୩୧ରୁ ବ୍ୟାଙ୍କ ଧର୍ମଘଟ

ଭୁବନେଶ୍ୱର,୩୦-୧: ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିୟନ୍ସ(ୟୁଏଫ୍‌ବିୟୁ) ପକ୍ଷରୁ ଚଳିତ ମାସ ୩୧ (ଶୁକ୍ରବାର) ଏବଂ ୧ ଫେବୃୟାରୀ( ଶନିବାର) ୨ ଦିନିଆ ଦେଶ ବ୍ୟାପି ଧର୍ମଘଟ ଡାକରା ଦିଆଯାଇଛି। ଏହି ଦିନଗୁଡିକରେ ଦେଶର ୧୦ ଲକ୍ଷ ବ୍ୟାଙ୍କ କର୍ମଚାରୀ ଧାରଣାକୁ ଓହ୍ଲାଇବେ ବୋଲି ସଙ୍ଗଠନ ପକ୍ଷରୁ ଏଠାରେ ଏକ ଖବରଦାତା କାର୍ଯ୍ୟକ୍ରମରେ ସୂଚନା ଦିଆଯାଇଛି। ଗୁରୁବାର ସରସ୍ବତୀ ପୂଜା ଯୋଗୁ ବ୍ୟାଙ୍କ ବନ୍ଦ ରହିବ। ଶୁକ୍ରବାର, ଶନିବାର ଧର୍ମଘଟ ଏବଂ ରବିବାର ବ୍ୟାଙ୍କ ଛୁଟି ଥିବାରୁ କାରବାର ବନ୍ଦ ରହିବ। ମୋଟା ମୋଟି ଭାବେ କହିବାକୁ ଗଲେ ୪ ଦିନ ବ୍ୟାଙ୍କ ବନ୍ଦ ରହିବ। ଏହି ଧର୍ମଘଟରେ ରାଜ୍ୟର ୪୦ ହଜାର କର୍ମଚାରୀ ସାମିଲ ହେବେ ବୋଲି ସୂଚନା ରହିଛି। ସେହିଭଳି ରାଜ୍ୟର ୫ ହଜାର ବ୍ୟାଙ୍କ ଶାଖା ଏହି ସମୟରେ ବନ୍ଦ ରହିବ।
ଏଆଇବିଇଏ, ଏଆଇବିଓସି, ଏନ୍‌ସିବିଇ, ଏଆଇବିଓଏ, ବିଇଏଫ୍‌ଆଇ, ଆଇଏନ୍‌ବିଇଏଫ୍‌, ଆଇଏନ୍‌ବିଓସି, ଏନ୍‌ଓବିଓଡବ୍ଲ୍ୟୁ ଏବଂ ଏନ୍‌ଓବିଓ ଭଳି ସଂଘ ଧର୍ମଘଟରେ ସାମିଲ ହେବେ। କର୍ମଚାରୀମାନେ ୧୨ ଦଫା ଦାବି ନେଇ ଏହି ଧର୍ମଘଟ ଡାକରା ଦେଇଛନ୍ତି। ମଜୁରୀ ସଂଶୋଧନରେ ୨୦% ବୃଦ୍ଧି, ୫ ଦିନ କାର୍ଯ୍ୟ ଦିବସ, ବେସିକ ପେ ସହ ସ୍ବତନ୍ତ୍ର ଭତ୍ତା ମିଶ୍ରଣ, ସ୍ବତନ୍ତ୍ର ପେନଶନ ସ୍କିମ, ପରିବାର ପେନଶନ ବୃଦ୍ଧି ଭଳି ଦାବି କର୍ମଚାରୀମାନେ ରଖିଛନ୍ତି। ଦାବି ଉପରେ ବିହିତ ପଦକ୍ଷେପ ଗ୍ରହଣ କରାନ ଗଲେ ମାର୍ଚ୍ଚ ମାସ ୧୧,୧୨ ଏବଂ ୧୩ ତାରିଖରେ ୩ ଦିନ ଧର୍ମଘଟ ହେବ। ପୁଣି ଯଦି ଦାବି ପୂରଣ ନ ହୁଏ ତେତେ ଏପ୍ରିଲ ପହିଲାରୁ ଅନିର୍ଦ୍ଦିଷ୍ଟ କାଳ ଲାଗି କର୍ମଚାରୀମାନେ ଧାରଣା ଦେବେ। କର୍ମଚାରୀଙ୍କ ଦାବିର ସମାଧାନ ଲାଗି ମୁଖ୍ୟ ଶ୍ରମ କମିଶନର, ଶ୍ରମ ମନ୍ତ୍ରଣାଳୟ ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚଳିତ ମାସ ୨୭ରେ ନୂଆଦିଲ୍ଲୀରେ ବସିଥିବା ବୈଠକରେ ଆଇବିଏ କଠୋର ଆଭିମୁଖ୍ୟ ଗ୍ରହଣ କରିଥିଲା। କର୍ମଚାରୀଙ୍କ ଦାବି ଉପରେ ବୈଠକରେ କୌଣସି ନିର୍ଯାସ ବାହାରି ପାରିନାହିଁ। ଗତ ୩୦ ମାସ ଧରି କର୍ମଚାରୀମାନେ ଧୈର୍ଯ୍ୟର ସହ ଅପେକ୍ଷା କରିବା ସହ ଲୋକମାନେ ପ୍ରଭାବିତ ନ ହେଲା ଭଳି ଧର୍ମଘଟ କରି ନ ଥିଲେ। ହେଲେ ଆଇବିଏ କର୍ମଚାରୀଙ୍କ ସମସ୍ୟା ପ୍ରତି କର୍ଣ୍ଣପାତ କରୁ ନ ଥିବା ଯୋଗୁ କୌଣସି ବିକଳ୍ପ ନ ପାଇ ସଂଘ ପକ୍ଷରୁ ଧର୍ମଘଟ ନିଷ୍ପତ୍ତି ନିଆଯାଇଛି।
ବ୍ୟାଙ୍କ କର୍ମଚାରୀ ଏବଂ ଅଧିକାରୀଙ୍କ ବେତନ ଏବଂ ସେବା ସର୍ତ୍ତାବଳୀ ୫ ବର୍ଷରେ ସଂଘର ଦାବି ଏବଂ ଆଇବିଏ ଆଲୋଚନା ଦ୍ୱାରା ନିର୍ଦ୍ଧାରଣ ହୋଇଥାଏ। ସେହି ଅନୁଯାୟୀ ଶେଷ ରାଜିନାମା ଅବଧି ୨୦୧୨ ନଭେମ୍ବରରୁ ୨୦୧୭ ଅକ୍ଟୋବର ଯାଏ ରହିଥିଲା। ଏହି ଆଧାରରେ ମଜୁରୀ ସଂଶୋଧନ ୨୦୧୭ ନଭେମ୍ବର ପହିଲାରୁ ହେବା ଆବଶ୍ୟକ ଥିଲା। ମଜୁରୀ ସଂଶୋଧନର ବିଳମ୍ବିତ ପ୍ରକ୍ରିୟା, ଗତ ୩୦ ମାସ ଧରି କ୍ରମାଗତ ଆଲୋଚନାରେ ବିଫଳତା, କାର୍ଯ୍ୟଚାପ, ଦରଦାମ ବୃଦ୍ଧି ଭଳି ପ୍ରସଙ୍ଗକୁ ଆଧାର କରି ଧର୍ମଘଟ ଡାକରା ଦିଆଯାଇଛି ବୋଲି ସଂଘ ଗୁଡିକ ପକ୍ଷରୁ କୁହାଯାଇଛି। କାର୍ଯ୍ୟକ୍ରମରେ ୟୁଏଫ୍‌ବିୟୁ ସଂଯୋଜକ ସମ୍ବିତ ମିଶ୍ର, ଏଆଇବିଓସି ରାଜ୍ୟ ସମ୍ପାଦକ ସବ୍ୟସାଚୀ ସ୍ବାଇଁ, ଏନ୍‌ସିବିଇ ପ୍ରତିନିଧି ଅନୀଲ ପ୍ରଧାନ, ଏଆଇବିଇଏ ସାଧାରଣ ସମ୍ପାଦକ ମନୋରଞ୍ଜନ ଦାଶ, ବିଇଏଫ୍‌ଆଇ ସାଧାରଣ ସମ୍ପାଦକ ପ୍ରକାଶ ରାୟ, ଏଆଇବିଓସି ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଦାମୋଦର ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅମ୍ବାନୀ ଆଣିଲେ ୧ ଟଙ୍କାରେ ଓଟିଟିର ଜବରଦସ୍ତ ପ୍ଲାନ୍‌: ଆମାଜନ, ନେଟଫ୍ଲିକ୍ସକୁ ମିଳିବ ଟକ୍କର

ନୂଆଦିଲ୍ଲୀ,୨୫।୪: ମୁକେଶ ଅମ୍ବାନୀଙ୍କ ଜିଓସିନେମା ପ୍ଲାଟଫର୍ମରେ ଏବେ ଦୈନିକ ୧ ଟଙ୍କାରୁ କମ୍‌ ଖର୍ଚ୍ଚ କରି ହଲିଉଡ୍‌ ଫିଲ୍ମ ଏବଂ ଟିଭି ଶୋ’ର ମଜା ନେଇପାରିବେ।...

ଶେୟାର ବଜାରର ଉତ୍ସାହ, ମାର୍କେଟ କ୍ୟାପ୍ ୪୦୪ ଲକ୍ଷ କୋଟି ପାର

ମୁମ୍ବାଇ,୨୫।୪: ଗୁରୁବାର ଦ୍ୱିପ୍ରହରରେ ଶେୟାର ବଜାରରେ କିଣାବିକା ବଢିବା ସହିତ ଭାରତୀୟ ଶେୟାର ବଜାର ଉତ୍ସାହ ସହିତ ବନ୍ଦ ହୋଇଛି। ସେନସେକ୍ସ ୭୪,୦୦୦ ପଏଣ୍ଟ ପାର...

୫୨୭ ଟି ଭାରତୀୟ ପଦାର୍ଥରେ କ୍ୟାନ୍ସର ସୃଷ୍ଟିକାରୀ ରାସାୟନିକ ପଦାର୍ଥ ପାଇଲା ୟୁରୋପୀୟ ୟୁନିଅନ: ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

ନୂଆଦିଲ୍ଲୀ,୨୫।୪: ୟୁରୋପୀୟ ୟୁନିଅନର ଖାଦ୍ୟ ନିରାପତ୍ତା କର୍ତ୍ତୃପକ୍ଷ ଇଥାଇଲନ୍ ଅକ୍ସାଇଡ୍, କର୍କଟ ସୃଷ୍ଟି କରୁଥିବା ରାସାୟନିକ ପଦାର୍ଥ ଭାରତ ସହିତ ସଂଯୁକ୍ତ ୫୨୭ ଉତ୍ପାଦରେ ଚିହ୍ନଟ...

ହର୍ଲିକ୍ସରୁ ‘ସ୍ୱାସ୍ଥ୍ୟ’ ଲେବଲ୍ ପ୍ରତ୍ୟାହାର କଲା ଏଚୟୁଏଲ, ‘ପୁଷ୍ଟିକର ପାନୀୟ’ ଭାବରେ କଲା ରିବ୍ରାଣ୍ଡିଂ

ନୂଆଦିଲ୍ଲୀ,୨୫।୪: ସ୍ୱାସ୍ଥ୍ୟ ପାନୀୟ ବର୍ଗରେ ସାମ୍ପ୍ରତିକ ନିୟାମକ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ହିନ୍ଦୁସ୍ତାନ ୟୁନିଲିଭର (ଏଚୟୁଏଲ) ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ରିବ୍ରାଣ୍ଡିଂ ପଦକ୍ଷେପ ନେଇଛି। କମ୍ପାନୀ...

ସିଏସ୍‌ଆଇଆର୍‌-ଏନ୍‌ଜିଆର୍‌ଆଇ ସହ କାବିଲର ବୁଝାମଣା

ଭୁବନେଶ୍ୱର,୨୫।୪: କାଉନସିଲ ଅଫ୍‌ ସାଇଣ୍ଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ (ସିଏସ୍‌ଆଇଆର୍‌)ର ପ୍ରମୁଖ ପ୍ରତିଷ୍ଠାନ ନ୍ୟାଶନାଲ ଜିଓଫିଜିକାଲ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ ବା ଏନ୍‌ଜିଆର୍‌ଆଇ ଅଥବା ସିଏସ୍‌ଆଇଆର୍‌-ଏନ୍‌ଜିଆର୍‌ଆଇ ଏବଂ...

ରିଲାଏନ୍ସ ଜୁଏଲ୍ସର ନୂତନ କଲେକ୍ସନ

ଭୁବନେଶ୍ୱର,୨୫।୪: ରିଲାଏନ୍ସ ଜୁଏଲ୍ସର ନୂତନ କଲେକ୍ସନ ‘ବିନ୍ଧ୍ୟ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଚଳିତ ବର୍ଷର ଅକ୍ଷୟ ତୃତୀୟା ଉପଲକ୍ଷେ ରିଲାଏନ୍ସ ଜୁଏଲ୍ସ ବିନ୍ଧ୍ୟ...

୫୦୦୦ ଟଙ୍କା କମିଲା ରୁପା, ୧୬୦୦ଟଙ୍କା କମିଲା ସୁନା

ଭୁବନେଶ୍ୱର,୨୫।୪ (ଅଭୟ ଦାଶ): କ୍ରମାଗତ ଭାବେ ସୁନା ଓ ରୁପା ଦରରେ ହ୍ରାସ ଘଟିବାରୁ ଅଳଙ୍କାର ବଜାରରେ ସୁଧାର ଆସିଛି। ଏପରିକି ଦରବୃଦ୍ଧିକୁ ନେଇ ଆଶା...

ଆଧାର ପାନ୍ ଲିଙ୍କ ନେଇ ଆସିଲା ବଡ଼ ଖବର, ୩୧ ମେ ପର୍ଯ୍ୟନ୍ତ TDS ର ସ୍ୱଳ୍ପ ରିହାତି ଉପରେ ହେବନି କୌଣସି କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୪ା୪: ଆୟକର ବିଭାଗ ଟିଡିଏସ (ଟିସିଏସ) ରିହାତି ବିଷୟରେ ଟିକସଦାତା ଏବଂ ବ୍ୟବସାୟୀଙ୍କୁ ବଡ଼ ଆରାମ ପ୍ରଦାନ କରିଛି। ଆୟକର ବିଭାଗ କହିଛି ଯେ ଟିକସଦାତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri