କରେନା କଟକଣା ବେଳେ : ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ସାହା

ସମ୍ବଲପୁର,୨୮ା୪(ବ୍ୟୁରୋ)-ମହାମାରୀ କରୋନା ଭୂତାଣୁ ସଂକ୍ରମଣ ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଲକ୍‌ଡାଉନ ଘୋଷଣା କରିବା ସହ ନାନା କଟକଣା ଜାରି କରିଛନ୍ତି ା ଦୋକାନ ବଜାର, ଟ୍ରେନ ଓ ଗାଡିମୋଟର ଚାଳଚଳ ବନ୍ଦ ରହିଛି ା ନିର୍ମାଣ କାମ ବନ୍ଦ ରହିବା ଫଳରେ ଶ୍ରମିକ, ଦିନ ମଜୁରିଆ ତଥା ଗରିବ ଶ୍ରେଣୀର ଲୋକେ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି। ପ୍ରାୟ ଏକ ମାସ ପରେ ସରକାର ଲକ୍‌ଡାଉନ କଟକଣାକୁ ସାମାନ୍ୟ କୋହଳ କରିଛନ୍ତି ା ଏବେ ଶ୍ରମିକମାନେ କାମ କରିବାକୁ ଘରୁ ଗୋଡ଼ କାଢ଼ିଛନ୍ତି ା ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆରଇଜିଏସ୍‌)ରେ କାମ କରିବା, ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ, କୃଷିକ୍ଷେତ୍ର, ବିଜୁ ପକ୍କାଘର, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହିତ ଅନ୍ୟ କେତେକ ସରକାରୀ ନିର୍ମାଣ କାମରେ ଶ୍ରମିକମାନେ ନିଯୁକ୍ତି ହୋଇପାରିବେ ବୋଲି କୁହାଯାଇଛି। ହେଲେ ଶ୍ରମିକମାନେ ଅଧିକ ଲାଭ ପାଉଛନ୍ତି ଏମ୍‌ଜିଏନ୍‌ଆରଇଜିଏସ୍‌ ଯୋଜନାରେ । ସମ୍ବଲପୁର ଜିଲାରେ ଏହି ଯୋଜନାରେ ପ୍ରାୟ ୯ ହଜାର ଶ୍ରମିକ ପରିବାର ନିୟୋଜିତ ହୋଇଛନ୍ତି। ଦିନକୁ ଦିନ ଏହି ଯୋଜନାରେ କାମ କରିବା ପାଇଁ ଶ୍ରମିକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେଣୁ କରୋନା କଟକଣା ସମୟରେ ଏମ୍‌ଜିଏନ୍‌ଆରଇଜିଏସ୍‌ ଶ୍ରମିକମାନଙ୍କ ପାଇଁ ସାହା ହୋଇଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ରାସ୍ତାକାମ, କୂଅ ଓ ପୋଖରୀ ଖୋଳିବା, କ୍ଷେତକୁ ଜଳ ସେଚନ ପାଇଁ କେନାଲ ନିର୍ମାଣ, ଗୁହାଳ ତିଆରି, କମ୍ପୋଷ୍ଟ ପ୍ଲାଣ୍ଟ କରିବା ଭଳି କାମ କରାଯାଉଛି । ବିଶେଷ କରି ମୃତ୍ତିକା ଓ ଜଳ ସଂରକ୍ଷଣ ପ୍ରକଳ୍ପଗୁଡିକ ହାତକୁ ନିଆଯାଇଛି । ପ୍ରଥମ ଲକ୍‌ଡାଉନ ସମୟରେ କମ୍‌ ଶ୍ରମିକ ନିୟୋଜିତ ରହିଥିଲେ । ହେଲେ ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ ଘୋଷଣା ପରେ ଶ୍ରମିକ ସଂଖ୍ୟା ବଢ଼ିଛି ା
ରବିବାର ମିଳିଥିବା ରିପୋର୍ଟ ଅନୁସାରେ ଜିଲାରେ ଏବେ ୯ ହଜାର ୪୪୦ ଶ୍ରମିକ ନିୟୋଜିତ ରହିଛନ୍ତି । ଲକ୍‌ଡାଉନ ସମୟରେ ଶ୍ରମିକମାନଙ୍କ ଜମା ଖାତାରେ ପ୍ରାୟ ୩୦ ଲକ୍ଷ ମଜୁରୀ ଟଙ୍କା ପ୍ରଦାନ କରାଯାଇଛି। ଆଉ ୨୦ ଲକ୍ଷ ଟଙ୍କାର ବିଲ ପ୍ରସ୍ତୁତ କାମ ଚାଲୁ ରହୁଛି ା ଲକ୍‌ଡାଉନ ପୂର୍ବରୁ ମାର୍ଚ୍ଚ ମାସରେ ହୋଇଥିବା କାମ ପାଇଁ ୮୦ ଲକ୍ଷ ମଜୁରୀ ଟଙ୍କା ମଧ୍ୟ ଶ୍ରମିକମାନଙ୍କ ଜମା ଖାତାରେ ପ୍ରଦାନ କରାଯାଇଛି। ଏବେ ପ୍ରତି ଶ୍ରମିକଙ୍କ ମୁଣ୍ଡପିଛା ୨୦୭ ଟଙ୍କା ମଜୁରୀ ରହିଛି । ପ୍ରତି ପ୍ରକଳ୍ପ କାମରେ ସାମାଜିକ ଦୂରତା ରଖିବାର ବ୍ୟବସ୍ଥା କରାଯାଇଛି ା ସାନିଟାଇଜର ବ୍ୟବହାର କରିବା ସହ ଏମ୍‌ଜିଏନ୍‌ଆରଇଜିଏସ୍‌ ନିୟମ ପାଳନ କରିବାକୁ ଶ୍ରମିକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ବାହାର ରାଜ୍ୟରେ ଅନେକ ଛୋଟ ବଡ ଶିଳ୍ପ ଓ କଳକାରଖାନା ବନ୍ଦ ହୋଇଯାଇଛି । ବଜାର ଅବସ୍ଥା ମାନ୍ଦା ରହିଛି । ତେଣୁ ଶ୍ରମିକମାନେ ଏମ୍‌ଜିଏନ୍‌ଆରଇଜିଏସ୍‌ ଯୋଜନାରେ କାମ କରିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି । ସେହିପରି ଲକ୍‌ଡାଉନ ଖୋଲିବା ପରେ ବାହାର ରାଜ୍ୟର ଶ୍ରମିକମାନେ ଘରକୁ ଫେରିବେ । ସେମାନଙ୍କୁ ୧୪ ଦିନ କ୍ୱାରାଣ୍ଟାଇନ ରଖାଯିବ ା ଏହାପରେ ସେମାନଙ୍କୁ କାମରେ ନିୟୋଜିତ କରାଯାଇ ପାରିବ ବୋଲି ପ୍ରଶାସନ ସ୍ପଷ୍ଟ କରିଛି ା
ସୁଚନାଯୋଗ୍ୟ, ଜିଲାର ୯ ବ୍ଳକରେ ୧୩୮ ପଞ୍ଚାୟତ ମଧ୍ୟରୁ ୧୩୧ ପଞ୍ଚାୟତରେ ଏମ୍‌ଜିଏନ୍‌ଆରଇଜିଏସ୍‌ ଯୋଜନାରେ କାମ ଆରମ୍ଭ କରାଯାଇଛି । ଜମନକିରା ବ୍ଳକରେ ସର୍ବାଧିକ ୨୦୭୭ ଜଣ ଶ୍ରମିକ ନିୟୋଜିତ ରହିଛନ୍ତି । ଯୁଯୁମୁରା ବ୍ଳକରେ ୧୯୮୮ ଜଣ , ବାମରା ବ୍ଳକରେ ୧୧୩୨ ଜଣ , ଧନକଉଡା ବ୍ଳକରେ ୩୧୪ଜଣ , କୁଚିଣ୍ଡାବ୍ଳକରେ ୧୪୨୦ ଜଣ ,ମାନେଶ୍ୱର ବ୍ଳକରେ ୩୨୩ ଜଣ , ନାକଟିଦେଉଳ ବ୍ଳକରେ ୭୦୮ ଜଣ ,ରେଢାଖୋଲ ବ୍ଳକରେ ୧୨୪୨ ଜଣ, ରେଙ୍ଗାଲି ବ୍ଳକରେ ୨୩୬ ଜଣ ଶ୍ରମିକ ନିୟୋଜିତ ରହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ପଶ୍ଚିମବଙ୍ଗ ପୋଲିସର ତନାଘନା

ସମ୍ୱଲପୁର,୨୮।୧୨: ସମ୍ୱଲପୁର ଜିଲା ଅଇଁଠାପାଲି ଥାନାରେ ରବିବାର ପଶ୍ଚିମବଙ୍ଗ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପଶ୍ଚିମବଙ୍ଗ ମୁର୍ଶିଦାବାଦ ଅଞ୍ଚଳରେ ଜଣେ ଶ୍ରମିକଙ୍କୁ ହତ୍ୟା କରାଯାଇଥିଲା।...

ଅଧା ରହିଗଲା ସମଲେଶ୍ୱରୀ ଦର୍ଶନ, ଟୁରିଷ୍ଟ ବସ ଓଲଟି ୧୫ ଆହତ

ସମ୍ବଲପୁର, ୨୭।୧୨(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅନ୍ତର୍ଗତ କଂସର ନିକଟରେ ଜାତୀୟ ରାଜପଥ(୫୫) ଉପରେ ଗୁରୁବାର ଭୋରରେ ଏକ ଟୁରିଷ୍ଟ ବସ ଦୁର୍ଘଟଣାର...

ଓଡ଼ିଶାରେ ‘ବଙ୍ଗଳାଦେଶୀ’ ସନ୍ଦେହରେ ବଙ୍ଗୀୟ ଶ୍ରମିକଙ୍କୁ ପିଟିପିଟି ହତ୍ୟା, ୬ ଅଭିଯୁକ୍ତ ଗିରଫ

ସମ୍ବଲପୁର,୨୬।୧୨(ପ୍ରମୋଦ ବହିଦାର): ସମ୍ବଲପୁରର ଦାନିପାଲିଠାରେ ‘ବଙ୍ଗଳାଦେଶୀ’ ସନ୍ଦେହ କରି ପଶ୍ଚିମବଙ୍ଗର ଶ୍ରମିକ ଶେଖ୍ ଜୁଏଲ୍ (୨୨)ଙ୍କୁ ପିଟିପିଟି ହତ୍ୟା ଘଟଣାରେ ପୋଲିସ ଗୁରୁବାର ୬ ଜଣ...

ଭିଜିଲାନ୍ସ ଜାଲରେ ବରିଷ୍ଠ ରାଜସ୍ବ ସହାୟକ: ପୈତୃକ ଘର ସହ ୪ଟି ସ୍ଥାନରେ ଚଢ଼ାଉ ଜାରି…

ସମ୍ବଲପୁର,୨୪।୧୨(ପ୍ରମୋଦ ବହିଦାର): ଭିଜିଲାନ୍ସ ଜାଲରେ ସମ୍ବଲପୁର ବନ୍ଦୋବସ୍ତ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ବ ସହାୟକ( SRA)ବାସୁଦେବ ଭୋଇ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ...

ଡିଭାଇଡରରେ ପିଟି ହୋଇ ଜଳିଗଲା ଟ୍ରେଲର୍‌

ସମ୍ବଲପୁର,୨୦।୧୨: ରମ୍ପେଲା ସପ୍ନେ ବ୍ରିଜ ଉପରେ ଶନିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବ୍ରିଜ ଉପରେ ଏକ ୧୮ ଚକିଆ ଟ୍ରେଲର୍‌ ଯାଉଥିବା ବେଳେ...

ଟୋକନ ସମସ୍ଯାକୁ ନେଇ ଚାଷୀଙ୍କ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ବାଦ୍ ପଡ଼ିଛି ଜାତୀୟ ରାଜପଥ ଓ ରେଳ ରୋକ

ସମ୍ବଲପୁର,୧୯।୧୨(ପ୍ରମୋଦ ବହିଦାର): ଟୋକନ ସମସ୍ୟାକୁ ନେଇ ଶୁକ୍ରବାର ଚାଷୀଙ୍କ ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ ଜାରି ରହିଛି । ଚାଷୀମାନେ ସକାଳ ୬ଟାରୁ ସହରର...

ପାରିବାରିକ ବିବାଦର କରୁଣ ପରିଣତି, ସ୍ବାମୀଙ୍କୁ ଗାମୁଛାରେ ହତ୍ୟାକଲେ ସ୍ତ୍ରୀ

ସମ୍ବଲପୁର,୧୮।୧୨(ପ୍ରମୋଦ ବହିଦାର): ବୁର୍ଲା ଥାନା ଅନ୍ତର୍ଗତ ଏମସିଏଲ ଜାଗୃତିବିହାର ଠାରେ ଜଣେ ଏମସିଏଲ କର୍ମଚାରୀଙ୍କୁ ତାଙ୍କ ଧର୍ମପତ୍ନୀ ତଣ୍ଟି ଚିପି ହତ୍ୟା କରିଛନ୍ତି । ମୃତ...

ଶୁକ୍ରବାର ସମ୍ବଲପୁର ବନ୍ଦକୁ ସମର୍ଥନ କରି ଶତାଧିକ ଚାଷୀଙ୍କ ବାଇକ୍‌ ରାଲି

ସମ୍ବଲପୁର,୧୮ା୧୨(ପ୍ରମୋଦ ବହିଦାର): ଖରିଫ ଧାନ ବିକ୍ରି ପାଇଁ ଟୋକନ ବଣ୍ଟନ ସମସ୍ୟା ବିରୋଧରେ ଚାଷୀ ସଂଗଠନ ପକ୍ଷରୁ ଶୁକ୍ରବାର ସମ୍ବଲପୁର ବନ୍ଦ ଡାକରା ଦିଆଯାଇଛି। ସମ୍ବଲପୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri