କରୋନା ମୁକାବିଲା ଲାଗି ସଚେତନତା ସୃଷ୍ଟି କରନ୍ତୁ ସ୍ବେଚ୍ଛାସେବୀ : ଜିଲାପାଳ

ବୌଦ୍ଧ, ୨ା୪(ସ୍ବ.ପ୍ର): କରୋନା ମହାମାରୀର ମୁକାବିଲା ପାଇଁ ବୌଦ୍ଧ ଜିଲାର ସ୍ବେଚ୍ଛାସେବୀ ସଂଗଠନମାନଙ୍କ ସହିତ ଜିଲାପାଳ ଆଲୋଚନା କରିଛନ୍ତି। ଗୁରୁବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଅଧ୍ୟକ୍ଷତା କରି ଜିଲାପାଳ ଲଲାଟେନ୍ଦୁ ମିଶ୍ର ସାମାଜିକ ଦୂରତା ହିଁ କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଏକମାତ୍ର ବିକଳ୍ପ ବୋଲି କହିଥିଲେ। ସ୍ବେଚ୍ଛାସେବୀ ସଂଗଠନମାନେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ କାର୍ଯ୍ୟ କରିବାକୁ ଏହି ଅବସରରେ ସେ ପରାମର୍ଶ ଦେଇଛନ୍ତି। ସାରା ଜିଲା ଲକଡାଉନରେ ରହିଥିବାବେଳେ ଅନେକ ଗରିବ, ଅସହାୟ ଖଟିଖିଆ ପରିବାରଙ୍କୁ ଦୁଇଓଳି ପେଟକୁ ମୁଠାଏ ଖାଦ୍ୟ ଯୋଗାଇଦେବା ସମସ୍ତଙ୍କ ପାଇଁ ଏକ ସାମାଜିକ କର୍ତ୍ତବ୍ୟ। ତେଣୁ ସାମାଜିକ ସଂଗଠନ ଓ ବଦାନ୍ୟ ବ୍ୟକ୍ତିବିଶେଷ ଏଥିରେ ଆଗେଇ ଆସିବା ପାଇଁ ଜିଲାପାଳ ମିଶ୍ର ଅନୁରୋଧ କରଥିଲେ। ଜିଲାର ପ୍ରତ୍ୟେକ ପଞ୍ଚାୟତ ପାଇଁ ନୋଡାଲ ସ୍ବେଚ୍ଛାସେବୀ ସଂଗଠନ ଭାବରେ ଦାୟିତ୍ୱ ଗ୍ରହଣ କରିବା ସହିତ ଜିଲାପାଇଁ ମଧ୍ୟ ଦାୟିତ୍ୱ ନିର୍ବାହ କରିବାକୁ ବୈଠକରେ ଅନୁରୋଧ କରାଯାଇଥିଲା। ଗୁରୁବାର ଜିଲାରେ ୩୮୮୬ ଜଣଙ୍କ ପାଇଁ ମାଗଣା ଖାଦ୍ୟ ବ୍ୟବସ୍ଥା କରାଯାଇଥିଲା। ଲୋକଙ୍କ ମଧ୍ୟରେ ହାତଧୁଆ ସଚେତନତା, ଖାଦ୍ୟ ବଣ୍ଟନ, ପରିଷ୍କାର ପରିଛନ୍ନତା, ବାହାର ଲୋକଙ୍କୁ ଚିହ୍ନଟ କରି ପଞ୍ଜୀକୃତ କରାଇବା ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା। ଜିଲାର ୧୪ ସ୍ବେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ବୈଠକରେ ଉପସ୍ଥିତ ଥିଲେ। ବୈଠକରେ ସର୍ବସମ୍ମତିକ୍ରମେ ଅଗ୍ରଣୀ ୱାଇସିଡିଏ ବାଉଁଶୁଣୀକୁ ଜିଲାର ନୋଡାଲ ସ୍ବେଚ୍ଛାସେବୀ ସଂଗଠନ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ସୁରଭିକୁ ବୌଦ୍ଧ ବ୍ଲକ, ପ୍ରଗତିକୁ କଣ୍ଟାମାଳ ଓ ଲୋକକଳା ବିକାଶ କେନ୍ଦ୍ର ସରସରାକୁ ହରଭଙ୍ଗା ବ୍ଲକର ନୋଡାଲ ସ୍ବେଚ୍ଛାସେବୀ ସଂଗଠନ ଭାବରେ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ବୈଠକରେ ଏସ୍‌ପି ଭି. ରଘୁନାଥ ରାଓ, ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶଶାଙ୍କ ଶେଖର ଦାଶ, ଉପଜିଲାପାଳ ଏନସି ଜ୍ୟୋତି ରଞ୍ଜନ ନାଏକଙ୍କ ସମେତ ଜିଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କର୍ଲାମୁଣ୍ଡାରେ ଖୋଲିଲା ମଣ୍ଡି, ପ୍ରଥମ ଦିନରେ କ୍ରୟ ହେଲା…

କର୍ଲାମୁଣ୍ଡା/ରିଷିଡ଼ା,୧୧ା୧୨(ପ୍ରଦୀପ କୁମାର ସାହୁ/ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅଞ୍ଚଳରେ ଚଳିତ ବର୍ଷ ଖରିଫ୍‌-୨୫ର ପ୍ରଥମ ଧାନମଣ୍ଡି କର୍ଲାମୁଣ୍ଡା ପାଣିପଞ୍ଚାୟତସ୍ଥିତ ପଡ଼ିଆଠାରେ ଗୁରୁବାର ଉଦ୍‌ଘାଟିତ...

ଯାଞ୍ଚ ବେଳେ ଔଷଧ ଦୋକାନରୁ ବାହାରିଲା ମଦ, ଦେଖିକି ତାଜୁବ ହୋଇଗଲା ପୋଲିସ

ଭଦ୍ରକ, ୧୧।୧୨(ସନାତନ ରାଉତ): ଭଦ୍ରକ ସହର ବାଇପାସସ୍ଥିତ ଏକ ଔଷଧ ଦୋକାନରୁ ପୋଲିସ ବିପୁଳ ପରିମାଣର ମଦ ଜବତ କରିଛି । ସୂଚନା ମୁତାବକ ଉକ୍ତ...

ଆଶ୍ଚର୍ଯ୍ୟ ଲାଗିଲେ ବି ସତ! ଏହି ସ୍ଥାନରେ 5 ଦିନ ପୋଷାକ ପିନ୍ଧନ୍ତିନି ମହିଳା

ନୂଆଦିଲ୍ଲୀ,୧୧|୧୨ : ଭାରତ ଅନନ୍ୟ ସଂସ୍କୃତି, ପରମ୍ପରା ଏବଂ ମାନ୍ୟତା ପାଇଁ ସାରା ବିଶ୍ବରେ ପରିଚିତ । ଦେଶର ଏକ ସ୍ଥାନରେ ଏପରି ଏକ ପରମ୍ପରା...

ଶୋଇଥିଲେ ମହିଳା, ଘରେ ପଶି ଦଳିଦେଲା ହାତୀ

ବଲାଙ୍ଗୀର,୧୧ା୧୨(ସୁନିଲ କୁମାର ମହାନ୍ତି): ବଙ୍ଗୋମୁଣ୍ଡା ରେଞ୍ଜ ତୁରେକେଲା ଥାନା ଅନ୍ତର୍ଗତ ସାନବାଙ୍କୀ ଗାଁରେ ହାତୀ ଆକ୍ରମଣରେ ଜଣେ ମହିଳା଼ଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ...

କଂଗ୍ରେସ ଛାଡି ନୂଆ ଦଳ ଗଠନ କରିବେ ମୋକିମ! ମୁହଁ ଖୋଲିଲେ ସୁର, କହିଲେ…

ଭୁବନେଶ୍ୱର,୧୧।୧୨: ମୋକିମଙ୍କ ଚିଠି ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ। ସୁର କହିଛନ୍ତି, ମୋକିମ ଏପରି କରି ଝିଅ କ୍ୟାରିୟରକୁ...

ବସ୍‌-ବାଇକ୍‌ ମୁହାଁମୁହିଁ, ଚାଲିଗଲା ୨ ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୧ା୧୨(ଆଶିଷ ରଞ୍ଜନ ପଣ୍ଡା): ଗୁଡାରୀରୁ ବାଡ଼ିସୋଲା ସ୍କୁଲରେ ଯୁକ୍ତଦୁଇ ପାଠ ପଢ଼ିବା ପାଇଁ ବାଇକ୍‌ରେ ଯାଉଥିବା ବେଳେ ଗୁରୁବାର ସକାଳୁ ରାମନାଗୁଡ଼ା ବ୍ଲକ ପାଲୁପାଇ ନିକଟରେ...

ମାଲକାନଗିରିରେ ସରିଲା ଉପ ମୁଖ୍ୟମନ୍ତ୍ରୀଙ୍କ ବୈଠକ: କହିଲେ…

ମାଲକାନଗିରି,୧୧।୧୨: ମାଲକାନଗିରିରେ ସରିଲା ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କ ବୈଠକ। ପର୍ଯ୍ୟାୟ କ୍ରମେ ଦୁଇ ଗୋଷ୍ଠୀଙ୍କ ସହ କେଭି ସିଂହଦେଓଙ୍କ ଆଲୋଚନା କରିଛନ୍ତି। ଜିଲାପାଳଙ୍କ କାର୍ଯ୍ୟାଳୟରେ ବୈଠକ...

ଐଶ୍ୱର୍ଯ୍ୟା-ଅଭିଷେକ ଛାଡପତ୍ର ଗୁଜବ ବିଷୟରେ ଜାଣିଛନ୍ତି କି ଝିଅ ଆରାଧ୍ୟା, ବାପା କହିଲେ…

ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରାୟତଃ ଛାଡପତ୍ର ବିଷୟରେ ଆଲୋଚନା ହୁଏ। ଏହା ସିଧାସଳଖ ସେମାନଙ୍କ ପରିବାର ଏବଂ ପିଲାମାନଙ୍କୁ ପ୍ରଭାବିତ କରେ। ନିକଟରେ ଅଭିଷେକ ବଚ୍ଚନ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri