶ୍ରମିକ, ଛାତ୍ରୀଛାତ୍ର ଓ ଯାତ୍ରୀଙ୍କ ଗତିବିଧି ଉପରେ କଟକଣାକୁ କୋହଳ କରାଯାଇଛି। ଫସିରହିଥିବା ଲୋକଙ୍କୁ ସେମାନଙ୍କ ସହରକୁ ଫେରିବା ପାଇଁ ଏହାକୁ ଏକ ସୁଯୋଗ ଭାବେ ଦେଖାଯାଉଛି।
ଶ୍ରମିକମାନେ ନିଜ ଗାଁ ଓ ସହରକୁ ଫେରିବା ପରେ ଆଗକୁ ଭାଇରସ୍‌ ସଂକ୍ରମଣ ବଢ଼ିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ପୂର୍ବରୁ ଆର୍ଥିକ ଓ ସ୍ବାସ୍ଥ୍ୟ ସେବା ଅଭାବ ସହ ଯୁଝୁଥିବା ୟୁପି, ବିହାର, ଝାଡ଼ଖଣ୍ଡ ଓ ଛତିଶଗଡ଼କୁ ଏହି ରାଜ୍ୟଗୁଡ଼ିକର ଦାଦନ ଶ୍ରମିକମାନଙ୍କ ପ୍ରବେଶ ଫଳରେ ସ୍ଥିତି ଅଧିକ ଜଟିଳ ହେବ। ଝାଡ଼ଖଣ୍ଡର ଶ୍ରମିକମାନଙ୍କୁ ନିଜ ନିଜ ସହରକୁ ଫେରିବାକୁ ଅନୁମତି ଦିଆଗଲେ ଏହି ବର୍ଗର ଜନସଂଖ୍ୟା ୭-୮ ଲକ୍ଷ ବୃଦ୍ଧି ପାଇବ। ଏହା ରାଜ୍ୟର ସମସ୍ୟାଗୁଡ଼ିକୁ ବହୁଗୁଣିତ କରିବ ବୋଲି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଚିନ୍ତିତ ଥିବା କୁହାଯାଉଛି।
ସେହିପରି ଲକ୍‌ଡାଉନ୍‌ ଯୋଗୁ ଲୋକେ ଘରେ ଆବଦ୍ଧ ହୋଇ ରହୁଥିବାରୁ ଭାରତରେ ଘରୋଇ ଉପଭୋକ୍ତା ବ୍ୟୟ ହ୍ରାସ ପାଇଛି। ଗ୍ରାମାଞ୍ଚଳରେ ମାସିକ ମୁଣ୍ଡପିଛା ବ୍ୟୟ ୨୦୧୧-୧୨ ଓ ୨୦୧୭-୧୮ରେ ୮.୮% ହ୍ରାସ ପାଇଥିବାବେଳେ ଖାଦ୍ୟ ଉପରେ ଗ୍ରାମାଞ୍ଚଳ ମାସିକ ଖର୍ଚ୍ଚ ୧୦% କମିଥିଲା। ଏହି ଦୁଇ କ୍ଷେତ୍ରରେ ଗରିବ ରାଜ୍ୟଗୁଡ଼ିକରେ ସ୍ଥିତି ଆହୁରି ଖରାପ ହେବ ବୋଲି ଏ ସମ୍ପର୍କିତ ସର୍ଭେରୁ ଜଣାପଡ଼ିଛି। ଦ୍ୱିତୀୟରେ କଟକଣା ହଟାଯିବା ପରେ ଶ୍ରମିକମାନେ ନିଜ ଭିଟାମାଟିକୁ ଚାଲିଯାଉଥିବାରୁ ଶ୍ରମଶକ୍ତିର ଘୋର ଅଭାବ ଦେଖାଦେଇଛି। ଏଥିଯୋଗୁ କୃଷି, ଶିଳ୍ପ ଓ ନିର୍ମାଣ କାର୍ଯ୍ୟରେ ନିରନ୍ତରତା ବହୁଳ ଭାବେ ପ୍ରଭାବିତ ହେବ। ଏହି ପରିପ୍ରେକ୍ଷୀରେ ରାଜ୍ୟ ଭିତରେ ଓ ବାହାରେ ଶସ୍ୟ ଅମଳ, କିଣିବା ଓ ପରିବହନ ପାଇଁ ଆବଶ୍ୟକ ସ୍ବାୟତ୍ତତାକୁ ସଦ୍ୟ ଗାଇଡ୍‌ଲାଇନ୍‌ ସହାୟକ ହେବ। ଅନ୍ୟପକ୍ଷରେ ରାଜ୍ୟଗୁଡ଼ିକ ଦାଦନ ଶ୍ରମିକଙ୍କ ଜରୁରୀ ଆବଶ୍ୟକତା ପୂରଣ ପାଇଁ ପଦକ୍ଷେପ ନେଇପାରି ନାହାନ୍ତି। ଷ୍ଟ୍ରାଣ୍ଡେଡ୍‌ ଓ୍ବାର୍କର୍ସ ଆକ୍ସନ ନେଟ୍‌ଓ୍ବର୍କ ପକ୍ଷରୁ ମିଳିଥବା ସୂଚନାନୁସାରେ ଦେଶର ୯୬% ଶ୍ରମିକ ସରକାରଙ୍କଠାରୁ ରାଶନ ସାମଗ୍ରୀ ପାଇନାହାନ୍ତି।
ରାଜ୍ୟର ରାଜସ୍ବ ଓ ସଂଘବାଦ ପାଇଁ ସମାଧାନ
ବଳବତ୍ତର ଥିବା ନିୟମ କରୋନା ସଂକ୍ରମଣର ମୁକାବିଲା ପାଇଁ ରାଜ୍ୟଗୁଡ଼ିକର ପ୍ରୟାସକୁ ବିପଦରେ ପକାଇବା ଭଳି ମନେହେଉଛି। ପିଏମ୍‌-କେୟାର୍ସ ରିଲିଫ୍‌ ଫଣ୍ଡ୍‌କୁ ନେଇ କେନ୍ଦ୍ର ସରକାରଙ୍କୁ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି। ଏହି ପାଣ୍ଠିକୁ କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌) ଅବଦାନ ଅଧୀନରେ ଖର୍ଚ୍ଚର ମାର୍ଗ ଭାବେ ବ୍ୟବହାର କରାଯିବା ଦୁର୍ଭାଗ୍ୟଜନକ ବୋଲି କୁହାଯାଉଛି। ତେବେ ‘ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡ୍‌’ ବା ‘କୋଭିଡ୍‌-୧୯ ପାଇଁ ରାଜ୍ୟ ରିଲିଫ୍‌ ଫଣ୍ଡ୍‌’ ସିଏସ୍‌ଆର୍‌ ବ୍ୟୟ ପାଇଁ ଯୋଗ୍ୟ ବିବେଚିତ ହୋଇନାହିଁ। ପୂର୍ବରୁ ଏହାର ଔଚିତ୍ୟକୁ ନେଇ ପ୍ରଶ୍ନ ଉଠିବା ପରେ ଉପା-୨ ସରକାର ଏକ ସଂଶୋଧନ ଆଣିଥିଲେ। ରାଜନୈତିକ ଇଚ୍ଛାଶକ୍ତି ଥିଲେ ଏକ ଅଧ୍ୟାଦେଶ ବଳରେ ଏବେ ଆଇନରେ ସଂଶେଧନ ଅଣାଯାଇପାରିବ, ଯଦ୍ଦ୍ବାରା ରାଜ୍ୟଗୁଡ଼ିକ ମଧ୍ୟ ସିଏସ୍‌ଆର୍‌ ଫଣ୍ଡ୍‌ ଗ୍ରହଣ କରିପାରିବେ।
ସେହିପରି ଲକ୍‌ଡାଉନ୍‌ ଯୋଗୁ ଆର୍ଥିକ ଗତିବିଧି ସଙ୍କୁଚିତ ହେବା ସହ ଜିଏସ୍‌ଟି ଅଂଶଧନ ତଥା ଅନ୍ୟ ବକେୟା ରାଶି ମିଳିବାରେ ବିଳମ୍ବ ହେଉଛି। ଏଥିଯୋଗୁ କେରଳ ଓ ରାଜସ୍ଥାନ ସରକାର ସେମାନଙ୍କ ୧୫ ବର୍ଷର ବଣ୍ଡ୍‌ଗୁଡ଼ିକୁ ବିକ୍ରି କରିଦେଲେଣି। ଗୁଜରାଟ ଓ ମହାରାଷ୍ଟ୍ର ଭଳି ଆଉ କେତେକ ରାଜ୍ୟ ସରକାରଙ୍କ (ଆୟ ପାଇଁ ବଡ଼ ଅବଦାନ ଭାବେ ବିବେଚିତ) ଷ୍ଟାମ୍ପ୍‌ ଡ୍ୟୁଟି ରାଜସ୍ବରେ ୪୦% ପର୍ଯ୍ୟନ୍ତ ହ୍ରାସ ପାଇଛି। ତୃତୀୟତଃ ୨୦୧୯-୨୦ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୧,୪୮୭ କୋଟି ଟଙ୍କା ଏମ୍‌ପିଲାଡ୍‌ ପ୍ରଦାନ କରାଯାଇଥିଲା, ଯାହାକି ରାଜ୍ୟଗୁଡ଼ିକର ପ୍ରାପ୍ୟର ମାତ୍ର ୫୫%। ଏମ୍‌ପିଲାଡ୍‌କୁ ବନ୍ଦ କରି ସେହି ପାଣ୍ଠିକୁ ଭାରତର କନ୍‌ସୋଲିଡେଟେଡ୍‌ ଫଣ୍ଡକୁ ସ୍ଥାନାନ୍ତର କରିବା ସଂଘୀୟ ବ୍ୟବସ୍ଥାର ବିରୋଧୀ। କାରଣ ଏହି ପଦକ୍ଷେପ ରାଜ୍ୟର ସ୍ବାୟତ୍ତତାକୁ ସୀମିତ କରିବା ସହ ଏମ୍‌ପିମାନଙ୍କ ଦ୍ୱାରା ସ୍ଥାନୀୟ ସ୍ତରରେ ସମାଧାନର ବାଟକୁ ବନ୍ଦ କରିଦେଇଛି। ଏଭଳି ସମୟରେ କରୋନା ଭାଇରସ୍‌ର ମୁକାବିଲା ଲାଗି ବର୍ତ୍ତମାନର ରଣନୀତି ସଂଘୀୟ ସହଯୋଗିତାକୁ ପ୍ରାଧାନ୍ୟ ଦେଇଆସୁଥିବା ସମ୍ବିଧାନର ବିରୁଦ୍ଧାଚରଣ ବୋଲି ବିଶ୍ଳେଷକମାନେ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

LPGରୁ UPI ଯାଏ…ଆଜିଠୁ ୫ବଡ଼ ପରିବର୍ତ୍ତନ, ସାଧାରଣ ଲୋକଙ୍କୁ ଲାଗିବ ଝଟ୍‌କା!

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ ପରିବର୍ତ୍ତନ ହୋଇଛି, ଯାହା...

ନୂଆବର୍ଷରେ ମହଙ୍ଗା ମାଡ, ୨୮ମାସରେ ସବୁଠାରୁ ଅଧିକ ବଢିଲା ଗ୍ୟାସ ସିଲିଣ୍ଡର ଦର

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ଏକ ବଡ଼ ଝଟକା ସହିତ ଆରମ୍ଭ ହୋଇଛି। ଏହି ଝଟକା ହେଉଛି ମୁଦ୍ରାସ୍ଫୀତି। ସରକାର ପାଇପ ପ୍ରାକୃତିକ ରନ୍ଧନ ଗ୍ୟାସର ମୂଲ୍ୟ...

ଏଇ ଭାରତରେ

ଦିଲ୍ଲୀର ଦୁଇଭାଇ ବିହାନ ଓ ନାଭ ଅଗ୍ରଓ୍ୱାଲ ବର୍ଜ୍ୟ ରିସାଇକେଲିଂ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ୧୪ଟି ସହରରେ ୧ ମିଲିୟନ(୧୦ ଲକ୍ଷ) କେ.ଜି...

ନୂଆବର୍ଷରେ ଭାରତକୁ ଶୁଭେଚ୍ଛା ନୁହେଁ, ଧମକ ଦେଲା ପାକିସ୍ତାନ: ମୁନିର କହିଦେଲେ…

ଇସଲାମାବାଦ୍‌,୧।୧: ନୂତନ ବର୍ଷ ଆରମ୍ଭରେ ପାକିସ୍ତାନ ପୁଣି ଥରେ ଆକ୍ରମଣାତ୍ମକ ମନୋଭାବ ପ୍ରଦର୍ଶନ କରିଛି। ଭାରତର ନାଁ ନ ନେଇ ପାକିସ୍ତାନର ସେନା ମୁଖ୍ୟ ଜେନେରାଲ...

ବିଶ୍ୱ ଓ ବର୍ଷାନ୍ତର

ଳର ଅନ୍ୟନାମ ସମୟ। ଅନନ୍ତ ସମୟର ଅସରନ୍ତି ଯାତ୍ରାରେ ଗୋଟିଏ ବର୍ଷ ବିତିବା ଓ ଆଉ ଗୋଟିଏ ବର୍ଷ ଆସିବା ଏକ ଚିରନ୍ତନ ପ୍ରକ୍ରିୟା। ଏହା...

ଘେଁସ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ରେ ସାମିଲ: ୧୫ କୋଟି ବିନିଯୋଗରେ …

ମଥୁରାନଗରୀ/ ସୋହେଲା,୧ା୧(ପ୍ରେମାନନ୍ଦ ଖମାରୀ/ଅଶ୍ୱିନୀ କୁମାର ପାତ୍ର):ବରଗଡ଼ ଜିଲା ଘେଁସଠାରେ ବୁଧବାର ରାଜ୍ୟସ୍ତରୀୟ ବୀରତା ଦିବସ ଏବଂ ଶହୀଦ ମାଧୋ ସିଂହଙ୍କ ସ୍ମୃତି ସମାରୋହ ଆୟୋଜନ ହୋଇଥିଲା।...

ଭାରତୀୟ ସଂସ୍କୃତିରେ ପରିବର୍ତ୍ତନ

ଆକ୍ରମଣ ଏବଂ ଦେଶାନ୍ତର ଗମନ ମଧ୍ୟରେ ପାର୍ଥକ୍ୟ ରହିଛି। ସାଧାରଣତଃ କୌଣସି ଦେଶ ଉପରେ ଆକ୍ରମଣକରି ଆକ୍ରମଣକାରୀ ସେଠାରୁ ଧନ ଲୁଟିନିଏ ଏବଂ ଲୋକଙ୍କୁ ତାହାର...

ବଜାରରେ ମିଳୁଛି ନକଲି ଶାଗୁଦାନା: ହୋଇଯାନ୍ତୁ ସାବଧାନ

ନୂଆପଡ଼ା,୧ା୧ (ମକାରୁ ବେମାଲ):ନୂଆପଡ଼ା ସହରରେ ପ୍ଲାଷ୍ଟିକ ଶାଗୁଦାନା ବିକ୍ରୟ ହେଉଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ଟାନୱାଟ ପଞ୍ଚାୟତ ଝିଲମିଲା ଗାଁର ଜ୍ୟୋତିର୍ମୟ ପୁହାଣ ନୂଆପଡ଼ା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri