କରୋନା ବିଶ୍ୱ ଲାଗି ସତର୍କଘଣ୍ଟି

ଜେନିଭା,୧୯।୫: କରୋନା ଭାଇରସ୍‌ ବିଶ୍ୱ ଲାଗି ସତର୍କ ଘଣ୍ଟି ବୋଲି କହିଛନ୍ତି ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌। ଏହି ମହାମାରୀ ବିରୋଧରେ ଲଢ଼ିବା ଲାଗି କାହା ପାଖରେ ଶକ୍ତି ନାହିଁ। ବିଭିନ୍ନ ଦେଶ ନିଜ ନିଜ ବଳରେ ଏହି ଯୁଦ୍ଧ ଲଢ଼ୁଛନ୍ତି। କରୋନାକୁ ପରାସ୍ତ କଲା ଭଳି ସାମର୍ଥ୍ୟ କାହାର ନାହିଁ। ଅତ୍ୟାଧୁନିକ କାରିଗରି ବିଦ୍ୟା ଓ ବୈଜ୍ଞାନିକ ଗବେଷଣା ସବୁ ଫେଲ୍‌ ମାରିଛି। କରୋନା ଏକପ୍ରକାର ଆମକୁ ମୁଣ୍ଡ ନୁଆଇଁବାକୁ ବାଧ୍ୟକରିଛି। ଏଭଳି ସ୍ଥିତିରେ ବିଶ୍ୱବାସୀ ଏକ ହୋଇ କାମ କରିବା ଉଚିତ୍‌ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନର ବୈଠକ ବେଳେ ଜାତିସଂଘ ମୁଖ୍ୟ ଏହା କହିଛନ୍ତି। ମହାମାରୀ ଆମକୁ ଅନେକ ଶିକ୍ଷା ଦେଇଛି। ଏହା କେବଳ ସ୍ବାସ୍ଥ୍ୟଗତ ସମସ୍ୟାକୁ ପଦାରେ ପକାଇନି ବରଂ ବିଶ୍ୱ ସଙ୍ଗଠନର ପାରିବାପଣିଆ, ଜଳବାୟୁ ସଂକଟ, ସାଇବର ସିକ୍ୟୁରିଟି, ପରମାଣୁ ନିରସ୍ତ୍ରୀକରଣ ଭଳି ଅନେକ ସମସ୍ୟାକୁ ପଦାରେ ପକାଇଛି। ଏବେ ଆମ ଗର୍ବ ଭାଙ୍ଗିଯାଇଛି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ କେତେକ ଦେଶ ସହଯୋଗ ନ କରିବା ପରିତାପର ବିଷୟ ବୋଲି ଗୁଟେରେସ୍‌ କହିଛନ୍ତି।
କେତେକ ଦେଶ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନର ଗାଇଡ୍‌ଲାଇନ୍‌କୁ ମାନୁନାହାନ୍ତି। ଭିନ୍ନ ଭିନ୍ନ ପନ୍ଥା ଅବଲମ୍ବନ କରିବାରୁ ସମସ୍ୟା ଦେଖାଦେଉଛି। ଫଳରେ ଭାଇରସ୍‌ ବିଶ୍ୱକୁ ବ୍ୟାପି ସହସ୍ରାଧିକ ଲୋକଙ୍କ ଜୀବନ ନେଇଛି। ତଥ୍ୟ ଲୁଚାଇବା, ବେଆଇନ ଭାବେ କେତେକ କାମ କରିବା ଫଳରେ ବିଶ୍ୱବାସୀ ସେଗୁଡ଼ିକର ପରିଣାମ ଭୋଗୁଛନ୍ତି। ଏଥିରେ ସୁଧାର ଆସିବା ଦରକାର। ଏବେ ଏଭଳି ସ୍ଥିତିରେ ସହଯୋଗର ହାତ ବଢ଼ାଇ ସମସ୍ତେ ଏକ ହେବା ଜରୁରୀ। ମହାମାରୀକୁ ଦୂରକରିବା ସହ ସାମାଜିକ, ଆର୍ଥତ୍କ ସ୍ଥିତିରେ ସୁଧାର ଆଣିବା ଲାଗି ମିଳିମିଶି କାର୍ଯ୍ୟକରିବା ଉପରେ ଗୁଟେରେସ୍‌ ଜୋର୍‌ ଦେଇଛନ୍ତି। ସାମାଜିକ ସୁରକ୍ଷା, ପାଣିପାଗ ସମସ୍ୟାର ସୁଧାର ଉପରେ ଗୁରୁତ୍ୱ ଦେବାକୁ ସେ ମତ ଦେଇଛନ୍ତି। ଭବିଷ୍ୟତକୁ ସରସ ଓ ସୁନ୍ଦର ଭାବେ ଗଢ଼ିତୋଳିବାକୁ ହେଲେ ସମାନତା, ସହଭାଗିତା ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯିବା ଦରକାର। ନ ହେଲେ କରୋନା ଗର୍ବ ଓ ଅହଂକାର ସବୁକିଛି ଲୋପ କରିଦେବ ବୋଲି ସେ ସତର୍କ କରି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୟୁଏଇକୁ ହରାଇଲା ଖାତା ଖୋଲିଲା ଆଫଗାନିସ୍ଥାନ

ନୂଆଦିଲ୍ଲୀ,୧୬ା୨: ଅଜ୍‌ମାତୁଲ୍ଲାଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ସହାୟତାରେ ଆଫଗାନିସ୍ତାନ ସୋମବାର ଖେଳାଯାଇଥିବା ୟୁଏଇ ବିପକ୍ଷ ଟି୨୦ ବିଶ୍ୱକପ ମ୍ୟାଚ୍‌ରେ ୫ ଉଇକେଟରେ ବିଜୟ ହୋଇଛି। ଓମାରଜାଇ ୪ ଉଇକେଟ…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ତାରିକ ରହମାନଙ୍କ ଶପଥ ଗ୍ରହଣକୁ ମୋଦିଙ୍କୁ ନିମନ୍ତ୍ରଣ ମିଳିବାରୁ, ପାକିସ୍ତାନ ଏକ୍ସପର୍ଟ କହୁଛନ୍ତି, ବହୁତ ବଡ଼ ଭୁଲ କଲା…

ନୂଆଦିଲ୍ଲୀ/ଢାକା/ଇସଲାମାବାଦ,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରାଯିବା ପରେ ପାକିସ୍ତାନବାସୀ ଖୁବ ରାଗିଛନ୍ତି। ପାକ ବିଶେଷଜ୍ଞ କମର ଚିମା…

ବିଦାୟୀ ପୂର୍ବରୁ କିନ୍ନର ବାହାରିଲା ବର, ଶ୍ବଶୁର ଘର ଲୋକେ କଲେ….

ଲକ୍ଷ୍ନୌ,୧୬।୨: ଉତ୍ତର ପ୍ରଦେଶର ବାରବାଙ୍କି ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ବିଦାୟୀ ସମୟରେ ବର କିନ୍ନର ବୋଲି ଜଣାପଡିଲା । ଏହାପରେ ହଙ୍ଗାମା…

ପୁଣିଥରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ବୁଝନ୍ତୁ ସମିକରଣ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ପୁଣିଥରେ ପାକିସ୍ତାନକୁ ପରାସ୍ତ କରିଛି। ଫେବୃଆରୀ ୧୫ରେ କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ ୨୦୨୬ ମ୍ୟାଚରେ ଭାରତ ପାକିସ୍ତାନକୁ ୬୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri