କର୍ମଜୀବୀ: ବଢୁଛି ଦାୟିତ୍ୱ…

ଦୀର୍ଘଦିନର ଲକ୍‌ଡାଉନ୍‌ ପରେ ଏବେ ଟିକିଏ କୋହଳ ହୋଇଛି କଟକଣା। ଚାଲିଛି ଅନ୍‌ଲକ୍‌ ଫେଜ୍‌ ୱାନ୍‌। ତେଣୁ କର୍ମଜୀବୀ ମହିଳାମାନେବି ପୁଣି ଫେରିଛନ୍ତି କର୍ମକ୍ଷେତ୍ରକୁ। ଗୋଟିଏ ପଟେ କରୋନା ସଂକ୍ରମଣର ଭୟ କମି ନ ଥିବାବେଳେ ଅନ୍ୟ ପଟେ ନିଜ କ୍ୟାରିୟରକୁ ସମ୍ଭାଳିବା ପାଇଁ ସଂଘର୍ଷ କରିବାକୁ ପଡୁଛି…

ଘର ପରିବାର ଆଉ କ୍ୟାରିୟର ଭିତରେ ସମନ୍ବୟ ରକ୍ଷା କରିବା ପାଇଁ କର୍ମଜୀବୀମାନଙ୍କୁ ବହୁ ସଂଘର୍ଷ କରିବାକୁ ପଡ଼ିଥାଏ। ଏବେ କରୋନା ଭାଇରସ୍‌ ସଂକ୍ରମଣର ଭୟ କମିନି। ସେନେଇ ଯଥେଷ୍ଟ ସଚେତନ ହେବାକୁ ପଡୁଛି। ଏହା ଭିତରେ ଅନେକଙ୍କୁ ଘରୁ ଗୋଡ଼ କାଢ଼ି ବାହାରକୁ ବି ଯିବାକୁ ପଡ଼ିଛି। କାରଣ ଏବେ କାମ ନ କଲେ ହୁଏତ କ୍ୟାରିୟରରେ ଏକ ବିରାଟ ପୂର୍ଣ୍ଣଚ୍ଛେଦ ପଡ଼ିଯାଇପାରେ। ତେଣୁ ନିଜର ତଥା ପରିବାରର ସ୍ବାସ୍ଥ୍ୟ ସଚେତନତାକୁ ଦୃଷ୍ଟିରେ ରଖି କାମ କରିବାକୁ ପଡୁଛି।
କ୍ୟାରିୟର ଭୟ: ଲକ୍‌ଡାଉନ୍‌ ପାଇଁ ଏବେ ଅଧିକାଂଶ କର୍ମକ୍ଷେତ୍ରରେ ଚାକିରିକୁ ନେଇ ସଂଘର୍ଷ କରୁଛନ୍ତି ଲୋକେ। ତେଣୁ ଏ ସମୟରେ ଅଫିସର ଆବଶ୍ୟକତାକୁ ଦୃଷ୍ଟିରେ ରଖି କେତେଜଣ କର୍ମକ୍ଷେତ୍ରକୁ ଯିବା ଆରମ୍ଭ କରିଛନ୍ତି। କରୋନା ସଂକ୍ରମଣ ପ୍ରତି ଭୟ ତ ରହିଛି କିନ୍ତୁ ଏ ସ୍ଥିତିରେ ଚାକିରିରେ ଯୋଗ ନ ଦେଲେ ହୁଏତ ଚାକିରି ହରାଇବାର ଭୟ ଆସିପାରେ। ସେ ଦୃଷ୍ଟିରୁ ଇଚ୍ଛା ନ ଥିଲେ ବି ଅନେକ ମହିଳା କାମ କରିବା ଆରମ୍ଭ କରିଛନ୍ତି।
ଅଫିସରେ ଚାପ: କରୋନା ସଂକ୍ରମଣକୁ ଏଡ଼ାଇବା ପାଇଁ ଅଧିକାଂଶ ଅଫିସରେ ଏବେ କମ୍‌ ସଂଖ୍ୟକ କର୍ମଚାରୀଙ୍କୁ ନେଇ କାମ କରିବାର ଅନୁମତି ମିଳିଛି। ସେଥିପାଇଁ ଅଫିସକୁ ଯାଉଥିବା କିଛି କର୍ମଚାରୀଙ୍କୁ ଅଧିକ ଚାପରେ କାମ କରିବାକୁ ପଡୁଛି। ମହିଳାମାନଙ୍କୁ ଅଫିସରେ ଅଧିକ ଚାପରେ କାମ କରିବାକୁ ପଡୁଥିବାବେଳେ ଘରେ ବି କାମର ଚାପ ଅଧିକ ରହୁଛି। ଲକ୍‌ଡାଉନ୍‌ ପାଇଁ ପରିବାରର ସବୁ ସଦସ୍ୟ ଏବେ ଘରେ ଅଧିକ ସମୟ ରହୁଥିବାରୁ ସେମାନଙ୍କ ପାଇଁ ଉଭୟପଟେ କାମର ଚାପ ବଢ଼ିଯାଇଛି।
ସଂକ୍ରମଣ ସଚେତନତା: କରୋନା ସଂକ୍ରମଣ ନେଇ ଏବେ ପାଦେ ପାଦେ ସଚେତନ ହେବାକୁ ପଡୁଛି। ସେଥିପାଇଁ ତ ଘରୁ ବାହାରିବା ମାତ୍ରେ ସମସ୍ତେ ସାନିଟାଇଜର ସହିତ ମାସ୍କ ଆଦି ସାଙ୍ଗରେ ନେଇ ଯାଉଛନ୍ତି। ଏହା ସହିତ ଘରକୁ ଫେରିବା ସମୟରେ ବି ସାଙ୍ଗରେ ନେଇଥିବା ସମସ୍ତ ଜିନିଷକୁ ସାନିଟାଇଜ୍‌ କରିବା ସହିତ ନିଜକୁ ପରିଷ୍କାର କରିବାକୁ ପଡୁଛି। ଏଭଳି ସ୍ଥିତିରେ ମହିଳାମାନଙ୍କର ବି କାମ ଟିକେ ଅଧିକ ହୋଇଯାଇଛି। ହେଲେ ଏସବୁ ଭିତରେ ନିଜ କ୍ୟାରିୟରକୁ ନେଇ ବେଶ୍‌ ଆତ୍ମସନ୍ତୋଷ ମିଳୁଛି।
ପରିସ୍ଥିତି ସହ ସାମିଲ ହୋଇ କାମ କରିବାକୁ ପଡିବ : ଏବେ ଦୁଇ ସପ୍ତାହ ହେଲା ମୋ ଅଫିସ୍‌ ଖୋଲିଲାଣି। ଅଫିସ୍‌ ଖୋଲିଲା ଯେ ମତେ ବହୁତ ଶାନ୍ତି ଲାଗୁଛି। ନ ହେଲେ ଏତେ ଦିନ ଧରି ଘରେ ରହି ରହି ମୁଁ ବୋର୍‌ ହୋଇ ଯାଇଥିଲି। ପୁଅର ମାଟ୍ରିକ ପରୀକ୍ଷା ସରି ଯାଇଛି। ତେଣୁ ଏମିତି ଦେଖିବାକୁ ଗଲେ ସେ ନିଜ କାମ ନିଜେ କରିଦେଉଛି। ଏବେ ତା’ର ସମର କୋର୍ସ ପାଠପଢ଼ା ହେଉଛି। ସେଥିପାଇଁ ଟିକେ ନଜର ରଖିବାକୁ ପଡୁଥିଲା। କିନ୍ତୁ ଅଫିସ୍‌ ପୂରା ବନ୍ଦ ଥିବାରୁ ଭଲ ଲାଗୁ ନ ଥିଲା। ଏବେ ଅଫିସ୍‌ ଖୋଲିବା ପରେ କରୋନା ପାଇଁ ସଚେତନ ହୋଇ ଆସିବାକୁ ପଡୁଛି। ଥରେ ବାହାରକୁ ବାହାରିବା ମାନେ ଘରକୁ ଫେରିଲେ ଲୁଗାପଟା ଧୋଇ ପୂରା ଗାଧୋଇବାକୁ ପଡୁଛି। ବାକି ସାନିଟାଇଜେସନ୍‌ ଆଉ ହ୍ୟାଣ୍ଡୱାଶ୍‌ ତ ସବୁବେଳେ ପାଖରେ ରହିଛି। ପରିସ୍ଥିତି ସହ ସାମିଲ୍‌ ହୋଇ କାମ କରିବା ଆରମ୍ଭ କରିଛି।
-ମହାଶ୍ୱେତା ତ୍ରିପାଠୀ, ଏକ୍‌ଜିକ୍ୟୁଟିଭ୍‌ ଆସିଷ୍ଟାଣ୍ଟ, କିଟ୍‌ ୟୁନିଭର୍ସିଟି
ପୁଅ ପାଇଁ ଚିନ୍ତା: ଲକ୍‌ଡାଉନ୍‌ ପାଇଁ ଆମ ଅଫିସ୍‌ ସବୁ ଦିନ ବନ୍ଦ ରହି ନ ଥିଲା। ଆମର ରୋଟେସନରେ କାମ ହେଉଥିଲା। ତେଣୁ ମତେ କେବେ କେବେ ଘରେ ରହି କାମ କରିବାର ସୁଯୋଗ ମିଳି ଯାଉଥିଲା। ମୋ ପୁଅକୁ ଏବେ ତିନି ବର୍ଷ ହୋଇଛି, ତେଣୁ ୱାର୍କ ଫ୍ରମ ହୋମ୍‌ ହେବାରୁ ତା’ ପାଇଁ ଅଧିକ ସମୟ ଦେବାର ସୁଯୋଗ ପାଉଥିଲି। ଏବେ ଅଫିସ୍‌ ପୂରା ଖୋଲିଛି। ପୂର୍ବ ଭଳି ଫୁଲ ଟାଇମ୍‌ କାମ କରି ଘରକୁ ଫେରୁଛି। ହେଲେ କରୋନା ପାଇଁ ଏବେ ଅଧିକ ସଚେତନ ହେବାକୁ ପଡୁଛି। ଅଫିସରେ ଆମର ସାନିଟାଇଜେସନର ସବୁ ସୁବିଧା ରହିଛି। ତା’ ଛଡ଼ା ଘରକୁ ଫେରି ସବୁ ଜିନିଷକୁ ସାନିଟାଇଜେସନ୍‌ କରି ଲୁଗାପଟା ଧୋଇ ଗାଧୋଇବା ପରେ ହିଁ ଛୁଆ ପାଖକୁ ଯାଉଛି। ଘରେ ଅନ୍ୟମାନେ ବିଭିନ୍ନ କ୍ଷେତ୍ରରେ ସାହାଯ୍ୟ କରୁଛନ୍ତି। ହେଲେ ମୋ ପୁଅଟା ଛୋଟ ବୋଲି ମତେ ଟିକେ ଅଧିକ ସତର୍କ ହେବାକୁ ପଡୁଛି।
-ଦେବେନ୍ମିତା ଦାସ, ବ୍ରାଞ୍ଚ ମ୍ୟାନେଜର, ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କ, ପୁରୀ
ଘରେ କାମ ବଢିଯାଇଛି: ଲକ୍‌ଡାଉନ୍‌ ପାଇଁ ଆମର ଅଫିସ୍‌ ପୂରା ବନ୍ଦ ହୋଇ ନ ଥିଲା। ଅଫିସ୍‌ ନ ଯାଇ ୱାର୍କ ଫ୍ରମ ହୋମ୍‌ କରୁଥିଲି। ଏବେ ଦୁଇଟା ଅପସନ୍‌ ରହିଛି। ଏବେ ଅଫିସ୍‌ ଆଉ ଘରେ ସୁବିଧା ଅନୁସାରେ କାମ କରିହେବ। ତେଣୁ ମତେ ଅଫିସ୍‌ କାମ ପାଇଁ ସେମିତି କିଛି ଅସୁବିଧା ହେଉନି। କିନ୍ତୁ ଘରେ ସମସ୍ତଙ୍କ ପାଇଁ ମତେ ହିଁ ସବୁ କରିବାକୁ ପଡୁଛି। କାରଣ ଏବେ ତ ଘରକୁ କାମରେ ସହାୟତା ପାଇଁ କାହାକୁ ଡାକି ହେଉନି। ଆଉ ବାହାରକୁ ବାହାରିବା ମାତ୍ରେ କରୋନା ନେଇ ସଚେତନତା ଦୃଷ୍ଟିରୁ ଅଧିକ କାମ ପଡ଼ିଯାଉଛି। ଦୁଇଜଣ ପିଲା ଛୋଟ ଥିବାରୁ ସେମାନଙ୍କୁ ବି ସବୁବେଳେ ସଚେତନ କରିବାକୁ ପଡୁଛି। ସେଥିପାଇଁ ବେଶି ସମୟ ମୁଁ ଘରୁ କାମ କରିବାକୁ ପସନ୍ଦ କରୁଛି, ଯାହାଫଳରେ ସାନିଟାଇଜେସନ୍‌ ଆଉ ସଫାସୁତୁରା କାମ ଟିକେ କମ୍‌ ହେଉଛି।
-ରାନୁସ୍ମିତା ସ୍ବାଇଁ, ଟେକ୍ନିକାଲ୍‌ ଆସିଷ୍ଟାଣ୍ଟ, ନିଟ୍‌ ଟେକ୍ନୋଲୋଜି, ବାଙ୍ଗାଲୋର


Enter your email to get our daily news in your inbox.

All Right Reserved By Dharitri.Com

ହିଟ ଓ୍ବେଭ ପାଇଁ ଡ୍ୟାମେଜ ହୋଇପାରେ ଲିଭର-କିଡ୍‌ନୀ

ନୂଆଦିଲ୍ଲୀ: ଆଜିକାଲି ଦିଲ୍ଲୀ-ନୋଏଡା ସମେତ ସମଗ୍ର ଦେଶରେ ଅତ୍ୟଧିକ ଗରମ ଅନୁଭୂତ ହେଉଛି। ଉତ୍ତାପ ବୃଦ୍ଧି ଯୋଗୁଁ ଉତ୍ତରପ୍ରଦେଶରେ ମଧ୍ୟ ୨ଜଣଙ୍କର ମତ୍ୟୁ ହୋଇଛି। ସୂଚନାଯୋଗ୍ୟ,...

ଖରାଦିନେ ତ୍ୱଚାର ଯତ୍ନ ନେବେ କିପରି: ଏହି ଟିପ୍ସ ଆପଣାନ୍ତୁ

ପ୍ରବଳ ଖରା ତ୍ୱଚା ଲାଗି କ୍ଷତିକାରକ। ଗ୍ରୀଷ୍ମଋତୁରେ ଏହାକୁ କିପରି ମୁଲାୟମ ତଥା ଆକର୍ଷଣୀୟ ରଖିବେ ସେ ନେଇ କେତୋଟି ଟିପ୍ସ… ଖରା ଏବଂ ପ୍ରଦୂଷଣ...

ଗ୍ରୀଷ୍ମରେ କେମିତି ରହିବେ ଫିଟ୍‌: ଆପଣାନ୍ତୁ ଏହି ଫିଟ୍‌

”ଗ୍ରୀଷ୍ମଋତୁରେ ସବୁବେଳେ ଶରୀରରେ ଜଳୀୟ ଅଂଶକୁ ସନ୍ତୁଳିତ ରଖୁଥିବା ଖାଦ୍ୟ ଖାଆନ୍ତୁ। ବିଶେଷଭାବରେ ସବୁଜ ପନିପରିବାରେ ପ୍ରସ୍ତୁତ ଖାଦ୍ୟ, ତଟକା ଫଳମୂଳ ଖାଆନ୍ତୁ। କାରଣ ଏଗୁଡ଼ିକରେ...

ମହାକାଶରେ ଶିବ-ଶକ୍ତି

ଭାରତୀୟ ଧର୍ମ ସଂସ୍କୃତିରେ ଶିବ ହେଲେ ମଙ୍ଗଳମୟ ଦେବାଧିଦେବ ମହାଦେବ ଏବଂ ଶକ୍ତି ସୂଚିତ କରେ ତାଙ୍କ ସଙ୍ଗିନୀ ତଥା ଶକ୍ତିର ପ୍ରତୀକ ଶକ୍ତିସ୍ବରୂପିଣୀ ମା’...

ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଓ ସତର୍କତା

ବର୍ତ୍ତମାନ ସମଗ୍ର ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏହାର ପ୍ରଭାବ ଜନଜୀବନ ଉପରେ କିପରି ପଡିଛି ତାହା ବର୍ଣ୍ଣନା କରିବା ଅନାବଶ୍ୟକ। ତେଣୁ...

ବିପଦରେ ଫସିଛନ୍ତି କି? ଚାଣକ୍ୟଙ୍କ ଏହି ୫ କଥା ମାନିଲେ ଦୂର ହେବ ସମସ୍ତ ସଙ୍କଟ, ଜିତି ଯିବେ ପ୍ରତିଟି ବାଜି…

ଆଚାର୍ଯ୍ୟ ଚାଣକ୍ୟଙ୍କ ରଚିତ ‘ଚାଣକ୍ୟ ନୀତି’ରେ ମନୁଷ୍ୟ ଜୀବନକୁ ସଫଳ କରିବାକୁ ନେଇ ଅନେକ ନୀତି ବିଷୟରେ ଉଲ୍ଲେଖ ରହିଛି। ଏହାକୁ ସଠିକ୍‌ ଭାବେ ପାଳନ...

ଅତ୍ୟନ୍ତ ଶୁଭ ଜେଡ୍‌ ପ୍ଲାଣ୍ଟ: ଘରେ ଲଗାଇଲେ ବଢ଼େ ସୁଖସମୃଦ୍ଧି

ଜେଡ୍‌ ପ୍ଲାଣ୍ଟ ହେଉଛି ଏକପ୍ରକାର ଇଣ୍ଡୋର ପ୍ଲାଣ୍ଟ। ବାସ୍ତୁଶାସ୍ତ୍ର ଅନୁଯାୟୀ, ଏହି ପ୍ଲାଣ୍ଟକୁ ଲକି ପ୍ଳାଣ୍ଟ ତଥା ଫ୍ରେଣ୍ଡସିପ୍‌ ପ୍ଲାଣ୍ଟ ବି କୁହାଯାଇଥାଏ। କାରଣ ଏହି...

ଘରେ ଲଗାଇବେ ନାହିଁ କେଉଁ ଫଟୋ? ଦୁର୍ଭାଗ୍ୟକୁ ଡାକି ଆଣିବ…

ଘରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅନେକେ କାନ୍ଥରେ ସୁନ୍ଦର ଫଟୋମାନ ଲଗାଇଥାନ୍ତି। କିନ୍ତୁ ଏହି ଫଟୋ ଲଗାଇବାକୁ ନେଇ ମଧ୍ୟ ବାସ୍ତୁଶାସ୍ତ୍ରରେ କିଛିଟା ନିୟମ ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri