Posted inଖେଳ

କରାଟେ ଆସୋସିଏଶନ ଅଫ୍‌ ଇଣ୍ଡିଆଠାରୁ ମାନ୍ୟତା ପ୍ରତ୍ୟାହାର କଲା ଆଇଓଏ

ନୂଆଦିଲ୍ଲୀ,୮।୧(ପି.ଟି.)- ସମ୍ବିଧାନ ଓ ନିୟମ ଉଲ୍ଲଂଘନ ଅଭିଯୋଗରେ କରାଟେ ଆସୋସିଏଶନ ଅଫ୍‌ ଇଣ୍ଡିଆ (କେଏଆଇ)ଠାରୁ ଭାରତୀୟ ଅଲିମ୍ପିକ୍‌ ଆସୋସିଏଶନ (ଆଇଓଏ) ମାନ୍ୟତା ପ୍ରତ୍ୟାହାର କରିଛି। ଗତ ଡିସେମ୍ବର ୩୦ ତାରିଖରେ ଅନୁଷ୍ଠିତ ବାର୍ଷିକ ସାଧାରଣ ବୈଠକରେ ଆଇଓଏ ଏ ନେଇ ନିଷ୍ପତ୍ତି ନେଇଥିଲା। ତେବେ ଗତ ସୋମବାର ବିଶ୍ୱ କରାଟେ ଫେଡେରେଶନ (ଡବ୍ଲ୍ୟୁକେଏଫ୍‌)କୁ ଆଇଓଏ ମାମଲା ପ୍ରତ୍ୟାହାର ନେଇ ଔପଚାରିକ ଭାବେ ଚିଠି ପଠାଇଛି। ୨୦୧୭ ଅଗଷ୍ଟ ୮ ତାରିଖରେ ଆଇଓଏ କେଏଆଇକୁ ମାନ୍ୟତା ପ୍ରଦାନ କରିଥିଲା। ତେବେ ଏହାପୂର୍ବରୁ କେଏଆଇକୁ କାର୍ଯ୍ୟକାରୀ କାଉନସିଲ ତଥା ସାଧାରଣ ସଭାର ରାଟିଫିକେଶନ ବା ଅନୁସମର୍ଥନ କରିବାର ସର୍ତ୍ତ ରଖାଯାଇଥିଲା। ତେବେ ଏହା ଏପର୍ଯ୍ୟନ୍ତ ହୋଇପାରି ନ ଥିଲା। ଗତ ଦୁଇ ବର୍ଷ ମଧ୍ୟରେ କେଆଇଏ ବିରୋଧରେ ଏକାଧିକ ଅଭିଯୋଗ ଆସିଥିଲା ବୋଲି ଆଇଓଏ ଏହି ଚିଠିରେ ଉଲ୍ଲେଖ କରିଛି।
ବୈଠକରେ ମଧ୍ୟ କେଏଆଇ ଆଇଓଏ ସମ୍ବିଧାନ ଓ ନିୟମର ଉଲ୍ଲଂଘନ କରିବା ନେଇ ଚର୍ଚ୍ଚା ହୋଇଥିଲା। ଏହା ଭାରତରେ ଅଲିମ୍ପିକ୍‌ ଆନ୍ଦୋଳନକୁ ସମର୍ଥନ କରୁନାହିଁ ବୋଲି କୁହାଯାଇଥିଲା। ଫଳରେ ଶେଷରେ କେଏଆଇଠାରୁ ମାନ୍ୟତା ପ୍ରତ୍ୟାହାର କରବାକୁ ହେଲା ବୋଲି ଆଇଓଏ ଚିଠିରେ ସ୍ପଷ୍ଟ କରିଛି।
ଫେଡେରେଶନର ପଦାଧିକାରୀମାନଙ୍କ କାର୍ଯ୍ୟକାଳ ପୂରା ହୋଇଥିବାରୁ ୨୦୧୮ ଡିସେମ୍ବରରେ ଆଇଓଏ ୧୨୦ ଦିନ ମଧ୍ୟରେ କେଏଆଇର ନିର୍ବାଚନ କରିବାକୁ ଏକ ୩ ଜଣିଆ ଆଡହକ୍‌ କମିଟି ଗଠନ କରିଥିଲା। ତେବେ ଏଥିରେ ବିଳମ୍ବ ହୋଇଥିଲା। ଆଇଓଏର ଆଡହକ୍‌ କମିଟି ଗଠନ ନିଷ୍ପତ୍ତିକୁ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲେ ମଧ୍ୟ ଶେଷରେ ଏହାକୁ ପ୍ରତ୍ୟାହର କରାଯାଇଥିଲା। ଏହାପରେ କେଏଆଇ ଅବଶ୍ୟ ନିର୍ବାଚନ କରାଇଥିଲା। ତେବେ ଆଡହକ୍‌ କମିଟିର ତତ୍ତ୍ୱାବଧାନରେ ଏହା ହୋଇ ନ ଥିଲା। ଲିଖା ତାରାଙ୍କୁ ସଭାପତି ଓ ଆମ୍ବେଦକର ଗୁପ୍ତାଙ୍କୁ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରିଥିଲା। ଆଲୋଚନ ପାଇଁ ଏହି ଦୁହିଁଙ୍କୁ ଆଇଓଏ ଡାକିଥିଲେ ମଧ୍ୟ ଏମାନେ ଆସି ନ ଥିଲେ। ଏହାପରେ ଏକ ରୋଡ ମ୍ୟାପ୍‌ ପ୍ରସ୍ତୁତି ପାଇଁ ନବ ନିର୍ବାଚିତ ଅଧିକାରୀଙ୍କୁ ଗତ ଡିସେମ୍ବର ୨୭ ତାରିଖରେ ଅନୁଷ୍ଠିତ ବୈଠକକୁ ଡକାଯାଇଥିଲା। ତେବେ ସେମାନେ ଆସି ନ ଥିଲେ। ଫଳରେ ଶେଷରେ ଆଇଓଏ ଏହି ଚରମ ନିଷ୍ପତ୍ତି ନେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ୍‌ ପୂର୍ବରୁ ହଠାତ୍‌ ସନ୍ନ୍ୟାସ ନେଇ ଚମକାଇଲେ ଏହି ଅଲରାଉଣ୍ଡର, କ୍ରିକେଟ ଜଗତରେ ଚହଳ

ନୂଆଦିଲ୍ଲୀ,୨୯।୧୨: ନ୍ୟୁଜିଲାଣ୍ଡର ଅଲରାଉଣ୍ଡର ଡଗ ବ୍ରାସୱେଲ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି। ବ୍ରାସୱେଲ ୬୯ଟି ଅନ୍ତର୍ଜାତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳର ପ୍ରତିନିଧିତ୍ୱ କରିଥିଲେ, ୧୨୦...

ମେଲବୋର୍ନ ପିଚ୍‌କୁ ନେଇ ବଢିଲା ଅସନ୍ତୋଷ: ମିଳିଲା ଡିମେରିଟ୍‌ ପଏଣ୍ଟ

ଦୁବାଇ, ୨୯ା୧୨: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଚତୁର୍ଥ ଆଶେସ ଟେଷ୍ଟ ଖେଳାଯାଇଥିବା ମେଲବୋର୍ନ ପିଚ୍‌କୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଶୃଙ୍ଖଳାଗତ ପଦକ୍ଷେପ...

ଟି୨୦ ବୋଲିଂରେ ନୂଆ ବିଶ୍ୱ ରେକର୍ଡ, ଜାଣନ୍ତୁ…

ନୂଆଦିଲ୍ଲୀ,୨୯ା୧୨: ଭୂଟାନ ସ୍ପିନର ସୋନମ ୟେଶେ ଏକ ଅନ୍ତର୍ଜାତୀୟ ପୁରୁଷ ଟି୨୦ କ୍ରିକେଟ ମ୍ୟାଚରେ ୮ ଉଇକେଟ ହାସଲ କରିବାରେ ପ୍ରଥମ ବୋଲର ହେବାର ଗୌରବ...

ମୁଖ୍ୟ ପ୍ରଶିକ୍ଷକ ପଦରୁ ବିଦା ହେବେ ଗମ୍ଭୀର! BCCI ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ଦେଲେ ଚାଞ୍ଚଲ୍ୟକର ବୟାନ

ନୂଆଦିଲ୍ଲୀ,୨୯।୧୨: ନିକଟରେ ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ପଦରୁ ଗୌତମ ଗମ୍ଭୀରଙ୍କୁ ହଟାଇବା ନେଇ ଗୁଜବ ଜୋର ଧରିଛି। ନ୍ୟୁଜିଲାଣ୍ଡ ବିପକ୍ଷରେ ଘରୋଇ ଟେଷ୍ଟ ସିରିଜ...

ଏହି ଦିନ ଘୋଷଣା ହେବ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ ପାଇଁ ଭାରତୀୟ ଦଳ: ସମ୍ଭାବ୍ୟ ତାଲିକାରେ ଏମାନେ…

ନୂଆଦିଲ୍ଲୀ,୨୯।୧୨: ଭାରତୀୟ ଦଳ ୨୦୨୬ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ସିରିଜ ଖେଳିବ। ନ୍ୟୁଜିଲାଣ୍ଡର ଭାରତ ଗସ୍ତ ଜାନୁଆରୀ ୧୧ ରୁ ଜାନୁଆରୀ ୩୧ ପର୍ଯ୍ୟନ୍ତ ଚାଲିବ,...

୨୦୨୬ରେ ଆସୁଛି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ଖୁସିଖବର: ଟିମ ଇଣ୍ଡିଆରେ…

ନୂଆଦିଲ୍ଲୀ,୨୯।୧୨: ଟି-୨୦ କ୍ରିକେଟରେ ଟିମ ଇଣ୍ଡିଆର ପ୍ରଭାବଶାଳୀ ପ୍ରଦର୍ଶନ ଜାରି ରହିଛି। ସୂର୍ଯ୍ୟକୁମାର ଯାଦବ ଅଧିନାୟକତ୍ୱ ଗ୍ରହଣ କରିବା ପରଠାରୁ, ଭାରତୀୟ ଦଳ ଏହି ଫର୍ମାଟରେ...

ଏହି ପ୍ରସିଦ୍ଧ କ୍ରିକେଟର୍‌ଙ୍କ ପରଲୋକ: କ୍ରିକେଟ୍‌ ଜଗତରେ ଖେଳିଗଲା ଶୋକର ଛାୟା

ଲଣ୍ଡନ,୨୯।୧୨: ଇଂଲଣ୍ଡ କ୍ରିକେଟକୁ ଏକ ବଡ଼ ଝଟକା ଲାଗିଛି। ପୂର୍ବତନ ଇଂଲଣ୍ଡ କ୍ରିକେଟର ଏବଂ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB)ର ପୂର୍ବତନ ସିଇଓ...

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri