କରୋନା ଭାଇରସ: ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କୁ ମୃତ ଘୋଷଣା କରିବାକୁ ପ୍ରସ୍ତୁତ ହେଉଥିଲେ ଡାକ୍ତର

ଲଣ୍ଡନ,୩।୫: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ କିଛିଦିନ ହେବ କରୋନାରେ ପୀଡ଼ିତ ଥିବା ବେଳେ ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଯାଇଛନ୍ତି। ହେଲେ ସେ ଯେତେବେଳେ କରୋନାରେ ପୀଡ଼ିତ ହୋଇ ଚିକତ୍ସିତ ହେଉଥିଲେ ସେହି ସମୟର ଅନୁଭୂତିକୁ ସେ ଏକ ସାକ୍ଷାତ୍‌କାରରେ ବର୍ଣ୍ଣନା କରିଛନ୍ତି। ୫୫ ବର୍ଷୀୟ ଜନସନ କହିଛନ୍ତି ଯେତେବେଳେ ସେ ଆଇସିୟୁରେ ଚିକିତ୍ସିତ ହେବାକୁ ଭର୍ତ୍ତି ହୋଇଥିଲେ ସେତେବେଳେ ତାଙ୍କ ସ୍ବାସ୍ଥ୍ୟରେ କୌଣସି ଉନ୍ନତି ପରିଲକ୍ଷିତ ହେଉ ନ ଥିଲା। ବେଳକୁ ବେଳ ତାଙ୍କ ସ୍ବାସ୍ଥ୍ୟ ବିଗିଡିବାରେ ଲାଗିଥିଲା। ଲିଟର ଲିଟର ଅକ୍ସିଜେନ୍‌ ଦେବା ସତ୍ତ୍ୱେ ବି ତାଙ୍କ ସ୍ବାସ୍ଥ୍ୟରେ କୌଣସି ପରିବର୍ତ୍ତନ ଲକ୍ଷ୍ୟ କରାଯାଉ ନ ଥିଲା। ଡାକ୍ତରମାନେ ସମସ୍ତ ଚେଷ୍ଟା ଜାରି ରଖିଥିଲେ ମଧ୍ୟ ଶେଷକୁ ସେମାନେ ବୋରିସଙ୍କ ମୃତ୍ୟୁ ଘୋଷଣା କରିବାକୁ ପ୍ରସ୍ତୁତ ହୋଇଥିଲେ ବୋଲି ସେ କହିଛନ୍ତି। କାରଣ ସେତେବେଳେର ସମୟ ଏତେ କଠିନ ଥିଲା ଯେ ଡାକ୍ତରମାନେ ସବୁ ପ୍ରକାର ପ୍ରସ୍ତୁତିରେ ଥିଲେ ଯଦି କିଛି ଅଘଟଣ ଘଟେ ତେବେ କ’ଣ କରାଯିବ। ଏପ୍ରିଲ ପ୍ରଥମ ସପ୍ତାହରେ ସେ କରୋନା ସଂକ୍ରମିତ ଥିବା ଜଣାପଡିବା ସହ ଖୁବ୍‌ କମ୍‌ ସମୟ ମଧ୍ୟରେ ତାଙ୍କ ସ୍ବସ୍ଥ୍ୟାବସ୍ଥା ଅଧିକ ବିଗିଡି ଯାଇଥିଲା ବୋଲି ସେ କହିଛନ୍ତି। ି ଯେତେବେଳେ ଜୀବନ ମୃତ୍ୟୁର ଅଧାବାଟରେ ଥିବା କଥା ମୁଁ ଜାଣିପାରିଲି ସେତେବେଳେ ଭାବିଥିଲି ଯେଉଁ ରୋଗର କୌଣସି ଔଷଧ ନାହିଁ, କିଛି ଚିକିତ୍ସା ନାହିଁ ସେଥିରୁ କ’ଣ ମୁଁ ବଞ୍ଚି ପାରିବି। ତେବେ ଡାକ୍ତରଙ୍କ ଅକ୍ଳାନ୍ତ ଚେଷ୍ଟା ଫଳରେ ମୁଁ ବଞ୍ଚିଯାଇଛି। ବୋରିସ ସୁସ୍ଥ ହେବା ପରେ ତାଙ୍କ ପ୍ରେମିକା କୈରି ସାଇମଣ୍ଡସ ଅଳ୍ପଦିନ ମଧ୍ୟରେ ଏକ ପୁତ୍ର ସନ୍ତାନ ପ୍ରସବ କରିଛନ୍ତି। ଆଉ ସେହି ସନ୍ତାନର ମିଡିଲ ନେମ ରଖାଯାଇଛି ନିକୋଲସ। ଏହା ପଛର ରହସ୍ୟ ହେଉଛି ପ୍ରଧାନମନ୍ତ୍ରୀ ବୋରିସଙ୍କୁ କୋଭିଡ କବଳରୁ ବଞ୍ଚାଇବାରେ ମୁଖ୍ୟ ଭୂମିକା ଥିଲା ଡାକ୍ତର ନିକୋଲସ ପ୍ରାଇସ ଓ ଡାକ୍ତର ନିକୋଲସ ହାର୍ଟଙ୍କର। ଏମାନଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁ ବୋରିସ ବଞ୍ଚିଯାଇଥିବାରୁ ଏହି ଡାକ୍ତରଙ୍କ ନାମ ଅନୁଯାୟୀ ସେ ତାଙ୍କ ପୁତ୍ର ସନ୍ତାନର ମିଡିଲ ନେମ ନିକୋଲସ ରଖିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଣାଇଁ ବନଖଣ୍ଡରେ ହାତୀ ଶାବକ ମୃତ୍ୟୁ: କାରଣ ଅସ୍ପଷ୍ଟ

ବଣାଇଁ, ୧୩।୧(ପ୍ରଦୀପ ତ୍ରିପାଠୀ): ଗତକାଲି ଅପରାହ୍ନରେ ବଣାଇଁ ବନଖଣ୍ଡ ଜର୍ଡା ବନାଞ୍ଚଳ ଅନ୍ତର୍ଗତ କେଲୋ ସଂରକ୍ଷିତ ଜଙ୍ଗଲରେ ଗୋଟିଏ ହାତୀ ଶାବକର ମୃତ୍ୟୁ ଘଟିଥିବା ସୂଚନା...

ଆଇନ ମନ୍ତ୍ରୀଙ୍କ ବଡ଼ ବୟାନ, ଖଣ୍ଡଗିରିରେ ହେବନି…

ଭୁବନେଶ୍ୱର,୧୩।୧: ଯାତ୍ରା ପେଣ୍ଡାଲରେ ଆଇଟମ୍‌ ଗର୍ଲ ନିଶା ମହାରଣାଙ୍କ ଅଶ୍ଳୀଳ ଡ୍ୟାନ୍ସ ପୁଣି ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହାକୁ ନେଇ ଛତିଶଗଡ଼ ଗରିଆବନ୍ଦ ଜିଲା...

ଛାତ୍ରୀଛାତ୍ରଙ୍କ ଲାଗି କ୍ରୀଡାର ଆବଶ୍ୟକତା: ଗରୁରତ୍ୱାରୋପ କଲେ…

ପୁରୁଷୋତ୍ତମପୁର,୧୩।୧(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ରାଇପୁର ସରକାରୀ ଉନ୍ନିତ ଉଚ୍ଚବିଦ୍ୟାଳୟର ବାର୍ଷିକ କ୍ରୀଡାଉତ୍ସବ ମଙ୍ଗଳବାର ଉଦ୍‌ଘାଟିତ ହୋଇଯାଇଛି। ଏଥିରେ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଅନିତା...

ଅଗ୍ନିକାଣ୍ଡ ଘଟି ଜଳିଗଲା ୩୫ ଭରଣ ଜମିର ଧାନ, ସମ୍ପୂର୍ଣ୍ଣ ଜଳି ପୋଡି ନଷ୍ଟ…

ଗଞ୍ଜାମ,୧୩।୧(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ମଲାଡ଼ ପଞ୍ଚାୟତ ବରୋଦା ଗ୍ରାମର ଖଳାରେ ମଙ୍ଗଳବାର ଅପରାହ୍ନରେ ହଠାତ୍‌ ନିଆଁ ଲାଗିଯାଇଛି। ଫଳରେ ଖଳାରେ ଅମଳ କରିବାକୁ...

ଇନ୍ଦିରା ପ୍ରିୟଦର୍ଶିନୀ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଜାତୀୟ ସ୍ତରକୁ ମନୋନୀତ: ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଜି.ଉଦୟଗିରି,୧୩।୧(ଚିନ୍ମୟ କୁମାର ସେଠୀ) : କନ୍ଧମାଳ ଜିଲା ଜି.ଉଦୟଗିରି ପରିଷଦ ଅନ୍ତର୍ଗତ ଇନ୍ଦିରା ପ୍ରିୟଦର୍ଶିନୀ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଜାତୀୟସ୍ତରରେ ସ୍ବଚ୍ଛ ଏବଂ ହରିତ୍‌ ରେଟିଂ...

କେବେ ପାଳନ ହେବ ମକର ସଂକ୍ରାନ୍ତି? ଭୂଲଦିନ ପାଳନ କଲେ ହେବ…

ଭାରତରେ ପର୍ୱପର୍ୱାଣୀର ତାରିଖକୁ ନେଇ ପ୍ରାୟତଃ ଦ୍ୱନ୍ଦ୍ୱ ଦେଖାଯାଏ ଏବଂ ଏହି ବର୍ଷ, ମକର ସଂକ୍ରାନ୍ତି 2026 ସମାନ ପରିସ୍ଥିତିର ସମ୍ମୁଖୀନ ହେଉଛି। ଜ୍ୟୋତିଷମାନେ ବିଶ୍ୱାସ...

ଚିପ୍ସ ପ୍ୟାକେଟରେ ଥିବା ଖେଳଣା ହେଲା ବିସ୍ଫୋରଣ: ନାବାଳକଙ୍କ ଆଖି ନଷ୍ଟ, ଥାନାରେ ପହଞ୍ଚିଲେ ମା’ବାପା

ବଲାଙ୍ଗୀର,୧୩।୧(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଟିଟିଲାଗଡ ଥାନା ଅନ୍ତର୍ଗତ ଶଗଡ ଘାଟ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସୂଚନାନୁଯାୟୀ, ଚିପ୍ସ ପ୍ୟାକେଟରେ ଥିବା...

ଭାରତ ସହ ବଡ଼ ଡିଲ୍‌, ଟ୍ରମ୍ପଙ୍କୁ ଝଟ୍‌କା!

ନୂଆଦିଲ୍ଲୀ,୧୩।୧: ଭାରତ ଏବଂ ୟୁରୋପୀୟ ସଂଘ (EU) ମଧ୍ୟରେ ଏକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ପାଇଁ ଦୀର୍ଘ ସମୟ ଧରି ଚାଲିଥିବା ଆଲୋଚନା ଏବେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri