କରୋନା ପରେ ଆସୁଛି ନୂଆ ମହାମାରୀ: ଆମାଜନ ଜଙ୍ଗଲରେ ଜୁନୋଟିକ୍‌ ସଂକ୍ରମଣ ଆଶଙ୍କା

ଓ୍ବାଶିଂଟନ,୧୪।୫: ପୃଥିବୀରେ କରୋନା ସଂକ୍ରମଣ ଯୋଗୁ ସଙ୍କଟ ଦେଖାଦେଇଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ସମସ୍ତ ଦେଶ ଏକଜୁଟ ହୋଇ ଲଢ଼େଇ ଜାରି ରଖିଛନ୍ତି। ତେବେ କରୋନା ପରେପରେ ଆମାଜନର ଜଙ୍ଗଲରେ ଏକ ନୂଆ ମାରାତ୍ମକ ରୋଗ ଦେଖାଯିବାର ଆଶଙ୍କା ରହିଛି। ଏନେଇ ବ୍ରାଜିଲ୍‌ର ପରିବେଶବିଜ୍ଞାନୀ ଡେଭିଡ୍‌ ଲାପୋଲା ସତର୍କ ସୂଚନା ଦେଇଛନ୍ତି। ଆମାଜନ ଜଙ୍ଗଲରେ ବ୍ୟାପକ ଜଙ୍ଗଲ କଟା ହେଉଥିବାରୁ ଏଭଳି ସ୍ଥିତି ଦେଖାଯିବ। ଏଠାରେ ଜଙ୍ଗଲ କଟାଯାଇ ସହରୀକରଣ ଜାରି ରହିଛି। ଫଳରେ ଆଗାମୀ ଦିନରେ ଜୁନୋଟିକ୍‌ ରୋଗ ଦେଖାଯିବାର ଯଥେଷ୍ଟ ଆଶଙ୍କା ରହିଥିବା ଲାପୋଲା କହିଛନ୍ତି। ଏହି ରୋଗର ସଂକ୍ରମଣ ପ୍ରାଣୀଙ୍କଠାରୁ ମଣିଷଙ୍କୁ ହେବ। ଆନ୍ଥାକ୍ସ୍‌, ଆସକାରିଆସିସ୍‌ ଭଳି ରୋଗ ଏହି ଶ୍ରେଣୀଭୁକ୍ତ। ଆମାଜନ ଜଙ୍ଗଲରେ ଏଭଳି ରୋଗ ଆଣୁଜୀବ ଭରି ରହିଛି। ଇତିମଧ୍ୟରେ ଏଠାରେ ୮୫ ପ୍ରତିଶତ ଜଙ୍ଗଲ କଟାଯାଇଥିବା ଲାପୋଲା କହିଛନ୍ତି। କରୋନା ସଂକ୍ରମଣ ଯୋଗୁ ପୃଥିବୀରେ ଲକ୍‌ଡାଉନ୍‌ ଜାରି ରହିଥିବାବେଳେ ଗତ ୪ ମାସ ମଧ୍ୟରେ ସର୍ବାଧିକ ୧୨୦୨ ବର୍ଗ କିଲୋମିଟର ଜଙ୍ଗଲ କଟାଯାଇଛି। ଜଙ୍ଗଲରେ ମଣିଷଙ୍କ ଅବାଧ ପ୍ରବେଶ ଯୋଗୁ ଜୁନୋଟିକ୍‌ ସଂକ୍ରମଣ ଆଶଙ୍କା ବୃଦ୍ଧି ପାଇଛି। ମଣିଷର ଏଭଳି କାର୍ଯ୍ୟ ଯୋଗୁ ଏଚ୍‌ଆଇଭି, ଇବୋଲା ଏବଂ ଡେଙ୍ଗୁ ଆଦି ରୋଗ ବ୍ୟାପିଥିବା ସେ କହିଛନ୍ତି। ଦ୍ରୁତ ସହରୀକରଣ ଏବଂ ବ୍ୟାପକ ଜଙ୍ଗଲକଟା ଯୋଗୁ ଦକ୍ଷିଣ ଏସିଆ ଏବଂ ଆଫ୍ରିକାରେ ପୂର୍ବରୁ ଏଭଳି ରୋଗ ସୃଷ୍ଟି ହୋଇଥିଲା। ଆମାଜନରେ ଲାଗି ରହିଥିବା ଜଙ୍ଗଲକଟା ଯୋଗୁ ଆଗାମୀ ଦିନରେ ବର୍ଷାର ପରିମାଣ ମଧ୍ୟ କମିଯିବାର ଆଶଙ୍କା ଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri