କର୍ପୋରେଟ ଟିକସ ହ୍ରାସକୁ ଶିଳ୍ପ ବିଶେଷଜ୍ଞଙ୍କ ସ୍ବାଗତ

ଭୁବନେଶ୍ୱର,୭-୭(ବ୍ୟୁରୋ): ୨୦୧୯-୨୦ ଆର୍ଥତ୍କ ବର୍ଷ ବଜେଟରେ କର୍ପୋରେଟ ଟିକସ ହ୍ରାସ ଘୋଷଣାକୁ ଶିଳ୍ପ ବିଶେଷଜ୍ଞମାନେ ସ୍ବାଗତ ଜଣାଇଛନ୍ତି। ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକୁ ପୁଞ୍ଜି ଯୋଗାଣ, କ୍ଷୁଦ୍ର ବ୍ୟବସାୟୀଙ୍କ ଲାଗି ପେନଶନ ବ୍ୟବସ୍ଥା, ରିୟଲ ଇଷ୍ଟେଟ କ୍ଷେତ୍ର ଭଳି ଅନ୍ୟ କ୍ଷେତ୍ର ଲାଗି ନିଆ ଯାଇଥିବା ବିଭିନ୍ନ ଯୋଜନାକୁ ବିଶେଷଜ୍ଞମାନେ ପ୍ରଶଂସା କରିଛନ୍ତି। ଇଣ୍ଡିଆନ ଚାମ୍ବର୍ସ ଅଫ କମର୍ସ(ଆଇସିସି) ପକ୍ଷରୁ ଏଠାରେ ଅନୁଷ୍ଠିତ ବଜେଟ ପରବର୍ତ୍ତି ଆଲୋଚନାରେ ପରୋକ୍ଷ ତଥା ପ୍ରତ୍ୟକ୍ଷ ଟିକସ କ୍ଷେତ୍ରରେ ନିଆଯାଇଥିବା ପଦକ୍ଷେପ ଶିଳ୍ପ ଏବଂ ସାଧାରଣ ଲୋକଙ୍କ ଉପରେ ପ୍ରଭାବ ପ୍ରସଙ୍ଗ ସ୍ଥାନିତ ହୋଇଥିଲା। ବ୍ୟାଙ୍କଗୁଡିକ ଲାଗି ଗ୍ରହଣ କରାଯାଇଥିବା
ପୁଞ୍ଜିକରଣ ଯୋଜନା ସେମାନଙ୍କ ନଗଦ ଏବଂ ଋଣ ଯୋଗାଣ ସମସ୍ୟାକୁ ସମାଧାନ କରିପାରିବ ବୋଲି ବିଶେଷଜ୍ଞ ମାନେ କହିଛନ୍ତି। ଏହା ଦ୍ୱାରା ଅର୍ଥନୀତିରେ ବିକାଶ ସାଧନ ହୋଇ ପାରିବ ବୋଲି ମତ ପ୍ରକାଶ ପାଇଛି। ବଜେଟରେ ଘୋଷଣା ଏମ୍‌ଏସ୍‌ଏମ୍‌ଇ,ଇ-ଯାନ, ଶ୍ରମ ସଂସ୍କାର ଏବଂ ରିୟଲ ଇଷ୍ଟେଟ କ୍ଷେତ୍ର ଲାଗି ଲାଭକାରି ହେବ। ଅପରପକ୍ଷରେ ପେଟ୍ରୋଲ ଏବଂ ଡିଜେଲ ଉପରେ ଟିକସ ଲାଗୁ ପ୍ରସଙ୍ଗକୁ ବିଶେଷଜ୍ଞମାନେ ନାପସନ୍ଦ କରିଛନ୍ତି। ସେହିଭଳି ଆୟକର ସ୍ଲାବରେ କୌଣସି ପରିବର୍ତ୍ତନ ହୋଇ ନ ଥିବାରୁ ଏହା ଦେଶରେ ଚାହିଦା ବୃଦ୍ଧିକୁ ପ୍ରଭାବିତ କରିବ ବୋଲି ବୈଠକରେ ମତ ପ୍ରକାଶ ପାଇଛି। କାର୍ଯ୍ୟକ୍ରମରେ ଅର୍ଥ ଏବଂ ଟିକସ କମିଟିର ଆବାହକ ଏ.କେ.ସାବତ, କୃଷି ଏବଂ ଖାଦ୍ୟ ପ୍ରକ୍ରିୟାକରଣ ମେଣ୍ଟର ପ୍ରଦୀପ୍ତ ମହାନ୍ତି, ୟୁସିସିଆଇର ପୂର୍ବତନ ମହାନିର୍ଦ୍ଦେଶକ ରାଜେନ ପାଢୀ, ଆଇସିିସି ଓଡିଶା ପରିଷଦ ସହ ଅଧ୍ୟକ୍ଷ ଜେ.ବି ପାଣି ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

DA Hike: କର୍ମଚାରୀଙ୍କ ପାଇଁ ଖୁସି ଖବର, ହୋଲି ପୂର୍ବରୁ ଆସିବ ଅଧିକ ଦରମା!

ନୂଆଦିଲ୍ଲୀ,୨୦।୨: ଖୁବଶୀଘ୍ର ଖୁସି ଖବର ଦେବାକୁ ଯାଉଛନ୍ତି ମୋଦି ସରକାର । ୧ କୋଟିରୁ ଅଧିକ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ଖୁସି ଖବର ରହିଛି ।…

Railways fare Alert: ରେଲେଓ଼୍ବ ଏହି ୧୦ଟି ଟ୍ରେନର ଭଡାରେ କଲା ପରିବର୍ତ୍ତନ, ଯାତ୍ରା କରିବା ପୂର୍ୱରୁ ଜାଣି ନିଅନ୍ତୁ ଜରୁରୀ ଖବର…

ନୂଆଦିଲ୍‌ଲୀ,୨୦।୨:ଭାରତରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଟ୍ରେନରେ ଯାତ୍ରା କରନ୍ତି। ତେଣୁ, ଏହି ଖବର ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ପ୍ରାସଙ୍ଗିକ। ରେଳବାଇ 10ଟି ଟ୍ରେନରେ ଭଡା…

ଦେଶର ଖଣିଜ ଉତ୍ପାଦନକୁ ଓଡ଼ିଶାର ଯୋଗଦାନ ୪୩.୭

ଭୁବନେଶ୍ୱର,୨୦ା୨: ଦେଶର ଅର୍ଥନୀତିର ଚକକୁ ଗତିଶୀଳ କରିବାରେ ଓଡ଼ିଶାର ଖଣି ସମ୍ପଦ ସବୁଠାରୁ ବଡ଼ ଭୂମିକା ଗ୍ରହଣ କରିଛି। ଦେଶର ମୋଟ ଖଣିଜ ଉତ୍ପାଦନରେ ଓଡ଼ିଶାର ଅବଦାନ…

୧୦ ଗ୍ରାମ ସୁନା ବନ୍ଧକ ରଖିଲେ କେଉଁ ବ୍ୟାଙ୍କ ଦେବ ଅଧିକ ଲୋନ? ଜାଣନ୍ତୁ…

ନୂଆଦିଲ୍ଲୀ,୧୯ା୨: ୨୨ କ୍ୟାରେଟ୍ ସୁନାର ବର୍ତ୍ତମାନର ମୂଲ୍ୟ ପ୍ରତି ୧୦ ଗ୍ରାମ ୧,୪୩,୩୪୦ ଟଙ୍କା। ଏହି ମୂଲ୍ୟରେ ଆପଣ ସୁନା ଜମା କରି ଋଣ ନେଇପାରିବେ। ତଥାପି,…

ବିଶେଷଜ୍ଞଙ୍କ ବଡ଼ ପୂର୍ବାନୁମାନ, ଖସିବ ସୁନା ଦର! ବିକିଲେ କେତେ ଲାଭ?

ନୂଆଦିଲ୍ଲୀ,୧୯ା୨: ଗତ କିଛି ମାସ ମଧ୍ୟରେ ସୁନା ଓ ରୂପା ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି ଓ ଏବେ ସାମାନ୍ୟ ହ୍ରାସ ପାଉଛି। ତେଣୁ ଏଥିରେ…

ଭାରତ ପାଇଁ ଗୁଗୁଲର ମେଗା ପ୍ଲାନ୍: ସମୁଦ୍ର ତଳେ ଆମେରିକା ଯାଏଁ ବିଛାଯିବ କେବୁଲ୍, ନିବେଶ ହେବ ୧.୩୬ ଲକ୍ଷ କୋଟି

ନୂଆଦିଲ୍ଲୀ,୧୮।୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI କ୍ଷେତ୍ରରେ ଏକ ବଡ଼ ବିପ୍ଳବ ଆସିବାକୁ ଯାଉଛି। ଟେକ୍ ଜଗତର କମ୍ପାନୀ ‘ଗୁଗୁଲ’ ଭାରତରେ ବ୍ୟାପକ ପୁଞ୍ଜି ନିବେଶ…

ଡିଜିଟାଲ୍ ଯୁଗରେ ବି କ୍ୟାଶ୍‌ର କମାଲ୍: ବଜାରରେ ୪୦ ଲକ୍ଷ କୋଟି ଅତିକ୍ରମ କଲା ନଗଦ ଟଙ୍କା

ନୂଆଦିଲ୍ଲୀ,୧୭।୨: ଦେଶରେ ଡିଜିଟାଲ୍ ପେମେଣ୍ଟ ବା UPI କାରବାରରେ ବ୍ୟାପକ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଭାରତୀୟ ଅର୍ଥନୀତିରେ ନଗଦ ଟଙ୍କାର ପ୍ରଚଳନ ଏକ ନୂଆ…

ଭାରତରେ ଶିଶୁଙ୍କ ପାଇଁ ବ୍ୟାନ୍ ହେବ ସୋସିଆଲ ମିଡିଆ: କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୭।୨: ଭାରତରେ ଶିଶୁ ଏବଂ କିଶୋରମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ଉପରେ ଏକ ବଡ଼ କଟକଣା ଆସିବାକୁ ଯାଉଛି। କୋମଳମତି ପିଲାଙ୍କ ମାନସିକ ସ୍ୱାସ୍ଥ୍ୟ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri