କର୍ମଜୀବୀ: ବଢୁଛି ଦାୟିତ୍ୱ…

ଦୀର୍ଘଦିନର ଲକ୍‌ଡାଉନ୍‌ ପରେ ଏବେ ଟିକିଏ କୋହଳ ହୋଇଛି କଟକଣା। ଚାଲିଛି ଅନ୍‌ଲକ୍‌ ଫେଜ୍‌ ୱାନ୍‌। ତେଣୁ କର୍ମଜୀବୀ ମହିଳାମାନେବି ପୁଣି ଫେରିଛନ୍ତି କର୍ମକ୍ଷେତ୍ରକୁ। ଗୋଟିଏ ପଟେ କରୋନା ସଂକ୍ରମଣର ଭୟ କମି ନ ଥିବାବେଳେ ଅନ୍ୟ ପଟେ ନିଜ କ୍ୟାରିୟରକୁ ସମ୍ଭାଳିବା ପାଇଁ ସଂଘର୍ଷ କରିବାକୁ ପଡୁଛି…

ଘର ପରିବାର ଆଉ କ୍ୟାରିୟର ଭିତରେ ସମନ୍ବୟ ରକ୍ଷା କରିବା ପାଇଁ କର୍ମଜୀବୀମାନଙ୍କୁ ବହୁ ସଂଘର୍ଷ କରିବାକୁ ପଡ଼ିଥାଏ। ଏବେ କରୋନା ଭାଇରସ୍‌ ସଂକ୍ରମଣର ଭୟ କମିନି। ସେନେଇ ଯଥେଷ୍ଟ ସଚେତନ ହେବାକୁ ପଡୁଛି। ଏହା ଭିତରେ ଅନେକଙ୍କୁ ଘରୁ ଗୋଡ଼ କାଢ଼ି ବାହାରକୁ ବି ଯିବାକୁ ପଡ଼ିଛି। କାରଣ ଏବେ କାମ ନ କଲେ ହୁଏତ କ୍ୟାରିୟରରେ ଏକ ବିରାଟ ପୂର୍ଣ୍ଣଚ୍ଛେଦ ପଡ଼ିଯାଇପାରେ। ତେଣୁ ନିଜର ତଥା ପରିବାରର ସ୍ବାସ୍ଥ୍ୟ ସଚେତନତାକୁ ଦୃଷ୍ଟିରେ ରଖି କାମ କରିବାକୁ ପଡୁଛି।
କ୍ୟାରିୟର ଭୟ: ଲକ୍‌ଡାଉନ୍‌ ପାଇଁ ଏବେ ଅଧିକାଂଶ କର୍ମକ୍ଷେତ୍ରରେ ଚାକିରିକୁ ନେଇ ସଂଘର୍ଷ କରୁଛନ୍ତି ଲୋକେ। ତେଣୁ ଏ ସମୟରେ ଅଫିସର ଆବଶ୍ୟକତାକୁ ଦୃଷ୍ଟିରେ ରଖି କେତେଜଣ କର୍ମକ୍ଷେତ୍ରକୁ ଯିବା ଆରମ୍ଭ କରିଛନ୍ତି। କରୋନା ସଂକ୍ରମଣ ପ୍ରତି ଭୟ ତ ରହିଛି କିନ୍ତୁ ଏ ସ୍ଥିତିରେ ଚାକିରିରେ ଯୋଗ ନ ଦେଲେ ହୁଏତ ଚାକିରି ହରାଇବାର ଭୟ ଆସିପାରେ। ସେ ଦୃଷ୍ଟିରୁ ଇଚ୍ଛା ନ ଥିଲେ ବି ଅନେକ ମହିଳା କାମ କରିବା ଆରମ୍ଭ କରିଛନ୍ତି।
ଅଫିସରେ ଚାପ: କରୋନା ସଂକ୍ରମଣକୁ ଏଡ଼ାଇବା ପାଇଁ ଅଧିକାଂଶ ଅଫିସରେ ଏବେ କମ୍‌ ସଂଖ୍ୟକ କର୍ମଚାରୀଙ୍କୁ ନେଇ କାମ କରିବାର ଅନୁମତି ମିଳିଛି। ସେଥିପାଇଁ ଅଫିସକୁ ଯାଉଥିବା କିଛି କର୍ମଚାରୀଙ୍କୁ ଅଧିକ ଚାପରେ କାମ କରିବାକୁ ପଡୁଛି। ମହିଳାମାନଙ୍କୁ ଅଫିସରେ ଅଧିକ ଚାପରେ କାମ କରିବାକୁ ପଡୁଥିବାବେଳେ ଘରେ ବି କାମର ଚାପ ଅଧିକ ରହୁଛି। ଲକ୍‌ଡାଉନ୍‌ ପାଇଁ ପରିବାରର ସବୁ ସଦସ୍ୟ ଏବେ ଘରେ ଅଧିକ ସମୟ ରହୁଥିବାରୁ ସେମାନଙ୍କ ପାଇଁ ଉଭୟପଟେ କାମର ଚାପ ବଢ଼ିଯାଇଛି।
ସଂକ୍ରମଣ ସଚେତନତା: କରୋନା ସଂକ୍ରମଣ ନେଇ ଏବେ ପାଦେ ପାଦେ ସଚେତନ ହେବାକୁ ପଡୁଛି। ସେଥିପାଇଁ ତ ଘରୁ ବାହାରିବା ମାତ୍ରେ ସମସ୍ତେ ସାନିଟାଇଜର ସହିତ ମାସ୍କ ଆଦି ସାଙ୍ଗରେ ନେଇ ଯାଉଛନ୍ତି। ଏହା ସହିତ ଘରକୁ ଫେରିବା ସମୟରେ ବି ସାଙ୍ଗରେ ନେଇଥିବା ସମସ୍ତ ଜିନିଷକୁ ସାନିଟାଇଜ୍‌ କରିବା ସହିତ ନିଜକୁ ପରିଷ୍କାର କରିବାକୁ ପଡୁଛି। ଏଭଳି ସ୍ଥିତିରେ ମହିଳାମାନଙ୍କର ବି କାମ ଟିକେ ଅଧିକ ହୋଇଯାଇଛି। ହେଲେ ଏସବୁ ଭିତରେ ନିଜ କ୍ୟାରିୟରକୁ ନେଇ ବେଶ୍‌ ଆତ୍ମସନ୍ତୋଷ ମିଳୁଛି।
ପରିସ୍ଥିତି ସହ ସାମିଲ ହୋଇ କାମ କରିବାକୁ ପଡିବ : ଏବେ ଦୁଇ ସପ୍ତାହ ହେଲା ମୋ ଅଫିସ୍‌ ଖୋଲିଲାଣି। ଅଫିସ୍‌ ଖୋଲିଲା ଯେ ମତେ ବହୁତ ଶାନ୍ତି ଲାଗୁଛି। ନ ହେଲେ ଏତେ ଦିନ ଧରି ଘରେ ରହି ରହି ମୁଁ ବୋର୍‌ ହୋଇ ଯାଇଥିଲି। ପୁଅର ମାଟ୍ରିକ ପରୀକ୍ଷା ସରି ଯାଇଛି। ତେଣୁ ଏମିତି ଦେଖିବାକୁ ଗଲେ ସେ ନିଜ କାମ ନିଜେ କରିଦେଉଛି। ଏବେ ତା’ର ସମର କୋର୍ସ ପାଠପଢ଼ା ହେଉଛି। ସେଥିପାଇଁ ଟିକେ ନଜର ରଖିବାକୁ ପଡୁଥିଲା। କିନ୍ତୁ ଅଫିସ୍‌ ପୂରା ବନ୍ଦ ଥିବାରୁ ଭଲ ଲାଗୁ ନ ଥିଲା। ଏବେ ଅଫିସ୍‌ ଖୋଲିବା ପରେ କରୋନା ପାଇଁ ସଚେତନ ହୋଇ ଆସିବାକୁ ପଡୁଛି। ଥରେ ବାହାରକୁ ବାହାରିବା ମାନେ ଘରକୁ ଫେରିଲେ ଲୁଗାପଟା ଧୋଇ ପୂରା ଗାଧୋଇବାକୁ ପଡୁଛି। ବାକି ସାନିଟାଇଜେସନ୍‌ ଆଉ ହ୍ୟାଣ୍ଡୱାଶ୍‌ ତ ସବୁବେଳେ ପାଖରେ ରହିଛି। ପରିସ୍ଥିତି ସହ ସାମିଲ୍‌ ହୋଇ କାମ କରିବା ଆରମ୍ଭ କରିଛି।
-ମହାଶ୍ୱେତା ତ୍ରିପାଠୀ, ଏକ୍‌ଜିକ୍ୟୁଟିଭ୍‌ ଆସିଷ୍ଟାଣ୍ଟ, କିଟ୍‌ ୟୁନିଭର୍ସିଟି
ପୁଅ ପାଇଁ ଚିନ୍ତା: ଲକ୍‌ଡାଉନ୍‌ ପାଇଁ ଆମ ଅଫିସ୍‌ ସବୁ ଦିନ ବନ୍ଦ ରହି ନ ଥିଲା। ଆମର ରୋଟେସନରେ କାମ ହେଉଥିଲା। ତେଣୁ ମତେ କେବେ କେବେ ଘରେ ରହି କାମ କରିବାର ସୁଯୋଗ ମିଳି ଯାଉଥିଲା। ମୋ ପୁଅକୁ ଏବେ ତିନି ବର୍ଷ ହୋଇଛି, ତେଣୁ ୱାର୍କ ଫ୍ରମ ହୋମ୍‌ ହେବାରୁ ତା’ ପାଇଁ ଅଧିକ ସମୟ ଦେବାର ସୁଯୋଗ ପାଉଥିଲି। ଏବେ ଅଫିସ୍‌ ପୂରା ଖୋଲିଛି। ପୂର୍ବ ଭଳି ଫୁଲ ଟାଇମ୍‌ କାମ କରି ଘରକୁ ଫେରୁଛି। ହେଲେ କରୋନା ପାଇଁ ଏବେ ଅଧିକ ସଚେତନ ହେବାକୁ ପଡୁଛି। ଅଫିସରେ ଆମର ସାନିଟାଇଜେସନର ସବୁ ସୁବିଧା ରହିଛି। ତା’ ଛଡ଼ା ଘରକୁ ଫେରି ସବୁ ଜିନିଷକୁ ସାନିଟାଇଜେସନ୍‌ କରି ଲୁଗାପଟା ଧୋଇ ଗାଧୋଇବା ପରେ ହିଁ ଛୁଆ ପାଖକୁ ଯାଉଛି। ଘରେ ଅନ୍ୟମାନେ ବିଭିନ୍ନ କ୍ଷେତ୍ରରେ ସାହାଯ୍ୟ କରୁଛନ୍ତି। ହେଲେ ମୋ ପୁଅଟା ଛୋଟ ବୋଲି ମତେ ଟିକେ ଅଧିକ ସତର୍କ ହେବାକୁ ପଡୁଛି।
-ଦେବେନ୍ମିତା ଦାସ, ବ୍ରାଞ୍ଚ ମ୍ୟାନେଜର, ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କ, ପୁରୀ
ଘରେ କାମ ବଢିଯାଇଛି: ଲକ୍‌ଡାଉନ୍‌ ପାଇଁ ଆମର ଅଫିସ୍‌ ପୂରା ବନ୍ଦ ହୋଇ ନ ଥିଲା। ଅଫିସ୍‌ ନ ଯାଇ ୱାର୍କ ଫ୍ରମ ହୋମ୍‌ କରୁଥିଲି। ଏବେ ଦୁଇଟା ଅପସନ୍‌ ରହିଛି। ଏବେ ଅଫିସ୍‌ ଆଉ ଘରେ ସୁବିଧା ଅନୁସାରେ କାମ କରିହେବ। ତେଣୁ ମତେ ଅଫିସ୍‌ କାମ ପାଇଁ ସେମିତି କିଛି ଅସୁବିଧା ହେଉନି। କିନ୍ତୁ ଘରେ ସମସ୍ତଙ୍କ ପାଇଁ ମତେ ହିଁ ସବୁ କରିବାକୁ ପଡୁଛି। କାରଣ ଏବେ ତ ଘରକୁ କାମରେ ସହାୟତା ପାଇଁ କାହାକୁ ଡାକି ହେଉନି। ଆଉ ବାହାରକୁ ବାହାରିବା ମାତ୍ରେ କରୋନା ନେଇ ସଚେତନତା ଦୃଷ୍ଟିରୁ ଅଧିକ କାମ ପଡ଼ିଯାଉଛି। ଦୁଇଜଣ ପିଲା ଛୋଟ ଥିବାରୁ ସେମାନଙ୍କୁ ବି ସବୁବେଳେ ସଚେତନ କରିବାକୁ ପଡୁଛି। ସେଥିପାଇଁ ବେଶି ସମୟ ମୁଁ ଘରୁ କାମ କରିବାକୁ ପସନ୍ଦ କରୁଛି, ଯାହାଫଳରେ ସାନିଟାଇଜେସନ୍‌ ଆଉ ସଫାସୁତୁରା କାମ ଟିକେ କମ୍‌ ହେଉଛି।
-ରାନୁସ୍ମିତା ସ୍ବାଇଁ, ଟେକ୍ନିକାଲ୍‌ ଆସିଷ୍ଟାଣ୍ଟ, ନିଟ୍‌ ଟେକ୍ନୋଲୋଜି, ବାଙ୍ଗାଲୋର


Enter your email to get our daily news in your inbox.

All Right Reserved By Dharitri.Com

ଜାଭେଲିନ ଫାଇନାଲରେ ଏହି ୩ ଭାରତୀୟ

ଗ୍ଲାସ୍‌ଗୋ,୩୦ା୭: ଦୁଇ ଥରର ଅଲିମ୍ପିକ୍‌ ପଦକଧାରୀ ନୀରଜ ଚୋପ୍ରାଙ୍କ ସମେତ ୩ ଭାରତୀୟ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପୁରୁଷ ଜାଭେଲିନ ଥ୍ରୋ ଫାଇନାଲରେ ପ୍ରବେଶ କରିଛନ୍ତି। ୨୦୧୮…

ରକ୍ଷାବନ୍ଧନ ପୂର୍ବରୁ ବଡ଼ ଝଟକା! ପୋଷ୍ଟ ଅଫିସ ବଢ଼ାଇଲା ସ୍ପିଡ୍ ପୋଷ୍ଟ ଦର, ଜାଣିନିଅନ୍ତୁ କେତେ…

ନୂଆଦିଲ୍ଲୀ,୩୦।୭: ଆଜି ମଧ୍ୟ, ବହୁ ସଂଖ୍ୟକ ଲୋକ ପାନ୍, ଆଧାର କିମ୍ବା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ପଠାଇବା ପାଇଁ ସ୍ପିଡ୍ ପୋଷ୍ଟ ବ୍ୟବହାର କରିବାକୁ ପସନ୍ଦ କରନ୍ତି…

୪୮ ଘଣ୍ଟା ପାଇଁ ଧବଳେଶ୍ବର ପୀଠକୁ ଯିବା ମନା: ଲାଗିଲା ପ୍ରଶାସନିକ କଟକଣା

ଆଠଗଡ଼, ୩୦।୭: ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ବରଙ୍କ ପୀଠକୁ ଗୁରୁବାର ଅପରାହ୍ଣ ୪ଟାରୁ ପରବର୍ତ୍ତୀ ୪୮ ଘଣ୍ଟା ପାଇଁ ଶ୍ରଦ୍ଧାଳୁଙ୍କ ଯିବା ଆସିବା ସମ୍ପୂର୍ଣ୍ଣ ବାରଣ…

ଟଙ୍କା ହେରଫେର, ପୂର୍ବତନ ସମିତି ସମ୍ପାଦକ ଗିରଫ

ହାଟଡିହୀ,୩୦।୭(ଶୁଭକାନ୍ତ ନାୟକ): ଟଙ୍କା ହେରଫେର ଅଭିଯୋଗରେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସଢା ସେବା ସମବାୟ ସମିତିର ପୂର୍ବତନ ସମ୍ପାଦକ ଦୀନବନ୍ଧୁ ଜେନାଙ୍କୁ ଭିଜିଲାନ୍ସ ଗୁରୁବାର ଗିରଫ…

କକରୋଚ୍ ଜନତା ପାର୍ଟି ଆନ୍ଦୋଳନ ଉପରେ ହେବ ଫିଲ୍ମ: ୨୦୨୭ରେ ହେବ ରିଲିଜ୍‌, ଜାଣନ୍ତୁ କିଏ କରିବେ ଅଭିନୟ?

ଦିଲ୍ଲୀର ଜନ୍ତର-ମନ୍ତରରେ ‘କକରୋଚ୍ ଜନତା ପାର୍ଟି’ (CJP) ର ଆନ୍ଦୋଳନ ସାରା ଦେଶର ଧ୍ୟାନ ଆକର୍ଷଣ କରିଥିଲା। ଦେଶସାରାର ଯୁବକମାନେ ଏହି ଆନ୍ଦୋଳନର ଅଂଶବିଶେଷ ହୋଇଥିଲେ ଏବଂ…

ସାହସ ଦେଖି ସମସ୍ତେ ଆଶ୍ଚର୍ଯ୍ୟ! ଚଳନ୍ତା ବସ୍‌ ଆଗରେ ଛିଡା ହୋଇଗଲେ ACP ମୋନିକା, ଜାଣନ୍ତୁ କାରଣ

ଭୋପାଳ,୩୦।୭: ମଧ୍ୟପ୍ରଦେଶର ଭୋପାଳରେ କୃଷକ ଆନ୍ଦୋଳନ ସମୟରେ ACP ମୋନିକା ଶୁକ୍ଲାଙ୍କ ସାହସିକ ପଦକ୍ଷେପ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଆନ୍ଦୋଳନକାରୀମାନେ ବ୍ୟାରିକେଡ୍…

ସମୁଦ୍ର ଗଭୀରରେ ଭାରତର ସବୁଠାରୁ ବଡ଼ ସନ୍ଧାନ! ମିଳିବ କି ଶ୍ରୀକୃଷ୍ଣଙ୍କ ଦ୍ୱାରକା? ୨୦୩୦ ଯାଏଁ ଚାଲିବ…

ସମୁଦ୍ରର ଗଭୀରତାରେ ଲୁଚି ରହିଥିବା ଭାରତର ପ୍ରାଚୀନ ଇତିହାସକୁ ସାମ୍ନାକୁ ଆଣିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ଅଭିଯାନ ଆରମ୍ଭ କରିଛନ୍ତି। ବର୍ଷ ୨୦୩୦ ପର୍ଯ୍ୟନ୍ତ…

ଗୋରୁ ବୋଝେଇ ଗାଡ଼ି ସହ ୨ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ, ହାଟରେ ବିକ୍ରି ପାଇଁ ନେଉଥିଲେ

ଦିଗପହଣ୍ଡି,୩୦।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ଅଞ୍ଚଳରେ କିଛି ଗୋରୁ ବେପାରୀ ଗତ କିଛିଦିନ ହେଲା ବେଧଡକ ଭାବେ ବେଆଇନ ଗୋରୁ ବ୍ୟବସାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri