Posted inଜାତୀୟ

କମିଶନି ଫେରାଇବାକୁ କହି ଅଡୁଆରେ ମମତା

କୋଲକାତା,୨୪ା୬: ୨୦୧୧ରୁ ବିଭିନ୍ନ କଲ୍ୟାଣକାରୀ ଯୋଜନାରେ ହିତାଧିକାରୀଙ୍କୁ ଶୋଷଣ କରି ଆଦାୟ କରିଥିବା କମିଶନ ଅର୍ଥ ଫେରାଇଦେବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦଳୀୟ ନେତା ଓ ସବୁ ସ୍ତରର ଲୋକପ୍ରତିନିଧିଙ୍କୁ ନିର୍ଦ୍ଦେଶ ଦେଇ ଦୁର୍ନୀତିର ଭାନୁମତି ପେଡ଼ି ଖୋଲିଦେଇଛନ୍ତି। ଲୋକ ସଭା ନିର୍ବାଚନ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାଜପା ଅଧ୍ୟକ୍ଷ ଅମିତ୍‌ ଶାହ ଯାହା ଅଭିଯୋଗ କରିଥିଲେ, ମମତା ତାହାକୁ ସ୍ବୀକାର କରିନେଇଛନ୍ତି। ଟିଏମ୍‌ସି ନେତାମାନେ ଭୂମିହୀନ ଚାଷୀଙ୍କଠାରୁ ଆରମ୍ଭ କରି ବ୍ୟବସାୟୀ ପର୍ଯ୍ୟନ୍ତ ହଜାର ହଜାର ଲୋକଙ୍କୁ ଶୋଷଣ କରିଥିବା ଭାଜପା ଅଭିଯୋଗ କରିଥିଲା। ୨୦୨୦ ପୌର ନିର୍ବାଚନ ଓ ୨୦୨୧ ବିଧାନସଭା ନିର୍ବାଚନରେ ଟିଏମ୍‌ସି ଏହାର ଗୁରୁତର ପରିଣାମ ଭୋଗିବ ବୋଲି ବିରୋଧୀ ନେତା ଓ ରାଜନୈତିକ ସମୀକ୍ଷକମାନେ ଅନୁଭବ କରୁଛନ୍ତି।
ଗତ ୧୮ ତାରିଖରେ କୋଲକାତା ମହାନଗର ନିଗମର ନେତାମାନଙ୍କୁ ଉଦ୍‌ବୋଧନ ଦେଇ ମମତା କହିଥିଲେ, ଯେଉଁମାନେ ସାଧାରଣ ଜନତାଙ୍କଠାରୁ କମିଶନି ନେଇଛନ୍ତି, ସେମାନଙ୍କୁ ତୁରନ୍ତ ଫେରାଇବାକୁ ହେବ। ଟିଏମ୍‌ସିର କେତେକ ନେତା ମଲା ଲୋକଙ୍କୁ ବି ଛାଡିନାହାନ୍ତି। ମୃତଦେହ ସତ୍କାର ପାଇଁ ଗରିବ ପରିବାରକୁ ସରକାର ଦେଉଥିବା ୨୦୦୦ ଟଙ୍କାରୁ ଟିଏମ୍‌ସି ନେତା ୨୦୦ ଟଙ୍କା କମିଶନି ନେଇଯାଉଛନ୍ତି ବୋଲି ମମତା କହିଥିଲେ। ୧୯ ତାରିଖରେ ମାଲଦା ଜିଲାର ରାଟୁରାଠାରେ ଗଣବିକ୍ଷୋଭ ପରେ ନିର୍ମଳ ବଙ୍ଗଳା ପ୍ରକଳ୍ପ ପାଣ୍ଠିରୁ ୧ କୋଟି ହଡପ କରିଥିବା ଅଭିଯୋଗରେ ପୂର୍ବତନ ସରପଞ୍ଚ ସୁକେଶ ଯାଦବ, ସରକାରୀ କର୍ମଚାରୀ ପ୍ରମୋଦ କୁମାର ସର୍କାରଙ୍କୁ ପୋଲିସ ଗିରଫ କରିଥିଲା। ଏବେ ସାରା ରାଜ୍ୟରୁ ଦୁର୍ନୀତି ଅଭିଯୋଗମାନ ଆସିବାରେ ଲାଗିଛି ଓ ପ୍ରତିଦିନ ବିଭିନ୍ନ ଜିଲାରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ପଞ୍ଚାୟତ ଓ୍ବାର୍ଡମେମ୍ବରଠାରୁ ଆରମ୍ଭ କରି ରାଜ୍ୟ ସଭା ସଦସ୍ୟ ପର୍ଯ୍ୟନ୍ତ ଏଥିରେ ସମ୍ପୃକ୍ତ। ଦୁର୍ନୀତି ଅଭିଯୋଗରେ ରାଜପୁର-ସୋନାରପୁର ମ୍ୟୁନିସିପାଲିଟିର ଉପାଧ୍ୟକ୍ଷ ଶାନ୍ତା ସର୍କାରଙ୍କୁ ଟିଏମ୍‌ସି ବିଦା କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri