କରୋନା ମୁକାବିଲା: ପର୍ଯ୍ୟାପ୍ତ ସ୍ବାସ୍ଥ୍ୟ ଭିତ୍ତିଭୂମି ଅଭାବ ବଡ଼ ଚ୍ୟାଲେଞ୍ଜ

ମୁମ୍ବାଇ,୧୬।୩: କରୋନା ସଂକ୍ରମଣକୁ ରୋକିବା ଲାଗି ସରକାର ମଲ୍‌ ଏବଂ ଅନ୍ୟ ସାର୍ବଜନୀନ ସ୍ଥାନଗୁଡିକୁ ନ ଯିବା ଲାଗି ଲୋକଙ୍କୁ ବାରଣ କରିଛନ୍ତି। ଦେଶର ବିଭିନ୍ନ ପ୍ରାନ୍ତରେ ଏହି ସ୍ଥାନଗୁଡିକୁ ନିର୍ଦ୍ଦିଷ୍ଟ ସମୟ ଲାଗି ବନ୍ଦ କରି ଦିଆଯାଇଛି। ଏଭଳି ସ୍ଥିତିରେ କରୋନା ପ୍ରଭାବିତ ୧୦ ଶୀର୍ଷ ଦେଶର ମେଡିକାଲ ଭିତ୍ତିଭୂମି ଏବଂ ଅନ୍ୟ ଡାଟା ଉପରେ ତର୍ଜମା କରିବା ପରେ ଏକ ଜଟିଳ ପ୍ରସଙ୍ଗ ସାମ୍ନାକୁ ଆସିଛି। ଏହି ମହାମାରୀ ସହ ଲଢେଇ ଲାଗି ଆବଶ୍ୟକୀୟ ଭିତ୍ତିଭୂମି ତଥା ଅନ୍ୟ ସମ୍ବଳ କ୍ଷେତ୍ରରେ ଶୀର୍ଷ ପ୍ରଭାବିତ ଦେଶଗୁଡିକ ତୁଳନାରେ ଭାରତ ପଛରେ ରହିଛି ବୋଲି ତର୍ଜମାରୁ ଜଣାପଡିଛି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ଡାଟା ମୁତାବକ ବର୍ତ୍ତମାନ ସୁଦ୍ଧା ୧୨୩ ଦେଶର ୧.୩୨ ଲକ୍ଷ ଲୋକ ଏହି ରୋଗର ଶିକାର ହୋଇଛନ୍ତି। ଚାଇନା, ଇଟାଲି, ଇରାନ, ଦକ୍ଷିଣ କୋରିଆ, ସ୍ପେନ, ଫ୍ରାନ୍ସ, ଜର୍ମାନୀ, ୟୁଏସ୍‌ଏ, ସୁଇଜରଲାଣ୍ଡ, ଜାପାନ ଅଧିକ ପ୍ରଭାବିତ ୧୦ ଦେଶ ମଧ୍ୟରେ ରହିଛନ୍ତି।
ଭାରତରେ ହସ୍ପିଟାଲ ବେଡ୍‌ ସଂଖ୍ୟା କମ୍‌ ରହିଥିବାବେଳେ ପ୍ରତି ୧୦୦୦ ଜନସଂଖ୍ୟାରେ ଡାକ୍ତର ମଧ୍ୟ କମ୍‌ ରହିଛନ୍ତି। ଏକ ବୃହତ୍‌ ସଂଖ୍ୟକ ଜନସଂଖ୍ୟା ହାତ ଧୋଇବା ଲାଗି ପର୍ଯ୍ୟାପ୍ତ ସୁଯୋଗ ଉପଲବ୍ଧ ନାହିଁ। ସ୍ବାସ୍ଥ୍ୟ ସେବା ଖର୍ଚ୍ଚ ଏବେ ବଢିଥିବାରୁ ରୋଗ ବ୍ୟାପିଲେ ଏହା ଲୋକଙ୍କ ମଧ୍ୟରେ ଅସମାନତା ସୃଷ୍ଟି ଏବଂ ସମ୍ପତ୍ତି ହାନି କରିବ ବୋଲି ରିପୋର୍ଟରେ କୁହାଯାଇଛି। ଡାଟା ମୁତାବକ ଭାରତରେ ୦.୭% ହସ୍ପିଟାଲ ବେଡ୍‌ ରହିଥିବାବେଳେ ୧୦୦୦ ଲୋକଙ୍କ ତୁଳନାରେ ଫିଜିସିଆନଙ୍କ ସଂଖ୍ୟା ମଧ୍ୟ କମ୍‌ (୨୦୧୧ ଡାଟା)। ଚାଇନାରେ ଏହା ୩.୮ ରହିଥିବା ବେଳେ ଇଟାଲିରେ ୩.୫ ରହିଛି। ଚାଇନାରେ ଫିଜିସିଆନ ୧.୮ ରହିଥିବାବେଳେ ଇଟାଲିରେ ଏହା ୪.୧।
କରୋନାକୁ ପ୍ରତିରୋଧ କରିବା ଲାଗି ହାତ ଧୋଇବା ପାଇଁ ଲୋକଙ୍କୁ ପରାମର୍ଶ ଦିଆଯାଉଛି। ଏଭଳି ସ୍ଥିତିରେ ଭାରତର ୫୦.୭% ଗ୍ରାମୀଣ ଜନସଂଖ୍ୟାଙ୍କ ନିକଟରେ ସାଧାରଣ ହାତଧୋଇବା ସୁବିଧା ନାହିଁ। ଏହା ମଧ୍ୟରେ ସାବୁନ ଏବଂ ଜଳ ମଧ୍ୟ ସାମିଲ ରହିଛି। ସହରାଞ୍ଚଳରେ ୨୦.୨% ଲୋକଙ୍କ ନିକଟରେ ଏଭଳି ସୁବିଧା ନାହିଁ। ମୋଟାମୋଟି ଭାବେ କହିବାକୁ ଗଲେ ୪୦.୫% ଜନସଂଖ୍ୟା ଏଭଳି ସୁବିଧା ଲାଭ ଠାରୁ ପଛୁଆ ଅଛନ୍ତି।
କିଛି ବଡ଼ ରୋଗ ହେଲେ ଭାରତୀୟଙ୍କୁ ଅଧିକ ପରିମାଣର ଖର୍ଚ୍ଚ କରିବାକୁ ପଡେ। ଏହାକୁ ଆର୍ଥତ୍କ ସ୍ଥିତି ଖରାପ ହେବାର ଅନ୍ୟ ଏକ କାରଣ ବୋଲି ମଧ୍ୟ ବିଚାର କରାଯାଏ। ସ୍ବାସ୍ଥ୍ୟ ଖରାପ ସମୟରେ ହେଉଥିବା ଖର୍ଚ୍ଚକୁ ଭରଣା କରିବା ଲାଗି ଲୋକଙ୍କୁ ହଇରାଣ ହରକତ ହେବାକୁ ପଡିଥାଏ। ଭାରତ ଏହାର ମୋଟ ଘରୋଇ ଉତ୍ପାଦ (ଜିଡିପି)ର କିଞ୍ଚତ୍ତ ଭାଗ ସ୍ବାସ୍ଥ୍ୟ ସେବାରେ ଖର୍ଚ୍ଚ କରିଥାଏ। ବିଶ୍ୱ ବ୍ୟାଙ୍କ ଦେଇଥିବା ତଥ୍ୟ ମୁତାବକ ଭାରତ ସ୍ବାସ୍ଥ୍ୟ କ୍ଷେତ୍ରରେ ସରକାରୀ ଖର୍ଚ୍ଚ ବାବଦ ୩.୧୪% ଖଚ୍ଚର୍ର୍ କରୁଛି। ଏହା ଚାଇନାରେ ୯.୫%, ଇଟାଲିରେ ୧୩.୪୭% ଏବଂ ଇରାନରେ ୨୨.୬% ରହିଛି। ସାର୍ବଜନୀନ ସ୍ବାସ୍ଥ୍ୟ ସେବା ଯୋଗାଣ ଲକ୍ଷ୍ୟରେ କେନ୍ଦ୍ର ସରକାର ଆୟୁଷ୍ମାନ ଭାରତ ଯୋଜନା ଘୋଷଣା କରିଛନ୍ତି। ଏହାକୁ ସମ୍ପୂର୍ଣ୍ଣ ଭାବେ ଲାଗୁ କରାଇବା ଲାଗି ସରକାର ଏବେଯାଏ ସକ୍ଷମ ହୋଇ ପାରିନାହାନ୍ତି। ଏହି ଯୋଜନାରେ କିଛି ହସ୍ପିଟାଲ ରୋଗୀଙ୍କୁ ସେବା ଯୋଗାଣ ନେଇ ଅଗ୍ରାହ୍ୟ କରି ଦେଉଛନ୍ତି।
ସ୍ବାସ୍ଥ୍ୟ ଭିତ୍ତିଭୂମି ଉନ୍ନତ ନ ଥିଲେ, ରୋଗକୁ ପ୍ରତିରୋଧ କରିବା ଚ୍ୟାଲେଞ୍ଜ ହୋଇପଡେ। କରୋନାକୁ ରୋକିବା ଦିଗରେ ସରକାର ବିହୀତ ପଦକ୍ଷେପ ଗ୍ରହଣ କରିବେ ବୋଲି ମଣିପାଲ ଏଜୁକେଶନ ଆଣ୍ଡ ହେଲ୍‌ଥ ଗ୍ରୁପ ଚେୟାରମ୍ୟାନ ରଞ୍ଜନ ପାଇ କହିଛନ୍ତି। କରୋନା ସଂକ୍ରମଣକୁ ରୋକିବା ଲାଗି ଆବଶ୍ୟକ ହେଉଥିବା ମାସ୍କ, ରେସ୍ପିରେଟୋରି ଇକ୍ୱିପମେଣ୍ଟ ଯୋଗାଣ ମଧ୍ୟ ପ୍ରମୁଖ ଆବଶ୍ୟକତା ବୋଲି ଶିଳ୍ପ ପକ୍ଷରୁ କୁହାଯାଇଛି। ବିଭିନ୍ନ ଡିଭାଇସ ଲାଗି ଭାରତ ଅନ୍ୟ ଦେଶ ଉପରେ ନିର୍ଭର କରୁଥିବାରୁ ଏହା ଦେଶର ପ୍ରକୃତ କ୍ଷମତାକୁ ଏବେ ପଦାରେ ପକାଇଛି। ଚାଇନାରୁ ଆସୁଥିବା ବିଭିନ୍ନ ମେଡିକାଲ ଯନ୍ତ୍ରାଂଶ କରୋନା ପ୍ରତିବନ୍ଧକ ଯୋଗୁ ଆଣିବାକୁ କଟକଣା ଲାଗିଛି। ଏବେ ଦେଶ ମଧ୍ୟରେ ମାସ୍କ, ଗ୍ଲୋବ୍‌ସ ଏବଂ ଅନ୍ୟ ସାମଗ୍ରୀ ଯୋଗାଇବା ଲାଗି ଉତ୍ପାଦନ ଅହରହ ଜାରି ରହିଛି ବୋଲି ଆସୋସିଏଶନ ଅଫ୍‌ ଇଣ୍ଡିଆନ ମେଡିକାଲ ଡିଜାଇସ୍‌ ଇଣ୍ଡଷ୍ଟ୍ରି ପକ୍ଷରୁ ରାଜୀବ ନାଥ କହିଛନ୍ତି। ବିଶ୍ୱସ୍ତରରେ କୋଭିଡ-୧୯ ସଲିଡାରିଡି ଫଣ୍ଡ ଗଠନ ଦ୍ୱାରା ଏହି ରୋଗ ସକ୍ରମଣକୁ ରୋକିବା ଲାଗି ପଦକ୍ଷେପ ଗ୍ରହଣ କରାଯାଇଛି। ୪୭ ଦେଶକୁ ପ୍ରୋ-ଆକ୍ଟିଭ ଇକ୍ୱିପମେଣ୍ଟ ପଠାଯାଇଥିବା ବେଳେ ତଥାପି ଏହାର ଅଭାବ ରହୁଛି। ଏଣୁ ଉତ୍ପାଦନ ପ୍ରାୟ ୪୦% ବଢାଯାଇଛି ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ ସୂଚନା ରହିଛି।

କରୋନା ମୁକାବିଲା: ଭାରତ କେତେ ସକ୍ଷମ

-ପ୍ରମୁଖ ଦେଶ ମଧ୍ୟରେ ଭାରତ ପଛରେ
-ବେଡ୍‌ ସଂଖ୍ୟା ସ୍ବଳ୍ପ, ପ୍ରତି ହଜାର ଲୋକ ତୁଳନାରେ କମ୍‌ ଡାକ୍ତର
-୫୦.୭% ଗ୍ରାମାଞ୍ଚଳ ଲୋକଙ୍କ ପାଖେ ନାହିଁ ସାଧାରଣ ହାତଧୋଇବା ସୁବିଧା
-ସହରାଞ୍ଚଳରେ ୨୦.୨%, ସାମଗ୍ରିକ ହାର ୪୦.୫%
-ଅନ୍ୟ ଦେଶ ତୁଳନାରେ ସ୍ବାସ୍ଥ୍ୟ ସେବାରେ ଭାରତର ଖର୍ଚ୍ଚ କମ୍‌
-ସାରା ଦେଶରେ ଲାଗୁ ହୋଇ ପାରିନି ଆୟୁଷ୍ମାନ ଭାରତ
-ମାସ୍କ,ଅନ୍ୟ ସାମଗ୍ରୀ ସମସ୍ତଙ୍କ ପାଖରେ ପହଞ୍ଚିବା କଷ୍ଟକର


Enter your email to get our daily news in your inbox.

All Right Reserved By Dharitri.Com

ମାଲାବାରର ଅକ୍ଷୟ ତୃତୀୟା କଲେକ୍ସନ

ଭୁବନେଶ୍ୱର,୪।୫: ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ବହୁ ପ୍ରତୀକ୍ଷିତ ଅକ୍ଷୟ ତୃତୀୟା କଲେକ୍ସନ ନିକଟରେ ଉନ୍ମୋଚିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଶହୀଦ ନଗରସ୍ଥିତ ମାଲାବାରର ଏକ୍ସକ୍ଲୁସିଭ...

ଲାକ୍‌ମୀ ଏକାଡେମୀର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୪।୫: ଲାକ୍‌ମୀ ଏକାଡେମୀର ୨ୟ ବାର୍ଷିକ ଉତ୍ସବ ଶୁକ୍ରବାର ଶହୀଦ ନଗରସ୍ଥିତ ଏକାଡେମୀ ପରିସରରେ ପାଳିତ ହୋଇଯାଇଛି। ଏହି ଅବସରରେ ଓଲିଉଡ୍‌ ଅଭିନେତ୍ରୀ ଶୀତଲ ପାତ୍ର...

ଖିମ୍‌ଜୀ ଜୁଏଲର୍ସର ଗ୍ରେଟ୍‌ ଅକ୍ଷୟ ତୃତୀୟା ସେଲ୍‌

ଭୁବନେଶ୍ୱର,୪।୫ (ଅଭୟ ଦାଶ): ରାଜ୍ୟର ସର୍ବପୁରାତନ ତଥା ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ‘ଖିମ୍‌ଜୀ ଜୁଏଲର୍ସ’ର ବହୁ ପ୍ରତୀକ୍ଷିତ ଗ୍ରେଟ୍‌ ଅକ୍ଷୟ ତୃତୀୟା ସେଲ୍‌ର ଶୁଭାରମ୍ଭ ନିକଟରେ ହୋଇଯାଇଛି।...

ରଣଜିତ ମାଝିଙ୍କୁ ୧୧ତମ ଶାମ୍ଭବୀ ପୁରସ୍କାର

ଭୁବନେଶ୍ୱର,୪।୫: ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେଶନ (ବିଆଇପିଏଫ୍‌) ପକ୍ଷରୁ ଶୁକ୍ରବାର ଆୟୋଜିତ ୧୧ତମ ଶାମ୍ଭବୀ ପୁରସ୍କାର ବିତରଣ ଉତ୍ସବ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। ବିଶେଷକରି...

ୟୁକୋ ବ୍ୟାଙ୍କର ବାର୍ଷିକ ଆର୍ଥିକ ଫଳାଫଳ

ଭୁବନେଶ୍ୱର,୪।୫: ୟୁକୋ ବ୍ୟାଙ୍କର ବାର୍ଷିକ ଆର୍ଥିକ ଫଳାଫଳ ନିକଟରେ ପ୍ରକାଶ ପାଇଛି। ବ୍ୟାଙ୍କର ଗ୍ରସ୍‌ ଅଗ୍ରିମ ୧୫.୬୨% ବୃଦ୍ଧି ପାଇ ୧,୮୬,୮୭୭ କୋଟି ଟଙ୍କାରେ ପହଞ୍ଚତ୍ଛି।...

ଏସ୍‌ଆର୍‌ଏମ୍‌-ସିସିଟିଆର୍‌ ସହ ପତଞ୍ଜଳିର ଚୁକ୍ତି

ଭୁବନେଶ୍ୱର,୪।୫(ଅନୁରାଧା ମହାରଣା): ପତଞ୍ଜଳି ରିସର୍ଚ୍ଚ ଫାଉଣ୍ଡେଶନ (ପିଆର୍‌ଏଫ୍‌) ଏବଂ ଚେନ୍ନାଇର ଏସ୍‌ଆର୍‌ଏମ୍‌ ସେଣ୍ଟର ଫର୍‌ କ୍ଲିନିକାଲ ଟ୍ରାଏଲ ଆଣ୍ଡ ରିସର୍ଚ୍ଚ ବା ଏସ୍‌ଆର୍‌ଏମ୍‌-ସିସିଟିଆର୍‌ ମଧ୍ୟରେ ଏକ...

କମିଲା ଅଶୋଧିତ ତୈଳ ଦର: ରୁଷିଆରୁ ଅଶୋଧିତ ତୈଳ ଆମଦାନୀ

ଭୁବନେଶ୍ୱର,୪।୫ (ଅନୁରାଧା ମହାରଣା): ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ ପିଛା ୮୦ ଡଲାରରୁ ତଳକୁ ଖସିଛି। ଡବ୍ଲ୍ୟୁଟିଆଇ ଅଶୋଧିତ ତୈଳ ବ୍ୟାରେଲ ପିଛା ୭୮.୯୯...

ରେକର୍ଡ ପରିମାଣର ବିଦ୍ୟୁତ୍‌ ଚାହିଦା ପୂରଣ

ଭୁବନେଶ୍ୱର,୪।୫: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ‘ଟିପିସିଓଡିଏଲ୍‌’ ଚଳିତ ବର୍ଷ ଏପ୍ରିଲରେ ୨୧୪୦ ମେଗାୱାଟ୍‌ର ରେକର୍ଡ ସର୍ବୋଚ୍ଚ ବିଦ୍ୟୁତ୍‌ ଚାହିଦାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri