Posted inଜାତୀୟ

କଶ୍ମୀରରେ ପଶିଛନ୍ତି ପାକିସ୍ତାନୀ ଆତଙ୍କବାଦୀ: ଟାର୍ଗେଟରେ ଅମରନାଥ ଯାତ୍ରୀ

ଶ୍ରୀନଗର,୩ା୮(ପି.ଟି./ ଆଇଏଏନ୍‌ଏସ୍‌): ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ରୁ ଜୈଶ୍‌-ଇ-ମହମ୍ମଦ (ଜେଇଏମ୍‌) ସମେତ ଆଉ କେତେକ ସଙ୍ଗଠନର ଆତଙ୍କବାଦୀମାନେ ଉପତ୍ୟକାରେ ଅନୁପ୍ରବେଶ କରିଛନ୍ତି। ଜୁଲାଇ ଶେଷ ସପ୍ତାହରେ ୫ ସଶସ୍ତ୍ର ଆତଙ୍କବାଦୀ ନିୟନ୍ତ୍ରଣରେଖା (ଏଲ୍‌ଓସି) ଅତିକ୍ରମ କରି ଜମ୍ମୁ-କଶ୍ମୀରରେ ବୁଲୁଛନ୍ତି। ପାକିସ୍ତାନରେ ଉଚ୍ଚ ତାଲିମ୍‌ପ୍ରାପ୍ତ ଏହି ଆତଙ୍କବାଦୀମାନେ ଅମରନାଥ ଯାତ୍ରୀ ଓ ସୁରକ୍ଷା ଦାୟିତ୍ୱରେ ଥିବା ଯବାନମାନଙ୍କୁ ଆକ୍ରମଣ କରିପାରନ୍ତି ବୋଲି ଗୋଇନ୍ଦା ସୂଚନା ମିଳିବା ପରେ ଉପତ୍ୟକାରେ ହାଇଆଲର୍ଟ ଜାରି କରାଯାଇଛି। ସେହିପରି ଅମରନାଥ ରାସ୍ତାରେ ପାକିସ୍ତାନ ନିର୍ମିତ ମାଇନ୍‌ ଓ ଅସ୍ତ୍ରଶସ୍ତ୍ର ମିଳିବା ପରେ ଶୁକ୍ରବାର ତୁରନ୍ତ ଫେରିଆସିବା ପାଇଁ ଯାତ୍ରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
୧୪ ପୁଲଓ୍ବାମା ଆକ୍ରମଣରେ ୫୦ ସିଆର୍‌ପିଏଫ୍‌ ଯବାନଙ୍କ ଜୀବନ ନେଇଥିବା ଜେଇଏମ୍‌ ଜମ୍ମୁ-କଶ୍ମୀରରେ ପୁଣି ଏକ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ ଘଟାଇବା ପାଇଁ ପ୍ରସ୍ତୁତ ହେଉଛି। ଏହିକ୍ରମରେ ଶୁକ୍ରବାର ସକାଳେ ପୁଲଓ୍ବାମାର ଜାହିଦ୍‌ବାଗ୍‌ରେ ୫୫ ରାଷ୍ଟ୍ରୀୟ ରାଇଫଲ୍ସର ଏକ ଗାଡ଼ିକୁ ଆତଙ୍କବାଦୀ ଟାର୍ଗେଟ କରିଥିଲେ। ସେମାନେ ବିକଶିତ ବିସ୍ଫୋରକ ଉପକରଣ (ଆଇଇଡି) ବିସ୍ଫୋରଣ କରିଥିଲେ। ହେଲେ ଏଥିରେ କେହି ମୃତାହତ ହୋଇନାହାନ୍ତି। ସେପଟେ ଅମରନାଥର ପବିତ୍ର ଗୁମ୍ଫାକୁ ଯାଇଥିବା ବାଟାଲ ଓ ପହଲଗାମ୍‌ ରାସ୍ତାରେ ତଲାସି ବେଳେ ପାକିସ୍ତାନ ନିର୍ମିତ ମାଇନ୍‌ ଓ ବିପୁଳ ଅସ୍ତ୍ରଶସ୍ତ୍ର ଠାବ ହୋଇଛି। ପାକିସ୍ତାନୀ ସେନା ସହାୟତାରେ ଆତଙ୍କବାଦୀମାନେ ଯାତ୍ରୀଙ୍କୁ ଆକ୍ରମଣ ପାଇଁ ପ୍ରସ୍ତୁତ ହୋଇ ରହିଥିବା ନେଇ ବିଗତ ୩ରୁ ୪ ଦିନ ମଧ୍ୟରେ ନିର୍ଦ୍ଦିଷ୍ଟ ଭାବେ ସୂଚନା ମିଳିଛି। କେତେକ ଆଇଇଡିକୁ ନିଷ୍କ୍ରିୟ କରାଯାଇଛି। ସେହିପରି ଗୋଟିଏ ଆମେରିକୀୟ ଏମ୍‌-୨୪ ସ୍ନାଇପର ରାଇଫଲ ଓ ପାକିସ୍ତାନ ଗୋଳାବରୁଦ କାରଖାନାରେ ନିର୍ମିତ ମାଇନ୍‌ ମଧ୍ୟ ମିଳିଥିବା ସେନାର ୧୫ କର୍ପ ଲ୍ୟୁଟ୍‌ନାଣ୍ଟ ଜେନେରାଲ କେ.ଜେ.ଏସ୍‌. ଢିଲୋଁ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି। ଯାତ୍ରୀ ଓ ପର୍ଯ୍ୟଟକମାନଙ୍କ ଉପରେ କୌଣସି ପ୍ରକାର ଆକ୍ରମଣକୁ ଏଡ଼ାଇବା ଲାଗି ସେମାନଙ୍କୁ ତୁରନ୍ତ ଫେରିଆସିବା ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଯାତ୍ରୀମାନେ ଯଥାଶୀଘ୍ର ସମ୍ଭବ ଫେରିଆସନ୍ତୁ ବୋଲି ପ୍ରଧାନ ସଚିବ (ଗୃହ) ଏକ ସୁରକ୍ଷା ନିର୍ଦ୍ଦେଶନାମା ଜାରି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

୧୬ ନଂ ଜାତୀୟ ରାଜପଥରେ ଜଳିଗଲା ହାଇୱା, ହୁତୁହୁତୁ….

ଭଦ୍ରକ,୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ନଳାଙ୍ଗ ନିକଟରେ ହୁତୁହୁତୁ ହୋଇ ଜଳିଲା ହାଇଓ୍ବା । ଏକ ହାଇୱା ଗୁରୁବାର ମଧ୍ୟାହ୍ନରେ ହୁତୁହୁତୁ ହୋଇ…

ଭୟରେ ଏମିତି କାମ କରିଦେଲେ ଅକ୍ଷୟ କୁମାର

ବହୁପ୍ରତୀକ୍ଷିତ ହରର କମେଡି ‘ଭୂତ ବଙ୍ଗଳା’ ଖୁବ୍‌ଶୀଘ୍ର ପରଦାକୁ ଆସିବ। ଦର୍ଶକ ମଧ୍ୟ ଫିଲ୍ମକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି। ‘ଭୂତ ବଙ୍ଗଳା’ର ଟିଜର ସାଉଁଟିଛି ଚର୍ଚ୍ଚା।…

ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ଠାକୁରଙ୍କ ନୌବିହାର ପାଇଁ ଆସିଲା ଡ଼ଙ୍ଗା

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ…

ମୁହାଁମୁହିଁ ଧକ୍କା ହୋଇ ଓଲଟିପଡିଲା ଅଟୋ, ଦୁଇ ଯାତ୍ରୀ….

ନନ୍ଦପୁର,୨।୪(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ହାଣ୍ଡିପୁଟ ସଂଯୋଗୀ ଏମଡିଆର ୫୫ ରାସ୍ତାର ହିକିମପୁଟ-ମାରଡା ଛକ ମଧ୍ୟରେ ଗୁରୁବାର ସକାଳେ ଏପି୩୯ ଟିଏମ ୦୦୬୫ ଓ ଓଡ଼ି ୧୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri