କଲେଜ ମଞ୍ଚରେ ମିଳିଥିଲା ଆତ୍ମବିଶ୍ୱାସ

ଓଡ଼ିଆ ସଙ୍ଗୀତ ଦୁନିିଆରେ ଆର୍‌.ଏସ୍‌. କୁମାର ହେଉଛନ୍ତି ଜଣେ ଆଗଧାଡ଼ିର କଣ୍ଠଶିଳ୍ପୀ। ଇତି ମଧ୍ୟରେ ୪୦ରୁ ଅଧିକ ସିନେମା ଗୀତ ଓ ୧୫୦ରୁ ଅଧିକ ଆଲବମ୍‌ ଗୀତରେ କଣ୍ଠଦାନ କରିଛନ୍ତି। ‘ଭଲପାଏ ତତେ ୧୦୦ରୁ ୧୦୦’ ଚଳଚ୍ଚିତ୍ରରେ ‘ସବୁ ମାୟାରେ ବାୟା’ ଗୀତ ହେଉଛିି ଆର.ଏସ୍‌.ଙ୍କ ଲାଟେଷ୍ଟ ସୁପରହିଟ ଗୀତ। ‘ସପନର ପଥେ ପଥେ’ ଚଳଚ୍ଚିତ୍ରର ‘ମୌଲା ମୌଲା’ ଗୀତ ନିିମନ୍ତେ ରାଜ୍ୟ ପୁରସ୍କାର ପ୍ରାପ୍ତ ଆର୍‌.ଏସ୍‌.ଙ୍କ ଅନୁଭୂତିରୁ କିଛି…

କଣ୍ଠ ଶିଳ୍ପୀମାନଙ୍କ ପାଇଁ ଶ୍ରୋତା ହେଉଛନ୍ତି ଭଗବାନ। ସେମାନଙ୍କ କରତାଳି ଜଣେ କଣ୍ଠଶିଳ୍ପୀଙ୍କ ପାଇଁ ଆଶୀର୍ବାଦ ସଦୃଶ। ଯଦି କରତାଳି ଶୁଭେନିି ତା’ହେଲେ ମଞ୍ଚ ଉପରେ ଗୀତ ଗାଇବାର ଉତ୍ସାହ ବି କମିଯାଏ। ଏବେ ମଞ୍ଚକୁ ଚଢ଼ିଲେ କରତାଳି ଶୁଭୁଛି। ହେଲେ ପୂର୍ବରୁ ମଞ୍ଚ ଉପରର ଘଟଣାକୁ ନେଇ ଅନେକ ଅନୁଭୂତି ଅଛି। ୨୦୦୮ ମସିହା। ବାଲେଶ୍ୱର ସ୍କୁଲ ଅଫ୍‌ ଇଞ୍ଜିନିୟରିଂରେ ପଢ଼ୁଥାଏ। ସିନିିୟରମାନଙ୍କୁ ନିବେଦନ କରି କଲେଜ ବାର୍ଷିକ ଉତ୍ସବରେ ଗୀତ ଗାଇବାର ଅନୁମତି ପାଇଥିଲି। ଜାଣି ନ ଥିଲି କେତେବେଳେ ମୋତେ ଗୀତ ଗାଇବାକୁ ଡକାଯିବ। ଉତ୍ସବ ଆରମ୍ଭର ୨ରୁ ୩ ଘଣ୍ଟା ଯାଏ ସିନିୟରମାନେ ମଞ୍ଚ ଉପରେ ବିଭିନ୍ନ କାର୍ଯ୍ୟକ୍ରମ କଲେ। ମୋ ପାଳି ପଡ଼ିଲା ବେଳକୁ ଦିନ ପ୍ରାୟ ୧.୩୦ କି ୨ଟା ବାଜିଯାଇଥାଏ। ଏହାଛଡ଼ା ସେତେବେଳେ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ବି ହୋଇସାରିଥାଏ। ମୋ ନାଁ ଡକାଗଲା ଓ ଏକଥା ବି ଘୋଷଣା କରାଗଲା ଯେ, ମଧ୍ୟାହ୍ନ ଭୋଜନ ସ୍ଥଳ ନିକଟରେ ସମସ୍ତେ ଉପସ୍ଥିତ ରହିବାକୁ। ମୁଁ ମଞ୍ଚକୁ ଚଢ଼ିବା ବେଳକୁ ଜଣେ ଜଣେ ଚେୟାର ଛାଡୁଥିବାର ଦୃଶ୍ୟ ଦେଖୁଥାଏ। ଆଖି ବନ୍ଦ କରିଥିଲି ଓ ଗୀତ ଗାଇବା ଆରମ୍ଭ କରିଥିଲି। ‘ଏ ଜୀବନ ଯଉବନ..’ ଭଜନ ଗୀତ ଗାଇଥିଲି। ହେଲେ ଗୋଟିଏ ପଦ ଗୀତ ଗାଇ ଆଖି ଖୋଲିଲା ବେଳକୁ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଆଖିରେ ପଡ଼ିଥିଲା। ସବୁ ଚେୟାର ଫିଲଅପ୍‌। ଏହାପର ଠାରୁ ନିଜ ଉପରେ ବିଶ୍ୱାସ ଆସିଯାଇଥିଲା। ସେଦିନ ମୋର ବିଶ୍ୱାସ ହେଲା ଯେ, ମୁଁ ଭଲ ଗୀତ ଗାଇ ପାରିବି। ଆତ୍ମବିଶ୍ୱାସ ବିନା ସଫଳତା ମିଳେନାହିଁ। ସେଦିନର ଆତ୍ମବିଶ୍ୱାସ ଯୋଗୁଁ ଏବେ ଏହି ସଙ୍ଗୀତ ଦୁନିଆରେ ତିଷ୍ଠି ପାରିଛି। ପିତା ରମାକାନ୍ତ ଓ ମା’ ସୁକାନ୍ତିଙ୍କ ନାମକୁ ନେଇ ତାଙ୍କ ନାମ ଆର୍‌.ଏସ୍‌ ଐକୁମାର ହୋଇଛି ବୋଲି ସେ କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri