କରୋନା ଯୋଦ୍ଧାଙ୍କୁ ଅସମ୍ମାନ: ଡାକ୍ତରଙ୍କୁ ଘରେ ପୂରାଇଦେଲେନି ଗ୍ରାମବାସୀ

ଭୁବନେଶ୍ୱର,୧୦।୫ (ବ୍ୟୁରୋ): କରୋନା ଯୋଦ୍ଧାଙ୍କୁ ରାଜଧାନୀ ଉପକଣ୍ଠ ନନ୍ଦନକାନନ ଥାନା ଗଣ୍ଡରପୁର ଅଞ୍ଚଳରେ ଅସମ୍ମାନ କରାଯାଇଛି। ରାଜ୍ୟ ବାହାରୁ ଫେରିଥିବା ଜଣେ ଡାକ୍ତର ଓ ତାଙ୍କ ପୁଅ ଝିଅଙ୍କୁ ଘର ମାଲିକଙ୍କ ସହ ଗ୍ରାମବାସୀ ଘରକୁ ପୂରାଇ ଦେଇନାହାନ୍ତି। ଫଳରେ ସେମାନେ ଥାନା ଆଗରେ କାର ଭିତରେ ରାତି କଟାଇଛନ୍ତି। ଗ୍ରାମବାସୀଙ୍କ ଜିଦ୍‌ ଓ ବାରମ୍ବାର ବିରୋଧ ପରେ ସମସ୍ତଙ୍କୁ ପୋଲିସ ସହାୟତାରେ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରଖାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଆୟୁର୍ବେଦିକ ଡାକ୍ତର ଜଣକ ହାଇଦ୍ରାବାଦରେ ରହୁଥିବା ତାଙ୍କ ପରିବାର ଗଣ୍ଡରପୁର ଅଞ୍ଚଳରେ ଘରଭଡ଼ା ନେଇ ରହୁଛନ୍ତି। ସେ ସେଠାକାର ସରକାରଙ୍କଠାରୁ ଆନ୍ତଃରାଜ୍ୟ ପାସ୍‌ ସହ ଅନୁମତି ନେଇ କାର୍‌ରେ ଓଡ଼ିଶା ଫେରିଥିଲେ। ତାଙ୍କ ସହ ୧୭ ବର୍ଷର ଝିଅ ଏବଂ ୧୨ ବର୍ଷର ପୁଅ ଥିଲେ। ଶୁକ୍ରବାର ରାତି ୧୧ଟାରେ ସେମାନେ ଗଣ୍ଡରପୁର ଅଞ୍ଚଳରେ ଥିବା ଭଡା ଘରେ ପହଞ୍ଚତ୍ଥିଲେ। ଘରେ ତାଙ୍କର ସ୍ତ୍ରୀ ଥିଲେ ମଧ୍ୟ ମାଲିକ ଭିତରକୁ ପ୍ରବେଶ କରାଇ ଦେଇ ନ ଥିଲେ। ଡାକ୍ତରଙ୍କର ନୟାପଲ୍ଲୀ ଓ ନୀଳାଦ୍ରିବିହାରରେ ଦୁଇଟି ଘର ରହିଛି। ତାଙ୍କ ଆଧାର କାର୍ଡରେ ନୀଳାଦ୍ରୀବିହାର ଘରର ଠିକଣା ରହିଛି। ଏହାକୁ ବାହାନା କରିବା ସହ ବାହାରୁ ଆସିଥିବାରୁ ଘର ମାଲିକ ବାରଣ କରିଥିଲେ। ଶେଷରେ ନିରାଶ ହୋଇ ଡାକ୍ତର ଜଣକ ପୋଲିସକୁ ଜଣାଇବା ପରେ ଘର ମାଲିକ ଗ୍ରାମବାସୀଙ୍କୁ ଡାକିଥିଲେ। ଗ୍ରାମବାସୀ ପହଞ୍ଚତ୍ବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ସ୍ଥାନୀୟ ସରପଞ୍ଚ ପହଞ୍ଚତ୍ଥିଲେ ମଧ୍ୟ ଲୋକଙ୍କୁ ବୁଝାଇ ପାରି ନ ଥିଲେ। ଶେଷରେ ଗ୍ରାମବାସୀ ଓ ଘର ମାଲିକଙ୍କ ଜିଦ୍‌ ଫଳରେ ଡାକ୍ତରଙ୍କ ପରିବାର ନନ୍ଦନକାନନ ଥାନା ଆଗରେ ନିଜ କାର୍‌ରେ ରାତି କଟାଇଥିଲେ।

ସରପଞ୍ଚ ପ୍ରଭାସିନୀ ସାମଲ କୁହନ୍ତି, ଡାକ୍ତରଙ୍କ ପରିବାର ୬ ମାସ ହେବ ଗଣ୍ଡରପୁରରେ ଭଡ଼ାରେ ରହୁଛନ୍ତି। ସେ ହ୍ରାଇଦ୍ରାବାଦରୁ ଫେରି ଜୟଦେବବିହାରସ୍ଥିତ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରହିବାକୁ ପଞ୍ଜୀକରଣ କରିଥିଲେ। ସେଠାରେ ତାଙ୍କୁ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିବାକୁ କୁହାଯିବାରୁ ସେ ଘରକୁ ଆସିଥିଲେ। ଗ୍ରାମବାସୀ ବିରୋଧ କରିବାରୁ ସେ ଫେରିଯାଇଥିଲେ। ସକାଳେ ପୋଲିସ ସହ ଆସି ପଞ୍ଚାୟତ କ୍ୱାରାଣ୍ଟାଇନ୍‌ରେ ପହଞ୍ଚତ୍ଥିଲେ। ମାତ୍ର ଗ୍ରାମବାସୀଙ୍କ ବିରୋଧ ଯୋଗୁ ତାଙ୍କୁ ପୋଲିସ ବିଏମ୍‌ସି କ୍ୱାରାଣ୍ଟାଇନ୍‌ରେ ରଖିଛି। ତେବେ ଏନେଇ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ଘଟଣା ସମ୍ପର୍କରେ ପୋଲିସ ଖବର ପାଇବା ପରେ ସେଠାରେ ପହଞ୍ଚତ୍ ଲୋକଙ୍କୁ ବୁଝାଶୁଝା କରିଥିଲେ। ହେଲେ ଡାକ୍ତର ପରିବାର ହାଇଦ୍ରାବାଦରୁ ଫେରିଥିବାରୁ ଗ୍ରାମବାସୀ ଭୟଭୀତ ହୋଇ ସେମାନଙ୍କୁ ଛାଡି ନ ଥିଲେ। ପରେ ପୋଲିସ ସେମାନଙ୍କ ଖାଇବାପିଇବା ସହ କ୍ୱାରାଣ୍ଟାଇନ୍‌ରେ ରହିବା ବ୍ୟବସ୍ଥା କରିଥିବା ଷଡ଼ଙ୍ଗୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବସ୍‌ ଧକ୍କାରେ ଚାଲିଗଲା ଜୈନ ସନ୍ନ୍ୟାସିନୀଙ୍କ ଜୀବନ

ଫୁଲନଖରା,୨୮ା୩(ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ଜୈନ ସନ୍ନ୍ୟାସିନୀଙ୍କ ମୃତ୍ୟୁ ଘଟିଛି। ସେ...

ରାଜ୍ୟରେ ବଢିବ ତାପମାତ୍ରା, ୨ଦିନରେ ୪୦ ଛୁଇଁବ

ଭୁବନେଶ୍ୱର,୨୮।୩(ଅସମାପିକା ସାହୁ): ମାର୍ଚ୍ଚ ମାସ ଶେଷ ନ ହେଉଣୁ ରାଜ୍ୟରେ ପାରଦ ଉପରମୁହାଁ ହୋଇଛି। ଗୁରୁବାର ରାଜ୍ୟର ୧୬ଟି ସହରରେ ତାପମାତ୍ରା ୩୮ଡିଗ୍ରୀ ଅତିକ୍ରମ କରିଥିବାବେଳେ...

ରାଜ୍ୟର ୬ଟି ଲୋକ ସଭା ଆସନରେ କାହାକୁ ଟିକେଟ ଦେବ ବିଜେଡି, ଚର୍ଚ୍ଚାରେ ଏହି ନାଁ

ଭୁବନେଶ୍ୱର,୨୮।୩: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଓଡ଼ିଶାର ୨୧ଟି ଲୋକ ସଭା ନିର୍ବାଚନ ମଣ୍ଡଳୀ ଭିତରୁ ୧୮ଟି ସ୍ଥାନରେ ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ...

ପିନାକୀ-ମହେଶଙ୍କୁ ମିଳିଲାନି ଟିକେଟ

ଭୁବନେଶ୍ୱର,୨୮।୩: ଆଗାମୀ ଲୋକ ସଭା ନିର୍ବାଚନକୁ ନେଇ ବିଜେଡି ଏହାର ପ୍ରାର୍ଥୀ ଘୋଷଣା କରିଛି। ବୁଧବାର ୧୫ ଆସନ ଲାଗି ପ୍ରାର୍ଥୀ ଘୋଷଣା ହୋଇଛି। ସେଥିମଧ୍ୟରୁ...

ପଦ୍ମ ଧରିଲେ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା

ଭୁବନେଶ୍ୱର/ନୂଆଦିଲ୍ଲୀ,୨୮।୩: ଭାଜପାରେ ସାମିଲ ହେଲେ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା। ଗୁରୁବାର ଅପରାହ୍ନ ସାଢେ ୨ଟାରେ ନୂଆଦିଲ୍ଲୀର ଭାଜପା ମୁଖ୍ୟାଳୟରେ ସେ ଯୋଗ ଦେଇଛନ୍ତି। ଏହା ସହିତ...

ଭାଜପାରେ ମିଶିଲେ ସିଦ୍ଧାନ୍ତ ମହାପାତ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮ା୩: ଭାଜପାରେ ଗୁରୁବାର ଯୋଗ ଦେଇଛନ୍ତି ଅଭିନେତା ତଥା ବିଜେଡିର ପୂର୍ବତନ ଏମ୍‌ପି ସିଦ୍ଧାନ୍ତ ମହାପାତ୍ର। ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ ଯୋଗଦେଇ ସେ ଭାଜପାରେ ସାମିଲ...

ଏପ୍ରିଲ ପ୍ରଥମ ସପ୍ତାହରେ ଘୋଷଣା ହେବ କଂଗ୍ରେସ ଟିକେଟ୍‌

ଭୁବନେଶ୍ୱର,୨୮।୩: ମୁଣ୍ଡ ଉପରେ ନିର୍ବାଚନ। ଭାଜପା ଓ ବିଜେଡି ପର୍ଯ୍ୟାୟ କ୍ରମେ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। କିନ୍ତୁ ଏଥିରେ ପଛରେ ପଡିଛି କଂଗ୍ରେସ...

ଭାଜପାରେ ମିଶିପାରନ୍ତି ଅନୁଭବ, ଆଜି ହେବ ସ୍ପଷ୍ଟ

ଭୁବନେଶ୍ୱର,୨୮ା୩: ବିଜେଡି ଟିକେଟ୍‌ରେ କେନ୍ଦ୍ରାପଡ଼ା ଲୋକ ସଭାକୁ ନିର୍ବାଚିତ ହୋଇଥିବା ଅଭିନେତା ଅନୁଭବ ମହାନ୍ତି ଗୁରୁବାର ଭାଜପାରେ ଯୋଗ ଦେଇ ପାରନ୍ତି ବୋଲି ରାଜନୈତିକ ମହଲରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri