କରୋନା ମୁକାବିଲା: ପର୍ଯ୍ୟାପ୍ତ ସ୍ବାସ୍ଥ୍ୟ ଭିତ୍ତିଭୂମି ଅଭାବ ବଡ଼ ଚ୍ୟାଲେଞ୍ଜ

ମୁମ୍ବାଇ,୧୬।୩: କରୋନା ସଂକ୍ରମଣକୁ ରୋକିବା ଲାଗି ସରକାର ମଲ୍‌ ଏବଂ ଅନ୍ୟ ସାର୍ବଜନୀନ ସ୍ଥାନଗୁଡିକୁ ନ ଯିବା ଲାଗି ଲୋକଙ୍କୁ ବାରଣ କରିଛନ୍ତି। ଦେଶର ବିଭିନ୍ନ ପ୍ରାନ୍ତରେ ଏହି ସ୍ଥାନଗୁଡିକୁ ନିର୍ଦ୍ଦିଷ୍ଟ ସମୟ ଲାଗି ବନ୍ଦ କରି ଦିଆଯାଇଛି। ଏଭଳି ସ୍ଥିତିରେ କରୋନା ପ୍ରଭାବିତ ୧୦ ଶୀର୍ଷ ଦେଶର ମେଡିକାଲ ଭିତ୍ତିଭୂମି ଏବଂ ଅନ୍ୟ ଡାଟା ଉପରେ ତର୍ଜମା କରିବା ପରେ ଏକ ଜଟିଳ ପ୍ରସଙ୍ଗ ସାମ୍ନାକୁ ଆସିଛି। ଏହି ମହାମାରୀ ସହ ଲଢେଇ ଲାଗି ଆବଶ୍ୟକୀୟ ଭିତ୍ତିଭୂମି ତଥା ଅନ୍ୟ ସମ୍ବଳ କ୍ଷେତ୍ରରେ ଶୀର୍ଷ ପ୍ରଭାବିତ ଦେଶଗୁଡିକ ତୁଳନାରେ ଭାରତ ପଛରେ ରହିଛି ବୋଲି ତର୍ଜମାରୁ ଜଣାପଡିଛି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ଡାଟା ମୁତାବକ ବର୍ତ୍ତମାନ ସୁଦ୍ଧା ୧୨୩ ଦେଶର ୧.୩୨ ଲକ୍ଷ ଲୋକ ଏହି ରୋଗର ଶିକାର ହୋଇଛନ୍ତି। ଚାଇନା, ଇଟାଲି, ଇରାନ, ଦକ୍ଷିଣ କୋରିଆ, ସ୍ପେନ, ଫ୍ରାନ୍ସ, ଜର୍ମାନୀ, ୟୁଏସ୍‌ଏ, ସୁଇଜରଲାଣ୍ଡ, ଜାପାନ ଅଧିକ ପ୍ରଭାବିତ ୧୦ ଦେଶ ମଧ୍ୟରେ ରହିଛନ୍ତି।
ଭାରତରେ ହସ୍ପିଟାଲ ବେଡ୍‌ ସଂଖ୍ୟା କମ୍‌ ରହିଥିବାବେଳେ ପ୍ରତି ୧୦୦୦ ଜନସଂଖ୍ୟାରେ ଡାକ୍ତର ମଧ୍ୟ କମ୍‌ ରହିଛନ୍ତି। ଏକ ବୃହତ୍‌ ସଂଖ୍ୟକ ଜନସଂଖ୍ୟା ହାତ ଧୋଇବା ଲାଗି ପର୍ଯ୍ୟାପ୍ତ ସୁଯୋଗ ଉପଲବ୍ଧ ନାହିଁ। ସ୍ବାସ୍ଥ୍ୟ ସେବା ଖର୍ଚ୍ଚ ଏବେ ବଢିଥିବାରୁ ରୋଗ ବ୍ୟାପିଲେ ଏହା ଲୋକଙ୍କ ମଧ୍ୟରେ ଅସମାନତା ସୃଷ୍ଟି ଏବଂ ସମ୍ପତ୍ତି ହାନି କରିବ ବୋଲି ରିପୋର୍ଟରେ କୁହାଯାଇଛି। ଡାଟା ମୁତାବକ ଭାରତରେ ୦.୭% ହସ୍ପିଟାଲ ବେଡ୍‌ ରହିଥିବାବେଳେ ୧୦୦୦ ଲୋକଙ୍କ ତୁଳନାରେ ଫିଜିସିଆନଙ୍କ ସଂଖ୍ୟା ମଧ୍ୟ କମ୍‌ (୨୦୧୧ ଡାଟା)। ଚାଇନାରେ ଏହା ୩.୮ ରହିଥିବା ବେଳେ ଇଟାଲିରେ ୩.୫ ରହିଛି। ଚାଇନାରେ ଫିଜିସିଆନ ୧.୮ ରହିଥିବାବେଳେ ଇଟାଲିରେ ଏହା ୪.୧।
କରୋନାକୁ ପ୍ରତିରୋଧ କରିବା ଲାଗି ହାତ ଧୋଇବା ପାଇଁ ଲୋକଙ୍କୁ ପରାମର୍ଶ ଦିଆଯାଉଛି। ଏଭଳି ସ୍ଥିତିରେ ଭାରତର ୫୦.୭% ଗ୍ରାମୀଣ ଜନସଂଖ୍ୟାଙ୍କ ନିକଟରେ ସାଧାରଣ ହାତଧୋଇବା ସୁବିଧା ନାହିଁ। ଏହା ମଧ୍ୟରେ ସାବୁନ ଏବଂ ଜଳ ମଧ୍ୟ ସାମିଲ ରହିଛି। ସହରାଞ୍ଚଳରେ ୨୦.୨% ଲୋକଙ୍କ ନିକଟରେ ଏଭଳି ସୁବିଧା ନାହିଁ। ମୋଟାମୋଟି ଭାବେ କହିବାକୁ ଗଲେ ୪୦.୫% ଜନସଂଖ୍ୟା ଏଭଳି ସୁବିଧା ଲାଭ ଠାରୁ ପଛୁଆ ଅଛନ୍ତି।
କିଛି ବଡ଼ ରୋଗ ହେଲେ ଭାରତୀୟଙ୍କୁ ଅଧିକ ପରିମାଣର ଖର୍ଚ୍ଚ କରିବାକୁ ପଡେ। ଏହାକୁ ଆର୍ଥତ୍କ ସ୍ଥିତି ଖରାପ ହେବାର ଅନ୍ୟ ଏକ କାରଣ ବୋଲି ମଧ୍ୟ ବିଚାର କରାଯାଏ। ସ୍ବାସ୍ଥ୍ୟ ଖରାପ ସମୟରେ ହେଉଥିବା ଖର୍ଚ୍ଚକୁ ଭରଣା କରିବା ଲାଗି ଲୋକଙ୍କୁ ହଇରାଣ ହରକତ ହେବାକୁ ପଡିଥାଏ। ଭାରତ ଏହାର ମୋଟ ଘରୋଇ ଉତ୍ପାଦ (ଜିଡିପି)ର କିଞ୍ଚତ୍ତ ଭାଗ ସ୍ବାସ୍ଥ୍ୟ ସେବାରେ ଖର୍ଚ୍ଚ କରିଥାଏ। ବିଶ୍ୱ ବ୍ୟାଙ୍କ ଦେଇଥିବା ତଥ୍ୟ ମୁତାବକ ଭାରତ ସ୍ବାସ୍ଥ୍ୟ କ୍ଷେତ୍ରରେ ସରକାରୀ ଖର୍ଚ୍ଚ ବାବଦ ୩.୧୪% ଖଚ୍ଚର୍ର୍ କରୁଛି। ଏହା ଚାଇନାରେ ୯.୫%, ଇଟାଲିରେ ୧୩.୪୭% ଏବଂ ଇରାନରେ ୨୨.୬% ରହିଛି। ସାର୍ବଜନୀନ ସ୍ବାସ୍ଥ୍ୟ ସେବା ଯୋଗାଣ ଲକ୍ଷ୍ୟରେ କେନ୍ଦ୍ର ସରକାର ଆୟୁଷ୍ମାନ ଭାରତ ଯୋଜନା ଘୋଷଣା କରିଛନ୍ତି। ଏହାକୁ ସମ୍ପୂର୍ଣ୍ଣ ଭାବେ ଲାଗୁ କରାଇବା ଲାଗି ସରକାର ଏବେଯାଏ ସକ୍ଷମ ହୋଇ ପାରିନାହାନ୍ତି। ଏହି ଯୋଜନାରେ କିଛି ହସ୍ପିଟାଲ ରୋଗୀଙ୍କୁ ସେବା ଯୋଗାଣ ନେଇ ଅଗ୍ରାହ୍ୟ କରି ଦେଉଛନ୍ତି।
ସ୍ବାସ୍ଥ୍ୟ ଭିତ୍ତିଭୂମି ଉନ୍ନତ ନ ଥିଲେ, ରୋଗକୁ ପ୍ରତିରୋଧ କରିବା ଚ୍ୟାଲେଞ୍ଜ ହୋଇପଡେ। କରୋନାକୁ ରୋକିବା ଦିଗରେ ସରକାର ବିହୀତ ପଦକ୍ଷେପ ଗ୍ରହଣ କରିବେ ବୋଲି ମଣିପାଲ ଏଜୁକେଶନ ଆଣ୍ଡ ହେଲ୍‌ଥ ଗ୍ରୁପ ଚେୟାରମ୍ୟାନ ରଞ୍ଜନ ପାଇ କହିଛନ୍ତି। କରୋନା ସଂକ୍ରମଣକୁ ରୋକିବା ଲାଗି ଆବଶ୍ୟକ ହେଉଥିବା ମାସ୍କ, ରେସ୍ପିରେଟୋରି ଇକ୍ୱିପମେଣ୍ଟ ଯୋଗାଣ ମଧ୍ୟ ପ୍ରମୁଖ ଆବଶ୍ୟକତା ବୋଲି ଶିଳ୍ପ ପକ୍ଷରୁ କୁହାଯାଇଛି। ବିଭିନ୍ନ ଡିଭାଇସ ଲାଗି ଭାରତ ଅନ୍ୟ ଦେଶ ଉପରେ ନିର୍ଭର କରୁଥିବାରୁ ଏହା ଦେଶର ପ୍ରକୃତ କ୍ଷମତାକୁ ଏବେ ପଦାରେ ପକାଇଛି। ଚାଇନାରୁ ଆସୁଥିବା ବିଭିନ୍ନ ମେଡିକାଲ ଯନ୍ତ୍ରାଂଶ କରୋନା ପ୍ରତିବନ୍ଧକ ଯୋଗୁ ଆଣିବାକୁ କଟକଣା ଲାଗିଛି। ଏବେ ଦେଶ ମଧ୍ୟରେ ମାସ୍କ, ଗ୍ଲୋବ୍‌ସ ଏବଂ ଅନ୍ୟ ସାମଗ୍ରୀ ଯୋଗାଇବା ଲାଗି ଉତ୍ପାଦନ ଅହରହ ଜାରି ରହିଛି ବୋଲି ଆସୋସିଏଶନ ଅଫ୍‌ ଇଣ୍ଡିଆନ ମେଡିକାଲ ଡିଜାଇସ୍‌ ଇଣ୍ଡଷ୍ଟ୍ରି ପକ୍ଷରୁ ରାଜୀବ ନାଥ କହିଛନ୍ତି। ବିଶ୍ୱସ୍ତରରେ କୋଭିଡ-୧୯ ସଲିଡାରିଡି ଫଣ୍ଡ ଗଠନ ଦ୍ୱାରା ଏହି ରୋଗ ସକ୍ରମଣକୁ ରୋକିବା ଲାଗି ପଦକ୍ଷେପ ଗ୍ରହଣ କରାଯାଇଛି। ୪୭ ଦେଶକୁ ପ୍ରୋ-ଆକ୍ଟିଭ ଇକ୍ୱିପମେଣ୍ଟ ପଠାଯାଇଥିବା ବେଳେ ତଥାପି ଏହାର ଅଭାବ ରହୁଛି। ଏଣୁ ଉତ୍ପାଦନ ପ୍ରାୟ ୪୦% ବଢାଯାଇଛି ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ ସୂଚନା ରହିଛି।

କରୋନା ମୁକାବିଲା: ଭାରତ କେତେ ସକ୍ଷମ

-ପ୍ରମୁଖ ଦେଶ ମଧ୍ୟରେ ଭାରତ ପଛରେ
-ବେଡ୍‌ ସଂଖ୍ୟା ସ୍ବଳ୍ପ, ପ୍ରତି ହଜାର ଲୋକ ତୁଳନାରେ କମ୍‌ ଡାକ୍ତର
-୫୦.୭% ଗ୍ରାମାଞ୍ଚଳ ଲୋକଙ୍କ ପାଖେ ନାହିଁ ସାଧାରଣ ହାତଧୋଇବା ସୁବିଧା
-ସହରାଞ୍ଚଳରେ ୨୦.୨%, ସାମଗ୍ରିକ ହାର ୪୦.୫%
-ଅନ୍ୟ ଦେଶ ତୁଳନାରେ ସ୍ବାସ୍ଥ୍ୟ ସେବାରେ ଭାରତର ଖର୍ଚ୍ଚ କମ୍‌
-ସାରା ଦେଶରେ ଲାଗୁ ହୋଇ ପାରିନି ଆୟୁଷ୍ମାନ ଭାରତ
-ମାସ୍କ,ଅନ୍ୟ ସାମଗ୍ରୀ ସମସ୍ତଙ୍କ ପାଖରେ ପହଞ୍ଚିବା କଷ୍ଟକର


Enter your email to get our daily news in your inbox.

All Right Reserved By Dharitri.Com

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

କୃଷି ଜମି ବିକ୍ରୟ କଲେ ଦେବାକୁ ପଡିବ କି ଟ୍ୟାକ୍ସ? ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ,୧୦।୪: ଲୋକମାନେ ପ୍ରାୟତଃ ବିବାହ ପାଇଁ ପାଣ୍ଠି ଯୋଗାଡିବା, ଘର ନିର୍ମାଣ କରିବା କିମ୍ବା ଜରୁରୀକାଳୀନ ପରିସ୍ଥିତିର ସମାଧାନ କରିବା ପାଇଁ ନିଜର କୃଷି ଜମି ବିକ୍ରି…

ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନରେ ବଡ଼ ଘୋଷଣା: କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ

ଭୁବନେଶ୍ୱର,୧୦।୪(ଅନୁରାଧା ମହାରଣା): ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନ ଅବସରରେ ଭୁବନେଶ୍ୱରସ୍ଥିତ କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ, ଚଳିତ ଶିକ୍ଷାବର୍ଷରେ କିସ୍‌ ଛାତ୍ରୀଛାତ୍ରଙ୍କ ପାଇଁ ଛାତ୍ରବୃତ୍ତି,…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri