କରୋନା ଲକ୍‌ ଡାଉନ୍‌ ଉଜାଗର କଲା ଗରିବୀ ଚିତ୍ର: ପ୍ଳାଷ୍ଟିକ୍‌ ଗୋଟାଇ ପାରୁନାହାନ୍ତି ରାମ, ଖାଇବାକୁ ପାଉନାହାନ୍ତି

ବଲାଙ୍ଗୀର ଅଫିସ, ୩୧ା୩: ଖାଦ୍ୟ ସୁରକ୍ଷା ଯୋଜନା କାର୍ଯ୍ୟକାରୀ କରାଯାଇ ଦେଶର ଭୋକିଲା ଲୋକଙ୍କ କ୍ଷୁଧା ନିବାରଣ କରାଯାଉଥିବା କୁହାଯାଉଥିଲେ ମଧ୍ୟ ମାତ୍ର ୭ ଦିନର ଲକ୍‌ଡାଉନ୍‌ ପରେ ବହୁ ଗରିବ ଓ ଅସହାୟଙ୍କ ଅସଲ ଚିତ୍ର ଏବେ ପଦାକୁ ଆସିବାରେ ଲାଗିଛି । ଲକ୍‌ଡାଉନ୍‌କୁ ଆଖି ଆଗରେ ରଖି ରାଜ୍ୟ ସରକାର ଗରିବ ଲୋକଙ୍କ ଦୁଃଖ ଓ ଅସୁବିଧା ଦୂର କରିବାକୁ ଯାଇ ୪ ମାସର ଭତ୍ତା ଟଙ୍କା ଓ ୩ ମାସର ପିଡିଏସ୍‌ ଆଗୁଆ ଦେଉଥିଲେ । ତେବେ ଏହି ଆଗୁଆ ଭତ୍ତା ଓ ପିଡିଏସ୍‌ ମଧ୍ୟ ଅନେକାଂଶରେ ଗରିବ ଲୋକଙ୍କ କ୍ଷୁଧା ନିବାରଣ କରିବାରେ ଯଥେଷ୍ଟ ହେଉ ନ ଥିବା ଖବର ମିଳୁଛି । ବହୁ ଗରିବ ପରିବାର ମାସିକ ୫ଶହ ଟଙ୍କାର ଭତ୍ତା ଓ ମାସିକ ୫ କେଜି ପିଡିଏସ୍‌ ଚାଉଳରେ ଚଳିବା କଷ୍ଟକର ହୋଇପଡେ । ଏଣୁ ବିଭିନ୍ନ ସମୟରେ ଧାର ଉଧାର କରି ଚଳିଥାନ୍ତି । ଏବେ ୪ ମାସର ଭତ୍ତା ଟଙ୍କା ଆଗୁଆ ପାଇବା ପରେ ଏହି ଗରିବ ଲୋକମାନେ ପ୍ରଥମେ ପୂର୍ବର ଋଣ ସୁଝି ଦେଇଥିବାରୁ ସେମାନଙ୍କ ଖାଇବା ନେଇ ବହୁ ସମସ୍ୟା ସୃଷ୍ଟି ହୋଇଛି ।

ବଲାଙ୍ଗୀର ସହର ତୁଳସୀନଗରର ରାମ ଛୁରା (୬୫) । ଛାଟିମାଟିର ଘର କରି ସେ ଏଠାରେ ରହୁଛନ୍ତି  ମଇଳା ସ୍ଥାନରୁ ପ୍ଳାଷ୍ଟିକ୍‌, ବୋତଲ ସଂଗ୍ରହ କରି ସେ ପେଟ ପୋଷନ୍ତି । ଝିଅ ବିବାହ କରିବା ପରେ ଏଠାରେ ତାଙ୍କର କେହି ନାହାନ୍ତି । ଗତ ଅଗଷ୍ଟ ମାସ ପ୍ରଳୟଙ୍କରୀ ବନ୍ୟାରେ ତାଙ୍କ ଘର ଭାଙ୍ଗିଯିବା ସହ ସମସ୍ତ ଆସବାବପତ୍ର ନଷ୍ଟ ହୋଇଗଲା । ସେହି ଦିନରୁ ସେ ଘରେ ରାନ୍ଧି ନ ପାରି କୌଣସି ଏକ ସାଧାରଣ ହୋଟେଲରୁ ଖାଦ୍ୟ କିଣି ଦିନ କାଟୁଥିଲେ । ବିଭିନ୍ନ ସମୟରେ ଏଥିପାଇଁ କେତେକ ଲୋକଙ୍କଠାରୁ ସେ ଧାରଉଧାର କରିଥିଲେ । ଏବେ ୪ମାସର ଭତ୍ତା ଟଙ୍କା ୨ ହଜାର ଟଙ୍କା ପାଇବା ପରେ ସବୁତକ ଟଙ୍କା ଋଣ ଶୁଝିଦେଲେ । ଫଳରେ ତାଙ୍କ ହାତ ଖାଲି ହୋଇଗଲା । ୩ ମାସର ଆଗୁଆ ପିଡିଏସ୍‌ ଚାଉଳ ପାଇନାହାନ୍ତି । ଲକ୍‌ ଡାଉନ୍‌ ଯୋଗୁଁ ଘରୁ ବାହାରି ପ୍ଳାଷ୍ଟିକ୍‌ ଗୋଟାଇ ପାରୁନାହାନ୍ତି । ହୋଟେଲଗୁଡିକ ବନ୍ଦ ହୋଇଥିବାରୁ ସେ ଖାଇବାକୁ ପାଉନାହାନ୍ତି । ବିଭିନ୍ନ ଦୋକାନରୁ ପାଉଁରୁଟି ଓ ବିସ୍କୁଟ ଆଣି କିମ୍ବା କେତେବେଳେ କେହି ଦରଦୀ ଲୋକ ଖାଇବାକୁ ଦେଲେ ଯାଇ ସେ ଖାଉଛନ୍ତି। ରାମ ଛୁରାଙ୍କ ଭଳି ଗରିବ ଲୋକଙ୍କୁ ଶୀଘ୍ର ଖାଦ୍ୟ ଯୋଗାଣ ନ ଦେଲେ ପରିସ୍ଥିତି ଅଡୁଆ ହୋଇପଡିବ ବୋଲି ଚର୍ଚ୍ଚା ହେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri