କରୋନା ଗୁଜବ ଯୋଗୁ କ୍ଷତିରେ କୁକୁଡା ଚାଷୀ

ଭୁବନେଶ୍ୱର,୪ା୩: ବ୍ରଏଲର କୁକୁଡ଼ା ମାଂସରେ କରୋନା ବ୍ୟାପିବାର ଗୁଜବ ଯୋଗୁ ଏବେ ଏହି ସାରା ଦେଶରେ ଶିଳ୍ପ ଉପରେ ଏହାର ପ୍ରଭାବ ପଡିଛି। ଓଡ଼ିଶାରେ କୁକୁଡ଼ା ଚାଷୀମାନେ ଏହା ଦ୍ୱାରା ବିଶେଷ ଭାବେ ପ୍ରଭାବିତ ହୋଇଥିବା ଶିଳ୍ପ ପକ୍ଷରୁ କୁହାଯାଇଛି। ମିଥ୍ୟା ଖବର ଭାଇରାଲ ଯୋଗୁ କୁକୁଡା ଚାଷୀଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଥିବାରୁ ସାଇବର ସେଲ୍‌ରେ ଏନେଇ ଏକ ମାମଲା ରୁଜୁ କରାଯାଇଛି। ଅଣ୍ଡା ଏବଂ ବ୍ରଏଲର ଉତ୍ପାଦନରେ ଠିକ୍‌ ମୂଲ୍ୟ ଏବେ ଚାଷୀ ପାଇବା କଷ୍ଟକର ହେଉଛି। ଏପଟେ ମିଥ୍ୟା ଖବର ପ୍ରଚାର ଯୋଗୁ ଲୋକମାନେ ବ୍ରଏଲର କୁକୁଡ଼ା ମାଂସ ଖାଇବାକୁ କ୍ଷାନ୍ତ ରହୁଥିବାରୁ ଚାଷୀଙ୍କୁ ଆହୁରି କ୍ଷତି ସହିବାକୁ ପଡୁଛି ବୋଲି ଅଲ୍‌ ଓଡିଶା ପଲଟ୍ରି ଫୋରମ ପକ୍ଷରୁ ଏଠାରେ ଅନୁଷ୍ଠିତ ଖବରଦାତା କାର୍ଯ୍ୟକ୍ରମରେ କୁହାଯାଇଛି। ମକା ଏବଂ ସୋୟାକୁ ନେଇ କୁକୁଡାଙ୍କ ଲାଗି ସାଧାରଣତଃ ଖାଦ୍ୟ ପ୍ରସ୍ତୁତ ହୋଇଥାଏ। ଚିକେନ ଏବଂ ଅଣ୍ଡା ବ୍ୟବହାର କମିବା ଯୋଗୁ ସାରା ଦେଶରେ ମକା ଏବଂ ସୋୟା ଚାଷୀଙ୍କ ଉପରେ ଏହାର ପ୍ରଭାବ ପରିଲକ୍ଷିତ ହୋଇଥିବା କୁହାଯାଇଛି।
ଓଡ଼ିଶା ପଲଟ୍ରି ଫୋରମର ସଭାପତି ଏଚ୍‌.ଏମ୍‌ ଦାସ କହିଛନ୍ତି ଯେ, କରୋନାର ପ୍ରଭାବ ଚିକେନ ବ୍ୟବହାର ସହ କୌଣସି ସମ୍ପର୍କ ନାହିଁ। ଏ ନେଇ ଅପପ୍ରଚାର କରାଯାଇଛି। ଚିକେନ ଖାଇବାରେ କୌଣସି ଅସୁବିଧା ନାହିଁ । ଏ ପ୍ରକାରର ଅପପ୍ରଚାରରୁ ଏବେ ପରଦା ହଟିଛି। ଚିକେନ ଏବଂ ଅଣ୍ଡା ଦର କମିଥିବାରୁ ଏହାର ବ୍ୟବହାର ବଢିଲେ ଏହା ଚାଷୀ ଏବଂ ଅଂଶୀଦାରଙ୍କ ଲାଗି ଲାଭକାରୀ ହୋଇ ପାରିବ। ଭେଙ୍କଟେଶ୍ୱର ହ୍ୟାଚେରର ସାଧାରଣ ପ୍ରବନ୍ଧକ ଡ. ପୁଞ୍ଜା କହିଛନ୍ତି, କୁକୁଡା ପାଳନ ଯୋଗୁ ଓଡ଼ିଶାର ୪ ଲକ୍ଷ ଲୋକ ନିଯୁକ୍ତି ଲାଭ କରିଛନ୍ତି। ଅପପ୍ରଚାର ଯୋଗୁ କୃଷକଙ୍କ ଜୀବିକା ଉପରେ ଏହା ଗଭୀର ପ୍ରଭାବ ପକାଇଛି। ଏଭଳି ଗୁଜବ ଯୋଗୁ ଫେବୃୟାରୀରେ ଏହି ଶିଳ୍ପକୁ ୧୦୦ କୋଟି ଟଙ୍କାର କ୍ଷତି ହୋଇପାରେ ବୋଲି ସେ ମତ ରଖିଛନ୍ତି। ଗୁଜବକୁ ବିଶ୍ୱାସ ନ କରିବାକୁ ସଂଘ ପକ୍ଷରୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ବୁଡ଼ି ୩ ନାବାଳିକା ମୃତ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ

ଉମରକୋଟ,୯।୪(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ଥାନା କୁର୍ସୀ ଗ୍ରାମର ଉପରପାରାରେ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ଗୋଟିଏ ଗ୍ରାମର ଦୁଇ ପରିବାରର ତିନି ଜଣଙ୍କ…

୧୦ରେ ରାଜ୍ୟ କ୍ୟାବିନେଟ୍‌: ଆସିବ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ

ଭୁବନେଶ୍ୱର,୯ା୪ (ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଏପ୍ରିଲ ୧୦ରେ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନର ତୃତୀୟ ମହଲାରେ ପୂର୍ବାହ୍ନ ୧୧ଟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ଶିକ୍ଷାବିଭାଗର ବିକଳ ଚିତ୍ର; ଗୋଟିଏ ଶ୍ରେଣୀ ଗୃହରେ ଚାଲିଛି ୬କ୍ଲାସ, ଫାଟକରେ ତାଲା ପକାଇ ଖରାରେ ଆନ୍ଦୋଳନ…

ଦିଗପହଣ୍ଡି,୯।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତରେ ଶିକ୍ଷା ବିଭାଗର ବିକଳ ଚିତ୍ର ଦେଖିବାକୁ ମିଳିଛି । ପଞ୍ଚାୟତ ଅଧିନ ଶ୍ୟାମସୁନ୍ଦର ପଲ୍ଲୀ…

ପଲିଥିନ୍‌ ବାଣ୍ଟିବାକୁ ନେଉଥିଲେ ଘଟଗାଁ ଅତିରିକ୍ତ ତହସିଲଦାର, ଅଟକାଇଲେ ଲୋକେ

ପାଟଣା,୯ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରି ପଞ୍ଚାୟତ ମୂଷାଖରି-ମଲ୍ଲୀପୋଷି ରାସ୍ତାର ଆହାର ବନ୍ଧ ନିକଟରେ ପଲିଥିନ୍‌ ବୋଝେଇ ଗାଡ଼ି ଅଟକ ରଖିଛନ୍ତି ଉତ୍ତ୍ୟକ୍ତ ଲୋକେ।…

କୋଟିଏ ଟଙ୍କାର ଗଞ୍ଜେଇ ଜବତ କଲା ପାଡୁଆ ପୋଲିସ, ଜଙ୍ଗଲରେ ଲୁଚାଇ ରଖିଥିଲେ ମାଫିଆ

ନନ୍ଦପୁର/ପାଡୁଆ, ୯।୪(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଅଧିନ ପାଡୁଆ ପୋଲିସକୁ ଗଞ୍ଜେଇ ଧରପଗଡ ମାମଲାରେ ଏକ ବଡ ସଫଳତା ମିଳିଛି…

ଲକ୍ଷ୍ୟଠାରୁ ଦୂରରେ ଏଜୁକେଶନ କମ୍ପ୍ଲେକ୍ସ, ଧରିତ୍ରୀରେ ଖବର ପ୍ରକାଶ ପରେ ପ୍ରଶାସନ ତତ୍ପର

ଗୁଣପୁର,୯।୪(ସଂକେତ ପାତ୍ର): ଦୁର୍ଗମ ଆଦିବାସୀ ଅଞ୍ଚଳରେ ଶିକ୍ଷାର ଉନ୍ନତି ଲକ୍ଷ୍ୟରେ ପ୍ରାୟ ୫ କୋଟି ଟଙ୍କା ବ୍ୟୟରେ ଗୁଣପୁର ବ୍ଲକ୍‌ ଅନ୍ତର୍ଗତ ଲାଞ୍ଜିଆ ସୌରା ଅଞ୍ଚଳର ଆବଡ଼ାରେ…

ଆକ୍ସନ ମୋଡରେ ବନବିଭାଗ, ବେଆଇନ କରତକଳ ଉପରେ ଚଢ଼ାଉ, ମାଲିକ ଫେରାର

ଧାମନଗର,୯।୪(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ଅଞ୍ଚଳରେ ଚାଲୁଥିବା ବେଆଇନ କରତକଳ ଗୁଡିକୁ ଧରିବା ପାଇଁ ବନ ବିଭାଗ ଅଣ୍ଟା ଭିଡିଛି । ଭଦ୍ରକ ଜିଲା ଧାମନଗର ରେଞ୍ଜ ଅଧୀନ…

ରାସ୍ତା-ଡ୍ରେନ୍‌ ନିର୍ମାଣ ନ ହେଲେ ଭୋଟ୍‌ ବର୍ଜନ ପାଇଁ ଚେତାବନୀ ଦେଲେ ଗ୍ରାମବାସୀ

କେନ୍ଦୁଝର,୯ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତ ବନାଯୋଡ଼ି ଗ୍ରାମର ଭୁରୁଡ଼ିସାହିରେ ରାସ୍ତା ଓ ଡ୍ରେନ ନିର୍ମାଣ ନ ହେଲେ ଗ୍ରାମବାସୀ ଆଗାମୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri