କରୋନା ଆକ୍ରାନ୍ତଙ୍କ ଆଶା ଟିଇଜି

କଲରାଡୋ: ଥ୍ରୋମ୍ବୋଇଲାଷ୍ଟୋଗ୍ରାଫି (ଟିଇଜି) ପରୀକ୍ଷା ଗୁରୁତର କରୋନା ଆକ୍ରାନ୍ତ ରୋଗୀଙ୍କୁ ସୁରକ୍ଷା ଦେବ। ଏହା ହୃଦ୍‌ଘାତ ଏବଂ କିଡ୍‌ନୀ ଫେଲ୍‌ ଭଳି ଜଟିଳ ବ୍ୟାଧି ଆଶଙ୍କାକୁ ଯଥେଷ୍ଟ ମାତ୍ରାରେ କମ୍‌ କରିଦେଇପାରିବ। କୋଭିଡ୍‌-୧୯ ଉପରେ ଗବେଷଣା କରୁଥିବା ଆମେରିକାର ବିଶେଷଜ୍ଞମାନେ ଏପରି ଦାବି କରିଛନ୍ତି। କଲରାଡୋ ୟୁନିଭର୍ସିଟିର ବୈଜ୍ଞାନିକମାନେ କହିଛନ୍ତି ଯେ, କରୋନାରେ ସଂକ୍ରମିତ ହେବାପରେ ରୋଗୀ ଶରୀରରେ ଏକ ଜଟିଳ ଧରଣର ରକ୍ତଜମାଟ ବାନ୍ଧିବା ପ୍ରକ୍ରିୟା ଆରମ୍ଭ ହୋଇଯାଏ। ଟିଇଜି ପରୀକ୍ଷଣ ଦ୍ୱାରା କେବେ ଏବଂ କିଭଳି ରକ୍ତ ଜମାଟ ବାନ୍ଧିଥାଏ ତାହା ଜଣାପଡ଼ିଥାଏ। ତଦନୁଯାୟୀ ଚିକିତ୍ସା କରାଗଲେ ରୋଗୀଙ୍କୁ ନିଶ୍ଚିତ ଫାଇଦା ମିଳିବ।
ଆମେରିକା କଲେଜ ଅଫ୍‌ ସର୍ଜନ୍ସ ଜର୍ନାଲରେ ପ୍ରକାଶିତ ଏକ ସନ୍ଦର୍ଭରେ କୁହାଯାଇଛି, ଅଧିକାଂଶ ଗୁରୁତର କରୋନା ପୀଡ଼ିତଙ୍କ ଧମନୀରେ ରକ୍ତ ଜମାଟ ବାନ୍ଧିବା ଏକ ସାଧାରଣ କଥା। ଏପରି ହେଲେ ରୋଗୀ ଅତିମାତ୍ରାରେ ଅସୁସ୍ଥ ହୋଇପଡ଼ନ୍ତି। ସେମାନଙ୍କ ନିକଟରେ ଥକ୍କାପଣ ବଢ଼ିଯାଏ। ସ୍ଥିତି ଗମ୍ଭୀର ହୋଇଯିବା ପରେ ଆଭ୍ୟନ୍ତରୀଣ ଅଙ୍ଗରୁ ରକ୍ତକ୍ଷରଣ ଆରମ୍ଭ ହୋଇଯାଏ, ଯାହା ରୋଗୀଙ୍କୁ ମୃତ୍ୟୁମୁଖକୁ ଠେଲିଦେଇଥାଏ। ଏଭଳି କ୍ଷେତ୍ରରେ ଟିଇଜି ସଞ୍ଜୀବନୀ ଭଳି କାମ କରିବ। ଏହାଦ୍ୱାରା କରୋନା ପୀଡ଼ିତଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବା ପୂର୍ବରୁ ଅଟକାଇ ଦିଆଯାଇପାରିବ। କରୋନା ସଂକ୍ରମିତ ୪୪ଜଣ ଗୁରୁତର ରୋଗୀଙ୍କୁ ନେଇ ବିଶେଷଜ୍ଞମାନେ ଏହି ପରୀକ୍ଷଣ କରିଥିଲେ। ସେମାନଙ୍କ ଚିକିତ୍ସା ବ୍ୟବସ୍ଥାରେ ଟିଇଜିକୁ ସାମିଲ କରାଯାଇଥିଲା। ଯାଞ୍ଚରେ ସାମିଲ ହୋଇଥିବା ୮୦% ରୋଗୀଙ୍କ ଶରୀରରେ ଡି-ଡାଇମର ମଲିକ୍ୟୁଲ୍‌ ସ୍ତର ଦେଖାଯାଇଥିଲା। ସୂଚନାଯୋଗ୍ୟ, ଡି-ଡାଇମର ହେଉଛି ଏକ ପ୍ରକାର ପ୍ରୋଟିନ୍‌ କଣିକା। ରକ୍ତ ଜମାଟ ବାନ୍ଧିଲେ ହିଁ ଏହା ଶରୀରରେ ତିଆରି ହୋଇଥାଏ।
ଅନୁରୂପ ଭାବେ ଆୟର୍ଲାଣ୍ଡର ବିଶେଷଜ୍ଞମାନେ କହିଛନ୍ତି, କରୋନା ଭାଇରସ୍‌ ରୋଗୀ ଶରୀରରେ ରକ୍ତ ଜମାଟ ସୃଷ୍ଟି କରେ। ଏହା ଧୀରେ ଧୀରେ ଫୁସ୍‌ଫୁସ୍‌ ଯାଏ ପହଞ୍ଚତ୍ ବାୟୁ ପ୍ରବାହିତ ହେଉଥିବା ରାସ୍ତାକୁ ବନ୍ଦ କରିଦିଏ। ସେହିପରି ୮୩ଜଣ କରୋନା ସଂକ୍ରମିତଙ୍କୁ ନେଇ ହୋଇଥିବା ପରୀକ୍ଷଣରୁ ଏକ ନୂଆ ବିପଦ ସମ୍ମୁଖକୁ ଆସିଛି। ଡବଲିନ୍‌ ସ୍ଥିତ ସେଣ୍ଟ ଜେମ୍ସ ହସ୍ପିଟାଲର ଡାକ୍ତରଙ୍କ କହିବା କଥା, ଏହି ଭାଇରସ୍‌ ଫୁସ୍‌ଫୁସ୍‌ରେ ୧୦୦ରୁ ଊର୍ଦ୍ଧ୍ୱ ଛୋଟଛୋଟ ବ୍ଲକେଜ୍‌ କରିଦେଇଥାଏ। ଏହାଦ୍ୱାରା ଶରୀରରେ ଅକ୍ସିଜେନ୍‌ର ସ୍ତର କମିଯାଏ ଏବଂ ରୋଗୀ ମୃତ୍ୟୁମୁଖରେ ପଡ଼େ। ଗବେଷଣାରେ ସାମିଲ ହୋଇଥିବା ପ୍ରମୁଖ ବିଶେଷଜ୍ଞ ପ୍ରଫେସର ଜେମ୍ସ ଓଡୋନେଲ କୁହନ୍ତି, କୋଭିଡ୍‌-୧୯ ଶରୀରରେ ଏକ ଜଟିଳ ବ୍ଲକ କ୍ଲଟିଂ ଡିଜ୍‌ଅର୍ଡର (ରକ୍ତ ଜମାଟ ବାନ୍ଧିବା) ସୃଷ୍ଟି କରିଥାଏ। ଏହାର ସିଧାସଳଖ ପ୍ରଭାବ ଫୁସ୍‌ଫୁସ୍‌ ଉପରେ ପଡ଼େ। ଗବେଷଣାଲବ୍ଧ ତଥ୍ୟ ଜଟିଳ ସ୍ବାସ୍ଥ୍ୟଗତ ସମସ୍ୟା ଦେଇ ଗତି କରୁଥିବା କରୋନା ରୋଗୀଙ୍କ ଲାଗି ନୂଆ ଆଶାର କିରଣ ପାଲଟିଥିବା ଜେମ୍ସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

ଭାରତୀୟଙ୍କ ଭଲପାଇବା ଆଗରେ ନତମସ୍ତକ ଇରାନ: କହିଲା- ‘Thank You India, ଆଉ ସାହାଯ୍ୟ ଦରକାର ନାହିଁ’

ନୂଆଦିଲ୍ଲୀ,୧୧।୪: “ବିପଦ ବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ” – ଏହି କଥାକୁ ପୁଣିଥରେ ପ୍ରମାଣିତ କରିଛନ୍ତି ଭାରତବାସୀ। ଆମେରିକା ଏବଂ ଇସ୍ରାଏଲ ସହ ଜାରି ରହିଥିବା…

କୁକୁର କାମୁଡ଼ା ଗାଈ କ୍ଷୀର ପିଇ ଗ୍ରାମବାସୀ ଆତଙ୍କିତ

ଉମରକୋଟ,୧୧।୪ (ସନ୍ତୋଷ ଶତପଥୀ): କୁକୁର କାମୁଡ଼ିଥିବା ଏକ ଗାଈ କ୍ଷୀର ପିଇବା ପରେ ଜଳାତଙ୍କ ରୋଗ ବ୍ୟାପିବା ଆଶଙ୍କାରେ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି। କୁକୁର କାମୁଡ଼ା ଗାଈର…

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ: ସାଇରନ୍‌ ବାଜୁଥିଲେ ବି ଛାଡ଼ିଲେନି ପୋଲିସ, ସାଧାରଣରେ ଅସନ୍ତୋଷ…

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦୁଇଟି ଆମ୍ବୁଲାନ୍ସ ଅଟକି ରହିବା ଘଟଣା ଏବେ…

ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ୧୦ଜୀବନ

କଟିହାର,୧୧ା୪: ବିହାରର କଟିହାର ଜିଲାରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସ୍‌, ଟ୍ରକ୍‌ ଏବଂ ପିକ୍‌ଅପ୍‌ ମଧ୍ୟରେ ଧକ୍କା ହୋଇ ୧୦ଜଣଙ୍କ ମୃତ୍ୟୁ ଘଟିଥିବା…

ପ୍ରସିଦ୍ଧ ଗାୟିକା ଆଶା ଭୋସଲେଙ୍କୁ ହୃଦ୍‌ଘାତ: ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର କିମ୍ବଦନ୍ତୀ ଗାୟିକା ଆଶା ଭୋସଲେଙ୍କୁ ନେଇ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଶନିବାର ସାରେ ତାଙ୍କୁ ହୃଦଘାତ (Heart Attack)…

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri