କରୋନା ସଂକ୍ରମଣକୁ ରୋକିବ କଟନ ମାସ୍କ

ଓଟଓ୍ବା, ୨୮ା୫: କରୋନା ସଂକ୍ରମଣକୁ ନେଇ ସାରା ପୃଥିବୀରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ଏହି ସଂକ୍ରମଣଠାରୁ କିଭଳି ଦୂରେଇ ରହିହେବ ଏବଂ ସଂକ୍ରମିତଙ୍କୁ ଶୀଘ୍ର ଚିହ୍ନଟ କରିହେବ ସେଥିନେଇ ଚିକିତ୍ସା ବିଜ୍ଞାନୀମାନେ ଗବେଷଣା ଜାରି ରଖିଛନ୍ତି। ସଂକ୍ରମଣରୁ ଦୂରେଇ ରହିବା ପାଇଁ ନିୟମିତ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ହାତ ଧୋଇବା, ମାସ୍କ୍‌୍‌ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଉପରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି। ବାହାରକୁ ବାହାରିବା ସମୟରେ ମାସ୍କ୍‌ ପିନ୍ଧିବା ଜରୁରୀ ବୋଲି ଏଥିରେ ଦର୍ଶାଯାଇଛି। ତେବେ କେଉଁ ପ୍ରକାରର ମାସ୍କ୍‌ କରୋନା ସଂକ୍ରମଣରୁ ଦୂରେଇ ରଖିବାକୁ ସକ୍ଷମ ହେବ ସେ ନେଇ କାନାଡ଼ାର ମାକମାଷ୍ଟର ବିଶ୍ୱବିଦ୍ୟାଳୟ ପକ୍ଷରୁ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ସୂତା କପଡ଼ାରେ ତିଆରି ମାସ୍କ୍‌(କଟନ ମାସ୍କ୍‌) କରୋନା ଭୂତାଣୁକୁ ରୋକିବାରେ ସକ୍ଷମ ହୋଇଥାଏ। ଏକାଧିକ ପରସ୍ତ ଥିବା କପଡ଼ା ମାସ୍କ୍‌ ବ୍ୟବହାର କଲେ କରୋନା ଭୂତାଣୁ ସହଜରେ ପାଟି ଅବା ନାକ ଦ୍ୱାରା ପ୍ରବେଶ କରିପାରି ନ ଥାଏ। ସଂକ୍ରମିତଙ୍କ ଛିଙ୍କ,କାଶ ଅଥବା କଥା କହିବା ଦ୍ୱାରା ତାଙ୍କଠାରୁ ୬ ମିଟର ଦୂରତା ମଧ୍ୟରେ ଘୁରି ବୁଲୁଥିବା କ୍ଷୁଦ୍ର ଜଳ କଣିକା ଯଦି କପଡ଼ା ମାସ୍କ୍‌ ପିନ୍ଧିଥିବା ସୁସ୍ଥ ଲୋକଙ୍କ ପାଖରେ ପହଞ୍ଚେ ତେବେ ତାହା କପଡ଼ାରେ ଲାଗି ରହିଥାଏ କିମ୍ବା ଖସି ପଡ଼ିଥାଏ। ଏଭଳି ମାସ୍କ୍‌ରେ ଏକାଧିକ ପରସ୍ତ ଥିବାରୁ ଭୂତାଣୁ ସହଜରେ ନାକ କି ପାଟି ନିକଟରେ ପହଞ୍ଚି ପାରି ନ ଥାଏ ବୋଲି ରିପୋର୍ଟରେ ଦର୍ଶାଯାଇଛି। ଏହି ରିପୋର୍ଟ ଆନାଲ୍ସ ଅଫ୍‌ ଇଣ୍ଟରନାଲ ମେଡ଼ିସିନ୍‌ ଜର୍ନାଲରେ ପ୍ରକାଶ ପାଇଛି। ତିନି ପରସ୍ତ କପଡ଼ାରେ ପ୍ରସ୍ତୁତ ମାସ୍କ୍‌ ଦ୍ୱାରା ୮୮ରୁ ୯୯ ପ୍ରତିଶତ ସୁଫଳ ମିଳିଥାଏ ବୋଲି ମାକମାଷ୍ଟର ବିଶ୍ୱବିଦ୍ୟାଳୟର ପ୍ରଫେସର କ୍ୟାଥେରାଇନ୍‌ କ୍ଲଜ୍‌ ସୂଚନା ଦେଇଛନ୍ତି। ତେବେ ସାର୍ସ-୨ ଭୂତାଣୁକୁ ରୋକିବାରେ ଏଭଳି ମାସ୍କ୍‌ କେତେଦୂର ଉପଯୋଗୀ ହେବ ସେ ନେଇ କୌଣସି ପ୍ରତ୍ୟକ୍ଷ ପ୍ରମାଣ ମିଳିନାହିଁ ବୋଲି ସେ କହିଛନ୍ତି। ସେହିପରି ବ୍ୟବସାୟିକ ଭାବେ ୪ ପରସ୍ତ କପଡ଼ାରେ ତିଆରି ହେଉଥିବା ମାସ୍କ୍‌ ୯୯ ପ୍ରତିଶତ ସୁଫଳ ପ୍ରଦାନ କରିଥାଏ। ଅପରପକ୍ଷରେ ମେଡିକାଲ ମାସ୍କ୍‌ରୁ ୯୬ରୁ୯୯ ପ୍ରତିଶତ ପର୍ଯ୍ୟନ୍ତ ସୁଫଳ ମିଳିପାରିଥାଏ ବୋଲି ରିପୋର୍ଟରେ ଦର୍ଶାଯାଇଛି। ଗୋଟିଏ ପରସ୍ତ କପଡ଼ାରେ ତିଆରି ହେଉଥିବା ମାସ୍କ୍‌ ୧୦ରୁ ୪୦ ପ୍ରତିଶତ ପର୍ଯ୍ୟନ୍ତ ସୁରକ୍ଷା ଦେଇଥାଏ। ସୂତା କପଡ଼ାରେ ତିଆରି ହୋଇଥିବା ୨ ପରସ୍ତ ମାସ୍କ୍‌ ଦ୍ୱାରା କରୋନା ଭୂତାଣୁ ସଂକ୍ରମଣ ରୋକିବାରେ ୯୦ ପ୍ରତିଶତ ପର୍ଯ୍ୟନ୍ତ ସଫଳତା ମିଳିଥାଏ। ତେଣୁ ମାସ୍କ୍‌ ତିଆରି ସମୟରେ ଅଧିକ ପରସ୍ତ ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଥିବା ରିପୋର୍ଟରେ କୁହାଯାଇଛି। ମାସ୍କ୍‌ର ପରସ୍ତ ବଢ଼ିବା ସହିତ ସୁରକ୍ଷା ବ୍ୟବସ୍ଥା ମଧ୍ୟ ବଢ଼ିଥାଏ। କରୋନା ମହାମାରୀ ସଙ୍କଟରେ ଏଭଳି ମାସ୍କ୍‌ ବେଶ୍‌ ଉପଯୋଗୀ ବୋଲି କ୍ୟାଥେରାଇନ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

LPGରୁ UPI ଯାଏ…ଆଜିଠୁ ୫ବଡ଼ ପରିବର୍ତ୍ତନ, ସାଧାରଣ ଲୋକଙ୍କୁ ଲାଗିବ ଝଟ୍‌କା!

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ ପରିବର୍ତ୍ତନ ହୋଇଛି, ଯାହା...

ନୂଆବର୍ଷରେ ମହଙ୍ଗା ମାଡ, ୨୮ମାସରେ ସବୁଠାରୁ ଅଧିକ ବଢିଲା ଗ୍ୟାସ ସିଲିଣ୍ଡର ଦର

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ଏକ ବଡ଼ ଝଟକା ସହିତ ଆରମ୍ଭ ହୋଇଛି। ଏହି ଝଟକା ହେଉଛି ମୁଦ୍ରାସ୍ଫୀତି। ସରକାର ପାଇପ ପ୍ରାକୃତିକ ରନ୍ଧନ ଗ୍ୟାସର ମୂଲ୍ୟ...

ଏଇ ଭାରତରେ

ଦିଲ୍ଲୀର ଦୁଇଭାଇ ବିହାନ ଓ ନାଭ ଅଗ୍ରଓ୍ୱାଲ ବର୍ଜ୍ୟ ରିସାଇକେଲିଂ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ୧୪ଟି ସହରରେ ୧ ମିଲିୟନ(୧୦ ଲକ୍ଷ) କେ.ଜି...

ନୂଆବର୍ଷରେ ଭାରତକୁ ଶୁଭେଚ୍ଛା ନୁହେଁ, ଧମକ ଦେଲା ପାକିସ୍ତାନ: ମୁନିର କହିଦେଲେ…

ଇସଲାମାବାଦ୍‌,୧।୧: ନୂତନ ବର୍ଷ ଆରମ୍ଭରେ ପାକିସ୍ତାନ ପୁଣି ଥରେ ଆକ୍ରମଣାତ୍ମକ ମନୋଭାବ ପ୍ରଦର୍ଶନ କରିଛି। ଭାରତର ନାଁ ନ ନେଇ ପାକିସ୍ତାନର ସେନା ମୁଖ୍ୟ ଜେନେରାଲ...

ବିଶ୍ୱ ଓ ବର୍ଷାନ୍ତର

ଳର ଅନ୍ୟନାମ ସମୟ। ଅନନ୍ତ ସମୟର ଅସରନ୍ତି ଯାତ୍ରାରେ ଗୋଟିଏ ବର୍ଷ ବିତିବା ଓ ଆଉ ଗୋଟିଏ ବର୍ଷ ଆସିବା ଏକ ଚିରନ୍ତନ ପ୍ରକ୍ରିୟା। ଏହା...

ଘେଁସ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ରେ ସାମିଲ: ୧୫ କୋଟି ବିନିଯୋଗରେ …

ମଥୁରାନଗରୀ/ ସୋହେଲା,୧ା୧(ପ୍ରେମାନନ୍ଦ ଖମାରୀ/ଅଶ୍ୱିନୀ କୁମାର ପାତ୍ର):ବରଗଡ଼ ଜିଲା ଘେଁସଠାରେ ବୁଧବାର ରାଜ୍ୟସ୍ତରୀୟ ବୀରତା ଦିବସ ଏବଂ ଶହୀଦ ମାଧୋ ସିଂହଙ୍କ ସ୍ମୃତି ସମାରୋହ ଆୟୋଜନ ହୋଇଥିଲା।...

ଭାରତୀୟ ସଂସ୍କୃତିରେ ପରିବର୍ତ୍ତନ

ଆକ୍ରମଣ ଏବଂ ଦେଶାନ୍ତର ଗମନ ମଧ୍ୟରେ ପାର୍ଥକ୍ୟ ରହିଛି। ସାଧାରଣତଃ କୌଣସି ଦେଶ ଉପରେ ଆକ୍ରମଣକରି ଆକ୍ରମଣକାରୀ ସେଠାରୁ ଧନ ଲୁଟିନିଏ ଏବଂ ଲୋକଙ୍କୁ ତାହାର...

ବଜାରରେ ମିଳୁଛି ନକଲି ଶାଗୁଦାନା: ହୋଇଯାନ୍ତୁ ସାବଧାନ

ନୂଆପଡ଼ା,୧ା୧ (ମକାରୁ ବେମାଲ):ନୂଆପଡ଼ା ସହରରେ ପ୍ଲାଷ୍ଟିକ ଶାଗୁଦାନା ବିକ୍ରୟ ହେଉଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ଟାନୱାଟ ପଞ୍ଚାୟତ ଝିଲମିଲା ଗାଁର ଜ୍ୟୋତିର୍ମୟ ପୁହାଣ ନୂଆପଡ଼ା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri