କରୋନା ଭାଇରସ୍‌ ସୋପ୍‌ ମେଶିନ

ନ୍ୟୁୟର୍କ: ସୃଜନଶୀଳତାର ବିକଳ୍ପ ନାହିଁ। ଭାବୁକ ଆଉ ଉଦ୍ୟମୀ ମନଟିଏ ଥିଲେ ସୃଜନଶକ୍ତିର ବିକାଶ ହୋଇପାରେ। ଏହାର ଏକ ଉଦାହରଣ ହେଉଛନ୍ତି ଲାଉରେଲ୍‌ ଓ ମେରିଲାଣ୍ଡ। ଏହି ଦୁଇ ଭାଇ ଏବେ ନ୍ୟୁୟର୍କର ରୁବେ ଗୋଲ୍ଡବର୍ଗ ବାର୍ଷିକ ପ୍ରତିଯୋଗିତାରେ ଭାଗନେବା ପାଇଁ ଚୟନ ହୋଇଛନ୍ତି। ଏହି ପ୍ରତିଯୋଗିତାରେ ଏକ ସହଜ କାମକୁ ଜଟିଳ ଭାବରେ କରିବା ପାଇଁ ନିୟମ ରହିଥାଏ। ତେଣୁ ଏଥର କେହି ହେଲେ ଏଥିପାଇଁ ଚୟନ ହୋଇପାରି ନ ଥିଲେ। କିନ୍ତୁ ଏହି ଦୁଇଭାଇ ଏକ ସ୍ବତନ୍ତ୍ର କରୋନା ଭାଇରସ୍‌ ସୋପ୍‌ ମେଶିନ ବାହାର କରି ପ୍ରତିଯୋଗିତାକୁ ଉତ୍ତୀର୍ଣ୍ଣ ହେବା ସହିତ ସେମାନଙ୍କ ସୃଜନଶକ୍ତିର ପରିଚୟ ଦେଇଛନ୍ତି। ସେମାନେ ଏଭଳି ଏକ ମେଶିନ ବାହାର କରିଛନ୍ତି, ଯାହାକୁ ଚାଲୁ କରିବା ମାତ୍ରେ ତାହା ସେଥିରେ ପ୍ରଥମେ ଏକ ମାର୍ବଲ ପକାଏ, ପରେ ତାହା ଏକ ଦ୍ରୁତ ଟଏ ଟ୍ରେନ୍‌କୁ ଠେଲି ଥାଏ। ଯାହା ମାଧ୍ୟମରେ ଏକ ସାବୁନ ଠେଲି ହୋଇ ସିଧା ବାଥ୍‌ରୁମରେ ଅପେକ୍ଷା କରିଥିବା ଲୋକ ହାତରେ ପଡ଼ିଥାଏ। ନ୍ୟୁୟର୍କରେ ଏ ବର୍ଷ କରୋନା ଭାଇରସ୍‌ ପାଇଁ ଏହି ପ୍ରତିଯୋଗିତାକୁ ବନ୍ଦ କରି ଦିଆଯାଇଥିଲା। କିନ୍ତୁ ଶେଷରେ ଏଥିପାଇଁ ପ୍ରତିଯୋଗିତାର ଆହ୍ବାନ କରାଯାଇଥିଲା। ମାତ୍ର କେହି ହେଲେ ଅଜବ ପ୍ରକାରର ମେଶିନ କିଛି ପ୍ରଦର୍ଶନ କରିପାରି ନ ଥିବାରୁ ଓହରି ଯାଇଥିଲେ। କିନ୍ତୁ ଦୁଇ ଭାଇଙ୍କ ଏହି ମେଶିନଟି ଅଜବ ପ୍ରକାରରେ ସାବୁନ ପହଞ୍ଚାଇ ପାରୁଥିବାରୁ ସେମାନେ ପୁରସ୍କାର ଜିତିବା ପାଇଁ ସମର୍ଥ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦାମୀ କାର ଭିତରେ ସିକ୍ରେଟ୍‌ ଚ୍ୟାମ୍ବର: ପୁଷ୍ପା ଷ୍ଟାଇଲରେ ଗଞ୍ଜେଇ ଚାଲାଣ ବେଳେ ମାଡ଼ିବସିଲା…

ବଲାଙ୍ଗୀର,୨୦।୧୨:(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୨୬ ନଂ ଜାତୀୟ ରାଜପଥରେ ପୁଷ୍ପା ଷ୍ଟାଇଲରେ ଏକ କ୍ରେଟା କାରରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ମାଡ଼ିବସିଲା...

ତାହେରପୁରରେ ଲ୍ୟାଣ୍ଡ କରିପାରିଲାନି ମୋଦିଙ୍କ ହେଲିକପ୍ଟର, ହଠାତ୍….

ନୂଆଦିଲ୍ଲୀ, ୨୦।୧୨:  ଖରାପ ପାଗ ଯୋଗୁଁ ଲ୍ୟାଣ୍ଡ କରିପାରିଲାନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହେଲିକପ୍ଟର । ଘନ କୁହୁଡ଼ି ଯୋଗୁଁ ପଶ୍ଚିମବଙ୍ଗର ତାହେରପୁରରେ ଅବତରଣ କରିପାରିନଥିଲା।...

୩୦ବର୍ଷ ପରେ ବିରଳ ନବପଞ୍ଚମ ମହାଯୋଗ, ଶିନଙ୍କ କୃପାରେ ନୂଆବର୍ଷରେ ଧନୀ ହେବେ ମକର ସହ ଏହି ୨ରାଶି

ନୂଆବର୍ଷ ୨୦୨୬ର ଆରମ୍ଭ ଜ୍ୟୋତିର୍ବିଦମାନଙ୍କ ପାଇଁ ବହୁତ ଖାସ୍ ହବାକୁ ଯାଉଛି । ଜାନୁଆରୀ ୧୪ ତାରିଖରେ ମକର ସଂକ୍ରାନ୍ତି ପଡୁଥିବା ବେଳେ ଏହାର ପରଦିନ...

ପାକିସ୍ତାନକୁ କଲେ ଖୁବ ପ୍ରଶଂସା, ଟ୍ରମ୍ପଙ୍କୁ କହିଲେ ଶାନ୍ତି ଦୂତ, ରୁବିଓଙ୍କ ବୟାନକୁ ନେଇ ହେଉଛି ଖୁବ ଚର୍ଚ୍ଚା!

ଓ୍ବାଶିଂଟନ,୨୦।୧୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବିବାଦକୁ ଉଲ୍ଲେଖ କରି ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ କହିଛନ୍ତି ଯେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ...

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉବେଳେ ଅଣ୍ଡାମାଡ଼ କଲା ଯୁବ କଂଗ୍ରେସ

ଭୁବନେଶ୍ୱର,୨୦ା୧୨: ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏହି ଅଭିଯୋଗରେ ଗର୍ଜନ କରିଛି ଯୁବ କଂଗ୍ରେସ। ରାଜଧାନୀ ଭୁବନେଶ୍ବରରେ ବିକ୍ଷୋଭ ପ୍ରଦର୍ଶନ ସହ ଅଣ୍ଡାମାଡ଼ କରିଛି ଯୁବ...

୧୨ ବର୍ଷ ପରେ ବି ମିଳୁନି ସରକାରୀ ସୁବିଧା, ପ୍ରଶାସନିକ ଅବହେଳାର ଶିକାର ବଳିଆ

ଗଞ୍ଜାମ,୨୦ା୧୨(ଅନାଥ ତରାଇ): ସରକାରୀ ଯୋଜନା କାହା ପାଇଁ? ଯୋଗ୍ୟ ହିତାଧିକାରୀଙ୍କୁ ସୁବିଧା ଯୋଗାଇଦେବା କ୍ଷେତ୍ରରେ ପ୍ରଶାସନିକ ବିଫଳତାର ଏକ ନଗ୍ନଚିତ୍ର ଦେଖିବାକୁ ମିଳିଛି ଗଞ୍ଜାମ ବ୍ଲକ...

ବାଂଲାଦେଶ ହିଂସାକୁ ନେଇ ବଡ଼ ଚେତାବନୀ ଦେଲେ ଶଶି ଥରୁର! କହିଲେ ଏହା ଭାରତ ପାଇଁ…

ନୂଆଦିଲ୍ଲୀ,୨୦।୧୨: ବରିଷ୍ଠ କଂଗ୍ରେସ ନେତା ଏବଂ ବୈଦେଶିକ ବ୍ୟାପାର ସଂସଦୀୟ ସ୍ଥାୟୀ କମିଟିର ଅଧ୍ୟକ୍ଷ ଶଶି ଥରୁର ବାଂଲାଦେଶରେ ବଢୁଥିବା ରାଜନୈତିକ ସଙ୍କଟ ସମ୍ପର୍କରେ କଡ଼ା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri