କରୋନା ଖାଇଯିବ ୮.୮ ଟ୍ରିଲିୟନ ଡଲାର

ନୂଆଦିଲ୍ଲୀ,୧୬ା୫(ପି.ଟି.): କରୋନା ମହାମାରୀ ଯୋଗୁ ବିଶ୍ୱ ଅର୍ଥନୀତିକୁ ୫.୮ରୁ ୮.୮ ଟ୍ରିଲିୟନ ଡଲାର କ୍ଷତି ସହିବାକୁ ପଡ଼ିପାରେ ବୋଲି ଏସୀୟ ଉନ୍ନୟନ ବ୍ୟାଙ୍କ (ଏଡିବି) ପକ୍ଷରୁ ଆକଳନ କରାଯାଇଛି। ଏହା ବିଶ୍ୱ ଜିଡିପି (ମୋଟ ଘରୋଇ ଉତ୍ପାଦ)ର ୬.୪ରୁ ୯.୭ ପ୍ରତିଶତ। ସେଥିରୁ ଦକ୍ଷିଣ ଏସିଆର ଜିଡିପି ଉପରେ ୧୪୨ରୁ ୨୧୮ ବିଲିୟନ ଡଲାର ପର୍ଯ୍ୟନ୍ତ ପ୍ରଭାବ ପଡ଼ିବ ବୋଲି କୁହାଯାଇଛି।
ଏଡିବି ରିପୋର୍ଟ ଅନୁଯାୟୀ ଭାରତ, ପାକିସ୍ତାନ, ବାଂଲାଦେଶ ଭଳି ଦକ୍ଷିଣ ଏସୀୟ ଦେଶଗୁଡ଼ିକରେ କରୋନା ସଂକ୍ରମଣ ରୋକିବା ପାଇଁ କଡ଼ା କଟକଣା ଲାଗୁ କରାଯାଇଥିବାରୁ ଏହା ଜିଡିପିକୁ ପ୍ରଭାବିତ କରିବ। ଫଳରେ ଦକ୍ଷିଣ ଏସିଆରେ ଜିଡିପି ୩.୯ରୁ ୬.୦ ପ୍ରତିଶତ ହ୍ରାସ ପାଇବ ବୋଲି କୁହାଯାଇଛି। ମହାମାରୀ ପାଇଁ ଏସିଆ ଓ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ୩ ମାସରେ ୧.୭ ଟ୍ରିଲିୟନ ଡଲାର କ୍ଷତି ହେବାକୁ ଥିବାବେଳେ ୬ ମାସରେ ଏହା ୨.୫ ଟ୍ରିଲିୟନ ଡଲାରରେ ପହଞ୍ଚତ୍ବ ବୋଲି ମାନିଲାସ୍ଥିତ ଏଡିବି ମୁଖ୍ୟାଳୟ ପକ୍ଷରୁ ଆକଳନ କରାଯାଇଛି। ଏହା ବିଶ୍ୱର ମୋଟ କ୍ଷତି ପରିମାଣର ପାଖାପାଖି ୩୦ ପ୍ରତିଶତ। ଚାଇନା ୧.୧ରୁ ୧.୬ ଟ୍ରିଲିୟନ ଡଲାର କ୍ଷତିର ସମ୍ମୁଖୀନ ହୋଇପାରେ। ଗତ ଏପ୍ରିଲ ୩ରେ ପ୍ରକାଶିତ ଏସିଆନ ଡେଭେଲପମେଣ୍ଟ ଆଉଟଲୁକ୍‌ରେ କୋଭିଡ୍‌-୧୯ ଯୋଗୁ ବିଶ୍ୱକୁ ୨ରୁ ୪.୧ ଟ୍ରିଲିୟନ ଡଲାର କ୍ଷତି ସହିବାକୁ ପଡ଼ିବ ବୋଲି କୁହାଯାଇଥିଲା। ଏବେ ନୂଆ ଆକଳନ ଦୁଇଗୁଣରୁ ଅଧିକ ହୋଇଛି।
କରୋନା ଜନିତ ଆର୍ଥତ୍କ ମାନ୍ଦାବସ୍ଥାରୁ ମୁକୁଳିବା ପାଇଁ ବିଭିନ୍ନ ଦେଶର ସରକାରଙ୍କ ପକ୍ଷରୁ ତ୍ୱରିତ୍‌ ପଦକ୍ଷେପମାନ ଗ୍ରହଣ କରାଯାଉଛି। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଅଧିକ ବ୍ୟୟବରାଦ କରାଯିବା ସହ ଆୟ ଓ ରାଜସ୍ବ କ୍ଷତି ଭରଣା ଲାଗି ସିଧାସଳଖ ସହାୟତା ଯୋଗାଇଦିଆଯାଉଛି। ଏଭଳି ପଦକ୍ଷେପ ଯୋଗୁ କୋଭିଡ୍‌-୧୯ର ଆର୍ଥତ୍କ କ୍ଷତି ୩୦ରୁ ୪୦ ପ୍ରତିଶତ କମାଯାଇପାରିବ ବୋଲି ନୂଆ ରିପୋର୍ଟରେ କୁହାଯାଇଛି। ଫଳରେ ମହାମାରୀ ଯୋଗୁ ବିଶ୍ୱର ଆର୍ଥତ୍କ କ୍ଷତି ୪.୧ରୁ ୫.୪ ଟ୍ରିଲିୟନ ଡଲାରକୁ ହ୍ରାସ ପାଇବ ବୋଲି ଏଡିବି କହିଛି। କରୋନା ସଂକ୍ରମିତଙ୍କ ସଂଖ୍ୟା ୪୦ ଲକ୍ଷ ଟପିଥିବାବେଳେ ୯୬ଟି ପ୍ରଭାବିତ ଅର୍ଥନୀତିକୁ ବିଶ୍ଳେଷଣ କରି ଏଡିବି ପକ୍ଷରୁ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ମହାମାରୀ ଯୋଗୁ ପର୍ଯ୍ୟଟନ ଶିଳ୍ପ ସର୍ବାଧିକ କ୍ଷତିଗ୍ରସ୍ତ ହେବା ସହ ଲୋକଙ୍କ ବ୍ୟୟ କ୍ଷମତା ହ୍ରାସ ପାଇଛି। ପୁଞ୍ଜିନିବେଶ, ବାଣିଜ୍ୟଠାରୁ ଆରମ୍ଭ କରି ଉତ୍ପାଦନ ପର୍ଯ୍ୟନ୍ତ ସବୁ ପ୍ରଭାବିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଭାରତ ରୁଷରୁ ତେଲ କିଣିବ ନାହିଁ’, ଆମେରିକା ଦାବିର କଡ଼ା ଜବାବ ଦେଲେ ଏସ ଜୟଶଙ୍କର

କଲମ୍ବୋ,୧୫।୨: ରୁଷିଆରୁ ତେଲ ଆମଦାନୀକୁ ନେଇ ଆମେରିକା ଏବଂ ଭାରତ ମଧ୍ୟରେ ପୁଣି ଥରେ କୂଟନୈତିକ ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି। ଜର୍ମାନୀରେ ଅନୁଷ୍ଠିତ ମ୍ୟୁନିକ୍ ସୁରକ୍ଷା ସମ୍ମିଳନୀରେ…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri