କରୋନା ଭାଇରସ୍‌କୁ ନେଇ ସାମ୍ନାକୁ ଆସିଲା ଅଜୟଙ୍କ ନୂଆ ଗୀତ

ମୁମ୍ବାଇ: ସାରା ବିଶ୍ୱରେ କରୋନା ଭାଇରସ୍‌ ଆତଙ୍କ ଖେଳିଯାଇଛି। ଭାରତ ମଧ୍ୟ ଏହି କବଳରୁ ବର୍ତ୍ତପାରିନାହିଁ। ଏଭଳି ସ୍ଥିତିରେ ବଲିଉଡ୍‌ ସେଲିବ୍ରିଟିମାନେ ସୋସିଆଲ ମିଡିଆ ଜରିଆରେ ନିଜ ପ୍ରଶଂସକଙ୍କୁ ଏହି ସାଂଘାତିକ ମହାମାରୀ ପ୍ରତି ସଜାଗ କରାଉଥିବା ଦେଖିବାକୁ ମିଳିଛି। ନିକଟରେ ବଲିଉଡ୍‌ ଦବଙ୍ଗ ସଲମାନ ଖାଁ କୋଭିଡ-୧୯କୁ ନେଇ ଏକ ଗୀତ ‘ପ୍ୟାର କେରାନା’ ତିଆରି କରି ୟୁଟ୍ୟୁବରେ ଜାରି କରିଥିଲେ। ଏହି ଗୀତକୁ ସେ ନିଜେ ଲେଖିବା ସହ କଣ୍ଠଦାନ ମଧ୍ୟ କରିଥିଲେ। ଏହାପରେ ଅକ୍ଷୟ କୁମାର ମଧ୍ୟ କରୋନା ଯୋଦ୍ଧାଙ୍କୁ ସମର୍ପିତ କରି ଏକ ଗୀତ ତିଆରି କରିଥିଲେ। ହେଲେ ଏହି ତାଲିକାରେ ଏବେ ଅଜୟ ଦେବଗନ ବି ସାମିଲ ହୋଇଯାଇଛନ୍ତି। କରୋନା ଭାଇରସ୍‌କୁ ନେଇ ଅଜୟଙ୍କ ଏକ ନୂଆ ଗୀତ ‘ଠହର ଯା’ ସାମ୍ନାକୁ ଆସିଛି। ଏହାକୁ ମେହୁଲ ବ୍ୟାସ କଣ୍ଠଦାନ କରିଛନ୍ତି ଏବଂ ସଙ୍ଗୀତ ଲେଖିଛନ୍ତି ଅନୀଲ ବର୍ମା। ଏହାକୁ ଘରେ ହିଁ ଶୁଟିଂ କରାଯାଇଥିବା ବେଳେ ଏହି ଗୀତ ଜରିଆରେ ତାଙ୍କର ୯ବର୍ଷର ପୁଅ ୟୁଗ ଦେବଗନ ସହକାରୀ ନିର୍ଦ୍ଦେଶକ ଭାବେ ଡେବ୍ୟୁ କରିଥିବା ଜଣାପଡ଼ିଛି। ଏଥିରେ ଜୀବନର ବ୍ୟସ୍ତତାକୁ ଚିତ୍ରଣ କରାଯାଇଥିବା ବେଳେ ଟିକିଏ ବିରାମ ପାଇଁ ନିବେଦନ କରାଯାଇଛି। ଦେଶର ଏହି ଘଡିସନ୍ଧି ମୁହୂର୍ତ୍ତ ବା ଝଡ଼ ଆଉ କିଛି ଦିନ ପରେ ଚାଲିଯିବ ବୋଲି ଏହି ଗୀତ ମାଧ୍ୟମରେ ଲୋକଙ୍କ ଭିତରେ ଅଜୟ ଆଶା ସଞ୍ଚାର କରିବାକୁ ପ୍ରୟାସ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଘର ଭାଙ୍ଗୁଥିବା ମହିଳାଙ୍କୁ ପ୍ରଶ୍ରୟ ଦିଅନ୍ତୁ ନାହିଁ’: ପ୍ରେମିକାଙ୍କୁ ଧରି ବୁଲୁଥିବା ମାମୁ ଶ୍ୱଶୁର ଗୋବିନ୍ଦାଙ୍କ ବିରୋଧରେ ଏମିତି କହିଲେ…

ମୁମ୍ବାଇ: ବଲିଉଡର ଚର୍ଚ୍ଚିତ ଅଭିନେତା ଗୋବିନ୍ଦା, ତାଙ୍କ ପତ୍ନୀ ସୁନୀତା ଆହୁଜା ଏବଂ ଅଭିନେତ୍ରୀ କୋମଲ ରାନୀଙ୍କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଏବେ ଗୋବିନ୍ଦାଙ୍କ ଭାଣେଜୀ-ବୋହୂ…

ତରକାରୀ ମାଗିବା ବାହାନାରେ ୫ ମାସର ଗର୍ଭବତୀ ଭାଇବୋହୂଙ୍କୁ ବଳାତ୍କାର! ଦେଢ଼ଶୁର ଗିରଫ

ପାଟଣା, ୨୩।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ପବିତ୍ର ପାରିବାରିକ ସମ୍ପର୍କକୁ ନେଇ ଏକ ସଙ୍ଗିନ ଓ କଳଙ୍କିତ ଅଭିଯୋଗ ସାମ୍ନାକୁ…

କିଛି ଘଣ୍ଟାରେ ସ୍ଥଳଭାଗ ଛୁଇଁବ ଗଭୀର ଅବପାତ; ଏହି ସ୍ଥାନରେ ହେବ ଲ୍ୟାଣ୍ଡଫଲ୍! ୫୦ରୁ ୬୦ କିମି ବେଗରେ ବହିବ ପବନ

ଭୁବନେଶ୍ବର,୨୩ା୯: ସ୍ଥଳଭାଗ ଆଡକୁ ମାଡ଼ିଆସୁଛି ଗଭୀର ଅବପାତ । ଗତ ୬ ଘଣ୍ଟା ଧରି ୭କିମି ବେଗରେ ସ୍ଥଳଭାଗ ମୁହାଁ ହେଉଛି । ଏପଟେ ବର୍ଷାର ପରିମାଣ…

ହୃଦୟବିଦାରକ! ଜନ୍ମ ଦେଇ କେନାଲରେ ଫିଙ୍ଗିଦେଲେ, ଧାନ ବିଲରୁ ଶିଶୁ କନ୍ୟାର ମୃତଦେହ ଉଦ୍ଧାର

ଅତାବିରା, ୨୩/୯ (ଯୁଧିଷ୍ଠିର ମହାପାତ୍ର): ପୁଣି ସାମ୍ନାକୁ ଆସିଛି ମାନବିକତାକୁ ଲଜ୍ଜିତ କଲା ଭଳି ଏକ କରୁଣ ଓ ହୃଦୟବିଦାରକ ଚିତ୍ର। ଧାନ ବିଲର ଅଳିଆ ଆବର୍ଜନା…

ପାକିସ୍ତାନରେ ହଇଚଇ! ସାଧାରଣ ଚିକିତ୍ସା ପରେ ପିଲାଙ୍କ HIV ରିପୋର୍ଟ ପଜିଟିଭ୍, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଇସଲାମବାଦ,୨୩।୯: ପାକିସ୍ତାନରେ ଅନେକ ପରିବାର ପାଇଁ ପିଲାଙ୍କ ସାଧାରଣ ଚିକିତ୍ସା ପରେ ସାମ୍ନାକୁ ଆସିଥିବା HIV ପଜିଟିଭ୍ ରିପୋର୍ଟ ଚିନ୍ତାର କାରଣ ପାଲଟିଛି । NPRର ଏକ…

ବାଫ୍ଲା ମାଳି ଖଣି ପ୍ରଭାବିତ ଅଞ୍ଚଳରେ ବିକାଶର ନଗ୍ନ ଚିତ୍ର: ଉପରେ ଚାଲିଛି ଖଣି, ତଳେ ରାସ୍ତା ନାହିଁ; ପ୍ରଶାସନର ଅବହେଳା ପରେ…

ଥୁଆମୂଳ ରାମପୁର/କାଶୀପୁର, ୨୩।୯ (ଦୁର୍ଗା କୀର୍ତ୍ତି/ ପ୍ରଫୁଲ୍ଲ ବେହେରା): ଗୋଟିଏ ପଟେ ବାଫ୍ଲା ମାଳି ପାହାଡ଼ ଉପରେ ବାକ୍ସାଇଟ୍ ଖଣି ଖନନ କରି କୋଟି କୋଟି ଟଙ୍କାର…

ହର୍ମୁଜରେ ଜାହାଜ ଉପରେ ବଡ଼ ଧରଣର ଆକ୍ରମଣ, ଚାଲିଗଲା ଭାରତୀୟ ନାବିକଙ୍କ ଜୀବନ

ଓମାନ,୨୩।୯: ଓମାନ ଉପକୂଳ ନିକଟ ହର୍ମୁଜ୍ ଅଞ୍ଚଳରେ ଭାରତ ଆସୁଥିବା ଏକ ମାଲବାହୀ ଜାହାଜ ଉପରେ ଟର୍ପିଡୋ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ଉତ୍ତରପ୍ରଦେଶର ଦେବରିଆ…

ବଡ଼ ବିପଦ! ଭାରତରେ ଜୀବନ ନେଇପାରେ ତାତି, ଯାଇପାରେ ୪.୫ ଲକ୍ଷରୁ ଅଧିକ ଜୀବନ

ନୂଆଦିଲ୍ଲୀ,୨୩।୯: ଶକ୍ତିଶାଳୀ ଏଲ୍‌ ନିନୋକୁ ନେଇ ଜଳବାୟୁ ବିଶେଷଜ୍ଞମାନେ ବଡ଼ ଚେତାବନୀ ଦେଇଛନ୍ତି । ଏକ ନୂଆ ଆକଳନ ଅନୁସାରେ, ଆଗାମୀ ୬ ମାସରେ ଏହି କାରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?