କରୋନା ପାଇଁ କମିଲା ବିଏମ୍‌ସିର ରାଜସ୍ବ

ଭୁବନେଶ୍ୱର, ୧୪ା୪(ବ୍ୟୁରୋ): ୨୦୧୯-୨୦ ଆର୍ଥିକ ବର୍ଷରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ରାଜସ୍ବ ଆଦାୟ ଲକ୍ଷ୍ୟ ଅପେକ୍ଷାକୃତ ହ୍ରାସ ପାଇଛି। ବିଏମ୍‌ସି ୨୦୧୯-୨୦ ଆର୍ଥିକ ବର୍ଷ ଶେଷ ସୁଦ୍ଧା ୧୫୦ କୋଟିର ରାଜସ୍ବ ଲକ୍ଷ୍ୟ ରଖିଥିଲା। ହେଲେ ରାଜସ୍ବ ୧୦୦ କୋଟି ଛୁଇଁ ପାରି ନାହିଁ। ଗତବର୍ଷ ବାତ୍ୟା ଫନୀରେ ପୁନରୁଦ୍ଧାର କାର୍ଯ୍ୟ ଓ ମାର୍ଚ୍ଚରୁ କରୋନା ମୁକାବିଲା କରିବାରେ ବିଏମ୍‌ସି କର୍ମଚାରୀ ବ୍ୟସ୍ତ ଥିବା ବେଳେ ରାଜସ୍ବ ଆଦାୟ ଆଶାତୀତ ହ୍ରାସ ପାଇଛି। ବିଜ୍ଞାପନ, ହୋଲ୍ଡିଂ ଟିକସ, ଟ୍ରେଡ ଲାଇସେନ୍ସ ଅର୍ଥ, ପାର୍କିଂ, ଏନଓସି, ଶିକ୍ଷାନୁଷ୍ଠାନ ଏବଂ ଅନ୍ୟାନ୍ୟ ଟିକସ ଆଦାୟ କରି ବିଏମ୍‌ସି ନିଜ ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିବାକୁ ଲକ୍ଷ୍ୟ ରଖିଥିଲା। ହେଲେ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଏସମସ୍ତ କ୍ଷେତ୍ରରୁ ମୋଟ ପ୍ରାୟ ୯୦ରୁ ୯୫ କୋଟି ଟଙ୍କାର ରାଜସ୍ବ ଆଦାୟ ହୋଇଥିବା ବିଏମ୍‌ସି ପକ୍ଷରୁ ଜଣାପଡ଼ିଛି।
ସୂଚନା ମୂତାବକ, ଗତବର୍ଷ ପାଖାପାଖି ୩୫ କୋଟିର ହୋଲଡିଂ ଟିକସ ଆଦାୟ ହୋଇଥିବାବେଳେ ୪ କୋଟିରୁ ଊଦ୍ଧର୍‌ବ ଟଙ୍କା ବକେୟା ହୋଲଡିଂ ଟିକସ ଆଦାୟ ହୋଇଛି। ପ୍ରାୟ ୧୦ କୋଟି ଟଙ୍କା ହୋଲ୍ଡିଂ ଟିକସ ବକେୟା ପଡ଼ିଛି। ସେହିପରି ଟ୍ରେଡ୍‌ ଲାଇସେନ୍ସ, ପାର୍କିଂ ଫି ଓ ମାର୍କେଟ ଭଡ଼ାରୁ ଟିକସ ଆଦାୟ ହୋଇପାରିନାହିଁ। କରୋନା ପାଇଁ ଟିକସ ଅସୁଲ ଅଧିକରାରୀମାନେ କ୍ଷେତ୍ରସ୍ତରକୁ ଯାଇପାରିନାହାନ୍ତି। ଏପରିକି କିନ୍ନରମାନେ ମଧ୍ୟ ଘର ଘର ବୁଲି ବକେୟା ହୋଲଡିଂ ଟିକସ ଆଦାୟ କରିବା ବନ୍ଦ କରିଦେଇଛନ୍ତି। ଯେଉଁଥିପାଇଁ ଟିକସ ଆଦାୟ ହ୍ରାସ ପାଇଛି ବୋଲି ଡେପୁଟି କମିଶନର ଶ୍ରୀମନ୍ତ ମିଶ୍ର କହିଛନ୍ତି।
ବିଏମ୍‌ସି ମୁଖ୍ୟ ବିତ୍ତ ଅଧିକାରୀ ଲାବଣ୍ୟ ସବର କହିଛନ୍ତି, ଟିକସ ଆଦାୟକୁ ବିଏମ୍‌ସି କମିଶନର ଅଧିକ ଗୁରୁତ୍ୱ ଦେଇଥିଲେ। ଟିକସ ଆଦାୟ ପାଇଁ ବିଏମ୍‌ସି ଭୁବନେଶ୍ୱରର ବିଭିନ୍ନ ସଂସ୍ଥା ସହ ଚୁକ୍ତି ମଧ୍ୟ କରିଥିଲା। ମାର୍ଚ୍ଚ ମାସ ଯାହାକି ମୁଖ୍ୟ ଟିକସ ଆଦାୟ ମାସ ସେଥିରେ କରୋନା ମୁକାବିଲା ଓ ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ଟିକସ ଆଦାୟ ଲକ୍ଷ୍ୟଚ୍ୟୁତ ହୋଇଛି ବୋଲି ସେ କହିଛନ୍ତି।
ରାଜସ୍ବ ଆଦାୟକୁ ନେଇ ବିଏମ୍‌ସି ରାଜସ୍ବ ବିଭାଗର ଜନୈକ ଅଧିକାରୀ କହିଛନ୍ତି, କରୋନା ପ୍ରଭାବ ସିଧାସଳଖ ଏବେ ବିଏମ୍‌ସିର ଟିକସ ସଂଗ୍ରହ ଉପରେ ପଡ଼ିଛି। ସାମାଜିକ ଦୂରତ୍ୱ ରକ୍ଷା କରିବା ଲକ୍ଷ୍ୟରେ ଟିକସଦାତାଙ୍କୁ କାର୍ଯ୍ୟାଳୟ ନ ଆସି ଅନଲାଇନ୍‌ ମାଧ୍ୟମରେ ଟିକସ ପୈଠ କରିବାକୁ ବିଏମ୍‌ସି ସୂଚିତ କରିଥିଲା। ହେଲେ ଆଶାନୁଯାୟୀ ଫଳ ମିଳିଲା ନାହିଁ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଆର୍ଥିକ ବର୍ଷ ୨୦୨୦-୨୧ରେ ବିଏମ୍‌ସିର ବଜେଟ୍‌ ୭୦୦ କୋଟି ଛୁଇଁବ ବୋଲି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି। ଗତବର୍ଷ ଅର୍ଥାତ ୨୦୧୯-୨୦ରେ ବିଏମସିର ବଜେଟ୍‌ ୪୬୧ କୋଟି ଟଙ୍କା ଥିବାବେଳେ ଚଳିତ ବର୍ଷ ୨୩୯ କୋଟି ଟଙ୍କା ଅଧିକ ହେବା ଆକଳନ ହୋଇଥିଲା। ଏବେ ରାଜସ୍ବ ଆଦାୟ ହ୍ରାସ ପାଇଥିବାବେଳେ ବଜେଟ ପାଇଁ ବିଏମ୍‌ସି ପୁଣିଥରେ ଅଙ୍କ କଷିବ। ମୁଖ୍ୟତଃ ‘ଫନୀ’ ଏବଂ ‘କରୋନା’ ପାଇଁ ବିଏମ୍‌ସିର ରାଜସ୍ବ ଆଦାୟ ଏକ ପ୍ରକାର ବନ୍ଦ ହୋଇପଡ଼ିଥିବାବେଳେ ଚଳିତବର୍ଷ ବିଭିନ୍ନ ବିଭାଗୀୟ ଖର୍ଚ୍ଚରେ କାଟଛାଣ୍ଟ କରିପାରେ ବୋଲି ଅନୁମାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଟେକ୍ସଟାଇଲ ପାର୍କ ଆଶାରେ ବଲାଙ୍ଗୀର

ବଲାଙ୍ଗୀର,୧୮ା୨(ବୀରେନ୍ଦ୍ର କୁମାର ଝାଙ୍କର): ଦାଦନପ୍ରବଣ ତଥା ଶିଳ୍ପବିହୀନ ବଲାଙ୍ଗୀର ଜିଲାରେ ଟେକ୍ସଟାଇଲ ପାର୍କ(କ୍ଲଷ୍ଟର) ପ୍ରତିଷ୍ଠା ଘୋଷଣାରେ ଅଟକିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ଓଡିଶା ଟେକ୍ସଟାଇଲ କନ୍‌କ୍ଲେଭ…

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

ଏହିଦିନ ଓଡ଼ିଶା ଆସିବେ ଅମିତ ଶାହା: କଟକରେ ରହିଛି ବଡ କାର୍ଯ୍ୟକ୍ରମ

ଭୁବନେଶ୍ୱର,୧୭।୨: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସନ୍ତା ମାର୍ଚ୍ଚ ୭ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଏକଦିବସୀୟ ଗସ୍ତ କାଳରେ ସେ କଟକ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri