କଲ୍ୟାଣୀଗ୍ରାମର ୧୫ ପରିବାର ଜଳବନ୍ଦୀ

ବାହାନଗା,୧୨।୯(ଡି.ଏନ.ଏ.-ବାଲେଶ୍ୱର ଜିଲା ବାହାନଗା ବ୍ଳକ କଲ୍ୟାଣୀ ଗ୍ରାମର ୬ ନମ୍ବର ୱାର୍ଡର ୧୫ ପରିବାର ଏବେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ଗ୍ରାମରେ ନୂଆ କରି ତିଆରି ହୋଇଥିବା ପ୍ରଧାନମନ୍ତ୍ରୀ ସଡକ ସେମାନଙ୍କ ଲାଗି ଦୁଃଖ ଆଣି ଦେଇଛି । ରାସ୍ତା ଉଚ୍ଚା ହୋଇଥିବା ବେଳେ ଲୋକଙ୍କ ଘର ନିଚା ହୋଇଯାଇଛି । ଜଳ ନିଷ୍କାସନ ଲାଗି ଉପଯୁକ୍ତ ପଦକ୍ଷେପ ନିଆଯାଇ ନ ଥିବାରୁ ସେମାନଙ୍କ ଘରଦ୍ୱାର ବର୍ଷାପାଣିରେ ସବୁବେଳେ ବୁଡି ରହୁଛି। ପୂର୍ବରୁ ବସିଥିବା ହୋମପାଇପକୁ ଠିକା ସଂସ୍ଥା ବାହାର କରିଦେଇ ଥିବା ଏବଂ ନୟନଯୋରୀ ଜବରଦଖଲରେ କରାଯାଇଥିବା କାରଣରୁ ବର୍ଷା ଜଳ ନିଷ୍କାସନ ହୋଇପାରୁ ନାହିଁ। ଏ ସମ୍ପର୍କରେ ସେମାନେ ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କ ସମେତ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରି ସୁଫଳ ନ ପାଇବାରୁ ଶେଷରେ ବୁଧବାର ବାହାନଗା ତହସିଲ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ। ସାହିର ବାସନ୍ତୀ ସେଠୀ-୧, ବାସନ୍ତୀ ସେଠୀ-୨, ଭାରତୀ ସେଠୀ, ସଂଯୁକ୍ତା ସେଠୀ, ନାରାୟଣ ସେଠୀ, କରୁଣାକର ସେଠୀ ପ୍ରମୁଖ ମହିଳା ଓ ପୁରୁଷ ଏଥିର ସାମିଲ ହୋଇଥିଲେ। ଗତ ଅଗଷ୍ଟ ମାସରେ ତହସିଲ ପକ୍ଷରୁ ଜବରଦଖଲ ଉଚ୍ଛେଦ ଲାଗି ଜମି ମାପଚୁପ କରାଯାଇଥିଲେ ମଧ୍ୟ ଏଯାଏ କୌଣସି ପଦକ୍ଷେପ ନିଆଯାଇ ନ ଥିବା ସ୍ଥାନୀୟ ଧୋବା ସାହି ବାସିନ୍ଦା ଅଭିଯୋଗ କରିଛନ୍ତି।ବର୍ଷାଜଳ ନିଷ୍କାସନ ସମସ୍ୟା ନେଇ ଲୋକେ ଧାରଣା ଦେବା ପରେ ଅପରାହ୍ନ ସାଢେ୬ ଟା ସମୟ ରେ ଅତିରକ୍ତ ତହସିଲିଦାର ବିନୋଦ ଚନ୍ଦ୍ର ପଣ୍ଡା ଧାରଣାସ୍ଥଳକୁ ଆସି ସାହିର ମହିଳା ପୁରୁଷଙ୍କୁ ବୁଝାଶୁଝା କରିଥିଲେ। ପରେ ସେ ଗ୍ରାମକୁ ଯାଇ ଜଳବନ୍ଦୀ ସ୍ଥାନବଚଲି ଦେଖିଥିଲେ ା ଦୁଇଦିନ ଭିତରେ ଏ ଦିଗରେ ପଦକ୍ଷେପ ନିଆଯିବ ବୋଲି ଅତିରିକ୍ତ ତହସିଲିଦାର ପ୍ରତିଶ୍ରୁତି ଦେବାରୁ ଲୋକେ ଧାରଣାରୁ ଉଠିିଥିଲେ। ଗତ ମଙ୍ଗଳବାର ଲୋକଙ୍କ ଅଭିଯୋଗ ପରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଏସଡିଓ ଅଜୟ ବେହେରା ଓ କନିଷ୍ଠ ଯନ୍ତ୍ରୀ ଅଣାକାର ଜେନା ସାହିେରେ ଥିବା ଜଳବନ୍ଦୀ ଅଞ୍ଚଳ ବୁଲି କିପରି ଜଳ ନିଷ୍କାସନ ହୋଇପାରିବ ସେବାବଦରେ ଠିକାଦାରଙ୍କ ସହିତ ଅଲୋଚନା କରିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ସୋର ତହସିଲଦାର: ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ

ସୋର,୧୯।୨(ଜନ୍ମେଞ୍ଜୟ ମିଶ୍ର): ଓଡ଼ିଶା ଭିଜିଲାନ୍ସ ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବାଲେଶ୍ୱର ଜିଲା ସୋର ତହସିଲଦାରଙ୍କୁ ଗିରଫ କରିଛି। ଜବତ ହୋଇଥିବା ପଥର ବୋଝେଇ…

ଦୋକାନ ବନ୍ଦ କରି ଫେରୁଥିଲେ ଗହଣା ଦୋକାନୀ, ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟିନେଲେ ଦୁର୍ବୃତ୍ତ

ନୀଳଗିରି,୧୯ା୨(ପ୍ରଶାନ୍ତ କୁମାର ବିଶ୍ବାଳ): ନୀଳଗିରି ଥାନା ଅଧୀନ ସନ୍ତରାଗଡ଼ିଆ ବଜାରର ଜଣେ ଗହଣା ଦୋକାନୀ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ତାଙ୍କ ଉପରକୁ ଗୁଳିମାଡ଼…

ଶାଶୁଙ୍କ ମୃତ୍ୟୁଖବର ଶୁଣି ଚାଲିଗଲା ବୋହୂଙ୍କ ଜୀବନ

ନୀଳଗିରି,୧୮।୨(ପ୍ରଶାନ୍ତ ବିଶ୍ୱାଳ):ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଶାଶୁଙ୍କ ମୃତ୍ୟୁ ଖବର ଶୁଣି ବୋହୂ ଆଖି ବୁଜିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ…

ଶ୍ୱଶୁର ଘରେ ଜ୍ୱାଇଁଙ୍କ ହଙ୍ଗାମା: ସ୍ତ୍ରୀଙ୍କ ଉପରେ ପେଟ୍ରୋଲ ଢାଳି ଲଗାଇଦେଲେ ନିଆଁ, ଆଉ ତା’ ପରେ…

ବାଲେଶ୍ୱର,୧୮ା୨(ବାଞ୍ଛାନିଧି ଦେ): ସ୍ବାମୀ ପାଲଟିଗଲେ ରାକ୍ଷସ। ଶ୍ୱଶୁର ଘରେ ସ୍ତ୍ରୀ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗେଇ ଦେଲେ ସ୍ବାମୀ। ଝିଅକୁ ବଞ୍ଚାଇବାକୁ ଯାଇ ଶ୍ୱଶୁର, ଶାଶୁ…

ହୋଟେଲ ମାଲିକଙ୍କୁ ହତ୍ୟା: ଦୋକାନ ଆଗରେ…

ସିମୁଳିଆ, ୧୬।୨(ସନ୍ତୋଷ ନାୟକ): ବାଲେଶ୍ବର ଜିଲା ସିମୁଳିଆ ଥାନା ଠାରୁ ୩କି.ମି. ଦୂର ୧୬ନଂ ଜାତୀୟ ରାଜପଥ ପାଶର୍‌ବରେ ଥିବା ଜୟ ମା ’ଦୁର୍ଗା ନାମକ ହୋଟେଲର…

ବ୍ରିଜ୍‌ ଭାଙ୍ଗି ନଦୀକୁ ଖସିଲା ଅଦା ବୋଝେଇ ଟ୍ରକ୍‌, ଭିତରେ ଥିଲେ ଡ୍ରାଇଭର-ହେଲ୍‌ପର

ବସ୍ତା,୧୬ା୨(ହରିଶଙ୍କର ପାଢ଼ୀ): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ମଥାନୀ ବାଇପାସ ପେଗରପଡ଼ା ଜଳକା ନଦୀର ବ୍ରିଜରୁ ଘନ କୁହୁଡି ଯୋଗୁ ସୋମବାର ଭୋର୍‌ ସମୟରେ ଏକ…

ଶଙ୍ଖେଶ୍ୱରଙ୍କ ପୀଠରେ ଅଲୌକିକ ଘଟଣା: ଦର୍ଶନ ଦେଲେ ନାଗରାଜ, ପିଇଲେ କ୍ଷୀର, ଦେଖନ୍ତୁ ଭିଡିଓ…

ନୀଳଗିରି,୧୬ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ଭଗବାନ ଶିବ ଶମ୍ଭୁଙ୍କର ରହିଛି ଅନେକ ରହସ୍ୟ, ଯେପରି ବ୍ରହ୍ମାଣ୍ଡର ନା ଆଦି ଅଛି ନା ଅନ୍ତ ଅଛି। ଠିକ ସେହିଭଳି ଶିବ…

ଜାଗରରେ ଅଘଟଣ: ଦୀପରୁ ମହିଳାଙ୍କ ଦେହରେ ଲାଗିଲା ନିଆଁ, ଆଉ ତା’ ପରେ…

ଖଇରା,୧୫ା୨(ଉତ୍କଳ ବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ଗଣ୍ଡିବେଡ଼ସ୍ଥିତ ଲଙ୍କେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ଦୀପରୁ ନିଆଁ ଲାଗିବା ଯୋଗୁ ଗଣ୍ଡିବେଡ଼ ଗ୍ରାମର ଭଗବାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri