କମିଶନ୍‌ରେଟ ପୋଲିସର ଅଭିନବ ଟ୍ରାଫିକ ସଚେତନତା: ଜରିମାନା ନେଲେ, ହେଲ୍‌ମେଟ ଦେଲେ

ଭୁବନେଶ୍ୱର,୧୧-୯(ବ୍ୟୁରୋ):ଜରିମାନାକୁ ନେଇ ଶନିବାର ଭୁବନେଶ୍ୱରରେ ପୋଲିସ-ଜନତା ଖଣ୍ଡଯୁଦ୍ଧ ପରେ ରାଜ୍ୟ ସରକାର ଟ୍ରାଫିକ ନିୟମକୁ ୩ ମାସ ପାଇଁ କୋହଳ କରିଛନ୍ତି। ବିନା ପୂର୍ବ ପ୍ରସ୍ତୁତି ଓ ଆବଶ୍ୟକ ବ୍ୟବସ୍ଥା ନ ଥାଇ ନୂଆ ମୋଟର ଯାନ ଆଇନ-୨୦୧୯ ଲାଗୁକୁ ରାଜ୍ୟବ୍ୟାପୀ ବିରୋଧ କରାଯିବାରୁ ଆଭିମୁଖ୍ୟ ବଦଳାଇବାକୁ ବାଧ୍ୟ ହୋଇଛି କମିଶନରେଟ ପୋଲିସ ଓ ଆର୍‌ଟିଓ। ରବିବାରଠାରୁ ପୋଲିସ ଅଭିନବ ଉପାୟରେ ସଚେତନତା ଆରମ୍ଭ କରିଛି। ନିୟମ ଉଲ୍ଲଂଘନକାରୀଙ୍କୁ ଚକୋଲେଟ ଓ ଗୋଲାପ ଦେଇ ସଚେତନ କରୁଥିବାବେଳେ ନିୟମ ପାଳନକାରୀଙ୍କୁ ଧନ୍ୟବାଦ କାର୍ଡ ଦେଇ ପ୍ରଶଂସା କରାଯାଉଛି। ତେବେ ମଙ୍ଗଳବାର ଟ୍ରାଫିକ ପୋଲିସ ପକ୍ଷରୁ ଆଉ ଏକ ଭିନ୍ନ ପନ୍ଥା ଆପଣାଇଛି। ହେଲ୍‌ମେଟ୍‌ ପିନ୍ଧି ନ ଥିବା ବାଇକ୍‌ ଚାଳକଙ୍କୁ ୫ଶହ ଟଙ୍କା ଜରିମାନା କରିବା ସହ ହେଲ୍‌ମେଟ ଦେଇ ସଚେତନ କରିଛି ଟ୍ରାଫିକ ପୋଲିସ।
କଳ୍ପନା ଓ ନାଲ୍‌କୋ ଛକରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା। ଟ୍ରାଫିକ ଡିସିପି ସାଗରିକା ନାଥ, ଅତିରିକ୍ତ ଟ୍ରାଫିକ ଡିସିପି ଅମରେଶ ପଣ୍ଡା ଓ ଟ୍ରାଫିକ ଏସିପି କେ.କେ. ପାଣିଗ୍ରାହୀ ଉପସ୍ଥିତି ରହି ହେଲ୍‌ମେଟ ପିନ୍ଧି ନ ଥିବା ଗାଡ଼ିଚାଳକଙ୍କଠାରୁ ଜରିମାନା ନେଇ ହଳଦିଆ ରଙ୍ଗର ନୂଆ ହେଲମେଟ ପିନ୍ଧାଇଥିଲେ। ତେବେ ଯେଉଁମାନେ ହେଲ୍‌ମେଟ ନେବାକୁ ଚାହିଁ ନ ଥିଲେ ସେମାନେ କେବଳ ଜରିମାନା ଦେଇ ଚାଲିଯାଇଥିଲେ। ନିୟମକୁ ମାନୁଥିବା ଗାଡିଚାଳକଙ୍କୁ ଟ୍ରାଫିକ ଡିସିପି ନାଥ ଓ ଅନ୍ୟ ଅଧିକାରୀମାନେ ଥ୍ୟାଙ୍କ୍‌ ୟୁ କାର୍ଡ ବାଣ୍ଟି ପ୍ରଶଂସା କରିଥିଲେ। ସ୍ଥାନ ଛାଡ଼ିବାବେଳେ ଲୋକଙ୍କୁ ଅଧିକାରୀମାନେ ହାତଯୋଡ଼ି ବିଦାୟ ଦେବା ଦୃଶ୍ୟ ନିଆରା ପରିବେଶ ସୃଷ୍ଟି କରିଥିଲା।
ଟ୍ରାଫିକ ଡିସିପି ନାଥ କହିଛନ୍ତି, ଅନେକ ଲୋକ ସଚେତନ ହେଲେଣି। ତେଣୁ ସେମାନଙ୍କୁ ଆମେ ଧନ୍ୟବାଦ ଦେଉଛୁ। ସେମାନେ ଟ୍ରାଫିକ ନିୟମ ମାନି ସୁନ୍ଦର ଭୁବନେଶ୍ୱରକୁ ଆହୁରି ଆଗକୁ ନିଅନ୍ତୁ। ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଲୋକଙ୍କୁ ସଚେତନ କରିବା, ଜରିମାନା କାଟିବା ନୁହେଁ। ଆମେ ଯେଉଁ ୫ଟି ନିୟମ ଉପରେ ଅଧିକ ଗୁରୁତ୍ୱ ଦେଉଛୁ ତାହାକୁ ଫଲୋ କରିବାକୁ ଲୋକଙ୍କୁ କହୁଛୁ। ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ଲୋକେ ୧୦ ବର୍ଷରେ ଯାହା ହୋଇପାରି ନ ଥିଲେ ୧୦ ଦିନରେ ବଦଳି ଯାଇଛନ୍ତି। ପ୍ରାୟ ୯୬ ପ୍ରତିଶତ ଗାଡିଚାଳକ ହେଲ୍‌ମେଟ ପିନ୍ଧି ଗାଡି ଚଳାଉଥିବାରୁ ଖୁସି ଲାଗୁଛି। ଲାଇସେନ୍ସ ସହ ଗାଡିର ଅନ୍ୟାନ୍ୟ କାଗଜପତ୍ର ପ୍ରସ୍ତୁତ କରିବା ଓ ହେଲ୍‌ମେଟ ସହ ଅଭ୍ୟସ୍ତ ହେବାକୁ ୩ ମାସ ସମୟ ରହିଛି। ଏହା ମଧ୍ୟରେ ଯେଉଁମାନେ ସବୁକିଛି ଠିକ୍‌ ନ ରଖିବେ ସେମାନେ ହିଁ ଅସୁବିଧାରେ ପଡ଼ିବେ। ଜରିମାନା ଦେବାବେଳେ ଗାଡ଼ିର ଇନ୍‌ସ୍ୟୁରାନ୍ସ କରିବା ପାଇଁ ବ୍ୟବସ୍ଥା କରାଯିବାକୁ ମଧ୍ୟ ଏକ କମ୍ପାନୀ ସହ ଆଲୋଚନା ଚାଲିଛି। ଯଦି କମ୍ପାନୀ ରାଜିହେବ ତେବେ ଶୀଘ୍ର ଏହି ନୂଆ ବ୍ୟବସ୍ଥା ଆରମ୍ଭ କରାଯିବ। ତେବେ ସୋସିଆଲ ମିଡିଆ ଗୁଜବକୁ ଗୁରୁତ୍ୱ ନ ଦେଲେ ଲୋକେ ଟ୍ରାଫିକ ନିୟମ ମାନିଲେ କେହି ଅଟକାଇବାକୁ ସାହସ କରିବେ ନାହିଁ ବୋଲି କମିଶନର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏମଜିଏନଆରଇଜିଏସରେ ଦୁର୍ନୀତି ଗନ୍ଧ: ଶିବିର ଅଧାରୁ ପଳାଇଲେ ବ୍ଲକ ଅଧ୍ୟକ୍ଷ, ଏବିଡିଓ

ଲୋଇସିଂହା,୧୭।୪(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକର ପୁରୁଣା ସଭାଗୃହରେ ଏମଜିଏନଆରଇଜିଏସ ଲୋଇସିଂହା ବ୍ଲକସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ହାତଗଣତି…

ସକାଳୁ ସକାଳୁ ଶ୍ରୀମନ୍ଦିରରେ ପଡିଲା ରକ୍ତ ଛିଟା, ବନ୍ଦ ହେଲା ଜଗା ଦର୍ଶନ

ପୁରୀ, ୧୭।୪(ଅଜିତ୍ କୁମାର ମହାନ୍ତି): ଶୁକ୍ରବାର ସକାଳେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ବଡ଼ ମହାସ୍ନାନ ଅନୁଷ୍ଠିତ ହୋଇଛି । ଶ୍ରୀମନ୍ଦିର ଭିତର କାଠ ନିକଟରେ ରକ୍ତ ପଡ଼ିଥିବା କାରଣରୁ…

ଟାଣଖରାରେ ଉଚ୍ଛେଦକୁ ବିରୋଧ: ଜିଲାପାଳଙ୍କୁ ଫେରାଦ ପଡ଼ାବାସୀ

ବରଗଡ଼,୧୭।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରକୁ ବିକଶିତ କରିବା ଲକ୍ଷ୍ୟ ନେଇ ପ୍ରଶାସନ ପକ୍ଷରୁ ଉଚ୍ଛେଦ ଅଭିଯାନ ଚାଲିଛି। ସହରର ବିଭିନ୍ନ ସ୍ଥାନରେ ପର୍ଯ୍ୟାୟକ୍ରମେ ଜବରଦଖଲ ଉଚ୍ଛେଦ କରାଯାଉଛି। ତେବେ…

ବଲାଙ୍ଗୀର ଓଡିଶା ଆଦର୍ଶ ବିଦ୍ୟାଳୟରେ ଶତ ପ୍ରତିଶତ ସଫଳତା; ଶ୍ରେୟାଂଶ ୯୯.୬%, ସୋନାକ୍ଷୀ ୯୯.୨%…

ବଲାଙ୍ଗୀର,୧୭।୪(ବୀରେନ୍ଦ୍ର କୁମାର ଝାଙ୍କର/ସୁନୀଲ କୁମାର ମହାନ୍ତି): ସିବିଏସ୍ଇ ଦଶମ ଶ୍ରେଣୀ ପରୀକ୍ଷାରେ ବଲାଙ୍ଗୀର ପଥରଚେପା ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀଛାତ୍ର ରେକର୍ଡ କରିଛନ୍ତି । ଏହି…

ସିବିଏସ୍‌ଇ ଦଶମ ପରୀକ୍ଷାରେ ବିକାଶର ବାଜିମାତ୍‌: ସମ୍ବ୍ରିଦ୍ଧି ପାଣିଗ୍ରାହୀ ଟପ୍ପର

ବରଗଡ଼,୧୭।୪(ପ୍ରେମାନନ୍ଦ ଖମାରୀ):ସିବିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷାରେ ବରଗଡ଼ ବିକାଶ ଆବାସିକ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ବାଜିମାତ୍‌ କରିଛନ୍ତି। ବିଦ୍ୟାଳୟର ୨୯ଜଣ ଛାତ୍ରୀଛାତ୍ର ୯୫, ୮୮ଛାତ୍ରୀଛାତ୍ର ୯୦ ଏବଂ ୧୭୩…

ରେକର୍ଡ ରଚିଲେ ଇଶିକା, ସଂସ୍କୃତି: ସିବିଏସ୍‌ଇ ପରୀକ୍ଷାରେ ସଂସ୍କାର ସ୍କୁଲର ସଫଳତା

ବରଗଡ଼,୧୭।୪(ପ୍ରେମାନନ୍ଦ ଖମାରୀ):ସିବିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷାରେ ବରଗଡ଼ସ୍ଥିତ ସଂସ୍କାର ଇଣ୍ଟରନ୍ୟାଶନାଲ ସ୍କୁଲର ଛାତ୍ରୀଛାତ୍ର ଉଲ୍ଲେଖନୀୟ ସଫଳତା ଅର୍ଜନ କରିଛନ୍ତି। ବିଦ୍ୟାଳୟର ଇଶିକା ଅଗ୍ରୱାଲ ଓ ସଂସ୍କୃତି ଜୈନ…

ଏଆଇ ଦୁରୁପଯୋଗ ରୋକିବା ପାଇଁ ପିଆଇଏଲ୍‌; ମେଟା, X, ଗୁଗଲକୁ ହାଇକୋର୍ଟ ନୋଟିସ

ଅହମଦାବାଦ,୧୭।୪: ସୋସିଆଲ ମିଡିଆରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ଦୁରୁପଯୋଗ ରୋକିବା ପାଇଁ ଗୁଜରାଟ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍‌) ଦାଖଲ ହୋଇଛି। ମୁଖ୍ୟ ବିଚାରପତି ସୁନୀତା…

ସତ କୋକେଇରେ ମିଛ ଶବ: କାନ୍ଦ ବୋବାଳିରେ ଗାଁ ଦାଣ୍ଡ ଫାଟିଲା: ପୂରା ଘଟଣା ଜାଣିଲେ…

ଧାମନଗର,୧୭।୪(ଦେବେନ୍ଦ୍ର ଆନ୍ଦିଆ):ମଣିଷ ବଞ୍ଚତ୍ଥିବା ଯାଏ ଆଶା ମରେନାହିଁ, କିନ୍ତୁ କିଛି ଆଶା ଯେତେବେଳେ ନିରାଶାରେ ପରିଣତ ହୁଏ, ସେତେବେଳେ ସମୟ ବି ଦୁଃଖର ବୋଝ ଲଦି ଦିଏ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri