କଶ୍ମୀରକୁ ୟୁଏନ୍‌ଏସ୍‌ସିକୁ ଟାଣିଲା ପାକିସ୍ତାନ: ଜାତିସଂଘରେ ରୁଦ୍ଧଦ୍ୱାର ବୈଠକ

ଜାତିସଂଘ,୧୭ା୮,(ପି.ଟି./ଆଇଏଏନ୍‌ଏସ୍‌): କଶ୍ମୀର ସମ୍ପର୍କିତ ଭାରତର ନିଷ୍ପତ୍ତିକୁ ପାକିସ୍ତାନର ସବୁଦିନିଆ ବନ୍ଧୁ ଚାଇନା ଜାତିସଂଘରେ ଚ୍ୟାଲେଞ୍ଜ କରିଛି। ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦ ହଟାଇବା ଓ ରାଜ୍ୟକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିବା ପାଇଁ ଅଗଷ୍ଟ ୫ର ପଦକ୍ଷେପକୁ ନେଇ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ରେ ଆଲୋଚନା ପାଇଁ ଇସ୍‌ଲାମାବାଦ ଚାଇନାକୁ ଗୁହାରି କରିଥିଲା। ଚାଇନାର ଅନୁରୋଧକ୍ରମେ ଶୁକ୍ରବାର ରାତି ୭ଟା ୩୦ରେ ୟୁଏନ୍‌ଏସ୍‌ସିର ସିକ୍ୟୁରିଟି କାଉନ୍‌ସିଲ୍‌ କନ୍‌ସଲ୍‌ଟେଶନ ରୁମ୍‌ରେ ରୁଦ୍ଧଦ୍ୱାର ବୈଠକ ଅନୁଷ୍ଠିତ ହୋଇଛି।
ଉଚ୍ଛେଦକୁ ଭାରତ ଏହାର ଆଭ୍ୟନ୍ତରୀଣ ବ୍ୟାପାର ବୋଲି ଦର୍ଶାଉଛି, ଯାହାକୁ ରୁଷିଆ ସମେତ ଅନେକ ରାଷ୍ଟ୍ରର ସମର୍ଥନ ମିଳିଛି। ବୈଠକରେ ଯୋଗଦେବା ପୂର୍ବରୁ ଜାତିସଂଘରେ ରୁଷିଆର ସ୍ଥାୟୀ ପ୍ରତିନିଧି ଡିମିଟ୍ରି ପୋଲିୟାନ୍‌ସ୍କି ମସ୍କୋର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, ଏହା ଭାରତ-ପାକିସ୍ତାନ ମଧ୍ୟରେ ଏକ ଦ୍ୱିପାକ୍ଷିକ ପ୍ରସଙ୍ଗ। ଦୁଇଦେଶ ମଧ୍ୟରେ ଉତ୍ତେଜନା ହ୍ରାସ ପାଇବା ଆବଶ୍ୟକ ବୋଲି ଆମେ ଚାହୁଁ। ସେହିପରି ଜାତିସଂଘର ଜଣେ କୂଟନୀତିଜ୍ଞ କହିଛନ୍ତି, ସୁରକ୍ଷା ପରିଷଦରେ ‘ଇଣ୍ଡିଆ ପାକିସ୍ତାନ କ୍ୱେଶ୍ଚିନ’ ନେଇ ଆଲୋଚନା ପାଇଁ କାର୍ଯ୍ୟସୂଚୀ ରହିଛି। ଅଗଷ୍ଟ ମାସ ପାଇଁ ପୋଲାଣ୍ଡ ସୁରକ୍ଷା ପରିଷଦର ଅଧ୍ୟକ୍ଷ ରହିଛି। ଏହାର ଅଧ୍ୟକ୍ଷ ଜୋଆନ୍ନା ରୋନେକାଙ୍କ ନିକଟକୁ ଆଲୋଚନା ପାଇଁ ପାକିସ୍ତାନ ଚିଠି ଲେଖିଥିଲା। ମିଳିଥିବା ସୂଚନାନୁସାରେ ୟୁଏନ୍‌ଏସ୍‌ସିରେ ଅନୌପଚାରିକ ଆଲୋଚନା ହୋଇଥିବାରୁ ବୈଠକର ନିଷ୍କର୍ଷ ନେଇ ଆନୁଷ୍ଠାନିକ ଭାବେ ଘୋଷଣା କରାଯିବ ନାହିଁ। କେବଳ ୫ ସ୍ଥାୟୀ ଓ ୧୦ ଅସ୍ଥାୟୀ ସଦସ୍ୟ ରାଷ୍ଟ୍ରଙ୍କୁ ନେଇ ବୈଠକ ହୋଇଛି। ସ୍ଥାୟୀ ସଦସ୍ୟ ରାଷ୍ଟ୍ର ହେଲେ ଚାଇନା, ଫ୍ରାନ୍ସ, ରୁଷିଆ, ବ୍ରିଟେନ ଓ ଆମେରିକା। ସେହିପରି ୧୦ ଅସ୍ଥାୟୀ ସଦସ୍ୟଙ୍କ ମଧ୍ୟରେ ରହିଛନ୍ତି ବେଲ୍‌ଜିଅମ୍‌, କୋଟେ ଡି’ଆଇଭରି, ଡୋମିନିକାନ୍‌ ରିପବ୍ଲିକ୍‌, ଇକ୍ୱେଟୋରିଆଲ ଗିନି, ଜର୍ମାନୀ, ଇଣ୍ଡୋନେସିଆ, କୁଏଟ୍‌, ପେରୁ, ପୋଲାଣ୍ଡ ଓ ଦକ୍ଷିଣ ଆଫ୍ରିକା। ଏହି ବୈଠକରେ ପାକିସ୍ତାନ ଯୋଗଦେବା ପାଇଁ ଅନୁରୋଧ କରିଥିଲା, ଯାହାକି ପ୍ରତ୍ୟାଖ୍ୟାନ ହୋଇଛି। ଭାରତ ମଧ୍ୟ ବୈଠକରେ ଯୋଗଦେଇନାହିଁ। ୟୁଏନ୍‌ଏସ୍‌ସିର ସ୍ଥାୟୀ ସଦସ୍ୟ ଓ ପାକିସ୍ତାନର ଘନିଷ୍ଠ ସହଯୋଗୀ ଚାଇନା ରୁଦ୍ଧଦ୍ୱାର ବୈଠକ ପାଇଁ ପରିଷଦକୁ ଅନୁରୋଧ କରିଥିଲା। ୫୪ ବର୍ଷ ମଧ୍ୟରେ ଏହା ହେଉଛି ଏହି ଧରଣର ପ୍ରଥମ ବୈଠକ। ଏହା ପୂର୍ବରୁ ଭାରତ ଓ ପାକିସ୍ତାନ ସର୍ବାଧିକ ସଂଯମ ଅବଲମ୍ବନ କରି ଶିମ୍‌ଲା ରାଜିନାମା ଉପରେ ଗୁରୁତ୍ୱ ଦିଅନ୍ତୁ ବୋଲି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ ପରାମର୍ଶ ଦେବା ସହ ଏଥିରେ କଶ୍ମୀର ବ୍ୟାପାରରେ ହସ୍ତକ୍ଷେପ କରିବାକୁ ମନାକରିଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ରାନ୍ସରେ ମୋଦିଙ୍କ ବଡ଼ ବୟାନ, କହିଲେ ଫ୍ରାନ୍ସରେ ମୋଟ ଯେତିକି ଘର ଅଛି ଆମେ ୧୨ ବର୍ଷରେ ସେତିକି ଘର ନିର୍ମାଣ କରିଦେଇଛୁ

ପ୍ୟାରିସ,୧୬।୮: ଗୁରୁବାର (୧୮ ଜୁନ, ୨୦୨୬) ଦିନ ପ୍ୟାରିସରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତବ୍ୟ ଦେଇଥିଲେ ଯେ ପ୍ୟାରିସ ହେଉଛି ରଙ୍ଗର…

ସାରା ବିଶ୍ୱକୁ ଆଶ୍ୱସ୍ତି, ଶେଷ ହେଲା ଯୁଦ୍ଧ! ଫ୍ରାନ୍ସର ଭର୍ସେଲ୍ସ ପ୍ୟାଲେସରେ ଶାନ୍ତି ଚୁକ୍ତି ସ୍ବାକ୍ଷର କଲେ ଟ୍ରମ୍ପ

ପ୍ୟାରିସ,୧୬।୮: ଫରାସୀ ରାଜଧାନୀ ପ୍ୟାରିସରୁ ପ୍ରାୟ 20 କିଲୋମିଟର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ, ଭର୍ସେଲ୍ସ ପ୍ରାସାଦ ଯୁଦ୍ଧ ପରେ ଶାନ୍ତି ଚୁକ୍ତିନାମା ପାଇଁ ଏକ ସ୍ଥାନ ଭାବରେ ବିଶ୍ୱବ୍ୟାପୀ…

ଛାତ୍ରଛାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର: କଟକ ଜିଲାରେ କାଲିଠୁ ସକାଳୁଆ ସ୍କୁଲ

କଟକ,୧୮ା୬(କାର୍ତ୍ତିକ ସାହୁ): ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି କଟକ ଜିଲାରେ ସମସ୍ତ ପ୍ରକାର ସ୍କୁଲକୁ ଜୁନ୍‌ ୧୯ ତାରିଖରୁ ୨୫ ତାରିଖ ଯାଏ ଚାଲିବାକୁ ନିର୍ଦ୍ଦେଶାନାମା ଜାରି କରାଯାଇଛି।…

ପ୍ରଶାସନିକସ୍ତରରେ ବଡ଼ ଅଦଳବଦଳ: ଦୁଇ ବରିଷ୍ଠ IAS ଅଧିକାରୀଙ୍କୁ ମିଳିଲା ନୂଆ ଦାୟିତ୍ୱ

ଭୁବନେଶ୍ୱର,୧୮।୬: ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ଗୁରୁତ୍ୱପୂର୍ଣ୍ଣ ଅଦଳବଦଳ କରାଯାଇଛି। ସରକାରଙ୍କ ପକ୍ଷରୁ ଦୁଇ ଜଣ ବରିଷ୍ଠ ଆଇଏଏସ (IAS) ଅଧିକାରୀଙ୍କୁ ନୂଆ ତଥା ଅତିରିକ୍ତ ଦାୟିତ୍ୱ…

ଭାଜପା ସହ ବଡ଼ ଗେମ ଖେଳିଦେଲେ ଡିକେ ଶିବକୁମାର! କ୍ରସ-ଭୋଟିଂ କରି ୫ ଆସନ ହାସଲ କଲେ

ବେଙ୍ଗାଲୁରୁ,୧୮।୬: ଡି.କେ. ଶିବକୁମାର କର୍ନାଟକର ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ନିର୍ବାଚନୀ ପ୍ରତିଯୋଗିତାରେ, ଗୁରୁବାର (ଜୁନ ୧୮, ୨୦୨୬) ଶାସକ କଂଗ୍ରେସ ଦଳ ସାତଟି ବିଧାନସଭା ପରିଷଦ…

ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ବରିଷ୍ଠ IPS ଦୟାଲ ଗଙ୍ଗଓ୍ବାର ସସ୍‌ପେଣ୍ଡ

ଭୁବନେଶ୍ୱର,୧୮।୬: ବହୁ ଚର୍ଚ୍ଚିତ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ରାଜ୍ୟ ପୋଲିସ ବିଭାଗ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବରିଷ୍ଠ ଆଇପିଏସ (IPS) ଅଧିକାରୀ ଦୟାଲ ଗଙ୍ଗୱାରଙ୍କୁ…

NEET ମାମଲାରେ ଟେଲିଗ୍ରାମ ବନାମ ସରକାର: ସରକାର ହ୍ବାଟସଆପ-ଫେସବୁକକୁ ଛାଡି କେବଳ ଟେଲିଗ୍ରାମକୁ କାହିଁକି ବ୍ୟାନ କଲେ? ଜଣାପଡିଲା କାରଣ

ନୂଆଦିଲ୍ଲୀ,୧୮।୬: NEET ପେପର୍‌ ଲିକ ମାମଲା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି, ଭାରତ ସରକାର ବୁଧବାର ଟେଲିଗ୍ରାମ ଉପରେ ଅସ୍ଥାୟୀ ପ୍ରତିବନ୍ଧକ ଲଗାଇଛନ୍ତି। ଜୁନ ୨୨…

ଭାଜପାରେ ଯୋଗଦେବେ ହେମନ୍ତ ସୋରେନ! NDA ବିଧାୟକ ଦେଲେ ବଡ଼ ଅଫର

ରାଞ୍ଚି,୧୮।୬: ଝାଡ଼ଖଣ୍ଡରେ ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂ ପରେ, ଭାଜପା ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ପରିମଳ ନାଥୱାନୀ ବିଜୟୀ ହୋଇଥିଲେ। କଂଗ୍ରେସକୁ ଝଟକା ଲାଗିଥିଲା କାରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri