କରୋନା ଯୋଦ୍ଧାଙ୍କୁ ଅସମ୍ମାନ: ଡାକ୍ତରଙ୍କୁ ଘରେ ପୂରାଇଦେଲେନି ଗ୍ରାମବାସୀ

ଭୁବନେଶ୍ୱର,୧୦।୫ (ବ୍ୟୁରୋ): କରୋନା ଯୋଦ୍ଧାଙ୍କୁ ରାଜଧାନୀ ଉପକଣ୍ଠ ନନ୍ଦନକାନନ ଥାନା ଗଣ୍ଡରପୁର ଅଞ୍ଚଳରେ ଅସମ୍ମାନ କରାଯାଇଛି। ରାଜ୍ୟ ବାହାରୁ ଫେରିଥିବା ଜଣେ ଡାକ୍ତର ଓ ତାଙ୍କ ପୁଅ ଝିଅଙ୍କୁ ଘର ମାଲିକଙ୍କ ସହ ଗ୍ରାମବାସୀ ଘରକୁ ପୂରାଇ ଦେଇନାହାନ୍ତି। ଫଳରେ ସେମାନେ ଥାନା ଆଗରେ କାର ଭିତରେ ରାତି କଟାଇଛନ୍ତି। ଗ୍ରାମବାସୀଙ୍କ ଜିଦ୍‌ ଓ ବାରମ୍ବାର ବିରୋଧ ପରେ ସମସ୍ତଙ୍କୁ ପୋଲିସ ସହାୟତାରେ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରଖାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଆୟୁର୍ବେଦିକ ଡାକ୍ତର ଜଣକ ହାଇଦ୍ରାବାଦରେ ରହୁଥିବା ତାଙ୍କ ପରିବାର ଗଣ୍ଡରପୁର ଅଞ୍ଚଳରେ ଘରଭଡ଼ା ନେଇ ରହୁଛନ୍ତି। ସେ ସେଠାକାର ସରକାରଙ୍କଠାରୁ ଆନ୍ତଃରାଜ୍ୟ ପାସ୍‌ ସହ ଅନୁମତି ନେଇ କାର୍‌ରେ ଓଡ଼ିଶା ଫେରିଥିଲେ। ତାଙ୍କ ସହ ୧୭ ବର୍ଷର ଝିଅ ଏବଂ ୧୨ ବର୍ଷର ପୁଅ ଥିଲେ। ଶୁକ୍ରବାର ରାତି ୧୧ଟାରେ ସେମାନେ ଗଣ୍ଡରପୁର ଅଞ୍ଚଳରେ ଥିବା ଭଡା ଘରେ ପହଞ୍ଚତ୍ଥିଲେ। ଘରେ ତାଙ୍କର ସ୍ତ୍ରୀ ଥିଲେ ମଧ୍ୟ ମାଲିକ ଭିତରକୁ ପ୍ରବେଶ କରାଇ ଦେଇ ନ ଥିଲେ। ଡାକ୍ତରଙ୍କର ନୟାପଲ୍ଲୀ ଓ ନୀଳାଦ୍ରିବିହାରରେ ଦୁଇଟି ଘର ରହିଛି। ତାଙ୍କ ଆଧାର କାର୍ଡରେ ନୀଳାଦ୍ରୀବିହାର ଘରର ଠିକଣା ରହିଛି। ଏହାକୁ ବାହାନା କରିବା ସହ ବାହାରୁ ଆସିଥିବାରୁ ଘର ମାଲିକ ବାରଣ କରିଥିଲେ। ଶେଷରେ ନିରାଶ ହୋଇ ଡାକ୍ତର ଜଣକ ପୋଲିସକୁ ଜଣାଇବା ପରେ ଘର ମାଲିକ ଗ୍ରାମବାସୀଙ୍କୁ ଡାକିଥିଲେ। ଗ୍ରାମବାସୀ ପହଞ୍ଚତ୍ବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ସ୍ଥାନୀୟ ସରପଞ୍ଚ ପହଞ୍ଚତ୍ଥିଲେ ମଧ୍ୟ ଲୋକଙ୍କୁ ବୁଝାଇ ପାରି ନ ଥିଲେ। ଶେଷରେ ଗ୍ରାମବାସୀ ଓ ଘର ମାଲିକଙ୍କ ଜିଦ୍‌ ଫଳରେ ଡାକ୍ତରଙ୍କ ପରିବାର ନନ୍ଦନକାନନ ଥାନା ଆଗରେ ନିଜ କାର୍‌ରେ ରାତି କଟାଇଥିଲେ।

ସରପଞ୍ଚ ପ୍ରଭାସିନୀ ସାମଲ କୁହନ୍ତି, ଡାକ୍ତରଙ୍କ ପରିବାର ୬ ମାସ ହେବ ଗଣ୍ଡରପୁରରେ ଭଡ଼ାରେ ରହୁଛନ୍ତି। ସେ ହ୍ରାଇଦ୍ରାବାଦରୁ ଫେରି ଜୟଦେବବିହାରସ୍ଥିତ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରହିବାକୁ ପଞ୍ଜୀକରଣ କରିଥିଲେ। ସେଠାରେ ତାଙ୍କୁ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିବାକୁ କୁହାଯିବାରୁ ସେ ଘରକୁ ଆସିଥିଲେ। ଗ୍ରାମବାସୀ ବିରୋଧ କରିବାରୁ ସେ ଫେରିଯାଇଥିଲେ। ସକାଳେ ପୋଲିସ ସହ ଆସି ପଞ୍ଚାୟତ କ୍ୱାରାଣ୍ଟାଇନ୍‌ରେ ପହଞ୍ଚତ୍ଥିଲେ। ମାତ୍ର ଗ୍ରାମବାସୀଙ୍କ ବିରୋଧ ଯୋଗୁ ତାଙ୍କୁ ପୋଲିସ ବିଏମ୍‌ସି କ୍ୱାରାଣ୍ଟାଇନ୍‌ରେ ରଖିଛି। ତେବେ ଏନେଇ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ଘଟଣା ସମ୍ପର୍କରେ ପୋଲିସ ଖବର ପାଇବା ପରେ ସେଠାରେ ପହଞ୍ଚତ୍ ଲୋକଙ୍କୁ ବୁଝାଶୁଝା କରିଥିଲେ। ହେଲେ ଡାକ୍ତର ପରିବାର ହାଇଦ୍ରାବାଦରୁ ଫେରିଥିବାରୁ ଗ୍ରାମବାସୀ ଭୟଭୀତ ହୋଇ ସେମାନଙ୍କୁ ଛାଡି ନ ଥିଲେ। ପରେ ପୋଲିସ ସେମାନଙ୍କ ଖାଇବାପିଇବା ସହ କ୍ୱାରାଣ୍ଟାଇନ୍‌ରେ ରହିବା ବ୍ୟବସ୍ଥା କରିଥିବା ଷଡ଼ଙ୍ଗୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ସଂରକ୍ଷଣ ବିଲ୍‌କୁ ନେଇ ପ୍ରଭାତୀ ପରିଡ଼ାଙ୍କ ବଡ଼ ଅପଡେଟ୍‌, କହିଲେ ଦେଶକୁ ଏକ ନୂଆ…

ଭୁବନେଶ୍ୱର,୧୨ା୪: ମହିଳା ସଂରକ୍ଷଣ ବିଲ୍‌ ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ରବିବାର ଏକ ବଡ଼ ସୂଚନା ଦେଇଛନ୍ତି। ସେ ଏକ ପ୍ରେସ୍‌ମିଟ୍‌ରେ କହିଛନ୍ତି, ୩୩% ମହିଳା ସଂରକ୍ଷଣ…

Dharitri Business Eminence Award 2026: ଶିକ୍ଷା ବ୍ୟବସାୟ ନୁହେଁ, ଭବିଷ୍ୟତ ଗଢ଼ିବାର ମାଧ୍ୟମ

ଶିକ୍ଷା ଶିଳ୍ପରେ ଜଣେ ଆଗଧାଡ଼ିର ଉଦ୍ୟୋଗୀ ଭାବେ ସୋମଦତ୍ତ ବେହୁରା ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଭୁବନେଶ୍ୱରସ୍ଥିତ କେ.ଟି. ଗ୍ଲୋବାଲ୍‌ ସ୍କୁଲର ପ୍ରତିଷ୍ଠାତା ସୋମଦତ୍ତ ବେହୁରା…

ଭୁବନେଶ୍ୱରରେ ପାକିସ୍ତାନ ଆତଙ୍କୀ ଲିଙ୍କ: ପୁଅକୁ ଦିଲ୍ଲୀ ପୋଲିସ ନେବା ପରେ ଏମିତି କହିଲେ ବାପା

ଭୁବନେଶ୍ୱର,୧୧।୪: ମୋ ପୁଅ ନିର୍ଦ୍ଦୋଷ କହିଲେ ଇମ୍ରାନଙ୍କ ବାପା। ପୁଅକୁ ଦିଲ୍ଲୀ ପୋଲିସ ଉଠାଇ ନେବା ପରେ ଏମିତି କହିଲେ ବାପା। ମୋ ପୁଅ ନିର୍ଦ୍ଦୋଷ, ସେ…

ଦିଲ୍ଲୀରୁ ଭୁବନେଶ୍ୱର ଯାଏ ଲମ୍ବିଛି ଆତଙ୍କବାଦୀ ଚେର, ପାକିସ୍ତାନ ସହ ରହିଛି…

ଭୁବନେଶ୍ୱର,୧୧ା୪: ଆତଙ୍କବାଦୀ କଳା କାରନାମାର ହୋଇଛି ପର୍ଦ୍ଦାଫାଶ। ଦେଶ ବିରୋଧରେ ଏକ ବଡ଼ ଧରଣର ଷଡ଼ଯନ୍ତ୍ର ପୂର୍ବରୁ ଭୁବନେଶ୍ୱରରୁ ଆତଙ୍କୀଙ୍କୁ ଆସି ଧରିଛି ଦିଲ୍ଲୀ ପୋଲିସ। କ୍ୟାପିଟାଲ…

ବିମାନରେ ଏକାଠି ବସିଲେ ନବୀନ-ପୀତାମ୍ବର: ବଢୁଛି ଚର୍ଚ୍ଚା

ଭୁବନେଶ୍ୱର,୧୧।୪(ସୁନିତ୍‌ ମିଶ୍ର): ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୁକ୍ରବାର ଅପରାହ୍ନରେ ନୂଆଦିଲ୍ଲୀ ଅଭିମୁଖେ ଗସ୍ତ କରିଛନ୍ତି। ତାଙ୍କ ବଡ଼ଭାଇ ପ୍ରେମ୍‌ ପଟ୍ଟନାୟକଙ୍କ ଗତ ୨ ଦିନ…

ବଢ଼ିଲା ତାତି: ଆଜିଠୁ ୬ ଦିନ ଅସହ୍ୟ ସ୍ଥିତି

ଭୁବନେଶ୍ୱର,୧୧ା୪(ବନ୍ଦନା ସେଠୀ):ରାଜ୍ୟରେ ପୁଣି ପାରଦ ଉପରମୁହଁା ହୋଇଛି। ଝଡ଼ବର୍ଷା କମିଯିବା ପରେ ଗରମ ଓ ଗୁଳୁଗୁଳି ଆରମ୍ଭ ହୋଇଛି। ଗୁରୁବାର ରାଜ୍ୟର ସର୍ବାଧିକ ତାପମାତ୍ରା ବୌଦ୍ଧରେ ୩୮.୯…

ମୁହଁରେ ତୁଣ୍ଡି ବାନ୍ଧି ଦେଇଛନ୍ତି ୩ ଦଳ: ସିଜିମାଳି ଘଟଣାରେ ସମସ୍ତେ ନୀରବ

ଭୁବନେଶ୍ୱର,୧୧।୪(ସୁନିତ୍‌ ମିଶ୍ର): ରାୟଗଡ଼ା ଜିଲା କାଶୀପୁର ବ୍ଲକ୍‌ର ସିଜିମାଳି ବକ୍ସାଇଟ୍‌ ଖଣିକୁ ୨୦୨୩ ଫେବୃଆରୀ ୨୧ରେ ବେଦାନ୍ତ ଲିଜ୍‌ ନେଇଥିଲା। ସେବେଠାରୁ ଏହାକୁ ସ୍ଥାନୀୟ ଆଦିବାସୀ ଲୋକମାନେ…

୨୦୨୭ ଜାନୁଆରୀ ୧୩ ଯାଏ ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି

ଭୁବନେଶ୍ୱର,୧୧।୪: ୨୦୨୭ ଜାନୁଆରୀ ୧୩ ଯାଏ ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି। ଟ୍ରିବ୍ୟୁନାଲ ଅବଧି ବୃଦ୍ଧି କଲେ କେନ୍ଦ୍ର ସରକାର। ଏନେଇ ଜଳ ସମ୍ପଦ ନଦୀ ବିକାଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri