କମୁଛି କେନ୍ଦ୍ରୀୟ ଅନୁଦାନ

ଭୁବନେଶ୍ୱର,୧୬।୩(ବ୍ୟୁରୋ): କରୋନା ମହାମାରୀ ରାଜ୍ୟର ଅର୍ଥ ବ୍ୟବସ୍ଥାକୁ ବରବାଦ କରିଦେଇଛି। ରାଜସ୍ବ ହ୍ରାସ ପାଇବା ସାଙ୍ଗକୁ ଖର୍ଚ୍ଚ ବଢ଼ିଚାଲିଛି। ଏପରିସ୍ଥଳେ କେନ୍ଦ୍ରୀୟ ଅନୁଦାନ ହ୍ରାସ ପାଇ ଚାଲିଥିବାରୁ ରାଜ୍ୟ ରାଜକୋଷ ଉପରେ ଚାପ ବଢ଼ିଚାଲିଛି। ଚତୁର୍ଦ୍ଦଶ ଅର୍ଥ କମିଶନଙ୍କ ସୁପାରିସ ଅନୁଯାୟୀ କେନ୍ଦ୍ରୀୟ ଟିକସରୁ ରାଜ୍ୟ ଅଂଶ ବାବଦରେ ୩୫,୦୯୬ କୋଟି ଟଙ୍କା ରାଜ୍ୟକୁ ହରାଇବାକୁ ପଡ଼ିଛି। ବିଜେଡି ସଭ୍ୟ ପ୍ରଫୁଲ୍ଲ ସାମଲଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ସୋମବାର ବିଧାନସଭାରେ ଏହ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, କେନ୍ଦ୍ରୀୟ ଟିକସରୁ ରାଜ୍ୟ ଅଂଶ ବାବଦକୁ ଜାନୁୟାରୀ ଶେଷ ସୁଦ୍ଧା ୧୮,୯୨୬ କୋଟି ୭୭ ଲକ୍ଷ ଟଙ୍କା ମିଳିଛି, ଯାହାକି ପୂର୍ବ ବର୍ଷର ଏହି ସମୟ ମଧ୍ୟରେ ମିଳିଥିବା ଅନୁଦାନରୁ ପ୍ରାୟ ୨୪% କମ୍‌।
କରୋନା ପ୍ରଭାବରୁ ଜିଏସ୍‌ଟି ସଂଗ୍ରହରେ ମଧ୍ୟ ଶିଥିଳତା ଦେଖାଦେଇଛି। ରାଜ୍ୟର ସୁନିଶ୍ଚିତ ରାଜସ୍ବ (ପ୍ରୋଟେକ୍ଟେଡ ରେଭେନ୍ୟୁ) ପରିମାଣରେ ବୃଦ୍ଧି , କେନ୍ଦ୍ରୀୟ ପୁଲ୍‌ରେ ଦ୍ରବ୍ୟ ଓ ସେବା ଟିକସ(ଜିଏସ୍‌ଟି) ପରିମାଣରେ ବୃଦ୍ଧି ଓ କେନ୍ଦ୍ରୀୟ ପୁଲ୍‌ରେ ଜିଏସ୍‌ଟି ପ୍ରାପ୍ତିର ପରିମାଣ ହ୍ରାସ ପାଉଥିବାରୁ କେନ୍ଦ୍ର ସରକାର ରାଜ୍ୟଗୁଡିକୁ ଜିଏସ୍‌ଟି ପ୍ରଚଳନ ଯୋଗୁ କ୍ଷତି ଭରଣା ପାଇଁ ସ୍ପେଶାଲ ୱିଣ୍ଡୋ ମାଧ୍ୟମରେ ଋଣ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଚଳିତ ଆର୍ଥତ୍କ ବର୍ଷ ପାଇଁ ରାଜ୍ୟକୁ ଏ ବାବଦରେ ୩,୮୨୨ କୋଟି ଟଙ୍କା ଋଣ ପ୍ରଦାନ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିବାବେଳେ କେନ୍ଦ୍ର ସରକାରଙ୍କଠାରୁ ଏପର୍ଯ୍ୟନ୍ତ ୩,୮୧୪ କୋଟି ୬୭ ଲକ୍ଷ ଟଙ୍କା ମିଳିଛି।
ଚତୁର୍ଦ୍ଦଶ ଅର୍ଥ କମିଶନ ୨୦୧୫-୧୬ରୁ ୨୦୧୯-୨୦ ଆର୍ଥିକ ବର୍ଷ ମଧ୍ୟରେ କେନ୍ଦ୍ରୀୟ ଟିକସରୁ ରାଜ୍ୟ ଅଂଶ, ସ୍ଥାନୀୟ ନିକାୟଙ୍କ ପାଇଁ ଅନୁଦାନ ଏବଂ ବିପଯର୍ର୍‌ୟୟ ପରିଚାଳନା ପାଣ୍ଠିରେ ଓଡ଼ିଶାକୁ ମୋଟ ୧,୯୮,୪୧୨ କୋଟି ଟଙ୍କା ସୁପାରିସ କରିଛନ୍ତି। ସେଥିରୁ ଏ ପର୍ଯ୍ୟନ୍ତ ଓଡ଼ିଶାକୁ ୧,୬୧,୮୪୭ କୋଟି ଟଙ୍କା ମିଳିଥିବାବେଳେ ଆହୁରି ୩୬ ହଜାର କୋଟି ଟଙ୍କା ମିଳିନାହିଁ। ସେଥିରୁ କେବଳ କେନ୍ଦ୍ରୀୟ ଟିକସ ବାବଦରେ ୧,୮୪,୦୭୦ କୋଟି ଟଙ୍କାରୁ ୧,୪୮,୯୭୪ କୋଟି ମିଳିଥିବାବେଳେ ୩୫ ହଜାର ୯୬ କୋଟି ଟଙ୍କା ଏବେ ସୁଦ୍ଧା ପାଇବାକୁ ବାକି ରହିଛି। ସେହିପରି ଗ୍ରାମପଞ୍ଚାୟତ ପାଇଁ ୫୧୫ କୋଟି, ସହରାଞ୍ଚଳ ସ୍ବାୟତ୍ତ ଶାସନ ସଂସ୍ଥାର ମୌଳିକ ଅନୁଦାନ ବାବଦରେ ୪୭ କୋଟି ଓ ସମ୍ପାଦନଭିତ୍ତିକ ଅନୁଦାନ ବାବଦରେ ୨୮୭ କୋଟି ଏବଂ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି (ଏସ୍‌ଡିଆର୍‌ଏଫ୍‌)ବାବଦରେ ୬୨୦ କୋଟି ଟଙ୍କା ବାକି ରହିଛି। ୨୦୧୫-୧୬ରୁ ୨୦୧୯-୨୦ ମଧ୍ୟରେ ଚତୁର୍ଦ୍ଦଶ ଅର୍ଥ କମିଶନଙ୍କ ସୁପାରିସ ବାବଦରେ ୩୬,୫୬୫ କୋଟି ଟଙ୍କା ହରାଇବାକୁ ପଡିଛି। ଏହି ସମୟରେ କେନ୍ଦ୍ରୀୟ ଟିକସରୁ ରାଜ୍ୟ ଅଂଶଧନ ବାବଦକୁ ୩୫,୦୯୬ କୋଟି ଟଙ୍କା ମିଳି ନାହିଁ।
କେନ୍ଦ୍ର ସରକାର ଅନେକ କେନ୍ଦ୍ର ପ୍ରବର୍ତ୍ତିତ ଯୋଜନାର କେନ୍ଦ୍ର ଅଂଶ ଓ ରାଜ୍ୟ ଅଂଶ ଅନୁପାତକୁ ୭୫:୨୫ରୁ ୬୦:୪୦କୁ ହ୍ରାସ କରିଛନ୍ତି । ଫଳରେ ପ୍ରତ୍ୟେକ ଯୋଜନାରେ ରାଜ୍ୟ ଅଂଶ ୧୫% ବୃଦ୍ଧି ଘଟିଛି। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଭଳି କେତେକ ଯୋଜନାରେ ଶତ ପ୍ରତିଶତ କେନ୍ଦ୍ରୀୟ ସହାୟତା ହ୍ରାସ ପାଇ ୬୦%ରେ ସୀମିତ ରହିଛି। ଏସବୁ କାରଣରୁ ରାଜ୍ୟକୁ ଅତିରିକ୍ତ ଆର୍ଥିକ ବୋଝ ବୋହିବାକୁ ପଡୁଛି ବୋଲି ମନ୍ତ୍ରୀ କହିଛନ୍ତି। କେବଳ ସେତିକି ନୁହେଁ, ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ମଧ୍ୟ କେନ୍ଦ୍ରୀୟ ଅନୁଦାନ କମିଶନଙ୍କ ସୁପାରିସ ଅନୁଯାୟୀ ମିଳୁନାହିଁ। ଚତୁର୍ଦ୍ଦଶ ଅର୍ଥ କମିଶନ ସୁପାରିସ କ୍ରମେ ଏସ୍‌ଡିଆର୍‌ଏଫ୍‌କୁ କେନ୍ଦ୍ର ଓ ରାଜ୍ୟ ଅଂଶଧନ ଯଥାକ୍ରମେ ୯୦:୧୦ ପ୍ରତିଶତ ହେବାର ଥିଲା। କିନ୍ତୁ କେନ୍ଦ୍ର ସରକାର ଏହି ଅଂଶ ଢାଞ୍ଚାରେ ପରିବର୍ତ୍ତନ କରି ଜିଏସ୍‌ଟି ଲାଗୁ ହେବା ପର୍ଯ୍ୟନ୍ତ ପୂର୍ବ ନିର୍ଦ୍ଧାରିତ ଅନୁପାତ ଅନୁସାରେ କେନ୍ଦ୍ର ଓ ରାଜ୍ୟ ଅଂଶ ଯଥାକ୍ରମେ ୭୫ ଓ ୨୫ ପ୍ରତିଶତରେ ରଖିଛନ୍ତି। ୨୦୧୭ ଜୁଲାଇ ପହିଲାରୁ ଜିଏସ୍‌ଟି ଲାଗୁ ହେବା ପରେ କେନ୍ଦ୍ର ସରକାର ୨୦୧୮-୧୯ ଆର୍ଥିକ ବର୍ଷରେ ଏସ୍‌ଡିଆର୍‌ଏଫ୍‌ରେ କେନ୍ଦ୍ର ଅଂଶ ୯୦ ପ୍ରତିଶତ ହିସାବରେ ପ୍ରଦାନ କରିଥିଲେ। ଏହି ଅଂଶଧନ ୭୫ରୁ ୯୦ ପ୍ରତିଶତକୁ ବୃଦ୍ଧି ହେବା ଫଳରେ କେନ୍ଦ୍ର ସରକାର ୨୦୧୮-୧୯ରେ ୧୯୬୦ କୋଟି ଓ ୨୦୧୯-୨୦ରେ ୧୭୩୫ କୋଟି ଟଙ୍କାର ଅତିରିକ୍ତ ବୋଝ ବହନ କରିଥିଲେ ବୋଲି ଦର୍ଶାଇଲେ। ଫଳରେ ପରବର୍ତ୍ତୀ ସମୟରେ ଉକ୍ତ ଅର୍ଥକୁ କାଟି ଦେଇଛନ୍ତି। ଏଥିଯୋଗୁ ୨୦୧୬-୧୭ରୁ ୨୦୧୯-୨୦ ମଧ୍ୟରେ ଏସ୍‌ଡିଆର୍‌ଏଫ୍‌ ବାବଦକୁ ଚତୁର୍ଦ୍ଦଶ ଅର୍ଥ କମିଶନଙ୍କ ସୁପାରିସଠାରୁ ୬୨୦ କୋଟି ୫୦ ଲକ୍ଷ ଟଙ୍କା କମ୍‌ ମିଳିଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

ଜୁନାଗଡ଼ ରୋଡ୍‌ରୁ ହାଓ୍ବଡା ଇସ୍ପାତ ଏକ୍ସପ୍ରେସ୍‌ର ଶୁଭାରମ୍ଭ କଲେ ଏମ୍‌ପି: ୨୨ରୁ ଗଡ଼ିବ ଟ୍ରେନ୍‌…

ଜୁନାଗଡ଼,୧୯।୨(ସୁନୀଲ କୁମାର ସିଂହ/ଅଂଶୁମାନ ଯୋଶୀ)- ପଶ୍ଚିମ ଓଡ଼ିଶାରେ ରେଳ ସଂଯୋଗକୁ ସୁଦୃଢ଼ ​​କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ହାଓ୍ବଡା-ଟିଟଲାଗଡ଼-ହାଓଡ଼ା ଇସ୍ପାତ ଏକ୍ସପ୍ରେସ୍ ଜୁନାଗଡ଼ ରୋଡ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri