କଳ୍ପନା ଦାଶ, ବବ୍‌ଲି ହତ୍ୟା ଘଟଣା: ଡେମୋ ଦେଖାଇଲେ ଡ୍ରାଇଭର ବର୍ଦ୍ଧନ

ଝାରସୁଗୁଡ଼ା ଅଫିସ,୧୭ା୨: ଛତିଶଗଡ଼ର ରାୟଗଡ଼ ଜିଲା ଚକ୍ରଧରନଗର ଥାନା ଅଧୀନ ହମିରପୁର ଜଙ୍ଗଲ ରାସ୍ତାରେ ୨୦୧୬ରେ କଳ୍ପନା ଦାଶ ଓ ତାଙ୍କ ଝିଅ ବବ୍‌ଲିଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ପୋଲିସ ଏହି ଘଟଣାରେ ବହୁ ତଥ୍ୟ ପାଇଛି । ଶୁକ୍ରବାର ରାତିରେ ମାମଲାର ମୁଖ୍ୟ ଅଭିଯୁକ୍ତ ପୂର୍ବତନ ବିଧାୟକ ଅନୁପ ସାଏଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ପୋଲିସ ଉଠାଇ ନେଇଥିଲା। ଅନୁପଙ୍କ ସମସ୍ତ କଳାକାରନାମାର ପେଡି ବର୍ଦ୍ଧନ ଖୋଲିଛନ୍ତି। ପ୍ରଥମେ ବର୍ଦ୍ଧନ ଦୋଷ ସ୍ବୀକାର କରୁ ନ ଥିଲେ। ହେଲେ ପୋଲିସ ବର୍ଦ୍ଧନଙ୍କଠାରୁ ରହସ୍ୟ ଉନ୍ମୋଚନ କରିବାରେ ସଫଳ ହୋଇଛି। ସେ ଏହି ଘଟଣାରେ ଦୋଷୀ ବୋଲି ସ୍ବୀକାର କରିଛନ୍ତି। କିଭଳି କଳ୍ପନା ଦାଶ ଓ ତାଙ୍କ ଝିଅ ବବ୍‌ଲିଙ୍କୁ ହତ୍ୟା କରାଯାଇଥିଲା ତା’ର ଲାଇଭ୍‌ ଡେମୋ କରି ଦେଖାଇଛନ୍ତି। ରବିବାର ଚକ୍ରଧରନଗର ଥାନା ପୋଲିସର ଏକ ଟିମ୍‌ ବର୍ଦ୍ଧନଙ୍କୁ ନେଇ ମୃତଦେହ ମିଳିଥିବା ସ୍ଥାନକୁ ଯାଇଥିଲା। ସେଠାରେ ନଡ଼ାରେ ପ୍ରସ୍ତୁତ ମଣିଷ ଆକୃତିର ୨ ପ୍ରତିକୃତି (ଡେମୋ) ରଖାଯାଇଥିଲା। ଏହାପରେ ବର୍ଦ୍ଧନ ଡେମୋ କରି କିଭଳି ଗାଡି ଚଢାଇ ହତ୍ୟା କରାଯାଇଥିଲା ତାହା ଦେଖାଇଥିଲେ। ପୋଲିସ ଏହାର ଭିଡିଓ ପ୍ରସ୍ତୁତ କରିଛି। ସେହିପରି ଏହି ହତ୍ୟାକାଣ୍ଡରେ କେବଳ ଅନୁପ ଓ ବର୍ଦ୍ଧନ ନୁହନ୍ତି ବରଂ ଅନ୍ୟ ଜଣେ ସହଯୋଗୀ ଥିଲେ ବୋଲି ପୋଲିସକୁ ବର୍ଦ୍ଧନ ସୂଚନା ଦେଇଛନ୍ତି। ତାଙ୍କ ସମ୍ପର୍କରେ ମଧ୍ୟ ପୋଲିସକୁ ବର୍ଦ୍ଧନ ସୂଚନା ଦେଇଛନ୍ତି।

ଯୋଜନା ରଚିଥିଲେ ଅନୁପଙ୍କ ଜଣେ ନିକଟ ସମ୍ପର୍କୀୟ
ବହୁ ଚର୍ଚ୍ଚିତ ମା’ ଝିଅ ହତ୍ୟା ଘଟଣାରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ପଦାକୁ ଆସୁଛି। ଏହି ଘଟଣାରେ ଅନୁପଙ୍କୁ ମୁଖ୍ୟ କୁହାଯାଉଥିବା ବେଳେ ଆଉ ଜଣେ ବ୍ୟକ୍ତି ଏହି ଘଟଣାର ସମ୍ପୂର୍ଣ୍ଣ ଯୋଜନା କରିଥିବା ପୋଲିସ ସୂଚନା ପାଇଛି। ତେବେ ପୋଲିସ କିନ୍ତୁ ଏ ସମ୍ପର୍କରେ କୌଣସି ସୂଚନା ଦେଉନାହିଁ। ତେବେ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଅନୁପଙ୍କ ଜଣେ ଅତି ନିକଟ ସମ୍ପର୍କୀୟ ଏହି ସମ୍ପୂର୍ଣ୍ଣ ହତ୍ୟାକାଣ୍ଡର ମାଷ୍ଟର ପ୍ଲାନ ରଚିଥିଲେ। ହତ୍ୟାକାଣ୍ଡ ଘଟିଥିବା ସ୍ଥାନ ମଧ୍ୟ ସେ ଚୟନ କରିଥିଲେ। ଘଟଣା ପୂର୍ବରୁ ସେଠାରେ ସେ  ମଧ୍ୟ ଉପସ୍ଥିତ ଥିଲେ। ସନ୍ଧ୍ୟା ପରେ ଉକ୍ତ ସ୍ଥାନକୁ କେହି ଯିବା ଆସିବା କରୁ ନ ଥିବାରୁ ସେଠାରେ ହତ୍ୟାକାଣ୍ଡ ଭିଆଇବା ସୁରକ୍ଷିତ ଓ ସହଜେ ଖସି ଯାଇହେବ ବୋଲି ସେ ପରାମର୍ଶ ଦେଇଥିଲେ।
କାହା ନାଁ ନ କହିବାକୁ ଅନୁପଙ୍କୁ ଧମକ
ଡବଲ ମର୍ଡର ଘଟଣାରେ ପୂର୍ବତନ ବିଧାୟକ ଅନୁପ ସାଏଙ୍କ ସମ୍ପୃକ୍ତି ପରେ ଜିଲାରେ ନାନା ଚର୍ଚ୍ଚା ହେଉଛି। ଅନୁପଙ୍କୁ କୋଳେଇ ନେଇଥିବା ଶାସକ ବିଜେଡି ଏବେ ହାତ ଛାଡି ଦେଇଛି। ସ୍ଥାନୀୟ କୌଣସି ନେତା ଏହି ଘଟଣାରେ ମୁହଁ ଖୋଲୁ ନାହାନ୍ତି। ଏହା ଜିଲା ରାଜନୀତିକୁ ସରଗରମ କରିଛି। ସହରର ବିଭିନ୍ନ ଛକ, ଦୋକାନ, ବଜାର, ଖଟି ଇତ୍ୟାଦି ସ୍ଥାନରେ ନାନା ଚର୍ଚ୍ଚା ହେଉଛି। ଅନୁପ ପୋଲିସ ନିକଟରେ ସବୁ ଦୋଷ ସ୍ବୀକାର କରଛନ୍ତି। ସେ ନିଜେ ଓ ତାଙ୍କ ଡ୍ରାଇଭର ହତ୍ୟା କରିଥିବା କହିଛନ୍ତି। ହେଲେ ଆଉ କାହା ନାଁ କହୁ ନାହାନ୍ତି। ତାଙ୍କ ପଛରେ ଯେଉଁ ନେତା ଦ୍ୱୟଙ୍କ ଆଶୀର୍ବାଦ ଥିଲା ସେମାନେ ଏବେ ଚୁପ୍‌। ଅନୁପଙ୍କୁ ୬ ମାସ ହେବ ଛତିଶଗଡ ପୋଲିସ ସ୍କାନରରେ ରଖିଥିବା ସମ୍ପର୍କରେ ଖୋଦ ଅନୁପ ଓ ଜିଲାର ସମ୍ପୃକ୍ତ ୨ ଜଣ ପ୍ରତିଷ୍ଠିତ ଜନପ୍ରତିନିଧି ଜାଣିଥିଲେ। ଅନୁପ ଏହି ଘଟଣାରେ ନିଶ୍ଚୟ ବନ୍ଧା ହେବେ ବୋଲି ମଧ୍ୟ ଉକ୍ତ ଦୁଇ ନେତା ଜାଣିଥିଲେ। ହେଲେ ପୂର୍ବରୁ ଅନୁପଙ୍କୁ ଯେମିତି ପୋଲିସ ନ ବାନ୍ଧୁ ସେ ନେଇ ଏ ଦୁହେଁ ସହଯୋଗ କରୁଥିଲେ। କାଳେ ଅନୁପ ପୋଲିସକୁ ସମ୍ପୃକ୍ତ ନେତା ଦ୍ୱୟଙ୍କ ସମ୍ପର୍କରେ କହିଦେବେ ସେହି ଭୟରେ ଏବେ ଏହି ଦୁଇ ଜନ ପ୍ରତିନିଧି ଥରୁଛନ୍ତି। ଅନୁପ ଯେମିତି ଭୁଲରେ ବି ଏ ଦୁଇ ନେତାଙ୍କ ନାଁ ପୋଲିସ ଆଗରେ ନ ଧରନ୍ତି ସେନେଇ ଏ ଦୁହେଁ ଅନୁପଙ୍କୁ ଧମକ ଦେଇଛନ୍ତି।
ଅନୁପଙ୍କ ପାଇଁ ଅଡୁଆ ବଢ଼ିଲା
କଳ୍ପନା ଦାଶ ଓ ଝିଅ ବବ୍‌ଲି ହତ୍ୟାକାଣ୍ଡରେ ଡ୍ରାଇଭର ବର୍ଦ୍ଧନ ଟପ୍ପୋ ସାମିଲ ଥିବା ସ୍ବୀକାର କରିବା ପରେ ଅନୁପଙ୍କ ପାଇଁ ଅଡୁଆ ବଢ଼ିଛି। ଗତ ୩ ଦିନ ଧରି ନିଜକୁ ନିର୍ଦ୍ଦୋଷ ବୋଲି କହୁଥିବା ବର୍ଦ୍ଧନ ରାୟଗଡ ପୋଲିସର ଜେରା ପରେ ସବୁ ମାନି ଯାଇଛନ୍ତି। ଘଟଣା ଦିନ ବୋଲେରୋ ସହିତ ଅନୁପଙ୍କ ଆଉ ଏକ ଇନୋଭା ଗାଡି ମଧ୍ୟ ଘଟଣା ସ୍ଥଳକୁ ଯାଇଥିଲା। ଏଣୁ ଘଟଣାସ୍ଥଳକୁ ୨ଟି ଗାଡି ଯାଇଥିବା ପୋଲିସ ଜାଣିବା ପରେ ଆଉ କେଉଁମାନେ ଥିଲେ ତାହା ବାହାର କରିବାକୁ ଝାରସୁଗୁଡାରେ ଛତିଶଗଡ ପୋଲିସ ଡେରା ପକାଇଛି।
ଓଡ଼ିଶା ପୋଲିସକୁ ବିଶ୍ୱାସ କରୁନି ଛତିଶଗଡ ପୋଲିସ
କଳ୍ପନା ଓ ବବ୍‌ଲି ହତ୍ୟା କାଣ୍ଡରେ ବ୍ୟବହୃତ ଲୁହାରଡ୍‌ ଓ ବୋଲେରୋ ଗାଡିର ସନ୍ଧାନ ନେବା ପାଇଁ ବ୍ରଜରାଜନଗର ଅଞ୍ଚଳରେ ଛତିଶଗଡ଼ର ଗୋଟିଏ ପୋଲିସ ଟିମ୍‌ ଛଦ୍ମଦେଶରେ ବୁଲୁଛି। ଏହି ଟିମ୍‌ ଅନୁପ ସାଏଙ୍କ ଘର ପାଖ ଲୋକଙ୍କୁ ପଚରା ଉଚରା କରିଛି। ହତ୍ୟାକାଣ୍ଡରେ ବ୍ୟବହାର ହୋଇଥିବା ବୋଲେରୋ ଗାଡ଼ି ଅନୁପ ସାଏଙ୍କର କି ତାଙ୍କର କେଉଁ ସମ୍ପର୍କୀୟଙ୍କର ତାହାର ସନ୍ଧାନ ନେଉଛି। ତେବେ ଛତିଶଗଡ଼ ପୋଲିସ ବ୍ରଜରାଜନଗର ଅଞ୍ଚଳରେ ଥିବା ନେଇ ଥାନା ଅଧିକାରୀ ନଳିତା ମୋଦି ଅସ୍ବୀକାର କରିଛନ୍ତି। ଛତିଶଗଡ଼ ପୋଲିସ ଆସିବା ତଥ୍ୟ ତାଙ୍କ ପାଖରେ ନାହିଁ। ଏପରିକି ଡ୍ରାଇଭର ବର୍ଦ୍ଧନ ଟପ୍ପୋକୁ ଗିରଫ କରିବାକୁ ଆସିଥିବା ସମୟରେ ମଧ୍ୟ ତାଙ୍କୁ ଖବର ଦିଆଯାଇ ନ ଥିଲା ବୋଲି ପ୍ରକାଶ କରିଛନ୍ତି। ଏଥିରୁ ଛତିଶଗଡ଼ ପୋଲିସର ଓଡ଼ିଶା ପୋଲିସ ଉପରେ ଭରସା ନଥିବା ଭଳି ମନେ ହେଉଛି।
କଳ୍ପନାଙ୍କ ଘର ତିଆରିରେ ଅନୁପ
ବ୍ରଜରାଜନଗରର ବଘରାଚକାଠାରେ ନିର୍ମିତ କଳ୍ପନାଙ୍କ ଘରେ ଏବେ ତାଲା ଝୁଲୁଛି। ୨୦୧୩ରେ ଉକ୍ତ ଜାଗାକୁ କଳ୍ପନା ନିଜ ନାମରେ କିଣିଥିଲେ। ୨୦୧୪ରେ ରାଜପୁର ପଞ୍ଚାୟତ ଦେଓଗାଁର ଠିକାଦାର ଗଣେଶ ସାହୁ ଏହି ଘର ତିଆରି କାମ ଆରମ୍ଭ କରିଥିଲେ। ଘର କାମ ଅଧା ପର୍ଯ୍ୟନ୍ତ ନେବା ଯାଏ ସେ ଅନୁପ ଓ କଳ୍ପନାଙ୍କ ହାତରୁ ଟଙ୍କା ନେଉଥିଲେ। ଏଣୁ ଏହି ଘର ତିଆରିରେ ଅନୁପ ଆଥିକ ସହାୟତା ଦେଉଥିବା ସ୍ପଷ୍ଟ ହୋଇଛି। ତେବେ କିଛି ଟଙ୍କା ବାକି ରହିବାରୁ ଘର କାମ ଛାଡ଼ି ଦେଇଥିଲେ। ପରେ ତାଙ୍କ ବାପା ରୁଦ୍ରାକ୍ଷ ଦାଶ ଅନ୍ୟ ଠିକାଦାର ଲଗାଇ ଘରକାମ କରିଥିଲେ। କଳ୍ପନା ଭୁବନେଶ୍ୱରରୁ ଯେତେବେଳେ ଫେରନ୍ତି ସେହି ଘରେ ରୁହନ୍ତି। ୨୦୧୫ରେ ଝିଅ ବବ୍‌ଲିର ଜନ୍ମଦିନ ସେହି ଘରେ ଧୁମ୍‌ଧାମ୍‌ରେ ପାଳନ ମଧ୍ୟ କରିଥିଲେ। କଳ୍ପନାଙ୍କ ମୃତ୍ୟୁ ପରଠାରୁ ଆଜି ପର୍ଯ୍ୟନ୍ତ ତାଙ୍କ ବାପା, ସାବତ ମା’, ବିଧବା ଭାଉଜ ସେହି ଘରେ ରହୁଥିଲେ। ହେଲେ ଅନୁପ ଗିରଫ ହେବା ପରଠାରୁ ଘରେ ତାଲା ପଡ଼ିଛି। ଏଣୁ ହଠାତ ପରିବାର ଲୋକେ ଅନ୍ତର୍ଦ୍ଧାନ ହୋଇଯିବା ମଧ୍ୟ ପ୍ରଶ୍ନ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri