କର୍ମଜୀବୀ ଓ ଫିଟ୍‌ନେସ୍‌

ଆଜିକାଲି ଅନେକ ମହିଳା ନିଜକୁ ସ୍ବାବଲମ୍ବୀ କରିବାକୁ ଆଗେଇ ଆସୁଛନ୍ତି। କେତେକେ ନିଜେ କିଛି ରୋଜଗାର କରିବା ସହ ଅନ୍ୟମାନଙ୍କୁ ରୋଜଗାରକ୍ଷମ କରାଇବାରେ ମଧ୍ୟ ସକ୍ଷମ ହୋଇଛନ୍ତି। ତେବେ କର୍ମଜୀବୀମାନେ ବ୍ୟସ୍ତବହୁଳ ଜୀବନ ଭିତରେ ନିଜ ଶରୀର ପ୍ରତି ନଜର ଦେବା ନିହାତି ଜରୁରୀ। କାରଣ ସୁସ୍ଥ ରହିଲେ ହିଁ ଜଣେ ଆଗକୁ ଆଗେଇପାରିବ। ହେଲେ କର୍ମମୟ ଜୀବନରେ କେତେକ କର୍ମଜୀବୀ ନିଜ ସ୍ବାସ୍ଥ୍ୟ ପ୍ରତି ଅଣଦେଖା କରିଥାଆନ୍ତି। ସକାଳୁ ଉଠି ଘରକାମ ସାରି ଅଫିସ ଯିବା, ସେଠାରେ ନିଜ ଦାୟିତ୍ୱ ତୁଲାଇବା, ପୁଣି ଅଫିସ ଶେଷ ହେବା ପରେ ଘରକୁ ଆସି ଘରକାମରେ ନିଜକୁ ନିୟୋଜିତ ରଖିବା-ଏସବୁ ସେମାନଙ୍କ ଜୀବନର ନିତିଦିନିଆ ଘଟଣା। ତେବେ ଏପରି କେତେକ ସରଳ ଉପାୟ ରହିଛି, ଯାହାକୁ କର୍ମଜୀବୀ ଆପଣେଇପାରିଲେ ଅନେକାଂଶରେ ସୁସ୍ଥ ରହିପାରିବେ। ଜାଣନ୍ତୁ ଏ ସମ୍ପର୍କରେ …
କ’ଣ କରିବେ
-ନିଜ କାର୍ଯ୍ୟକୁ ନେଇ ଯେତେ ବ୍ୟସ୍ତ ରହିଲେ ମଧ୍ୟ ସେଥିରୁ କିଛି ସମୟ ବାହାରକରି ରେଷ୍ଟ ନିଅନ୍ତୁ। ସେହି ଅନୁସାରେ ନିଜର ଦୈନନ୍ଦିନ କାର୍ଯ୍ୟତାଲିକା ପ୍ରସ୍ତୁତ କରନ୍ତୁ।
-ସବୁବେଳେ କ’ଣ କରିବେ ସେନେଇ ଆଗରୁ ଯୋଜନା ପ୍ରସ୍ତୁତ କରନ୍ତୁ। ନିଜ ଦୈନିକ କାର୍ଯ୍ୟକୁ ଡାଏରୀରେ ଲେଖିରଖନ୍ତୁ।
-ସକାଳୁ ଯେତେ ବ୍ୟସ୍ତ ରହିଲେ ମଧ୍ୟ ବ୍ୟାୟାମ ପାଇଁ କିଛି ସମୟ ବାହାର କରନ୍ତୁ। ଅତିକମ୍‌ରେ ଅଧଘଣ୍ଟା ଚାଲନ୍ତୁ। କିଛି ସମୟ ଯୋଗ କରିପାରନ୍ତି।
ମାନସିକ ଓ ଶାରୀରିକ ଫିଟ୍‌ନେସ ଲାଗି ଏକ୍ସରସାଇଜ୍‌ ନିଶ୍ଚିତ କରନ୍ତୁ।
-ଆଜିକାଲି ଅନେକ ଅଫିସରେ ଯିବା ଆସିବା ପାଇଁ ଲିଫ୍ଟ ବ୍ୟବସ୍ଥା ରହିଛି। ତେବେ ଲିଫ୍ଟ ବଦଳରେ ଶିଡ଼ି ବ୍ୟବହାର କରନ୍ତୁ।
-ନିଜ କାର୍‌କୁ ପାର୍କରେ ରଖି କିଛି ସମୟ ଚାଲି ଚାଲି ଅଫିସ୍‌ ଭିତରକୁ ଯାନ୍ତୁ।
-ଲଞ୍ଚ୍‌ ପାଇଁ ଘରେ ପ୍ରସ୍ତୁତ ଖାଦ୍ୟକୁ ନେଇ ଯାନ୍ତୁ। ବାହାର ଖାଦ୍ୟଠାରୁ ନିଜକୁ ଦୂରେଇ ରଖନ୍ତୁ।
ଅଫିସ୍‌ରେ ଓ୍ବାର୍କଆଉଟ୍‌ର ଫାଇଦା
-ଅଫିସ୍‌ରେ ୨ ମିନିଟ୍‌ର ଓ୍ବାର୍କ କରିବା ଦ୍ୱାରା ଏହା ଶରୀର ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ।
-ଆଖି ଓ ମେରୁଦଣ୍ଡ ହାଡ଼କୁ ଆରାମ ମିଳିଥାଏ।
-ଚାଲିବା ଦ୍ୱାରା ଶରୀରରେ ରକ୍ତ ସଞ୍ଚାଳନ ଭଲ ହୋଇଥାଏ।
-ଚାଲିବା ସମୟରେ ଶରୀର ଫୁର୍ତ୍ତି ଲାଗିଥାଏ।
-ଓ୍ବାର୍କଆଉଟ୍‌ କରିବା ଦ୍ୱାରା ଦିନସାରା ମୁଡ୍‌ ଭଲ ରହିଥାଏ।
-ବ୍ୟାୟାମ ଦ୍ୱାରା ମାନସିକ ଓ ଶାରୀରିକ ଶାନ୍ତି ମିଳେ।
କାମ ସହ ଓ୍ବାର୍କଆଉଟ୍‌
-ଅଫିସ୍‌ରେ ଗୋଟିଏ ନିର୍ଦ୍ଦିଷ୍ଟ ଜାଗାରେ ବସି କାମ କରିବା ବ୍ୟତୀତ ଆପଣ ନିଜକୁ ଫିଟ୍‌ ମଧ୍ୟ ରଖିପାରିବେ। କିଛି ଏମିତି ଏକ୍ସରସାଇଜ୍‌ ଅଛି, ଯାହାକୁ ଅଫିସ୍‌ କାମ ସହିତ କରିପାରିବେ।
-ଅଫିସ୍‌ରେ ଲଗାତର ବସି କାମ କରିବାକୁ ପଡ଼ିଥାଏ। ଭଲ ସ୍ବାସ୍ଥ୍ୟ ପାଇଁ ପ୍ରତି ଘଣ୍ଟାରେ ଦୁଇ ମିନିଟ୍‌ ଓ୍ବାକ୍‌ କରନ୍ତୁ।
-ଅଫିସ୍‌ରେ ନିଜ ଫାଇଲ୍‌ ରେଜିଷ୍ଟର ଆଦିକୁ ନିଜେ ଉଠାଇ ରଖନ୍ତୁ।
-ପିଇବା ପାଣି ନିଜେ ଯାଇ ଆଣନ୍ତୁ। ନିଜ ସିଟ୍‌ ପର୍ଯ୍ୟନ୍ତ ଆସିବା ଲାଗି ଲମ୍ବା ରାସ୍ତା ଆପଣାନ୍ତୁ।
-ଲଞ୍ଚ୍‌ କରିବା ପରେ କିଛି ସମୟ ଚାଲନ୍ତୁ।
-କମ୍ପ୍ୟୁଟରରେ କାମ କରି କରି ଥକି ପଡ଼ିଥିଲେ ଚେୟାର ଉପରେ ବିଶ୍ରାମ ଦାୟକ ମୁଦ୍ରାରେ ବସନ୍ତୁ। ନିୟମିତ ସମୟ ଅନ୍ତରାଳରେ ମୁହଁ ଧୁଅନ୍ତୁ। ଏହାଦ୍ୱାରା ନିଜକୁ ଫ୍ରେସ୍‌ ଲାଗିବା ସହ ଆଖି ଉପରେ କାମର ପ୍ରଭାବ ପଡ଼ି ନ ଥାଏ।
-ଅଧିକ ସମୟ ଚେୟାରରେ ବସିବା ବଦଳରେ ଅଧିକରୁ ଅଧିକ ଫିଜିକାଲ୍‌ ମୁଭ୍‌ମେଣ୍ଟ କରନ୍ତୁ।
-ଚେୟାର ଉପରେ ବସି ଆପଣ କାନ୍ଧକୁ ୧୦ଥର ପଛକୁ ଏବଂ ପୁଣି ୧୦ ଥର ଆଗକୁ ବୁଲାନ୍ତୁ।
-ଚେୟାର ଉପରେ ବସି ୧୦ଥର ପାଦକୁ ଷ୍ଟ୍ରେଚ୍‌ କରନ୍ତୁ। ଚେୟାର ହାଇଟ୍‌ର ପାଦକୁ ତଳୁ ଉପରକୁ ଉଠାନ୍ତୁ।
-ଆପଣ ନିଜ ହାତକୁ ପିଠି ଆଡ଼କୁ ନେଇଯାନ୍ତୁ ଓ ଦୁଇ ହାତର ଆଙ୍ଗୁଠିକୁ ଲକ୍‌ କରି ପଛ ଆଡ଼କୁ ଷ୍ଟ୍ରେଚ୍‌ କରନ୍ତୁ।
-ନିଜ ଦୁଇ ହାତକୁ କାନ୍ଧ ସମାନକୁ ନେଇଆସନ୍ତୁ। ମୁଠା ବନ୍ଦକରି ୧୦ ଥର ଭିତର ଆଡ଼କୁ ବୁଲାନ୍ତୁ, ପୁଣି ୧୦ଥର ବାହାରକୁ ବୁଲାନ୍ତୁ।

ଏମାନେ କ’ଣ କରନ୍ତି
ପ୍ରତି ଘଣ୍ଟାରେ ଥରେ ସିଟ୍‌ରୁ ଉଠି କିଛି ସମୟ ବୁଲାବୁଲି କରିଥାଉ
-ଇତି ଦର୍ଶନୀ (ଟେକ୍ନୋଲୋଜି ଲିଡ୍‌, ଖରାଡି, ପୁନେ)
କାମ ଆରମ୍ଭ କରିବା ପୂର୍ବରୁ ଆମେ ପୋଶ୍ଚର ଉପରେ ଧ୍ୟାନ ଦେଇଥାଉ। ଯେମିତି କି ମନିଟର ମଧ୍ୟଭାଗରେ ରହିଲେ ଆମର ଆଖି ତା’ ସହ ପାରାଲାଲ ହୋଇପାରୁଥିବ। ଆମ ଅଫିସରେ ବସିବାକୁ ଆରାମଦାୟକ ଚେୟାର ରହିଛି, ଯାହା ଦ୍ୱାରା ବ୍ୟାକ୍‌ପେନ୍‌ ହେବାର ଆଶଙ୍କା କମ୍‌ ଥାଏ। ତଥାପି ଜଣେ କର୍ମଚାରୀ ନିଜ ସୁବିଧା ଅନୁସାରେ କୁସନ ବ୍ୟବହାର କରିଥାଆନ୍ତି। ଏତଦ୍‌ବ୍ୟତୀତ ପ୍ରତି ଘଣ୍ଟାରେ ଥରେ ସିଟ୍‌ରୁ ଉଠି କିଛି ସମୟ ବୁଲାବୁଲି କରିଥାଉ। ପାଣି ପିଇବା ପାଇଁ ସବୁବେଳେ ପାଣି ବୋତଲ ପାଖରେ ରଖିଥାଉ। ଖାସ୍‌ କଥା ହେଲା, ଅଫିସରେ ଲଞ୍ଚ୍‌ କରିବା ପରେ କିଛି ସମୟ ଚଲାବୁଲା କରିଥାଉ। ଆମ ଅଫିସରେ ଉଷୁମ ପାଣିର ବ୍ୟବସ୍ଥା ମଧ୍ୟ ରହିଛି।

ଆରାମରେ କାମ କରିବା ପ୍ରତି ସବୁବେଳେ ଦୃଷ୍ଟି ଦିଏ
-ପ୍ରତୀକ୍ଷା ଦାସ (ଟ୍ରେନିଂ ମ୍ୟାନେଜର,ସିଡିଏ, କଟକ)
ମୁଁ ଆମ ଅଫିସ୍‌ରେ ଟ୍ରେନର ରୂପେ କାମ କରେ। ପିଲାମାନେ କିପରି କମ୍ଫର୍ଟେବଲ୍‌ ଭାବେ କାମ କରିବେ ସେଥିପ୍ରତି ଆମେ ଦୃଷ୍ଟି ଦେଇଥାଉ। ଲେଡି ଷ୍ଟାଫ୍‌ମାନେ ଯେମିତିକି କମ୍ଫର୍ଟେବଲ ହୋଇ ବସି କାମ କରିପାରିବେ, ସେଥିପାଇଁ ତାଙ୍କୁ ସ୍ପେଶିଆଲ ଚେୟାର ଦିଆଯାଇଛି। ଆମେ ଯଦି ଠିକ୍‌ ପୋଶ୍ଚରରେ ବସି ନ ରହିବା ତେବେ ଆମ ଶରୀର ଉପରେ ଏହାର ଖରାପ ପ୍ରଭାବ ପଡ଼ିବ। ଅଲଗା ଅଲଗା କର୍ପୋରେଟ୍‌ ସେକ୍ଟରରେ ତାଙ୍କ ସିଷ୍ଟମରେ ପାଣି ଆଲାର୍ମ ବ୍ୟବସ୍ଥା ରହିଛି। ଏହା ଦ୍ୱାରା କାମ କରିବାର ଆଗ୍ରହ ଆସିବ। ପ୍ରତି ଏକ ଘଣ୍ଟାରେ ଥରେ ବ୍ରେକ୍‌ ନେଇପାରିବେ। ଆଖିକୁ ମଝିରେ ମଝିରେ ବ୍ଲିଙ୍କ କରିବା ଆବଶ୍ୟକ। ଏପରି କରିବା ଦ୍ୱାରା ଆଖି ଉପରେ ଏତେଟା ପ୍ରେସର ପଡ଼ିବ ନାହିଁ। ପ୍ରତି ଅଫିସ୍‌ରେ ଗେମ୍‌ଜୋନ୍‌, ଇନ୍‌ଡୋର ଗେମ୍‌, ଟେବୁଲ୍‌ଟେନିସ୍‌ ଆଦି ରହିଲେ ଭଲ। ଏପରି କରିବା ଦ୍ୱାରା ମାଇଣ୍ଡ୍‌ ରିଫ୍ରେଶ୍‌ମେଣ୍ଟ ରହିବ। କୌଣସି ସ୍ପେଶାଲ ଅକେଜନ୍‌ରେ ମହିଳାଙ୍କୁ ଛୋଟମୋଟ ଗିଫ୍ଟ ଦେବା କିମ୍ବା ଏଥେନିକ୍‌ ଡ୍ରେସ ସେଲିବ୍ରେଶନ୍‌ ଆଦି ବିଭିନ୍ନ ଆକ୍ଟିଭିଟି କଲେ ସେମାନେ ବି ମୋଟିଭେଟ୍‌ ହୋଇପାରିବେ। ମୋଟିଭେଟ୍‌ ହେଲେ ହିଁ କାମ କରିବାକୁ ଆଗ୍ରହ ପ୍ରକାଶ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri