କରୋନାଠାରୁ ଗ୍ୟାସ୍‌ ନିର୍ଗତ ଥିଲା ବେଶି ଭୟଙ୍କର

ଜୟପୁର,୧୦ା୫(ଡି.ଏନ୍‌.ଏ.)- କାରୋନା ଭୂତାଣୁ ଯେତେ ଭୟ ସୃଷ୍ଟି କରି ନ ଥିଲା ନିର୍ଗତ ବିଷାକ୍ତ ଗ୍ୟାସ୍‌ ତା’ଠାରୁ ଅଧିକ ଭୟଙ୍କର ଥିଲା। ଚାରିଆଡ଼େ ଲୋକଙ୍କ ମୃତ୍ୟୁ ଏବଂ ଅଚେତ ଶରୀର ପଡ଼ିରହିଥିଲା। ଜୀବନ ରକ୍ଷା କରିବାକୁ ଚାଲିଚାଲି ଆସିଛନ୍ତି କେତେଜଣ ଶ୍ରମିକ। ସେମାନେ ଛତିଶଗଡ଼ ଯିବେ। ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ନିକଟସ୍ଥ ଗୋପାଳପାଟଣାଠାରେ ଥିବା ଏକ କାରଖାନାରୁ ୨ଦିନ ତଳେ ବିଷାକ୍ତ ଗ୍ୟାସ୍‌ ନିର୍ଗତ ହୋଇଥିଲା। ଫଳରେ କାରଖାନାର ଆଖପାଖ ଅଞ୍ଚଳରେ ରହୁଥିବା ଲୋକଙ୍କୁ ତୁରନ୍ତ ଅଞ୍ଚଳ ଛାଡ଼ି ଚାଲିଯିବାକୁ ବିଶାଖାପାଟଣା ଜିଲା ପ୍ରଶାସନ ନିର୍ଦ୍ଦେଶ ଦେଇଥିଲା। ଏଥିଯୋଗୁ ଛତିଶଗଡ଼ର ବସ୍ତର ଜିଲା ଦରଭା ଥାନା ଅନ୍ତର୍ଗତ ଟାପରା ଗ୍ରାମ ଏବଂ ଆଖପାଖ ଗ୍ରାମର ସେଠାରେ କାର୍ଯ୍ୟ କରୁଥିବା ୨୦ ଜଣ ଶ୍ରମିକ ଚାଲିଚାଲି ନିଜ ଗ୍ରାମ ଅଭିମୁଖେ ବାହାରିଛନ୍ତି। ଏମାନେ ନଳକୂପ ଖନନ କମ୍ପାନୀରେ ଗୋପାଳପାଟଣା ଅଞ୍ଚଳରେ କାର୍ଯ୍ୟରତ ଥିଲେ। ଗ୍ୟାସ୍‌ ନିର୍ଗତ ପରେ ପ୍ରଶାସନର ନିର୍ଦ୍ଦେଶ ମୁତାବକ ଶ୍ରମିକମାନେ ଜୀବନ ବଞ୍ଚାଇବାକୁ ନିଜର ଅଳ୍ପ କିଛି ସାମଗ୍ରୀ ଧରି ଚାଲିଚାଲି ନିଜ ଗ୍ରାମକୁ ଫେରୁଛନ୍ତି। ଗତ ୪ଦିନ ମଧ୍ୟରେ ୨୫୦କି.ମି.ରୁ ଊର୍ଦ୍ଧ୍ୱ ଚାଲିଚାଲି ଆସି ରବିବାର ଶ୍ରମିକମାନେ ଜୟପୁରଠାରେ ପହଞ୍ଚତ୍ଥିଲେ। ଜୟପୁର ସହର ଦାୟିତ୍ୱରେ ଥିବା ମାଜିଷ୍ଟ୍ରେଟ ଏବଂ ପୋଲିସ ସେମାନଙ୍କୁ ଅଟକାଇ ସହର ଭିତିରେ ପ୍ରବେଶ ନ କରିବାକୁ ତାଗିଦ କରିଥିଲେ। ଜୟନଗର ରାସ୍ତା ଦେଇ ସେମାନଙ୍କୁ ଚାଲିଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ା ଏହି ଶ୍ରମିକମାନଙ୍କୁ ଲମତାପୁଟଠାରେ କେତେଜଣ ଯୁବକ ବିସ୍କୁଟ ଖାଇବାକୁ ଦେଇଥିଲେ। ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତି ଏବଂ ପୌରସଂସ୍ଥା ପକ୍ଷରୁ ସେମାନଙ୍କୁ ଜଳଖିଆ ପ୍ରଦାନ କରାଯାଇଥିଲା। ଜଳଖିଆ ପରେ କିଛି ସମୟ ବିଶ୍ରାମ ନେଇ ସେମାନେ ପୁଣି ନିଜ ଗ୍ରାମ ଅଭିମୁଖେ ବାହାରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେସ୍‌ ମ୍ୟାପ୍‌ ପାଇଁ ଲାଞ୍ଚ ମାଗି ଫସିଗଲେ କୋସାଗୁଡ଼ା RI; ମାଡ଼ି ବସିଲା ଭିଜିଲାନ୍ସ, ଦୁଇ ସ୍ଥାନରେ ଚାଲିଛି…

କୋରାପୁଟ,୧୬।୬(ଅମିତାଭ ବେହେରା): କୋରାପୁଟ ଜିଲାରେ ପୁଣି ଜଣେ ସରକାରୀ କର୍ମଚାରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ବୋରିଗୁମ୍ମା ତହସିଲ ଅଧୀନ କୋସାଗୁଡ଼ା ଆର୍‌ଆଇ(RI) ସର୍କଲର ରେଭିନ୍ୟୁ ଇନ୍ସପେକ୍ଟର (ଆର୍‌ଆଇ)…

ରାସ୍ତାରେ ଉପୁଡ଼ି ପଡିଥିବା ଗଛକୁ ଯାଇ ପିଟିହେଲେ ଅଟୋ-ପିକଅପ୍, ୯…

ନନ୍ଦପୁର,୧୬।୬(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମା ଦେଇ ଯାଇଥିବା ଏମଡିଆର ୫୫ ରାସ୍ତାର ସୀମାଦ୍ରୀ ମଣ୍ଡପ ସମ୍ମୁଖରେ ଏକ ବଡ଼ ଧରଣର…

କୋରାପୁଟରେ ରଜ ମହୋତ୍ସବ

କୋରାପୁଟ,୧୪।୬(ଅମିତାଭ ବେହେରା ): ଓଡ଼ିଶାର ଗଣପର୍ବ ରଜର ଉତ୍ସାହ ଏବେ ଗାଁଠୁ ସହର ସବୁଠି ପରିଲକ୍ଷିତ ହେଉଛି। ଏହି ପରିପ୍ରେକ୍ଷୀରେ କୋରାପୁଟ ସ୍ଥିତ ସ୍ଥାନୀୟ ଦକ୍ଷତା ବୃଦ୍ଧି…

ରଜରେ ଶିବମନ୍ଦିର ପରିସରରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ

କୋରାପୁଟ,୧୪ା୬(ଅମିତାଭ ବେହେରା): କୋରାପୁଟ ସହର ଉପକଣ୍ଠ ବଡ଼ ଚିନ୍ଦ୍ରି ଗୋପନଗରସ୍ଥିତ ଚନ୍ଦ୍ରଶେଖର ଶିବମନ୍ଦିର ପରିସରରୁ ରବିବାର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

କିଛିଦିନ ପୂର୍ବରୁ ବାପାଙ୍କର ହୋଇଥିଲା ମୃତ୍ୟୁ, ଏବେ ପୁଅର ଅକାଳ ବିୟୋଗରେ କାନ୍ଦ ବୋବାଳିରେ ଫାଟି ପଡୁଛି ପରିବାର

କୋରାପୁଟ, ୧୩।୬ (ଅମିତାଭ ବେହେରା): କୋରାପୁଟ-ସୁନାବେଡା ୨୬ ନମ୍ବର ଜାତୀୟ ରାଜପଥରେ ଶୁକ୍ରବାର ରାତିରେ ଘଟିଥିବା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।…

୧୭ ଡ୍ରମ୍‌ ମଦ ପୋଚ ନଷ୍ଟକଲେ ଗ୍ରାମବାସୀ

ନନ୍ଦପୁର,୧୨ା୬(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ଥାନା ଅଧୀନ ଲମତାପୁଟ ବ୍ଲକ ବନମାଳିପୁଟ ପଞ୍ଚାୟତ ଭିମାରିପୁଟ ଗ୍ରାମବାସୀ ଲୁଚାଇ ରଖାଯାଇଥିବା ୧୭ ଡ୍ରମ୍‌ ମଦ ପୋଚ ନଷ୍ଟ…

ଆସୁଛି ରଜ: ହେଲେ ଦରମା ପାଇବାରୁ ବଞ୍ଚିତ ଶିକ୍ଷୟିତ୍ରୀ-ଶିକ୍ଷକ

ପଟାଙ୍ଗି,୧୧ା୬(ଶରତ କୁମାର ଧଳ): ଆଉ କିଛିଦିନ ପରେ ରଜ। ଏହିପରି ସ୍ଥିତିରେ ଏସ୍‌ଏସ୍‌ଏ ଅନୁଦାନରୁ ପାଉଥିବା ଦରମା ପାଇବାରୁ ବଞ୍ଚିତ ହୋଇଛନ୍ତି ଶିକ୍ଷୟିତ୍ରୀ-ଶିକ୍ଷକଙ୍କଠାରୁ ଆରମ୍ଭ କରି ସମସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri