କରୋନା ଭାଇରସ୍‌କୁ ନେଇ ସାମ୍ନାକୁ ଆସିଲା ଅଜୟଙ୍କ ନୂଆ ଗୀତ

ମୁମ୍ବାଇ: ସାରା ବିଶ୍ୱରେ କରୋନା ଭାଇରସ୍‌ ଆତଙ୍କ ଖେଳିଯାଇଛି। ଭାରତ ମଧ୍ୟ ଏହି କବଳରୁ ବର୍ତ୍ତପାରିନାହିଁ। ଏଭଳି ସ୍ଥିତିରେ ବଲିଉଡ୍‌ ସେଲିବ୍ରିଟିମାନେ ସୋସିଆଲ ମିଡିଆ ଜରିଆରେ ନିଜ ପ୍ରଶଂସକଙ୍କୁ ଏହି ସାଂଘାତିକ ମହାମାରୀ ପ୍ରତି ସଜାଗ କରାଉଥିବା ଦେଖିବାକୁ ମିଳିଛି। ନିକଟରେ ବଲିଉଡ୍‌ ଦବଙ୍ଗ ସଲମାନ ଖାଁ କୋଭିଡ-୧୯କୁ ନେଇ ଏକ ଗୀତ ‘ପ୍ୟାର କେରାନା’ ତିଆରି କରି ୟୁଟ୍ୟୁବରେ ଜାରି କରିଥିଲେ। ଏହି ଗୀତକୁ ସେ ନିଜେ ଲେଖିବା ସହ କଣ୍ଠଦାନ ମଧ୍ୟ କରିଥିଲେ। ଏହାପରେ ଅକ୍ଷୟ କୁମାର ମଧ୍ୟ କରୋନା ଯୋଦ୍ଧାଙ୍କୁ ସମର୍ପିତ କରି ଏକ ଗୀତ ତିଆରି କରିଥିଲେ। ହେଲେ ଏହି ତାଲିକାରେ ଏବେ ଅଜୟ ଦେବଗନ ବି ସାମିଲ ହୋଇଯାଇଛନ୍ତି। କରୋନା ଭାଇରସ୍‌କୁ ନେଇ ଅଜୟଙ୍କ ଏକ ନୂଆ ଗୀତ ‘ଠହର ଯା’ ସାମ୍ନାକୁ ଆସିଛି। ଏହାକୁ ମେହୁଲ ବ୍ୟାସ କଣ୍ଠଦାନ କରିଛନ୍ତି ଏବଂ ସଙ୍ଗୀତ ଲେଖିଛନ୍ତି ଅନୀଲ ବର୍ମା। ଏହାକୁ ଘରେ ହିଁ ଶୁଟିଂ କରାଯାଇଥିବା ବେଳେ ଏହି ଗୀତ ଜରିଆରେ ତାଙ୍କର ୯ବର୍ଷର ପୁଅ ୟୁଗ ଦେବଗନ ସହକାରୀ ନିର୍ଦ୍ଦେଶକ ଭାବେ ଡେବ୍ୟୁ କରିଥିବା ଜଣାପଡ଼ିଛି। ଏଥିରେ ଜୀବନର ବ୍ୟସ୍ତତାକୁ ଚିତ୍ରଣ କରାଯାଇଥିବା ବେଳେ ଟିକିଏ ବିରାମ ପାଇଁ ନିବେଦନ କରାଯାଇଛି। ଦେଶର ଏହି ଘଡିସନ୍ଧି ମୁହୂର୍ତ୍ତ ବା ଝଡ଼ ଆଉ କିଛି ଦିନ ପରେ ଚାଲିଯିବ ବୋଲି ଏହି ଗୀତ ମାଧ୍ୟମରେ ଲୋକଙ୍କ ଭିତରେ ଅଜୟ ଆଶା ସଞ୍ଚାର କରିବାକୁ ପ୍ରୟାସ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

ବଦନାମ ହେଲା TMC, ଭିଡିଓ ଶେୟାର କଲା ଭାଜପା

ନୂଆଦିଲ୍ଲୀ,୧୭।୧୨: ତୃଣମୂଳ କଂଗ୍ରେସ ଏମପି କୀର୍ତ୍ତି ଆଜାଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଆଜାଦ ସଂସଦ ଭିତରେ ସିଗାରେଟ ପିଉଥିବାର ଦେଖାଯାଉଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri