କଲେଜ ଯିବେନି ଅଧ୍ୟାପକ, କର୍ମଚାରୀ

ଭୁବନେଶ୍ୱର, ୧୭।୩(ବ୍ୟୁରୋ): କରୋନା ସଂକ୍ରମଣ ମୁକାବିଲାକୁ ଦୃଷ୍ଟିରେ ରଖି ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ଅଧ୍ୟାପକ ଏବଂ କର୍ମଚାରୀମାନଙ୍କୁ ଶିକ୍ଷାନୁଷ୍ଠାନକୁ ନ ଆସିବାକୁ ବାରଣ କରିଛି ଉଚ୍ଚଶିକ୍ଷା ବିଭାଗ। ପରୀକ୍ଷା କିମ୍ବା ମୂଲ୍ୟାଙ୍କନ ସମ୍ବନ୍ଧୀୟ କାର୍ଯ୍ୟ ନଥିଲେ କଲେଜ ନ ଆସିବାକୁ କୁହାଯାଇଛି। ତେବେ ଜରୁରୀ କିମ୍ବା ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥିଲେ ଡକାଇବା ମାତ୍ରେ ତୁରନ୍ତ ହେଡ୍‌କ୍ୱାର୍ଟରରେ ଉପସ୍ଥିତ ହେବାକୁ କୁହାଯାଇଛି। ଏନେଇ ସୋମବାର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟର କୁଳପତି, ମହାବିଦ୍ୟାଳୟଗୁଡ଼ିକର ଅଧ୍ୟକ୍ଷ, ସରକାରୀ ଅନୁଦାନପ୍ରାପ୍ତ ଏବଂ ଅଣଅନୁଦାନପ୍ରାପ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ବିଭାଗ ଶାସନ ସଚିବ ଶାଶ୍ୱତ ମିଶ୍ର ଚିଠି ଲେଖି ଅବଗତ କରାଇଛନ୍ତି।
ଅନ୍ୟପକ୍ଷରେ ରେସିଡେନ୍ସିଆଲ୍‌ ହଷ୍ଟେଲଗୁଡ଼ିକରେ ଥିବା ଛାତ୍ରୀଛାତ୍ରମାନେ ଚାହିଁଲେ ସେମାନଙ୍କ ଘରକୁ ଯାଇପାରିବେ। ହେଲେ ଯଦି କିଏ ବି ହଷ୍ଟେଲରେ ରହିବାକୁ ଚାହିଁବ, ସେମାନଙ୍କ ପାଇଁ ହଷ୍ଟେଲ୍‌ ଓ ମେସ୍‌ ଖୋଲା ରଖିବା ବାଧ୍ୟତାମୂଳକ। ପ୍ରମୁଖ ସ୍ଥାନରେ କରୋନା ଭୂତାଣୁ ସଂକ୍ରମଣ ଏବଂ ଏହାର ସଚେତନତାମୂଳକ ପଦକ୍ଷେପ ସମ୍ପର୍କରେ ପୋଷ୍ଟର ଆକାରରେ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ସରକାରଙ୍କ ଦ୍ୱାରା ବିଭିନ୍ନ ଖବରକାଗଜରେ ବାହାରୁଥିବା କରୋନା ସମ୍ପର୍କିତ ବିଜ୍ଞାପନକୁ ଇନ୍‌ଫରମେଶନ, ଏଜୁକେଶନ ଆଣ୍ଡ୍‌ କମ୍ୟୁନିକେଶନ(ଆଇଇସି) ମ୍ୟାଟେରିଆଲ ଭାବେ ବ୍ୟବହାର କରିବାକୁ କୁହାଯାଇଛି। ଆଗକୁ ହେବାକୁ ଥିବା ୬ଷ୍ଠ ସେମିଷ୍ଟର ପରୀକ୍ଷା ଏବଂ ଏହି ସେମିଷ୍ଟରର ବ୍ୟାକ୍‌ ପେପର ପରୀକ୍ଷା ପୂର୍ବ ସୂଚିତ ନିର୍ଦ୍ଧାରିତ ସମୟରେ ଅନୁଷ୍ଠିତ ହେବ। ହେଲେ ପରୀକ୍ଷା ପୂର୍ବରୁ ଭଲଭାବେ ଚେୟାର ଓ ଟେବୁଲ୍‌ ସଫା କରିବା, ଛାତ୍ରୀଛାତ୍ରଙ୍କ ମଧ୍ୟରେ ଆବଶ୍ୟକ ଦୂରତା ରକ୍ଷା କରିବା, ପରୀକ୍ଷା ହଲ୍‌କୁ ପ୍ରବେଶ ପୂର୍ବରୁ ହାତ ସଫା କରିବା ଭଳି ଜରୁରୀ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ କୁହାଯାଇଛି। ତେବେ ଅନ୍ୟ ସେମିଷ୍ଟର୍‌ ପରୀକ୍ଷାଗୁଡ଼ିକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବାତିଲ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri