କଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ଝଟକା: ଦ୍ୱିପାକ୍ଷିକ ଆଲୋଚନା ମାଧ୍ୟମରେ ସମାଧାନ ଲାଗି ଚାଇନାର ପରାମର୍ଶ

ବେଜିଂ,୧୦ା୧୦(ପି.ଟି.): ଚାଇନା ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ ଆସନ୍ତା ୧୧ ଓ ୧୨ ତାରିଖ ଦୁଇଦିନ ଭାରତ ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ୱିତୀୟ ଅନୌପଚାରିକ ସମିଟ୍‌ରେ ଯୋଗଦେବେ। ଏହି ଅବସରରେ ସେମାନେ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ଅନେକ ପ୍ରସଙ୍ଗରେ ଆଲୋଚନା କରିବାକୁ ଥିବାବେଳେ ଆଞ୍ଚଳିକ ଓ ଅନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ମଧ୍ୟ ମତବିନିମୟ କରିବା ଆଶା କରାଯାଉଛି। ଚେନ୍ନାଇ ନିକଟବର୍ତ୍ତୀ ମାମଲ୍ଲାପୁରମ୍‌ ଉପକୂଳ ସହରରେ ଏହି ବୈଠକ ଅନୁଷ୍ଠିତ ହେବ ବୋଲି ଚାଇନା ବହିର୍ବ୍ୟାପାର ମୁଖପାତ୍ର ହୁଆ ଚୁନିଙ୍ଗ ବୁଧବାର ଘୋଷଣା କରିଛନ୍ତି।
ମୋଦି ଓ ଜିନ୍‌ପିଙ୍ଗଙ୍କ ମଧ୍ୟରେ ଗତବର୍ଷ ଚାଇନାର ୟୁହାନ୍‌ରେ ପ୍ରଥମ ଅନୌପଚାରିକ ସମିଟ୍‌ ହୋଇଥିଲା। ଡୋକଲାମରେ ଉଭୟ ପକ୍ଷର ସୈନ୍ୟବାହିନୀ ଦୀର୍ଘ ୭୩ ଦିନ ଧରି ମୁହାଁମୁହିଁ ଅବସ୍ଥାରେ ରହିବାରୁ ଏହାକୁ ନେଇ ସୀମାରେ ଉତ୍ତେଜନାପୂର୍ଣ୍ଣ ବାତାବରଣ ସୃଷ୍ଟି ହୋଇଥିଲା। ତେବେ ୟୁହାନ ବୈଠକ ପରେ ଦୁଇଦେଶର ସମ୍ପର୍କ ସ୍ବାଭାବିକ ହୋଇଥିଲା। ଉତ୍ତରପୂର୍ବାଞ୍ଚଳ ରାଜ୍ୟଗୁଡ଼ିକୁ ସଂଯୋଗ କରୁଥିବା ସିଲିଗୁଡି କରିଡର ନିକଟରେ ଚାଇନା ସୈନ୍ୟବାହିନୀ ରାସ୍ତା ନିର୍ମାଣ ଯୋଜନା କରିବାରୁ ଏଭଳି ମୁହାଁମୁହିଁ ପରିସ୍ଥିତିି ଉପୁଜିଥିଲା। ଚାଇନା ସେନା ରାସ୍ତା ନିର୍ମାଣ ଯୋଜନା ସ୍ଥଗିତ ରଖିବା ଫଳରେ ଅଚଳାବସ୍ଥା ଦୂର ହୋଇଥିଲା।
ଜିନ୍‌ପିଙ୍ଗଙ୍କ ଭାରତ ଗସ୍ତ ଘୋଷଣା ପୂର୍ବରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଏବଂ ପାକ୍‌ ସେନାମୁଖ୍ୟ ଜେନେରାଲ କମାର ଜାଭେଦ୍‌ ବାଜ୍‌ଓ୍ବା ଚାଇନା ଗସ୍ତ କରିଛନ୍ତି। ଇମ୍ରାନ ମଙ୍ଗଳବାର ଚାଇନା ପ୍ରତିପକ୍ଷ ଲି କେକିଆଙ୍ଗ୍‌ ଓ ବୁଧବାର ରାଷ୍ଟ୍ରପତି ଜିନ୍‌ପିଙ୍ଗଙ୍କୁ ଭେଟିଥିଲେ। ତେବେ ବିଭିନ୍ନ ପ୍ରସଙ୍ଗରେ ପାକିସ୍ତାନକୁ ସମର୍ଥନ କରିଆସିଥିବା ଚାଇନା ମଙ୍ଗଳବାର ମତ ବଦଳାଇ କଶ୍ମୀର ପ୍ରସଙ୍ଗର ସମାଧାନ ନୂଆଦିଲ୍ଲୀ ଓ ଇସ୍‌ଲାମାବାଦ ମଧ୍ୟରେ କରାଯିବା ଉଚିତ ବୋଲି କହିଛି। ଉଲ୍ଲେଖଯୋଗ୍ୟ, ପୂର୍ବରୁ ଚାଇନା ଜାତିସଂଘ ଓ ଜାତିସଂଘ ସୁରକ୍ଷା ପରିଷଦର ସଂକଳ୍ପନାମା ଆଧାରରେ କଶ୍ମୀର ପ୍ରସଙ୍ଗର ସମାଧାନ କରାଯିବା କଥା କହିଥିଲାବେଳେ ମଙ୍ଗଳବାର ମନ୍ତବ୍ୟରୁ ଏହାକୁ ବାଦ୍‌ ଦେଇଛି। ୩୭୦ ଉଚ୍ଛେଦ ପରେ କଶ୍ମୀର ସମ୍ପର୍କରେ ସମର୍ଥନ ହାସଲ ଲାଗି ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଥିବା ଇମ୍ରାନଙ୍କ ପାଇଁ ଚାଇନାର ଏଭଳି ମନ୍ତବ୍ୟ ଶକ୍ତ ଧକ୍କା ହୋଇଛି।
ଅଗଷ୍ଟ ୫ରେ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ କରିବା ପରେ ଦୁଇମାସ ହେଲା ପାକିସ୍ତାନ ଭାରତ ବିରୋଧରେ ସମର୍ଥନ ହାସଲ ଲାଗି ଉଦ୍ୟମ ଚଳାଇଆସୁଛି। ଏହି ପ୍ରସଙ୍ଗରେ ଚାଇନା ଓ ତୁର୍କୀ ପୂର୍ବରୁ ଇସ୍‌ଲାମାବାଦକୁ ସମର୍ଥନ କରୁଥିଲାବେଳେ ଏବେ ସେମାନଙ୍କ ମତ ବଦଳାଇଛନ୍ତି। ଭାରତ-ପାକିସ୍ତାନ ଦ୍ୱିପାକ୍ଷିକ ଆଲୋଚନା ମାଧ୍ୟମରେ କଶ୍ମୀର ପ୍ରସଙ୍ଗ ସମାଧାନ କରନ୍ତୁ ବୋଲି ଚାଇନା କହିଥିବାବେଳେ ତୁର୍କୀ ମଧ୍ୟ ଜାତିସଂଘ ସାଧାରଣ ସଭାରେ ଭାରତର ଆଭିମୁଖ୍ୟକୁ ସମର୍ଥନ କରିଛି। କଶ୍ମୀର ପ୍ରସଙ୍ଗର ସମାଧାନ ଆଲୋଚନା ମାଧ୍ୟମରେ ହେବା ଜରୁରୀ ବୋଲି ତୁର୍କୀ ରାଷ୍ଟ୍ରପତି ରେସେପ୍‌ ତାୟିପ୍‌ ଏର୍ଡୋଗାନ ଜାତିସଂଘରେ କହିଥିଲେ। ଇମ୍ରାନ ଓ ଏର୍ଡୋଗାନଙ୍କ ମଧ୍ୟରେ ବୈଠକ ପରେ ତୁର୍କୀ ଏହାର ମତ ବଦଳାଇଦେଇଥିଲା। ଚାଇନା ମଧ୍ୟ ଅନୁରୂପ ନୀତି ଆପଣାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପର୍ଯ୍ୟଟକଙ୍କୁ ଦୂରଦୂରାନ୍ତରୁ ଟାଣିଆଣୁଛି ଦାରିଙ୍ଗବାଡ଼ି, ମୌଳିକ ସୁବିଧା ପାଇଁ ନିବେଦନ

ଦାରିଙ୍ଗବାଡ଼ି,୧୪ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି ସମେତ ତା’ର ଆଖପାଖରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। ଏଭଳି ଏକ ପର୍ଯ୍ୟଟନକ୍ଷେତ୍ର ଦାରିଙ୍ଗବାଡ଼ିଠାରୁ ମାତ୍ର ୨୨...

ଇହୁଦୀ ପର୍ବ ପାଳନ ବେଳେ ବିଚରେ ଫାୟାରିଂ, ୧୦ ମୃତ

ନୂଆଦିଲ୍ଲୀ,୧୪।୧୨: ଆଜି ଅଷ୍ଟ୍ରେଲିଆର ସିଡନୀର ବଣ୍ଡି ବିଚ୍‌ରେ ସ୍ପଷ୍ଟ ଦିବାଲୋକରେ ଗୁଳିମାଡ଼ ଘଟିଛି। ଦୁଇଜଣ ସଶସ୍ତ୍ର ଆକ୍ରମଣକାରୀ ସାଧାରଣ ଲୋକଙ୍କ ଉପରେ ଅତର୍କିତ ଗୁଳିଚାଳନା କରିଥିଲେ।...

ଉଦ୍ଧାର ହାତୀ ଛୁଆ ନନ୍ଦନକାନନ ସ୍ଥାନାନ୍ତର

କେନ୍ଦୁଝର,୧୪।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରରୁ ରବିବାର ସକାଳେ ଏକ ହାତୀ ଛୁଆ ଉଦ୍ଧାର ହୋଇଛି। ପିସିସିଏଫ (ବନ୍ୟପ୍ରାଣୀ)ଙ୍କ ନିର୍ଦ୍ଦେଶ ଅନୁଯାୟୀ, ଉକ୍ତ ଛୁଆକୁ ବନ ବିଭାଗ...

WWEରୁ ଅବସର ନେଲେ ଜନ୍ ସିନା, ଜାରି ରହିବ ଫିଲ୍ସ କ୍ୟାରିୟର

ନୂଆଦିଲ୍ଲୀ,୧୪।୧୨: ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି WWE ରିଙ୍ଗରେ ରାଜ କରିଥିବା ଜନ୍ ସିନା ଶେଷରେ ତାଙ୍କ କ୍ୟାରିଅରକୁ ବିଦାୟ ଦେଇଛନ୍ତି । ୪୮ବର୍ଷ...

ବଡାଖାନା କାର୍ଯ୍ୟକ୍ରମ: ସଫେଇ କର୍ମଚାରୀଙ୍କୁ ଖାଦ୍ୟ ପରଷିଲେ ଅଧ୍ୟକ୍ଷ

କେସିଙ୍ଗା,୧୪।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏଏନସି ପରିସରରେ ବଡାଖାନା କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷ ନୃପରାଜ ଯାଦବ ସଭାପତିତ୍ୱ ଭାବେ ଯୋଗଦେଇ...

ବରଗଡ଼ ବିଧାୟକଙ୍କ ମହାନତା: ନବୀନଙ୍କ ପରେ ବର୍ଦ୍ଧିତ ଦରମାକୁ ଜନସେବାରେ ଲଗାଇବେ

ବରଗଡ଼,୧୪।୧୨(ପ୍ରେମାନନ୍ଦ ଖମାରୀ): ରାଜ୍ୟରେ ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ ଏବେ ସବୁଆଡେ ଚର୍ଚ୍ଚାର ବିଷୟ ହୋଇଛି। ରାଜ୍ୟରେ ପ୍ରଥମଥର ପାଇଁ ଭାଜପା ଶାସନକୁ ଆସିଛି। ତେଵେ...

‘ନବୀନ ଦରମା ଉପରେ ନିର୍ଭରଶୀଳ ନୁହନ୍ତି’

ଭୁବନେଶ୍ୱର,୧୪ା୧୨: ବର୍ଦ୍ଧିତ ଦରମା ନେବାକୁ ବିଜେଡି ବିଧାୟକ ନବୀନ ପଟ୍ଟନାୟକ ମନା କରିବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ବିଧାୟକ ଗଣେଶ୍ବର ବେହେରା। ସେ କହିଛନ୍ତି, ନବୀନ...

ସହରର ବିକାଶ ପାଇଁ ଅଣ୍ଟା ଭିଡ଼ିଲେ ନିର୍ବାହୀ ଅଧିକାରୀ, ଜବରଦଖଲକାରୀଙ୍କ ମଧ୍ୟରେ ଛନକା

ପୁରୁଷୋତ୍ତମପୁର,୧୪ା୧୨(ସବିତା ମିଶ୍ର): ଅବହେଳିତ ଭାବରେ ପଡ଼ିରହିଥିବା ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସିର ବିକାଶ ଲାଗି ଅଣ୍ଟାଭିଡ଼ିଛନ୍ତି ନିର୍ବାହୀ ଅଧିକାରୀ ସଙ୍ଗୀତା ସେଠୀ। ସହର ମଧ୍ୟରେ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri