କଳାହାଣ୍ଡିରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି: କେନ୍ଦ୍ର, ରାଜ୍ୟସରକାରଙ୍କ ସମସ୍ତ ଅଫିସ୍‌, ବ୍ୟାଙ୍କ ବନ୍ଦ

ଭବାନୀପାଟଣା,୧।୧୦(ଡି.ଏନ.ଏ.)
କଳାହାଣ୍ଡି ଜିଲାରେ ସ୍ଥାୟୀ ହାଇକୋର୍ଟ ପ୍ରତିଷ୍ଠା ଦାବି ନେଇ ଚାଲିଥିବା ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି । କଳାହାଣ୍ଡି ଜିଲା ଓକିଲ ସଂଘର ଆହ୍ବାନକ୍ରମେ ସୋମବାର ଭବାନୀପାଟଣାର ସମସ୍ତ କୋର୍ଟ, କଚେରୀ, ତହସିଲ ସମେତ ସମସ୍ତ ଅଫିସ, ବ୍ୟାଙ୍କ, ପୋଷ୍ଟ ଅଫିସ ୧୨ ଘଣ୍ଟିଆ ବନ୍ଦ ରହିଛି । ଏହି ଆନ୍ଦୋଳନକୁ ସମର୍ଥନ କରି ଜିଲାର ଧର୍ମଗଡ, କୋକସରା, ଜୟପାଟଣା, ଜୁନାଗଡ, କେସିଙ୍ଗା ଓ ମ.ରାମପୁରରେ ସମସ୍ତ କୋର୍ଟ କଚେରୀ ବନ୍ଦ ରହିଛି । ଏହି ଆନ୍ଦୋଳନ ଜିଲାବାସୀଙ୍କ ସ୍ବାଭିମାନ ଓ ହକ୍‌ର ଆନ୍ଦୋଳନ ହୋଇଥିବାରୁ ସମସ୍ତ ରାଜନୈତିକ ଦଳ ଓ ସଙ୍ଗଠନ ଦୃଢ଼ ସମର୍ଥନ କରିଛନ୍ତି । ଯଦି କେନ୍ଦ୍ର ଓ ରାଜ୍ୟ ସରକାର ତୁରନ୍ତ କଳାହାଣ୍ଡିରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନ କରନ୍ତି ତେବେ ଆଗାମୀ ଦିନରେ ଏହି ଆନ୍ଦୋଳନ ସାରା ଜିଲାକୁ ବ୍ୟାପିବା ସହିତ ଏହା ଏକ ଜନଆନ୍ଦୋଳନର ରୂପ ନେବ ଏବଂ ଅନିର୍ଦ୍ଦିଷ୍ଟକାଳ ପାଇଁ ଜିଲାର ସମସ୍ତ କୋର୍ଟ, କଚେରୀ, ସରକାରୀ ଅଫିସ, ବ୍ୟାଙ୍କ, ପୋଷ୍ଟ ଅଫିସକୁ ବନ୍ଦ କରିବା ସହିତ କଳାହାଣ୍ଡି ବନ୍ଦ ଆହ୍ବାନ ଦିଆଯିବ ବୋଲି ଓକିଲ ସଂଘ ସଭାପତି ଭବାନ୍ଦ୍ରେ ପଣ୍ଡା ଓ ସମ୍ପାଦକ ଅଶ୍ୱିନୀ କୁମାର ଦାସ ପ୍ରକାଶ କହିଛନ୍ତି । ଆନ୍ଦୋଳନ ଯୋଗୁ ଜିଲା ଅତିରିକ୍ତ ଦୌରାଜଜ୍‌ଙ୍କ ସମେତ ଅନ୍ୟ ସମସ୍ତ ବିଚାରପତିମାନେ ଆସି କୋର୍ଟ ଭିତରକୁ ଯାଇପାରି ନ ଥିଲେ। ଦୀର୍ଘ ସମୟ ଧରି ବିଚାରପତିମାନେ କୋର୍ଟ ବାହାରେ ଅପେକ୍ଷା କରି ଫେରିଯାଇଥିଲେ। ସେହିପରି ଆଇନଜୀବୀମାନେ ଭବାନୀପାଟଣାର ସମସ୍ତ ରାଜ୍ୟ ସରକାରଙ୍କ ସମସ୍ତ ଅଫିସ ସମ୍ମୁଖରେ ଆଇନଜୀବୀମାନେ ପିକେଟିଂ କରିବା ଯୋଗୁ କର୍ମଚାରୀମାନେ ଅଫିସ ଭିତରକୁ ଯାଇ ନ ପାରି ଫେରିଯାଇଥିଲେ ।
ଓକିଲ ସଂଘ ସଭାପତି ପଣ୍ଡା, ସମ୍ପାଦକ ଦାସ, ଉପସଭାପତି ଦିଲୀପ କୁମାର ପ୍ରହରାଜ, ସହକାରୀ ସମ୍ପାଦକ ନିହାର ରଞ୍ଜନ ମିଶ୍ର, କୋଷାଧ୍ୟକ୍ଷ ମାନସ ପ୍ରସାଦ ମହାପାତ୍ର, କାର୍ଯ୍ୟକାରୀ ସଦସ୍ୟ କ୍ଷୀରୋଦ ପ୍ରସାଦ ନେଗୀ, ଅବଦୁଲ ସାଜିଦ୍‌, ଲୋକନାଥ ନାୟକଙ୍କ ସମେତ ସତ୍ୟ ନାରାୟଣ ପଣ୍ଡା, ଶୈଳେଶ କୁମାର ବେହେରା, ସଞ୍ଜୟ କୁମାର ବେହେରା, ରାଜେଶ କୁମାର ନାଏକ, ହରଜିନ୍ଦର ସିଂହ, ବିଶ୍ୱଜିତ୍‌ କର, ଜୟଶଙ୍କର ନାଏକ ପ୍ରମୁଖଙ୍କ ନେତୃତ୍ୱର ସମସ୍ତ ଆଇନଜୀବୀମାନେ କୋର୍ଟ ସମ୍ମୁଖରେ ଧାରଣା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତାକାଲି ମହାପ୍ରଭୁଙ୍କ ୬ଘଣ୍ଟା ଦର୍ଶନ ବନ୍ଦ

ପୁରୀ,୭।୫: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବୁଧବାର ବନକ ଲାଗି ନୀତି ଅନୁଷ୍ଠିତ ହେବ। ବନକ ଲାଗି ପାଇଁ ପ୍ରାୟ ୬ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ।...

ଦକ୍ଷିଣାଞ୍ଚଳ ଆଇଜିଙ୍କ ନିକଟରେ ଆତ୍ମସମର୍ପଣ କଲେ ମାଓବାଦୀ

ଫୁଲବାଣୀ,୭ା୫(ରାକେଶ କୁମାର ରାଉତ): କେକେବିଏନ୍‌ ମାଓବାଦୀ ସଂଗଠନର ଜଣେ କ୍ୟାଡର ମାଓବାଦୀ ଦକ୍ଷିଣାଞ୍ଚଳ ଆଇଜି ଜେ.ଏନ୍‌.ପଙ୍କଜଙ୍କ ନିକଟରେ ଆତ୍ମସମର୍ପଣ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ...

ଗଞ୍ଜାମରେ ଫ୍ଲାଇଂ ସ୍କ୍ବାଡର ଯାଞ୍ଚ କଡାକଡି

ଛତ୍ରପୁର ୭।୫(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜିଲାରେ ଚଳିତ ମାସ ୧୩ରେ ଚତୁର୍ଥ ପର୍ଯ୍ୟାୟ ଏବଂ ୨୦ରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ ।...

ବଜ୍ରପାତରେ ଚାଲିଗଲା ୯ ଗୋରୁଙ୍କ ଜୀବନ

ଦାରିଙ୍ଗବାଡି/ବ୍ରାହ୍ମଣୀଗାଁ, ୭/୫ (ଅରୁଣ ସାହୁ /ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ଜନଜୀବନ ପ୍ରଭାବିତ ହୋଇଛି।...

ରୋଚକ ମୋଡ଼ରେ ପିପିଲି ରାଜନୀତି: ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ବିରୋଧରେ ସ୍ବାଧୀନ ଭାବେ ଲଢ଼ିବେ ସ୍ତ୍ରୀ ଜାଗୃତି

ଭୁବନେଶ୍ୱର,୭।୫: ନିର୍ବାଚନ ମଇଦାନରେ ସ୍ବାମୀଙ୍କ ବିରୋଧରେ ଲଢ଼ିବେ ସ୍ତ୍ରୀ। ପିପିଲି ବିଧାନସଭା ଆସନରେ କିଛି ଏଭଳି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଗୋଟିଏ ପଟେ...

କଂଗ୍ରେସ ଛାଡିଲେ ଚିତ୍ତରଞ୍ଜନ, ନେଲେ ବଡ଼ ନିଷ୍ପତ୍ତି

ନୀଳଗିରି,୭।୫: କଂଗ୍ରେସ ଛାଡିଲେ ନୀଳଗିରିର ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡଙ୍ଗୀ। ଚଳିତ ନିର୍ବାଚନର ବାଲେଶ୍ୱର ଲୋକ ସଭା ପ୍ରାର୍ଥୀ ଶ୍ରୀକାନ୍ତ ଜେନାଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ...

ନିଟ୍‌ ପରୀକ୍ଷାରେ ଜାଲିଆତି ଘଟଣା: ୩ ଅଭିଯୁକ୍ତ ଗିରଫ

ଭଦ୍ରକ,୭।୫: ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍‌ରେ ଜାଲିଆତି ଘଟଣାରେ ମଙ୍ଗଳବାର ୩ ଜଣ ଗିରଫ ହୋଇଛନ୍ତି। ଜଣେ ପରୀକ୍ଷାର୍ଥୀ ପାଇଁ ଅନ୍ୟ ଜଣେ ପରୀକ୍ଷା ଦେଉଥିଲେ...

ପାଗରେ ବଡ଼ ପରିବର୍ତ୍ତନ: କୋରାପୁଟରେ ୨୧୬.୫ମିମି ବର୍ଷା ରେକର୍ଡ

କୋରାପୁଟ,୭।୫(ଅମିତାଭ ବେହେରା): କାଳବୈଶାଖୀ ପ୍ରଭାବରେ ପାଗରେ ବଡ଼ ପରିବର୍ତ୍ତନ ଘଟିଛି। ମଙ୍ଗଳବାର କୋରାପୁଟ ଜିଲାରେ ୨୧୬.୫ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଜିଲାର ସେମିଳିଗୁଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri