କରୋନା ସହାୟତା: ନିର୍ମାଣ ଶ୍ରମିକ ପାଇଲେ ୧୫୦୦ଟଙ୍କା

ବିଜେପିର, ୧୧।୪(ଡି.ଏନ୍‌.ଏ.): କରୋନା କଟକଣା ପାଇଁ ଲକ୍‌ଡାଉନ ଜାରି ରହିଛି। ତେଣୁ ନିର୍ମାଣ ଶ୍ରମିକମାନେ ହାତ ବାନ୍ଧି ଘରେ ବସି ରହିବାକୁ ବାଧ୍ୟ ହେଉଛନ୍ତି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସେମାନଙ୍କୁ ସହାୟତା ରାଶି ପ୍ରଦାନ କରାଯାଉଛି। ଏହିକ୍ରମରେ ବରଗଡ଼ ଜିଲା ବିଜେପୁର ବିଡିଓଙ୍କ କାର୍ଯ୍ୟାଳୟରେ ଶ୍ରମ ଓ ଗ୍ରାମ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ଶନିବାର ଯୋଗଦେଇ ହିତାଧିକାରୀଙ୍କୁ ଏହି ସହାୟତା ରାଶି ବଣ୍ଟନ କରିଛନ୍ତି। ପ୍ରତି ନିର୍ମାଣ ଶ୍ରମିକଙ୍କୁ ୧୫୦୦ଟଙ୍କା ଲେଖାଏ ପ୍ରଦାନ କରାଯାଉଛି। ସାମାଜିକ ଦୂରତ୍ୱ ରକ୍ଷା ପାଇଁ ପର୍ଯ୍ୟାୟ କ୍ରମେ ଅଳ୍ପ ଅଳ୍ପ ଶ୍ରମିକଙ୍କୁ ଡକାଯାଇ ଏହି ଅର୍ଥରାଶି ଦିଆଯାଉଛି। ଏହି ବ୍ଲକରେ ୮ହଜାର ୮ଶହ ନିର୍ମାଣ ଶ୍ରମିକଙ୍କୁ ଏହି ସହାୟତା ପ୍ରଦାନ କରାଯିବ ବୋଲି ଜଣାପଡିଛି। ବିଡିଓ ପଦ୍ମନାଭ ସାମନ୍ତ ରାୟ, ଇଓ ଡୋଲାମଣି ପ୍ରଧାନ ପ୍ରମୁଖ ଉପସ୍ଥିତରହି ଏହି ସହାୟତା ରାଶି ପ୍ରଦାନରେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚାଷ ଜମିକୁ କାମ କରିବା ପାଇଁ ଯାଉଥିବାବେଳେ ପାଗଳ ବିଲୁଆ କାମୁଡାରେ ୬ ଆହାତ, ଜଣେ ଗୁରୁତର

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ନରସିଂହପୁର, କୁଶପଡ଼ା,ବିଜୟ ପଦ୍ମନାଭପୁର ପ୍ରଭୃତି ଗ୍ରାମର ୬ ଜଣଙ୍କୁ ସୋମବାର ପାଗଳ ବିଲୁଆ କାମୁଡି କ୍ଷତାକ୍ତ...

ଟୋକନ ସମସ୍ୟାକୁ ନେଇ ଚାଷୀଙ୍କ ଅଭିନବ ପ୍ରତିବାଦ: ଖୁଚୁରା ଧାନ ବିକିଲେ ଚାଷୀ

ସମ୍ବଲପୁର,୧୬।୧୨(ପ୍ରମୋଦ ବହିଦାର): ଧାନ ବିକ୍ରି ପାଇଁ ଚାଷୀଙ୍କୁ ଟୋକନ ମିଳିବା ସମସ୍ୟାକୁ ନେଇ ମଙ୍ଗଳବାର ସମ୍ବଲପୁରଠାରେ ଚାଷୀଙ୍କ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି। ଚାଷୀମାନେ ପ୍ରଥମେ...

ଜିଲାପାଳଙ୍କ ଅଭିଯୋଗ ଶୁଣାଣି: କମୁଛି ଅଭିଯୋଗ ପତ୍ର ସଂଖ୍ୟା

ରାଇକିଆ,୧୬।୧୨(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ କାର୍ଯ୍ୟାଳୟର ସଭାଗୃହରେ ଜିଲାପାଳ ବେଦ ଭୂଷଣଙ୍କ ଦ୍ବାରା ଜନସାଧାରଣଙ୍କ ଦାରା ଅଭିଯୋଗ ଗୁଡ଼ିକର ଶୁଣାଣି ଅନୁଷ୍ଠିତ ହୋଇଯାଇଅଛି।...

ପୀତବାସ ପଣ୍ଡା ହତ୍ୟା ମାମଲା, ବିକ୍ରମ ପଣ୍ଡାଙ୍କ ଜାମିନ୍ ଆବେଦନ ଖାରଜ

ବ୍ରହ୍ମପୁର,୧୬ା୧୨: ପୀତବାସ ପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଝଟକା । ଖାରଜ ହେଲା ଜାମିନ ଆବେଦନ । ବିକ୍ରମ ପଣ୍ଡାଙ୍କ ସମେତ...

ଲୋକଙ୍କ ଗୁହାରି ଶୁଣିଲେ ଜିଲାପାଳ: ୪୫ ଲକ୍ଷ ମଞ୍ଜୁର ପରେ…

କେସିଙ୍ଗା,୧୬।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଜାତୀୟ ରାଜପଥର ଆମ୍ବେଦକର ଛକଠାରୁ କଲେଜ ରୋଡ଼ ଦେଇ ଡୁମେର ମୁଣ୍ଡା ସାହୁ ପଡା ଏବଂ ରୁପ୍ରା...

ଛତୁଚାଷ ଦେଇଛି ପରିଚୟ: ଆତ୍ମନିର୍ଭର ସହ ୧୫ ପରିବାର ଚଳାଉଛନ୍ତି ଦୀନେଶ

ଅତାବିରା, ୧୬ା୧୨(ଯୁଧିଷ୍ଠିର ମହାପାତ୍ର):ଛତୁ କିଲୋ ପିଛା ଶହ ଶହ ଟଙ୍କାରେ ବିକ୍ରି କରି ନିଜର ଆର୍ଥିକ ସ୍ଥିତି ସୁଦୃଢ଼ କରିପାରିବା ସହ ଅନ୍ୟ ୨୭ ଜଣ...

ପବିତ୍ର ଧନୁ ସଂକ୍ରାନ୍ତି, ଆଜିିଠୁ ଶ୍ରୀଜୀଉଙ୍କୁ ପହିଲି ଭୋଗ ଲାଗି

ପୁରୀ,୧୬ା୧୨(ଅଜିତ୍‌ କୁମାର ମହାନ୍ତି): ଆଜି ପବିତ୍ର ଧନୁ ସଂକ୍ରାନ୍ତି । ଶ୍ରୀମନ୍ଦିରରେ ମଙ୍ଗଳବାର ଧନୁସଂକ୍ରାନ୍ତିରେ ମହାପ୍ରଭୁଙ୍କ ପହିଲିଭୋଗ ନୀତି ଅନୁଷ୍ଠିତ ହୋଇଛି। ପହିଲିଭୋଗ ନୀତି ଧନୁ...

୮ ଦିନରେ କିଡନୀ ରୋଗ ନେଲା ତୃତୀୟ ଜୀବନ, ମୃତକଙ୍କ ପରିବାରକୁ ସହାୟତା ଯୋଗାଇବାକୁ ଦାବି

ଅମରପାଲି,୧୬/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡରେ ସୋମବାର ପୁଣି ଜଣେ କିଡନୀ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଉପାନ୍ତ ଦୁର୍ଜନତୈଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri