କମାଲ କରିବେ ଅମ୍ବାନୀ-ଜୁକରବର୍ଗ

ମୁମ୍ବାଇ,୨୩।୪: ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଜିଓ ସେବା ଆରମ୍ଭ କରିବା ପରଠାରୁ ଆଗକୁ ବଢ଼ିଚାଲିଛି। ଏପଟେ ମାର୍କ ଜୁକରବର୍ଗଙ୍କ ଫେସ୍‌ବୁକ୍‌ର ଲୋକପ୍ରିୟତା ମଧ୍ୟ ଭାରତ ବଜାରରେ ଅତୁଟ ରହିଛି। ଫେସ୍‌ବୁକ୍‌ ମୁକେଶଙ୍କ ଜିଓରେ ନୂଆ ନିବେଶ ଦ୍ୱାରା ଏହି ଯୋଡି ଭାରତୀୟ ବଜାରରେ କିଛି ନୂଆ କରିବେ। ଲୋକଙ୍କର ରୋମାଞ୍ଚ ଦୁଇଗୁଣ ହେବ ବୋଲି ଆଶା କରାଯାଉଛି। ଜିଓର ୧୦% ଅଂଶଧନ କ୍ରୟ ନେଇ ଫେସ୍‌ବୁକ୍‌ ୍‌ନିଷ୍ପତ୍ତି ନେଇଛି। ଏମାନେ ମିଳିତ ହୋଇଥିବାରୁ ନୂଆ ଯୋଡି ବଜାରରେ କିଛି କମାଲ କରିବେ ବୋଲି କୁହାଯାଉଛି। ଆସନ୍ତୁ, ଏହି ଯୋଡ଼ି ସମ୍ପର୍କରେ କିଛି ଖାସ୍‌ କଥା ଜାଣିବା।
ଅମ୍ବାନୀଙ୍କଠାରୁ ଧନୀ ଜୁକରବର୍ଗ
ମାର୍କ ଜୁକରବର୍ଗ ମୁକେଶ ଅମ୍ବାନୀଙ୍କଠାରୁ ଧନରେ ବହୁ ଆଗୁଆ ରହିଛନ୍ତି। ଫୋର୍ବସ ତାଲିକା ମୁତାବକ ଜୁକରବର୍ଗଙ୍କ ନିକଟରେ ୬୩.୩ ବିଲିୟନ ଡଲାରର ସମ୍ପତ୍ତି ରହିଛି। ସେ ଦୁଇନିଆର ୬ ନମ୍ବର ସବୁଠାରୁ ଧନୀ ବ୍ୟକ୍ତି। ଅପରପକ୍ଷରେ ମୁକେଶ ଅମ୍ବାନୀଙ୍କ ନିକଟରେ ୪୯.୪ ବିଲିୟନ ଡଲରର ସମ୍ପତ୍ତି ରହିଛି। ସେ ଧନୀ ତାଲିକାର ୧୬ ନମ୍ବର ସ୍ଥାନରେ ରହିଛନ୍ତି।
ଦୁହିଁଙ୍କ ସ୍ବପ୍ନ ବହୁତ ବଡ଼
ମୁକେଶଙ୍କ ପିତା ଧୀରୁଭାଇ ଅମ୍ବାନୀଙ୍କ କଥା ବିଚାରକଲେ ତାଙ୍କ ସ୍ବପ୍ନ ବହୁତ ବଡ ଥିଲା। ସମସ୍ତଙ୍କ ହାତରେ ମୋବାଇଲ ରହୁ ବୋଲି ଅମ୍ବାନୀ ପରିବାରର ସ୍ବପ୍ନ ରହି ଆସିଥିଲା। ଧୀରୁଭାଇ ଅମ୍ବାନୀଙ୍କ ଦୁଇ ପୁଅ ମୁକେଶ ଏବଂ ଅନିଲଙ୍କ ମଧ୍ୟରେ ସମ୍ପତ୍ତି ଭାଗହେବା ପରେ ଏହି ସ୍ବପ୍ନ ଦିଗରେ ଜିଓ ଶୁଭାରମ୍ଭ ହେଲା। ମୁକେଶଙ୍କ ଦ୍ୱାରା ସ୍ଥାପନ ହୋଇଥିବା ଏହି କମ୍ପାନୀ ୪ଜି ଟେକ୍ନୋଲୋଜିକୁ ଲୋକପ୍ରିୟ କରାଇବା ଦିଗରେ ଅନେକ କାମ କରିଛି। ଜିଓ ମୋବାଇଲ ଫୋନ କ୍ଷେତ୍ରରେ ମଧ୍ୟ କାମ କରୁଛି। ଅପରପକ୍ଷରେ ସମସ୍ତଙ୍କୁ ସୋସିଆଲ ମିଡିଆ ସାଇଟ ଫେସ୍‌ବୁକକୁ ଆଣିବାକୁ ଜୁକରବର୍ଗଙ୍କ ସ୍ବପ୍ନ ରହି ଆସିଛି। ନିଜ ସ୍ବପ୍ନକୁ ସେ ପୂରଣ କରି ସାରିଥିବା ବେଳେ ଏହାକୁ ଅନ୍ୟ ଏକ ଲେଭଲକୁ ନେବା ଦିଗରେ ସେ କାମ କରୁଛନ୍ତି।
ପରିବାରରେ କିଏ କିଏ?
ମୁକେଶଙ୍କ ପରିବାରରେ ସ୍ତ୍ରୀ ନୀତା ଅମ୍ବାନୀ, ଝିଅ ଈଷା ଅମ୍ବାନୀ ଏବଂ ଦୁଇ ପୁଅ ଅନନ୍ତ ଏବଂ ଆକାଶ ରହିଛନ୍ତି। ମାର୍କ ଜୁକରବର୍ଗଙ୍କ ସ୍ତ୍ରୀଙ୍କ ନାମ ପ୍ରିସିଲା ଚୈନ । ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରେ ପଢିବା ସମୟରେ ଉଭୟଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ସେମାନଙ୍କର ୨ ଝିଅ ଅଛନ୍ତି।
କାହା ପାଖରେ କେତେ ୟୁଜର
ଏବେ ରିଲାଏନ୍ସ ଜିଓ ନିକଟରେ ୩୮ କୋଟି ଗ୍ରାହକ ଅଛନ୍ତି। ରିଲାଏନ୍ସ ଗ୍ରୁପ୍‌ ଅଫ୍‌ କମ୍ପାନୀରେ ଜିଓ ବାଦ୍‌ ଅନେକ କମ୍ପାନୀ ରହିଛି। ସେହିଭଳି ଫେସ୍‌ବୁକ୍‌ରେ ଭାରତର ୪୦ କୋଟି ୟୁଜର ରହିଛନ୍ତି। ସାରା ବିଶ୍ୱରେ ଫେସ୍‌ବୁକ୍‌ର ୨୨୨ କୋଟି ୟୁଜର ରହିଛନ୍ତି।
ଇଣ୍ଟରନେଟ ଦୁହିଁଙ୍କର ପ୍ରିୟ
ଉଭୟଙ୍କ ଲାଗି ଇଣ୍ଟରନେଟ୍‌ ସବୁବେଳେ ଫେବରେଟ ରହି ଆସିଛି। ମୁକେଶ ଶସ୍ତା ଇଣ୍ଟରନେଟ ପ୍ରଦାନ କରିବା ଫଳରେ ଏହା ବେଶ୍‌ ଲୋକପ୍ରିୟ ହୋଇଛି। ମାର୍କ ଜୁକରବର୍ଗ ଇଣ୍ଟରନେଟରେ ଏମିତି ଏକ ସୋସିଆଲ ପ୍ଳାଟଫର୍ମ ପ୍ରସ୍ତୁତ କରିଛନ୍ତି, ଯାହା ଅଧିକାଂଶ ଲୋକଙ୍କର ଭାରି ପସନ୍ଦ। ଏମାନେ ବ୍ୟକ୍ତିଗତ ସ୍ତରରେ ସଫଳ କମ୍ପାନୀ ସ୍ଥାପନ କରିଛନ୍ତି। ଏବେର ଭାଗୀଦାରି ଅନେକ କିଛି ସ୍ବତନ୍ତ୍ରତା ବହନକରେ ବୋଲି କୁହାଯାଉଛି। ଇଣ୍ଟରନେଟ ଦୁନିଆରେ ଏହି ଦୁଇ ବ୍ୟକ୍ତିଙ୍କ ମିଳନ ଏକ ବିପ୍ଳବ ଆଣିବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଦରକାର ପଡ଼ିବନି LPG ସିଲିଣ୍ଡର! ଏଣିକି ଇଥାନଲରେ ହେବ ରୋଷେଇ, ହେଲେ କିଣିବାକୁ ପଡିବ ନୂଆ ଚୁଲା

ନୂଆଦିଲ୍ଲୀ,୨୩।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ କରିବା ପରେ, କେନ୍ଦ୍ର ସରକାର ଏବେ ଏହି ଜୈବ ଇନ୍ଧନ (biofuel) ର ଅନ୍ୟ ଏକ ବଡ଼ ବ୍ୟବହାର ଆପଣଙ୍କ ରୋଷେଇ…

E20 ପେଟ୍ରୋଲରେ କମୁଛି ଗାଡ଼ିର ମାଇଲେଜ୍‌? ପ୍ରଥମ ଥର ମାନିଲେ ସରକାର

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ସରକାର ବୁଧବାର କହିଛନ୍ତି ଯେ E20 ପେଟ୍ରୋଲ (୨୦ ପ୍ରତିଶତ ଏଥାନୋଲ ମିଶ୍ରିତ ପେଟ୍ରୋଲ) ବ୍ୟବହାର ଦ୍ୱାରା E10 ପେଟ୍ରୋଲ ପାଇଁ ଡିଜାଇନ୍ କରାଯାଇଥିବା…

ପେଟ୍ରୋଲ ପରେ ଡିଜେଲର ପାଳି! ଆରମ୍ଭ ହେବ ବାୟୋ ଡିଜେଲ, ଜାଣନ୍ତୁ କେତେ ପରିମାଣରେ ମିଶିବ…

ନୂଆଦିଲ୍ଲୀ,୨୨।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ (Ethnaol Blending) କୁ ନେଇ ସାରା ଦେଶରେ ବେଶ୍ ହଙ୍ଗାମା ଚାଲିଛି। ଏହି ପେଟ୍ରୋଲ ଯୋଗୁଁ ସେମାନଙ୍କ ଗାଡ଼ି ଖରାପ ହେଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri