କମାଲ କରିବେ ଅମ୍ବାନୀ-ଜୁକରବର୍ଗ

ମୁମ୍ବାଇ,୨୩।୪: ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଜିଓ ସେବା ଆରମ୍ଭ କରିବା ପରଠାରୁ ଆଗକୁ ବଢ଼ିଚାଲିଛି। ଏପଟେ ମାର୍କ ଜୁକରବର୍ଗଙ୍କ ଫେସ୍‌ବୁକ୍‌ର ଲୋକପ୍ରିୟତା ମଧ୍ୟ ଭାରତ ବଜାରରେ ଅତୁଟ ରହିଛି। ଫେସ୍‌ବୁକ୍‌ ମୁକେଶଙ୍କ ଜିଓରେ ନୂଆ ନିବେଶ ଦ୍ୱାରା ଏହି ଯୋଡି ଭାରତୀୟ ବଜାରରେ କିଛି ନୂଆ କରିବେ। ଲୋକଙ୍କର ରୋମାଞ୍ଚ ଦୁଇଗୁଣ ହେବ ବୋଲି ଆଶା କରାଯାଉଛି। ଜିଓର ୧୦% ଅଂଶଧନ କ୍ରୟ ନେଇ ଫେସ୍‌ବୁକ୍‌ ୍‌ନିଷ୍ପତ୍ତି ନେଇଛି। ଏମାନେ ମିଳିତ ହୋଇଥିବାରୁ ନୂଆ ଯୋଡି ବଜାରରେ କିଛି କମାଲ କରିବେ ବୋଲି କୁହାଯାଉଛି। ଆସନ୍ତୁ, ଏହି ଯୋଡ଼ି ସମ୍ପର୍କରେ କିଛି ଖାସ୍‌ କଥା ଜାଣିବା।
ଅମ୍ବାନୀଙ୍କଠାରୁ ଧନୀ ଜୁକରବର୍ଗ
ମାର୍କ ଜୁକରବର୍ଗ ମୁକେଶ ଅମ୍ବାନୀଙ୍କଠାରୁ ଧନରେ ବହୁ ଆଗୁଆ ରହିଛନ୍ତି। ଫୋର୍ବସ ତାଲିକା ମୁତାବକ ଜୁକରବର୍ଗଙ୍କ ନିକଟରେ ୬୩.୩ ବିଲିୟନ ଡଲାରର ସମ୍ପତ୍ତି ରହିଛି। ସେ ଦୁଇନିଆର ୬ ନମ୍ବର ସବୁଠାରୁ ଧନୀ ବ୍ୟକ୍ତି। ଅପରପକ୍ଷରେ ମୁକେଶ ଅମ୍ବାନୀଙ୍କ ନିକଟରେ ୪୯.୪ ବିଲିୟନ ଡଲରର ସମ୍ପତ୍ତି ରହିଛି। ସେ ଧନୀ ତାଲିକାର ୧୬ ନମ୍ବର ସ୍ଥାନରେ ରହିଛନ୍ତି।
ଦୁହିଁଙ୍କ ସ୍ବପ୍ନ ବହୁତ ବଡ଼
ମୁକେଶଙ୍କ ପିତା ଧୀରୁଭାଇ ଅମ୍ବାନୀଙ୍କ କଥା ବିଚାରକଲେ ତାଙ୍କ ସ୍ବପ୍ନ ବହୁତ ବଡ ଥିଲା। ସମସ୍ତଙ୍କ ହାତରେ ମୋବାଇଲ ରହୁ ବୋଲି ଅମ୍ବାନୀ ପରିବାରର ସ୍ବପ୍ନ ରହି ଆସିଥିଲା। ଧୀରୁଭାଇ ଅମ୍ବାନୀଙ୍କ ଦୁଇ ପୁଅ ମୁକେଶ ଏବଂ ଅନିଲଙ୍କ ମଧ୍ୟରେ ସମ୍ପତ୍ତି ଭାଗହେବା ପରେ ଏହି ସ୍ବପ୍ନ ଦିଗରେ ଜିଓ ଶୁଭାରମ୍ଭ ହେଲା। ମୁକେଶଙ୍କ ଦ୍ୱାରା ସ୍ଥାପନ ହୋଇଥିବା ଏହି କମ୍ପାନୀ ୪ଜି ଟେକ୍ନୋଲୋଜିକୁ ଲୋକପ୍ରିୟ କରାଇବା ଦିଗରେ ଅନେକ କାମ କରିଛି। ଜିଓ ମୋବାଇଲ ଫୋନ କ୍ଷେତ୍ରରେ ମଧ୍ୟ କାମ କରୁଛି। ଅପରପକ୍ଷରେ ସମସ୍ତଙ୍କୁ ସୋସିଆଲ ମିଡିଆ ସାଇଟ ଫେସ୍‌ବୁକକୁ ଆଣିବାକୁ ଜୁକରବର୍ଗଙ୍କ ସ୍ବପ୍ନ ରହି ଆସିଛି। ନିଜ ସ୍ବପ୍ନକୁ ସେ ପୂରଣ କରି ସାରିଥିବା ବେଳେ ଏହାକୁ ଅନ୍ୟ ଏକ ଲେଭଲକୁ ନେବା ଦିଗରେ ସେ କାମ କରୁଛନ୍ତି।
ପରିବାରରେ କିଏ କିଏ?
ମୁକେଶଙ୍କ ପରିବାରରେ ସ୍ତ୍ରୀ ନୀତା ଅମ୍ବାନୀ, ଝିଅ ଈଷା ଅମ୍ବାନୀ ଏବଂ ଦୁଇ ପୁଅ ଅନନ୍ତ ଏବଂ ଆକାଶ ରହିଛନ୍ତି। ମାର୍କ ଜୁକରବର୍ଗଙ୍କ ସ୍ତ୍ରୀଙ୍କ ନାମ ପ୍ରିସିଲା ଚୈନ । ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରେ ପଢିବା ସମୟରେ ଉଭୟଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ସେମାନଙ୍କର ୨ ଝିଅ ଅଛନ୍ତି।
କାହା ପାଖରେ କେତେ ୟୁଜର
ଏବେ ରିଲାଏନ୍ସ ଜିଓ ନିକଟରେ ୩୮ କୋଟି ଗ୍ରାହକ ଅଛନ୍ତି। ରିଲାଏନ୍ସ ଗ୍ରୁପ୍‌ ଅଫ୍‌ କମ୍ପାନୀରେ ଜିଓ ବାଦ୍‌ ଅନେକ କମ୍ପାନୀ ରହିଛି। ସେହିଭଳି ଫେସ୍‌ବୁକ୍‌ରେ ଭାରତର ୪୦ କୋଟି ୟୁଜର ରହିଛନ୍ତି। ସାରା ବିଶ୍ୱରେ ଫେସ୍‌ବୁକ୍‌ର ୨୨୨ କୋଟି ୟୁଜର ରହିଛନ୍ତି।
ଇଣ୍ଟରନେଟ ଦୁହିଁଙ୍କର ପ୍ରିୟ
ଉଭୟଙ୍କ ଲାଗି ଇଣ୍ଟରନେଟ୍‌ ସବୁବେଳେ ଫେବରେଟ ରହି ଆସିଛି। ମୁକେଶ ଶସ୍ତା ଇଣ୍ଟରନେଟ ପ୍ରଦାନ କରିବା ଫଳରେ ଏହା ବେଶ୍‌ ଲୋକପ୍ରିୟ ହୋଇଛି। ମାର୍କ ଜୁକରବର୍ଗ ଇଣ୍ଟରନେଟରେ ଏମିତି ଏକ ସୋସିଆଲ ପ୍ଳାଟଫର୍ମ ପ୍ରସ୍ତୁତ କରିଛନ୍ତି, ଯାହା ଅଧିକାଂଶ ଲୋକଙ୍କର ଭାରି ପସନ୍ଦ। ଏମାନେ ବ୍ୟକ୍ତିଗତ ସ୍ତରରେ ସଫଳ କମ୍ପାନୀ ସ୍ଥାପନ କରିଛନ୍ତି। ଏବେର ଭାଗୀଦାରି ଅନେକ କିଛି ସ୍ବତନ୍ତ୍ରତା ବହନକରେ ବୋଲି କୁହାଯାଉଛି। ଇଣ୍ଟରନେଟ ଦୁନିଆରେ ଏହି ଦୁଇ ବ୍ୟକ୍ତିଙ୍କ ମିଳନ ଏକ ବିପ୍ଳବ ଆଣିବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୩୦ ସୁଦ୍ଧା ଭାରତ ହେବ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି; ୭.୩ ଟ୍ରିଲିୟନ ଡଲାରରେ ପହଞ୍ଚିବ GDP

ବେଙ୍ଗାଲୁରୁ,୨୯।୧୨: ଭାରତୀୟ ଅର୍ଥନୀତି ଏକ ନୂତନ ମାଇଲଖୁଣ୍ଟ ଅତିକ୍ରମ କରିଛି। ସୋମବାର ଜାରି ହୋଇଥିବା ଏକ ସରକାରୀ ବିବୃତ୍ତି ଅନୁଯାୟୀ, ୪.୧୮ ଟ୍ରିଲିୟନ ଡଲାର GDP...

ଫିକା ପଡିବ ନୂଆବର୍ଷ ସେଲିବ୍ରେଶନ: Swiggy-Zomato ଭଳି ଅନେକ ଆପ୍‌ରେ ହେବନି ଡେଲିଭରି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୯।୧୨: ଯେଉଁମାନେ ବନ୍ଧୁ ଏବଂ ପରିବାର ସହିତ ଘରେ ନୂଆବର୍ଷ ପାଳନ କରିବାକୁ ଯୋଜନା କରୁଛନ୍ତି ସେମାନଙ୍କୁ ଏକ ବଡ଼ ଝଟକା ଲାଗିଛି। ଯଦି ଆପଣ...

ରୁପା ମୂଲ୍ୟରେ ରେକର୍ଡ ବୃଦ୍ଧି: ଗହଣା ନୁହେଁ ଏହି କାରଣରୁ ବଢିଚାଲିଛି, ଆଉ କମିବନି

ନୂଆଦିଲ୍ଲୀ,୨୯ା୧୨: ୨୦୨୫ ମସିହାରେ ରୁପା ମୂଲ୍ୟରେ ଅପ୍ରତ୍ୟାଶିତ ବୃଦ୍ଧି ଦେଖିବାକୁ ମିଳିଛି। ଭାରତୀୟ ବଜାରରେ ଏହା ଏକ ନୂତନ ରେକର୍ଡ ସ୍ତରରେ ପହଞ୍ଚିଥିବା ବେଳେ ଏହାର...

Silver Prices Crash: ରୂପା ଦରରେ ବଡ଼ ହ୍ରାସ, ୧ ଘଣ୍ଟାରେ ହ୍ରାସ ପାଇଲା ୨୧ହଜାର ୫୦୦ ଟଙ୍କା

ନୂଆଦିଲ୍ଲୀ,୨୯।୧୨: ସୋମବାର ରୂପା ମୂଲ୍ୟରେ ଏପରି ନାଟକ ଦେଖାଗଲା ଯାହା ପୂର୍ବରୁ କେବେ ଦେଖାଯାଇ ନଥିଲା। ସକାଳେ ଇତିହାସ ସୃଷ୍ଟି କରିଥିବା ରୂପା କିଲୋଗ୍ରାମ ପିଛା...

ଡିସେମ୍ବର ୩୧ ପୂର୍ବରୁ ଶେଷ କରନ୍ତୁ ଏହି ୩ଟି ଗୁରୁତ୍ୱପୂର୍ଣ୍ଣ କାମ, ନଚେତ୍‌ ଅଟକି ରହିବ ଆପଣଙ୍କ ଟଙ୍କା

ନୂଆଦିଲ୍ଲୀ,୨୯।୧୨: ବର୍ଷର ଶେଷ ମାସ ଦୁଇ ଦିନ ମଧ୍ୟରେ ଶେଷ ହେବ, ଯାହା ନୂତନ ବର୍ଷର ଆରମ୍ଭ ହେବ। ତଥାପି, ଯଦି ଆପଣ ନୂତନ ବର୍ଷର...

ଐତିହାସିକ ରେକର୍ଡସ୍ତରରେ ରୁପା ମୂଲ୍ୟ: ପ୍ରଥମଥର ଟପିଲା ୨.୫ ଲକ୍ଷ

ନୂଆଦିଲ୍ଲୀ,୨୯।୧୨:ବର୍ଷ ଶେଷ ହେବାର କିଛି ଦିନ ପୂର୍ବରୁ ରୁପା ମୂଲ୍ୟ ଇତିହାସ ସୃଷ୍ଟି କରିଛି। ଦେଶର ଫ୍ୟୁଚର୍ସ ବଜାରରେ ପ୍ରଥମ ଥର ପାଇଁ ରୂପା ମୂଲ୍ୟ...

୨୦୨୫ରେ ବଦଳିଲା ଚାକିରିର ରୂପରେଖ: ଜାଣନ୍ତୁ କେଉଁ କ୍ୟାରିୟରକୁ ଅଧିକ ବାଛିଲେ ଜେନ ଜି?

ନୂଆଦିଲ୍ଲୀ,୨୮ା୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ପ୍ରଭାବ ଏବଂ ଅର୍ଥନୈତିକ ଅସ୍ଥିରତା ଯୋଗୁଁ ୨୦୨୫ ମସିହାରେ ନୂତନ ଗ୍ରାଜୁଏଟମାନେ ନିଜର କର୍ମକ୍ଷେତ୍ର ବାଛିବା ଶୈଳୀରେ ବ୍ୟାପକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri