Posted inଖେଳ

କରୋନା ଭାଇରସ୍‌: ଅଲିମ୍ପିକ କ୍ୱାଲିଫାୟର ଖେଳିବେନି ୪ ଚାଇନା ମହିଳା ଫୁଟବଲ୍‌ର

ବେଜିଂ,୩୦।୧(ପି.ଟି.)- ବହୁ ଚର୍ଚ୍ଚିତ କରୋନା ଭାଇରସ ପ୍ରଭାବିତ ଅଞ୍ଚଳରୁ ଆସିଥିବାର ଚାଇନାର ୪ଜଣ ମହିଳା ଫୁଟବଲର ଅଷ୍ଟ୍ରେଲିଆର ସିଡନୀରେ ଖେଳାଯିବାକୁ ଥିବା ଟୋକିଓ ଅଲିମ୍ପିକ୍ସ ମହିଳା ଫୁଟବଲ୍‌ କ୍ୱାଲିଫାଇଙ୍ଗ୍‌ ମ୍ୟାଚ୍‌ ଖେଳିବେ ନାହିଁ। ଚାଇନିଜ ଫୁଟବଲ ଆସୋସିଏଶନ (ସିଏଫ୍‌ଏ) ବୁଧବାର ଏ ନେଇ ସୂଚନା ଦେଇଛି। ଏହି ମହିଳା ଫୁଟବଲରଙ୍କ ମଧ୍ୟରେ ତାରକା ଷ୍ଟ୍ରାଇକର ଓ୍ବାଙ୍ଗ୍‌ ଶୁଆଙ୍ଗ୍‌ ସାମିଲ ରହିଛନ୍ତି। କରୋନା ଭାଇରସ ପ୍ରଭାବିତ ଉହାନ ସହରରେ ରହୁଥିବା ୩ଜଣ ଖେଳାଳି ହେଲେ ଓ୍ବାଙ୍ଗ୍‌ ଶୁଆଙ୍ଗ, ୟାଓ ଓ୍ବେଇ ଓ ଲିଓ ୟୁଏୟୁନ। ସେହିପରି ଲି ମେନ୍‌ଓ୍ବେନ୍‌ ଝେଜିଆଙ୍ଗ୍‌ ପ୍ରୋଭିନ୍ସରେ ରହୁଛନ୍ତି। ଏପିଡେମିକ୍‌ କଣ୍ଟ୍ରୋଲ ବା ମହାମାରୀ ନିୟନ୍ତ୍ରଣ ଚାଲୁ ରହିଥିବାରୁ ଏହି ଖେଳାଳିମାନେ ଅଷ୍ଟ୍ରେଲିଆରେ ଦଳସହ ସାମିଲ ହୋଇପାରିବେ ନାହିଁ ବୋଲି ସିଏଫ୍‌ଏ ତରଫରୁ କୁହାଯାଇଛି।
ଗତ ୨୩ ତାରିଖରୁ ଭାଇରସ୍‌ ପ୍ରଭାବିତ ଅଞ୍ଚଳକୁ ବାହ୍ୟଜଗତରୁ ବିଚ୍ଛିନ୍ନ କରାଯାଇଛି। ଫଳରେ ଲୋକମାନେ ଏହି ସ୍ଥାନରୁ ଯିବା ଆସିବା କରିପାରୁନାହାନ୍ତି। ଚାଇନାରେ କରୋନା ଭାଇରସ୍‌ କାରଣରୁ ଏପର୍ଯ୍ୟନ୍ତ ୧୩୨ଜଣ ଲୋକ ପ୍ରାଣ ହରାଇଛନ୍ତି। ତେବେ ଏହି ଭାଇରସ୍‌ରେ ୬,୦୦୦ ଲୋକ ସଂକ୍ରମିତ ହୋଇଛନ୍ତି। ଭାଇରସ ଓ ସଂକ୍ରମଣକୁ ନିୟନ୍ତ୍ରଣକୁ ଆଣିବାକୁ ଚାଇନା କର୍ତ୍ତୃପକ୍ଷ ବିଭିନ୍ନ ପ୍ରକାର ବ୍ୟବସ୍ଥା ଗ୍ରହଣ କରୁଛନ୍ତି।
ତାରକା ମହିଳା ଫୁଟବଲର ଓ୍ବାଙ୍ଗ କ୍ରମାଗତ ତୃତୀୟଥର ପାଇଁ ଚାଇନିଜ ଫିମେଲ ଫୁଟବଲର ଅଫ୍‌ ଦି ଇୟର ବିବେଚିତ ହୋଇଛନ୍ତି। ସେ ମଧ୍ୟ ଜଣାଶୁଣା କ୍ଲବ ପ୍ୟାରିସ ସେଣ୍ଟ ଜର୍ମାନ ତରଫରୁ ଖେଳୁଛନ୍ତି। ଚାଇନା ଦଳରେ ଓ୍ବାଙ୍ଗ୍‌ ଜଣେ ହାଇପ୍ରୋଫାଇଲ ଖେଳାଳି ରୂପେ ବିବେଚିତ ହେଉଛନ୍ତି। ସେହିପରି ମିଡ୍‌ ଫିଲ୍ଡର ୟାଓ ମଧ୍ୟ ନାମୀ ଫୁଟବଲ ଭାବେ ପରିଚିତ। ଅଷ୍ଟ୍ରେଲିଆ ଗସ୍ତ ପୂବରୁ ଚାଇନାର ସବୁ ୨୧ଜଣ ଖେଳାଳିଙ୍କର ଏହି ଭାଇରସ ଟେଷ୍ଟ ହୋଇଛି ଓ ସବୁର ଫଳାଫଳା ନେଗେଟିଭ୍‌ ଆସିଛି ବୋଲି ସିଏଫ୍‌ଏ ତରଫରୁ କୁହାଯାଇଛି। ବୁଧବାର ଚାଇନା ଦଳ ବ୍ରିସ୍‌ବେନ୍‌ରେ ପହଞ୍ଚିଛି ଓ ଆଗାମୀ ୨ ଦିନ ମଧ୍ୟରେ ଦଳ ସିଡନୀ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୦,୦,୦…ରେ ଆଉଟ ହୋଇଥିବା ଅଭିଷେକ ଶର୍ମାଙ୍କୁ ମିଳିଲା ଗୁରୁ ମନ୍ତ୍ର, ଗାଭାସ୍କର କହିଲେ…

ନୂଆଦିଲ୍ଲୀ,୧୯।୨: ଅଭିଷେକ ଶର୍ମା ୨୦୨୬ ଟି୨୦ ବିଶ୍ୱକପରେ ତିନୋଟି ଇନିଂସ ଖେଳିଛନ୍ତି, କିନ୍ତୁ ସେ ତାଙ୍କର ଖାତା ଖୋଲି ନାହାଁନ୍ତି। ସେ ତିନୋଟି ମ୍ୟାଚରେ ଶୂନ୍ୟରେ ଆଉଟ…

ରୋମାଣ୍ଟିକ ମୁଡ୍‌ରେ ସୁଇମିଂ ପୁଲ ଫଟୋ ଶେୟାର କଲେ ହାର୍ଦ୍ଦିକ ପାଣ୍ଡ୍ୟା, ଗର୍ଲ ଫ୍ରେଣ୍ଡକୁ ଜଣାଇଲେ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ,୧୯।୨: ICC T20 World Cup 2026 ମଧ୍ୟରେ, ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଥରେ ଖବରର ଶିରୋନାମାରେ ଅଛନ୍ତି, କିନ୍ତୁ ଏଥର…

ଭାରତ ସହ କ୍ରିକେଟ ସମ୍ପର୍କ ସୁଧାରିବାକୁ ବାଂଲାଦେଶର ଉଦ୍ୟମ; ତାରିକ୍ ରହମାନ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ ,୧୯।୨: ଭାରତ-ବାଂଲାଦେଶ କ୍ରିକେଟ ସମ୍ପର୍କରେ ସୁଧାର ପାଇଁ ଢାକାର ବଡ଼ ପଦକ୍ଷେପ। ୨୦୨୬ ଟି-୨୦ ବିଶ୍ୱକପ୍‌କୁ ନେଇ ସୃଷ୍ଟି ହୋଇଥିବା ବିବାଦ ଓ ମହମ୍ମଦ ୟୁନୁସଙ୍କ…

ପାକିସ୍ତାନର 2026 T20 World Cup ବିଜୟ ନିଶ୍ଚିତ? ଏହି ସଂଯୋଗ ଦେଖିଲେ ଆପଣ ବି ବିଶ୍ୱାସ କରିବାକୁ ବାଧ୍ୟ ହେବେ

ନୂଆଦିଲ୍ଲୀ,୧୯।୨: 2026 T20 World Cup ପାଇଁ ସୁପର ୮ ଦଳ ଚୂଡ଼ାନ୍ତ ହୋଇଛି। ଯଦିଓ ଟୁର୍ଣ୍ଣାମେଣ୍ଟର ପରବର୍ତ୍ତୀ ପର୍ଯ୍ୟାୟ ଆରମ୍ଭ ହୋଇନାହିଁ, କିନ୍ତୁ ପାକିସ୍ତାନ ବିଶ୍ୱକପ…

ପଡ଼ିଆରେ ଅଘଟଣ: କ୍ରିକେଟ୍‌ ମ୍ୟାଚ୍‌ ଚାଲିଥିବାବେଳେ ମହୁମାଛି ଆକ୍ରମଣ, ଅମ୍ପାୟାର ମୃତ

ଲକ୍ଷ୍ନୌ,୧୯।୨: ଭାରତରେ ଏକ କ୍ରିକେଟ ମ୍ୟାଚ ଚାଲିଥିବା ସମୟରେ ଏକ ଅଘଟଣ ଘଟିଛି। ଏଠାରେ ଏକ ମ୍ୟାଚ୍‌ ଚାଲିଥିବାବେଳେ ମହୁମାଛି ଆକ୍ରମଣରେ ଜଣେ ଅମ୍ପାୟାରଙ୍କ ମୃତ୍ୟୁ ଘଟିଛି।…

ଇତିହାସ ରଚିଲା ଭାରତ: ବିଶ୍ୱର ପ୍ରଥମ ଦଳ ଭାବେ କଲା ଏମିତି କାରନାମା

ଅହମ୍ମଦାବାଦ,୧୯।୨: ଟି-୨୦ ବିଶ୍ୱକପରେ ଟିମ ଇଣ୍ଡିଆ ଇତିହାସ ସୃଷ୍ଟି କରିଛି। ଅହମ୍ମଦାବାଦରେ ନେଦରଲାଣ୍ଡ୍ସକୁ ପରାସ୍ତ କରି ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି ଭାରତ। ଟିମ ଇଣ୍ଡିଆ…

୧୫ ବର୍ଷ କ୍ୟାରିଅରର ଅନ୍ତ, 30 ବର୍ଷ ବୟସରେ ଅବସର ଘୋଷଣା କଲେ ଏହି ଖୋଳାଳି

ନୂଆଦିଲ୍ଲୀ,୧୯ା୨: ନ୍ୟୁଜିଲାଣ୍ଡ ମହିଳା କ୍ରିକେଟରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ ଦଳର ଜଣେ ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ୍ ଲରେନ୍ ଡାଉନ୍ କ୍ରିକେଟରୁ…

ଲଜ୍ଜାଜନକ ରେକର୍ଡ କଲେ ଅଭିଷେକ ଶର୍ମା: ପ୍ରଥମ ଭାରତୀୟ ଭାବେ…

ନୂଆଦିଲ୍ଲୀ,୧୯/୨: ଅଭିଷେକ ଶର୍ମା ଏକ ଲଜ୍ଜାଜନକ ରେକର୍ଡ ସୃଷ୍ଟି କରିଛନ୍ତି। ସେ ଟି-୨୦ ବିଶ୍ୱକପ ଇତିହାସରେ ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ତାଙ୍କର ପ୍ରଥମ ତିନୋଟି ଇନିଂସରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri