କରୋନା ମୁକାବିଲା ପାଇଁ ଶିକ୍ଷୟତ୍ରୀ, ଶିକ୍ଷକଙ୍କୁ ତାଲିମ

ସମ୍ବଲପୁର,୧୦।୪(ବ୍ୟୁରୋ): ସମ୍ବଲପୁରର ବିଭିନ୍ନ ସ୍କୁଲର ଶିକ୍ଷୟିତ୍ରୀ, ଶିକ୍ଷକମାନଙ୍କୁ କରୋନା ମୁକାବିଲା ପାଇଁ ନିୟୋଜିତ କରାଯିବ । ଏ ନେଇ ଶୁକ୍ରବାର ସହରର ୧୫ଟି ସ୍କୁଲରେ ଦୁଇ ଦିନିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରାୟ ୭୫୦ ଜଣ ଶିକ୍ଷୟିତ୍ରୀ, ଶିକ୍ଷକ ଏଥିରେ ତାଲିମ ନେଇଛନ୍ତି। ସେମାନଙ୍କୁ ନେଇ ୨୫ରୁ ୩୦ଟି ଗ୍ରୁପ୍‌ କରାଯିବ। ବିଭିନ୍ନ ସ୍ଥାନରେ ଏମାନେ କରୋନା ମୁକାବିଲା ପାଇଁ ସଚେତନ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି । ଘର ଘର ଯାଇ ସ୍ଥାନୀୟ ଆଶା ଓ ଅଙ୍ଗନୱାଡି କର୍ମୀଙ୍କ ସହ ଆଲୋଚନା କରି ଜନସାଧାରଣଙ୍କୁ ସଚେତନ କରି ରିପୋର୍ଟ ସଂଗ୍ରହ କରିବେ।
ଏହି ମହାମାରୀର ମୁକାବିଲା ପାଇଁ କିନ୍ତୁ ଶିକ୍ଷୟିତ୍ରୀ, ଶିକ୍ଷକଙ୍କୁ ନିୟୋଜିତ କରିବା ନେଇ ବିଭିନ୍ନ ମହଲରେ ଅଭିଯୋଗ କରିବା ସହ ଅସନ୍ତୋଷ ପ୍ରକାଶ ପାଇଛି । ଏପରି ସ୍ଥିତିରେ ଘରୁ ବାହାରିବା ପାଇଁ ମନା କରାଯାଇଥିବା ବେଳେ ପୁଣି ଶିକ୍ଷୟିତ୍ରୀ ଶିକ୍ଷକମାନଙ୍କୁ ବାହାରକୁ ଆସି କାମ କରିବା ଯୁକ୍ତିଯୁକ୍ତ ନୁହେଁ ବୋଲି ଅଭିଯୋଗ ହୋଇଛି। ଏ ନେଇ ମହେନ୍ଦ୍ର ମିଶ୍ର ନାମକ ଜଣେ ବ୍ୟକ୍ତି ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଅଭିଯୋଗ କରିଛନ୍ତି । ରାଜ୍ୟରେ ଦିନକୁ ଦିନ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଛି । ଘରେ ରହନ୍ତୁ ସୁରକ୍ଷିତ ରୁହନ୍ତୁ ବୋଲି ରାଜ୍ୟ ଓ କେନ୍ଦ୍ର ସରକାର ଜନସାଧାରଣଙ୍କୁ ବାର୍ତ୍ତା ଦେଉଛନ୍ତି । କରୋନା ମୁକାବିଲା ପାଇଁ ଜିଲାର ସମସ୍ତ ଜନସାଧାରଣ ଏବେ ସଚେତନ ହୋଇ ସାରିଛନ୍ତି । ଏଥିପାଇଁ ପୋଲିସ, ସ୍ବାସ୍ଥ୍ୟ ବିଭାଗ, ଆଶା ଓ ଅଙ୍ଗନୱାଡି କର୍ମୀ ଦୃଷ୍ଟାନ୍ତମୂଳକ କାର୍ଯ୍ୟ କରି ସଚେତନ କରିଛନ୍ତି । ବିଭିନ୍ନ ସୋସିଆଲ ମିଡିଆ ଓ ଟିଭି ମାଧ୍ୟମରେ ଜନସାଧାରଣ ସଚେତନ ହୋଇସାରିଛନ୍ତି । ସ୍ବାସ୍ଥ୍ୟ ବିଭାଗରୁ ମଧ୍ୟ ସମସ୍ତ ରିପୋର୍ଟ ସଂଗ୍ରହ କରାଯାଉଛି । ଏ ପରିପ୍ରେକ୍ଷୀରେ ପୁଣି ଶିକ୍ଷୟିତ୍ରୀ, ଶିକ୍ଷକଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରି ଜୀବନ ବିପଦକୁ ଠେଲି ଦିଆଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି । ସେହିପରି କଳା ପରିଷଦ ସଦସ୍ୟ ସଞ୍ଜୀବ ମିଶ୍ର ମଧ୍ୟ ଅଭିଯୋଗ କରିଛନ୍ତି । ଶିକ୍ଷୟିତ୍ରୀ, ଶିକ୍ଷକଙ୍କ ପରିବାର ପରିଜନ ମଧ୍ୟ ଏଭଳି ନିଷ୍ପତ୍ତିକୁ ଭୟରେ ନିନ୍ଦା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୁନ୍ ୧ରୁ ପ୍ରତି ମାସରେ ମହିଳାଙ୍କୁ ମିଳିବ ୩୦୦୦ ଟଙ୍କା ସହ ମାଗଣା ବସ୍ ଯାତ୍ରା; ଜାଣନ୍ତୁ କେମିତି କରିବେ ଆବେଦନ

କୋଲକାତା,୨୭।୫: ପଶ୍ଚିମବଙ୍ଗର ନବନିର୍ୱାଚିତ ସରକାର ରାଜ୍ୟର ମହିଳାମାନଙ୍କୁ ଆର୍ଥିକ ଭାବେ ସଶକ୍ତ କରିବା ପାଇଁ ସେମାନଙ୍କର ସବୁଠାରୁ ବଡ଼ ନିର୍ୱାଚନୀ ପ୍ରତିଶ୍ରୁତି ପୂରଣ କରିବାକୁ ଯାଉଛନ୍ତି। ରାଜ୍ୟ…

ଭିଜିଲାନ୍ସ ଜାଲରେ ACSO, ଲାଞ୍ଚ ନେବାବେଳେ ରେଡ୍‌ ହ୍ୟାଣ୍ଡରେ ଧରାପଡ଼ିଲେ

କେନ୍ଦୁଝର,୨୭ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ବୁଧବାର ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ଚମ୍ପୁଆ ଅତିରିକ୍ତ ସିଭିଲ ସପ୍ଲାଏ ଅଧିକାରୀ (ACSO)।  ତାଙ୍କ ନାଁ ଭୂମାରାମ ମୁର୍ମୁ ବୋଲି ଜଣାପଡ଼ିଛି।…

ତାଳଚୁଆ ସାମୁଦ୍ରିକ ଥାନାରେ ଥାର୍ଡ ଡିଗ୍ରୀ : ମହିଳା ଓ ତାଙ୍କ ପୁଅଙ୍କୁ ଥାନାରେ ମାଡ଼

ଭୁବନେଶ୍ୱର/ରାଜନଗର, ୨୭।୫(ତ୍ରିନାଥ ମହାନ୍ତି/ଭାସ୍କର ରାଉତରାୟ): ବାରଙ୍ଗ ଥାନାରେ ଜଣେ ଯୁବକଙ୍କୁ ପତ୍ନୀ ହତ୍ୟା ସନ୍ଦେହରେ ପୋଲିସ ଉଠାଇ ଆଣି ଥାର୍ଡ ଡିଗ୍ରୀ ଦେଇ ଗୁରୁତର କରି ଆଇସିୟୁ’ରେ…

CM ବିଜୟଙ୍କ ଫିଲ୍ମ ଇଣ୍ଡଷ୍ଟ୍ରିକୁ ବଡ଼ ଉପହାର! ଥ୍ରୀଏଟରରେ ବଦଳିବ ୭୦ ବର୍ଷର ନିୟମ, ଏବେ ହେବ ଜୋରଦାର ରୋଜଗାର

ଚେନ୍ନାଇ,୨୭।୫: ତାମିଲନାଡୁର ନବନିର୍ୱାଚିତ ମୁଖ୍ୟମନ୍ତ୍ରୀ ତଥା ସୁପରଷ୍ଟାର୍‌ ଥାଲାପତି ବିଜୟ (Thalapathy Vijay) ଏବେ ଏଭଳି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି, ଯାହା ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରି…

ପୁରୀର ଏକ ରିସର୍ଟରୁ ଗିରଫ ହେଲେ TMC ବିଧାୟକ

ପୁରୀ,୨୭ା୫: ପଶ୍ଚିମବଙ୍ଗର ପୂର୍ବତନ ପରିବହନ ମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ(TMC)ର ବରିଷ୍ଠ ନେତା ଦିଲ୍ଲୀପ ମଣ୍ଡଳଙ୍କୁ ଏସ୍‌ଟିଏଫ୍‌ ଦ୍ୱାରା ଗିରଫ ହୋଇଥିବା ନେଇ ସୂଚନା ମିଳିଛି ।…

ଆଉ ୨ ଦିନ ଗରମ, ଗୁଳୁଗୁଳି

ଭୁବନେଶ୍ୱର ୨୭।୫ (ବନ୍ଦନା ସେଠୀ): ରାଜ୍ୟରେ ତାପମାତ୍ରାରେ ସାମାନ୍ୟ ହ୍ରାସ ଘଟିଥିଲେ ମଧ୍ୟ ମଙ୍ଗଳବାର ଗରମ ଓ ଗୁଳୁଗୁଳି ଜାରି ରହିଥିଲା। ୨୦ ସ୍ଥାନର ତାପମାତ୍ରା ୪୦…

ବ୍ୟବସାୟୀଙ୍କ ଦୋକାନରୁ ୪୩ ରନ୍ଧନ ଗ୍ୟାସ୍‌ ସିଲିଣ୍ଡର ଜବତ, ଅତର୍କିତ ଚଢାଉ କରି ପୋଲିସ…

ମହାକାଳପଡ଼ା, ୨୭ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତନ୍ତିଆପାଳ ସାମୁଦ୍ରିକ ଥାନା କଣ୍ଟିଲୋ ଓ ପୂର୍ବ ସୁନୀତି ଗ୍ରାମରେ ଦୁଇ ବ୍ୟବସାୟୀଙ୍କ ଦୋକାନ ଗୃହରୁ…

୧୦ ବର୍ଷର ଝିଅକୁ ବଳାତ୍କାର ପରେ ହତ୍ୟା ଘଟଣାର ପ୍ରେସମିଟ୍‌ କରୁଥିବାବେଳେ ହସି ହସି ଗଡ଼ିଲେ ୩ IPS: ଭିଡିଓ ଭାଇରାଲ ପରେ…

କୋଏମ୍ବାଟୁର,୨୭।୫: ତାମିଲନାଡୁର କୋଏମ୍ବାଟୁରରେ ଜଣେ ୧୦ ବର୍ଷୀୟା ଝିଅକୁ ବଳାତ୍କାର ପରେ ହତ୍ୟା କରାଯାଇଥିଲା। ଏହି ନୃଶଂସ ହତ୍ୟାକାଣ୍ଡ ସମଗ୍ର ରାଜ୍ୟକୁ ଦୋହଲାଇ ଦେଇଛି। ବିଜୟ ସରକାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri