ନୂଆଦିଲ୍ଲୀ,୫।୩: କରୋନା ପରବର୍ତ୍ତୀ ପୃଥିବୀର ଅବସ୍ଥା କିପରି ହେବ ସେ ନେଇ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ଏକ ମଜାଳିଆ ଉତ୍ତର ଦେଇଛନ୍ତି। ଏହି ପ୍ରଶ୍ନର ଉତ୍ତରରେ ଆନନ୍ଦ ଏକ ଟିକ୍ଟକ୍ ଭିଡ଼ିଓ ଟୁଇଟରରେ ଶେୟାର କରିଛନ୍ତି। ୧ ମିନିଟ୍ ୨ ସେକେଣ୍ଡର ଏହି ଭିଡ଼ିଓରେ ଜଣେ ମାଲିକ ଆବଶ୍ୟକ ସାମଗ୍ରୀ ଆଣିବା ପାଇଁ ନିଜେ ବାହାରକୁ ନଯାଇ ପୋଷା କୁକୁରକୁ ମାସ୍କ୍ ପିନ୍ଧାଇ ଖେଳନା କାରରେ ଜେନେରାଲ ଷ୍ଟୋରକୁ ପଠାଉଛନ୍ତି। କୁକୁର ପିଠିରେ ଥିବା ବ୍ୟାଗ ଖୋଲି ଜେନେରାଲ ଷ୍ଟୋର କର୍ମଚାରୀ ଚିଠା ଅନୁସାରେ ସାମଗ୍ରୀ ବ୍ୟାଗ୍ରେ ଭର୍ତ୍ତି କରି ପଠାଇ ଦେଉଛନ୍ତି। କରୋନା ଯୋଗୁ ହୁଏତ ଲୋକେ ଆଗାମୀ ଦିନରେ ଅଧିକ ସମୟ ବାହାରକୁ ନଯାଇ ଘରେ ବସି ବିଭିନ୍ନ ବ୍ୟବସାୟିକ କାର୍ଯ୍ୟ କରିବେ। ଏହାଦ୍ୱାରା ସ୍ମାର୍ଟଫୋନ୍ର ବ୍ୟବହାର ବୃଦ୍ଧି ପାଇବ ବୋଲି ମହିନ୍ଦ୍ରା ଟୁଇଟରରେ ଲେଖିଛନ୍ତି।


