କରୋନା ଆଣିଲା ବ୍ୟତିକ୍ରମ

ଭୁବନେଶ୍ୱର,୧।୫(ବ୍ୟୁରୋ): କରୋନା ମହାମାରୀରେ ପରିଣତ ହୋଇଛି। ଏହି ସ୍ବାସ୍ଥ୍ୟ ବିପର୍ଯ୍ୟୟ ଦ୍ୱାରା ସାଧାରଣ ଜନତାର ସାମ୍ପ୍ରତିକ ସ୍ଥିତିରେ ପରିବର୍ତ୍ତନ ଆସିଛି। ଅର୍ଥନୈତିକ ସ୍ଥିତି ଘୋର ପ୍ରଭାବିତ ହୋଇଛି। ରାଜ୍ୟ ତଥା ଦେଶକୁ ଚଳାଉଥିବା ବ୍ୟବସ୍ଥାରେ ମଧ୍ୟ ପରିବର୍ତ୍ତନ ଦେଖାଦେଇଛି। କେତେକେ ଏହାକୁ ସମୟର ଆହ୍ବାନ ବୋଲି ଅଭିହିତ କରୁଥିବା ବେଳେ ଅନ୍ୟ କେତେଜଣ ବିପରୀତ ମନ୍ତବ୍ୟ ଦେଇଛନ୍ତି। ନିକଟରେ ରାଜ୍ୟରେ ନ୍ୟାୟିକ କ୍ଷେତ୍ରରେ ଦେଖାଦେଇଥିବା ଏକ ଘଟଣା ଉପରୋକ୍ତ ବାକ୍ୟକୁ ସତ ପ୍ରମାଣିତ କରୁଥିବା ମନେହୁଏ।
ରାଜ୍ୟସ୍ତରୀୟ ନ୍ୟାୟିକ ବ୍ୟବସ୍ଥାରେ ହାଇକୋର୍ଟ ଏବଂ ଏହାର ମୁଖ୍ୟ ବିଚାରପତିଙ୍କ ସ୍ବତନ୍ତ୍ର ମର୍ଯ୍ୟାଦା ରହିଛି। ପରମ୍ପରା ଅନୁଯାୟୀ କୌଣସି ରାଜ୍ୟର ହାଇକୋର୍ଟର ମୁଖ୍ୟ ବିଚାରପତି ଶପଥ ନେବା କାର୍ଯ୍ୟକ୍ରମ ସେହି ହାଇକୋର୍ଟ ପରିସରର କୌଣସି କକ୍ଷ ଅଥବା ରାଜଭବନ ସମ୍ମିଳନୀ କକ୍ଷ(ଅଭିଷେକ ହଲ୍‌)ରେ ହୋଇଥାଏ। ଅପରପକ୍ଷରେ ନିକଟରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ମହମ୍ମଦ ରଫିକ୍‌ଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଲୋକସେବା ଭବନର ଏକ ସମ୍ମିଳନୀ କକ୍ଷରେ ଶପଥପାଠ କରାଇଥିଲେ। ସାଧାରଣରେ ଦେଖିଲେ ଲୋକସେବା ଭବନରୁ ରାଜଭବନର ଦୂରତା ପ୍ରାୟ ୧ କିଲୋ ମିଟର। ବ୍ୟବସ୍ଥାର ୩ ପ୍ରମୁଖ ଅଙ୍ଗ ହେଉଛି ବ୍ୟବସ୍ଥାପିକା, କାର୍ଯ୍ୟପାଳିକା ଏବଂ ନ୍ୟାୟପାଳିକା ବ୍ୟବସ୍ଥା। ଜାତୀୟସ୍ତରରେ ପାର୍ଲାମେଣ୍ଟ ଏବଂ ରାଜ୍ୟସ୍ତରରେ ବିଧାନସଭା ଏହାର ଅନ୍ତର୍ଭୁକ୍ତ। ସେହିପରି ରାଜ୍ୟର ବିଭିନ୍ନ ସରକାରୀ କାର୍ଯ୍ୟାଳୟ(ଲୋକସେବା ଭବନ/ଖାରବେଳ ଭବନ/ ନିର୍ମାଣ ଭବନ) ଆଦିରେ କାର୍ଯ୍ୟପାଳିକା ବୈଠକ କରି ବିଭିନ୍ନ ନିଷ୍ପତ୍ତି ନିଆଯାଇଥାଏ। ସେହିପରି ସୁପ୍ରିମକୋର୍ଟ, କୌଣସି ରାଜ୍ୟର ହାଇକୋର୍ଟ, ଜିଲା ଅଦାଲତ ଇତ୍ୟାଦିରେ ନ୍ୟାୟିକ କାର୍ଯ୍ୟକଳାପ କରାଯାଇଥାଏ। ମୂଳତଃ ବ୍ୟବସ୍ଥାପକ ଏବଂ କାର୍ଯ୍ୟପାଳିକା କିପରି କାର୍ଯ୍ୟ କରୁଛି, ଆଇନ ବାଟରେ ଯାଉଛି ନା ନାହିଁ, ତାହା ନ୍ୟାୟପାଳିକା ଦେଖିଥାଏ। ସେହି ଦୃଷ୍ଟିରୁ ରାଜ୍ୟ ନ୍ୟାୟପାଳିକାର ସର୍ବୋଚ୍ଚ ପଦ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଶପଥପାଠ ଏକ ବ୍ୟବସ୍ଥାପକ ବା କାର୍ଯ୍ୟପାଳିକା ସହ ସମ୍ପୃକ୍ତ ବ୍ୟକ୍ତିଙ୍କ ପାଇଁ ଉଦ୍ଦିଷ୍ଟ କୋଠାରେ ହେବାକୁ କେତେକ ଚିନ୍ତାଶୀଳ ବ୍ୟକ୍ତି ଭିନ୍ନ ଦୃଷ୍ଟିରେ ଦେଖିଛନ୍ତି। ଆଇନ ବ୍ୟାପାରରେ ରୁଚି ରଖୁଥିବା ସଚିବାଳୟର ଜଣେ ବରିଷ୍ଠ କର୍ମଚାରୀ ମତ ଦେଇ କହିଛନ୍ତି ଯେ, କଟକସ୍ଥିତ ଉଚ୍ଚ ନ୍ୟାୟାଳୟର ବହୁତଳ ବିଶିଷ୍ଟ କୋଠା ନିର୍ମାଣ ହେବାଠାରୁ ମୁଖ୍ୟ ବିଚାରପତି ଏବଂ ଅନ୍ୟ ବିଚାରପତିମାନଙ୍କ ଶପଥପାଠ କାର୍ଯ୍ୟକ୍ରମ କଟକରେ ହିଁ ଅନୁଷ୍ଠିତ ହୋଇଆସୁଛି। ଏଥର କିନ୍ତୁ କଟକରେ ନା ରାଜଭବନ ପରିସରରେ ଏପରି ଏକ କାର୍ଯ୍ୟକ୍ରମ କରାଗଲା। କରୋନା ଆଳରେ ଲୋକସେବା ଭବନରେ ନବ ନିର୍ମିତ ସମ୍ମିଳନୀ କକ୍ଷରେ ମୁଖ୍ୟ ବିଚାରପତିଙ୍କ ଶପଥ ଗ୍ରହଣ ଉତ୍ସବ ଆୟୋଜନ ଏକ ବ୍ୟତିକ୍ରମ ସୃଷ୍ଟି କରିଛି। କରୋନା ଜନିତ କଟକଣା ମଧ୍ୟରେ ଏହି କାର୍ଯ୍ୟକ୍ରମ ରାଜଭବନର ଅଭିଷେକ ହଲ୍‌ରେ କରାଯାଇପାରିଥାନ୍ତା। ଏହି ପରମ୍ପରାକୁ ରକ୍ଷା କରାଯିବାରେ କୌଣସି ଅସୁବିଧା ନ ଥିଲା। ତେଣୁ ଏପରି ବ୍ୟତିକ୍ରମ ପ୍ରତି ସମସ୍ତେ ଯତ୍ନଶୀଳ ହେବା ଉଚିତ ବୋଲି ଅନେକ ମତ ପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଧରାତିରେ ହଠାତ୍‌ ୱାଙ୍ଗଚୁକଙ୍କୁ ଭେଟିବାକୁ ଗଲେ ଜେପି ନଡ୍ଡା: ବଢିଲା…

ନୂଆଦିଲ୍ଲୀ,୨୨।୭: ଜଳବାୟୁ କର୍ମୀ ଏବଂ ବୈଜ୍ଞାନିକ ସୋନମ ୱାଙ୍ଗଚୁକଙ୍କୁ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡା ଏବଂ…

ଅଟକରୁ ମୁକ୍ତ ହେବା ପରେ ୪ ବଡ଼ ସର୍ତ୍ତ ରଖିଲେ ରାହୁଲ ଗାନ୍ଧୀ, ସରକାରଙ୍କୁ ପଶିଲା ଭୟ

ନୂଆଦିଲ୍ଲୀ,୨୨।୭: NEET-UG ପରୀକ୍ଷାରେ ଅନିୟମିତତା ଏବଂ ଛାତ୍ରୀଛାତ୍ରଙ୍କ ଉପରେ ହୋଇଥିବା ପୋଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ଦେଶର ରାଜଧାନୀରେ ରାଜନୈତିକ ପାରା ଚଢ଼ିବାରେ ଲାଗିଛି। ଲୋକ ସଭାର ବିରୋଧୀ…

ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କା ଚୋରି: ସୁନା-ରୁପା ବି ଛାଡ଼ିଲେନି

କେସିଙ୍ଗା,୨୨।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବସହର ୱାର୍ଡ ନ.୩ରେ ଅମ୍ବାଜି ଏଜେନ୍ସି ବ୍ୟବସାୟୀ ପୁନମ ଜୈନଙ୍କ ଘରୁ ଗତକାଲି ରାତିରେ ତାଲା ଭାଙ୍ଗି ଲକ୍ଷ ଲକ୍ଷ…

ଦିନକୁ ୫ କପ୍‌ କଫି କମାଏ ହୃଦ୍‌ରୋଗ ଆଶଙ୍କା: ଆସିଲା ଚାଞ୍ଚଲ୍ୟକର ରିପୋର୍ଟ

ନୂଆଦିଲ୍ଲୀ,୨୨ା୭(ପି.ଟି.):ପ୍ରତିଦିନ ସୀମିତ ପରିମାଣର କଫି ସେବନ ଶରୀର ପାଇଁ କ୍ଷତିକାରକ ନୁହେଁ, ବରଂ ଏହା ହୃତ୍‌ପିଣ୍ଡକୁ ସୁସ୍ଥ ରଖିବାରେ ସହାୟକ ହୋଇପାରେ। ଜଣେ ସୁସ୍ଥ ବୟସ୍କ ବ୍ୟକ୍ତି…

ନିଟ୍‌ ପରୀକ୍ଷାରେ ସାଇ ସୋହମ ବଡ଼ ସଫଳତା: ଅଞ୍ଚଳ ପାଇଁ ଆଣିଲେ ଗୌରବ

ସାକ୍ଷୀଗୋପାଳ,୨୨।୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଚଳିତବର୍ଷ ପ୍ରକାଶିତ ନିଟ୍‌ (ୟୁଜି) ପରୀକ୍ଷା ଫଳରେ ସତ୍ୟବାଦୀ ଅଞ୍ଚଳର ସାଇ ସୋହମ ପ୍ରଧାନ ସର୍ବଭାରତୀୟ ସ୍ତରରେ ୫୨୬୫ ସ୍ଥାନରେ ସଫଳତାର…

ପ୍ରଶାସନର ବିସ୍ଥାପନ ଉଦ୍ୟମ ଅଟକିଲା: ଭିଟାମାଟି ଛାଡ଼ିଲେ ନାହିଁ କୁମିଆପାଲି ଗ୍ରାମବାସୀ

ବଲାଙ୍ଗୀର/ଲୋଇସିଂହା,୨୨ା୭(ବୀରେନ୍ଦ୍ର କୁମାର ଝାଙ୍କର/ସୁଶାନ୍ତ ବାରିକ):ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପ୍ରଭାବିତ କୁମିଆପାଲି ଗାଁରେ ମଙ୍ଗଳବାର ବିସ୍ଥାପନକୁ ନେଇ ଗ୍ରାମବାସୀ ଏବଂ ଜିଲା ପ୍ରଶାସନ ମୁହଁାମୁହିଁ ହୋଇଥିଲେ। ପ୍ରଶାସନ…

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri