Posted inଭଦ୍ରକ

କଲେଜ ସମସ୍ୟା ନେଇ ଏସ୍‌ପି ଅଫିସ ଆଗରେ ଛାତ୍ରୀଙ୍କ ଧାରଣା

ଭଦ୍ରକ ଅଫିସ, ୪ା୨- ସୋମବାର ମଧ୍ୟାହ୍ନରୁ ୪ଜଣ କଲେଜ ଛାତ୍ରୀ ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। କଲେଜରେ ବିଭିନ୍ନ ସମସ୍ୟା ରହିଥିଲେ ମଧ୍ୟ ସେମାନେ ବାରମ୍ବାର କଲେଜ କର୍ତ୍ତୃପକ୍ଷ, ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ତାଙ୍କ ଦାବି ପ୍ରତି ଗୁରୁତ୍ୱ ଦିଆଯାଉ ନ ଥିବାରୁ ଛାତ୍ରୀମାନେ ଶେଷରେ ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ତିହିଡ଼ି ବ୍ଲକ ବିଏନ୍‌ଏମ୍‌ଏ ପାଳିଆବିନ୍ଧା କଲେଜରେ ନିର୍ଦ୍ଦିଷ୍ଟ ଜଣେ କର୍ମଚାରୀଙ୍କ ଏକଛତ୍ର ଶାସନରେ ଅତିଷ୍ଟ ହୋଇ ଏହି ଛାତ୍ରୀମାନେ ଧାରଣାରେ ବସିଥିବା କୁହାଯାଇଛି। କଲେଜର ଅଧ୍ୟକ୍ଷ ଏବଂ ଡିଇଓଙ୍କ ମନମୁଖୀ କାର୍ଯ୍ୟରେ ଅତିଷ୍ଟ ହୋଇ ଏମାନେ ଧାରଣାରେ ବସିଥିବା ଯୁକ୍ତ ୩ ପ୍ରଥମ ବର୍ଷର ମାନସୀ ପରିଡ଼ା, ସ୍ମୃତିରେଖା ରାଉତ, ସଙ୍ଗୀତା ବେହେରା ଓ ଯୁକ୍ତ ୨ ଦ୍ୱିତୀୟ ବର୍ଷର ରୀତା ଦାସ ପ୍ରତିକ୍ରିୟା ରଖିଛନ୍ତି। ରିପୋର୍ଟ ଲେଖା ସୁଦ୍ଧା ପୋଲିସ ବହୁ ବୁଝାଶୁଝା କରିଥିଲେ ମଧ୍ୟ ଛାତ୍ରୀମାନେ ଧାରଣାରୁ ଉଠି ନ ଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ଅଟୋ ମୁହାଁମୁହିଁ ଧକ୍କା: ୨ ଜଣ ଗୁରୁତର

ଧାମନଗର, ୬/୯ (ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥର ଧାମନଗର ଛକ ଫ୍ଲାଏଓଭର ବ୍ରିଜ୍‌ ନିକଟରେ ରବିବାର ସକାଳ ପ୍ରାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri